Posted inଖେଳ

ଗାଙ୍ଗୁଲିଙ୍କୁ ନେଇ ଏମିତି କହିଲେ ସେହ୍ବାଗ୍‌: ଗୋଟିଏ ଭବିଷ୍ୟବାଣୀ ସତ ହେଲା, ଆଉ ଗୋଟିଏ ବାକି ଅଛ

ନୂଆଦିଲ୍ଲୀ,୨୯।୧୦: ଭାରତୀୟ କ୍ରିକେଟ ଟିମର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ୍‌ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ଥାଆନ୍ତି। କେତେବେଳେ ଅଜବ ଟୁଇଟ୍‌ ପାଇଁ ତ ଆଉ କେତେବେଳେ ଭିନ୍ନ ପ୍ରତିକ୍ରିୟା ଦେଇ ସେ ଚର୍ଚ୍ଚା ପରିସରକୁ ଆସିଥାନ୍ତି। ନିକଟରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ହେବା ପରେ ସେହ୍ବାଗ୍‌ ଏକ ମତ ଦେଇଛନ୍ତି। ସେ କହିଛନ୍ତି, ୨୦୦୭ରେ ଗାଙ୍ଗୁଲିଙ୍କୁ ନେଇ ଆମେ ଦୁଇଟି ଭବିଷ୍ୟବାଣୀ କରିଥିଲୁ, ସେଥିରୁ ଗୋଟିଏ ସତ ସାବ୍ୟସ୍ତ ହୋଇଛି, ଆଉ ଗୋଟିଏ ବାକି ଅଛି। ୨୦୦୭ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲା। କେପଟାଉନ୍‌ ଟେଷ୍ଟରେ ମୁଁ ଏବଂ ଅନ୍ୟତମ ଓପନର ୱାସିମ ଜାଫର ଶୀଘ୍ର ଆଉଟ୍‌ ହେବା ସଚିନ ତେନ୍ଦୁଲକରଙ୍କୁ ନମ୍ବର-୪ରେ ବ୍ୟାଟିଂ ପାଇଁ ଆସିବାର ଥିଲା, କିନ୍ତୁ ସେ ଆସି ନ ଥିଲେ। ତାଙ୍କ ବଦଳରେ ଗାଙ୍ଗୁଲିଙ୍କୁ ବ୍ୟାଟିଂ କରିବା ପାଇଁ କୁହାଗଲା। ସେତେବେଳେ ତାଙ୍କ ଫର୍ମ ସେତେଟା ଭଲ ନ ଥିଲା। ତାଙ୍କ ଉପରେ ଚାପ ଥିଲା। ତଥାପି ସେ ୪ ନଂ ସ୍ଥାନରେ ଆଜି ପରିସ୍ଥିତିକୁ ସମ୍ଭାଳିଥିଲେ। ସେଦିନ ଆମେ ସମସ୍ତେ ଡ୍ରେସିଂ ରୁମରେ ଗୋଟିଏ କଥା ଆଲୋଚନା ଚାଲିଥିଲା ଯଦି ଆମ ଭିତରୁ ଭବିଷ୍ୟତରେ ଜଣେ କେହି ବିସିସିଆଇ ଅଧ୍ୟକ୍ଷ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବେ,ତାହେଲେ କେବଳ ‘ଦାଦା’ ହିଁ ହୋଇପାରିବେ। ସେଦିନର ସେହି ଭବିଷ୍ୟବାଣୀ ଆଜି ସତ ସାବ୍ୟସ୍ତ ହୋଇଛି। ତେବେ ଆଉ ଏକ ଭବିଷ୍ୟବାଣୀ ବାକି ଅଛି। ତା’ ମଧ୍ୟ ଖୁବଶୀଘ୍ର ପୂରଣ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଡେନମାର୍କ ଓପନ୍‌: ପ୍ରଥମ ରାଉଣ୍ଡରୁ ସାଇନାଙ୍କ ବିଦାୟ

ଓଡେନସେ, ୧୬।୧୦ (ପି.ଟି.):  ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ଏଠାରେ ଚାଲିଥିବା ୭ ଲକ୍ଷ ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ...

ସୁଦିରମାନ କପ୍‌ରେ ପଦକ ଲକ୍ଷ୍ୟରେ ଭାରତ

ନାନ୍ନିଙ୍ଗ (ଚାଇନା), ୧୮।୫(ପି.ଟି.)- ଚାଇନାର ନାନ୍ନିଙ୍ଗଠାରେ ରବିବାରଠାରୁ ସୁଦିରମାନ କପ୍‌ର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଭାରତର ପି.ଭି. ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ...

ବିଜେତା ଇଂଲଣ୍ଡକୁ ମିଳିଲା ନାହିଁ ଅସଲି ଟ୍ରଫି

ଲଣ୍ଡନ,୧୫।୭:୨୦୧୯ ଆଇସିସି ବିଶ୍ୱକପର ଫାଇନାଲ ମୁକାବିଲା କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ ପଡିଆରେ ରବିବାର ଶେଷ ହୋଇଛି। ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଷଷ୍ଠ...

ମଙ୍କି କମେଣ୍ଟ କରିଥିବା ଫ୍ୟାନଙ୍କୁ ଆଜୀବନ ବାସନ୍ଦାଦେଶ ଦାବି କଲେ ଓଲେ ଗୁନ୍ନର

ମାଞ୍ଚେଷ୍ଟର,୮।୧୨(ଏଏଫ୍‌ପି)- ଏଠାରେ ପ୍ରିମିୟର ଲିଗ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ୨-୧ ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ମାଞ୍ଚେଷ୍ଟର ସିଟିକୁ ହରାଇ ଦେଇଛି। ମାତ୍ର ଏହି ମ୍ୟାଚ୍‌ରେ...

ବିଦେଶରେ ଟି୨୦ ଖେଳିବେ ଯୁବରାଜ

ନୂଆଦିଲ୍ଲୀ, ୧୯ା୬ (ପି.ଟି.)- ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଯୁବରାଜ ସିଂ ବିଶ୍ୱବ୍ୟାପୀ ଟି୨୦ ଲିଗ୍‌ରେ ଖେଳିବାକୁ ଆଗ୍ରହୀ। ଏଥିଲାଗି ସେ ଭାରତୀୟ କ୍ରିକେଟ...

କେପିଏଲ୍‌ ଫିକ୍ସିଂ: ନିଜ ଆଡ଼ୁ ତଦନ୍ତ କରୁଛି ବିସିସିଆଇ

ମୁମ୍ବାଇ,୯।୧୧-କର୍ନାଟକ ଉଇକେଟ କିପର ସି.ଏମ୍‌. ଗୌତମ ଓ ମିଜୋରାମ ଅଧିନାୟକ ଆବରାର କାଜି ନିକଟରେ କ୍ରାଇମ ବ୍ରାଞ୍ଚ ଦ୍ୱାରା ଗିରଫ ହେବା ପରେ ବିସିସିଆଇର ଚିନ୍ତା...

ସିଓଏର ଘୋଷଣା ପରେ ଅଡୁଆରେ ଓସିଏ

କଟକ ଅଫିସ,୭ା୯- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରିଚାଳନା ପାଇଁ ସୁପ୍ରିମକୋର୍ଟ ଦ୍ୱାରା ନିୟୋଜିତ କମିଟି ଅଫ ଆଡମିନଷ୍ଟ୍ରେଟର(ସିଓଏ) ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି...

ଭାରତ ଗସ୍ତରୁ ବାଦ୍‌ ପଡ଼ିପାରନ୍ତି ଇକବାଲ

ଢାକା,୨୪।୧୦- ବାଂଲାଦେଶ ଓପନର ତାମିମ ଇକବାଲ ଆଗାମୀ ଭାରତ ଗସ୍ତର ପ୍ରାରମ୍ଭିକ ମ୍ୟାଚ୍‌ ଖେଳିପାରିବେ ନାହିଁ। ବ୍ୟକ୍ତିଗତ କାରଣ ଯୋଗୁ ସେ ସିରିଜର ପ୍ରାରମ୍ଭିକ ପର୍ଯ୍ୟାୟ...

Leave a comment

Your email address will not be published. Required fields are marked *