Posted inଜାତୀୟ

ସାମାନ୍ୟ ଅସାବଧାନତା ପାଇଁ ପୋଲ ତଳକୁ ଖସିଲା କାର୍‌: ଭିଡିଓ ଭାଇରାଲ

ନଓ୍ବୋଡି,୨୯।୧୦: ମଧ୍ୟ ପ୍ରଦେଶର ନଓ୍ବୋଡି ଜିଲାରୁ ଆସିଥିବା ଏକ ଭିଡିଓ ଏବେ ସମସ୍ତଙ୍କୁ ବିଚଳିତ କରିଛି। ଟିକେ ଅସାବଧାନତା ଓ ଦ୍ରୁତ ଗତି ୫ ଜଣଙ୍କ ଜୀବନ ସହ ଖେଳ ଖେଳିଛି। ସୌଭାଗ୍ୟ ବଶତଃ ଏମାନେ ବଞ୍ଚି ଯାଇଛନ୍ତି ସତ ହେଲେ ଏବେ ଏମାନଙ୍କ ଅସାବଧାନତା ଚର୍ଚ୍ଚାର ପରିସରକୁ ଆସି ଯାଇଛି। ଏହି ଦୁର୍ଘଟଣାର ଭିଡିଓରେ ଦେଖିବାକୁ ମିଳିଛି ଗୋଟିଏ କାର୍‌ ଓ ଅଟୋ ମଧ୍ୟରେ ଧକ୍କା ହେବା ଫଳରେ କାର୍‌ଟି ପୋଲ ତଳକୁ ଅର୍ଥାତ୍‌ ପାଣି ଭିତରକୁ ଖସି ପଡିଛି। ଏଥିରେ ଥିବା ୫ ଜଣ କୌଣସି ମତେ ବାହାରକୁ ବାହରି ଆସିଥିବା ବେଳେ କାର୍‌ ମଧ୍ୟରେ ଥିବା ଏକ ଶିଶୁକୁ ଜଣେ ପୋଲ ଉପରେ ଥିବା ଲୋକଙ୍କ ହାତକୁ ଫୋପାଡି ଦେଉଥିବା ଦେଖାଯାଇଛି। ହେଲେ ଶୁଶୁଟି ପୁଣିଥରେ ପାଣି ଭିତରେ ଖସି ପଡିବାରୁ ଲୋକେ ଏକଜୁଟ ହୋଇ ଶିଶୁ ସମେତ ପାଣିରେ ଫସିଥିବା ୪ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିବା ସୂଚନା ମିଳିଛି। ହେଲେ ଏମାନଙ୍କ ଅସାବଧାନତା ଓ ଦ୍ରୁତ ଗତି ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି।


All Right Reserved By Dharitri.Com

ପରିବାରର ୫ ସଦସ୍ୟଙ୍କୁ ହତ୍ୟା କରି ଯୁବକ କଲେ ଆତ୍ମହତ୍ୟା: ୧୯ ପୃଷ୍ଠାର ସୁଇସାଇଟ୍‌ ନୋଟ୍‌ ଜବତ

ମୋଗା,୩।୮: ପଞ୍ଜାବର ମୋଗାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣା ସମ୍ପର୍କରେ ସୂଚନା...

ତବଲିଗ୍‌ ଜମାତ୍‌ ନେଇ ହରଡ଼ଘଣାରେ ସରକାର !

ନୂଆଦିଲ୍ଲୀ,୧।୪: ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ୍‌ ନେଇ ଏବେ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ମଧ୍ୟ ହରଡ଼ଘଣାରେ ପଡ଼ିଛନ୍ତି। ଜମାତ୍‌ରେ ଯୋଗଦେଇଥିବା ୩୨ଜଣଙ୍କୁ...

ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କରିଥିବା ବିଚାରପତିଙ୍କ ବଦଳି

ନୂଆଦିଲ୍ଲୀ,୨୩।୧: ନିର୍ଭୟା ମାମଲାରେ ଦୋଷୀଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କରିଥିବା ବିଚାରପତିଙ୍କ ବଦଳି କରାଯାଇଛି। ବିଚାରପତି ସତୀଶ ଆରୋରା ଏଣିପି ପାଟିଆଳା ହାଉସ୍‌ କୋର୍ଟ...

ଯୋଗୀଙ୍କୁ ଭେଟିଲେ ଅଦିତି ସିଂ, ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା

ଲକ୍ଷ୍ନୌ,୧୮।୧୦: ଉତ୍ତରପ୍ରଦେଶର କଂଗ୍ରେସ ବିଧାୟିକା ଅଦିତି ସିଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଫଳରେ ସେ ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି।...

ଶହେ ବର୍ଷ ଇତିହାସରେ ପ୍ରଥମ ଘଟଣା: ବ୍ରିଟିଶ୍‌ ଏୟାରଓ୍ବେଜ୍‌ର ୪ ହଜାର ପାଇଲଟଙ୍କ ଧର୍ମଘଟ, ୧୫ ଶହରୁ ଅଧିକ ଉଡ଼ାଣ ବାତିଲ୍‌

ନୂଆଦିଲ୍ଲୀ,୯।୯: ବ୍ରିଟିଶ୍‌ ଏୟାରଓ୍ବେଜ୍‌ର ୪ ହଜାର ପାଇଲଟଙ୍କ ସୋମବାର ଧର୍ମଘଟ କରିଛନ୍ତି। ଫଳରେ ଭାରତରୁ ବ୍ରିଟେନ୍‌ ମଧ୍ୟରେ ବହୁ ଉଡ଼ାଣକୁ ବାତିଲ୍‌ କରାଯାଇଛି। ଯାତ୍ରୀଙ୍କୁ ବିମାନ...

ଉଦ୍ଧବଙ୍କୁ ଭେଟିଲେ ଗେହଲଟ

ମୁମ୍ବାଇ,୬।୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମୁମ୍ବାଇଠାରେ ଏକ ସୌଜନ୍ୟମୂଳକ ସାକ୍ଷାତ୍‌ କରିଛନ୍ତି। ଏହାପରେ ସେ ଖବରଦାତାଙ୍କୁ କହିଛନ୍ତି...

ଶାହଙ୍କ କଶ୍ମୀର ମିଶନ: ଶହୀଦ୍‌ ଇନସ୍ପେକ୍ଟର ପରିବାରଙ୍କୁ ଭେଟିଲେ

ଶ୍ରୀନଗର,୨୭।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀର ଗସ୍ତରେ ଆସିଛନ୍ତି। ଗସ୍ତକାଳରେ ସେ ଗୁରୁବାର ଶହୀଦ୍‌ ଇନସ୍ପେକ୍ଟର ଅରଶଦ୍‌ ଖାଁଙ୍କ ପରିବାର ସଦସ୍ୟଙ୍କୁ ଭେଟି ସ୍ବାନ୍ତନା...

ମୁଜାଫରପୁର ଶେଲ୍‌ଟର ହୋମ୍‌ ମାମଲା: ବ୍ରଜେଶଙ୍କ ସମେତ ୧୯ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୨୦।୧: ବିହାରର ବହୁଚର୍ଚ୍ଚିତ ମୁଜାଫରପୁର ଶେଲ୍‌ଟର ହୋମ୍‌ ମାମଲାରେ ସୋମବାର ଦିଲ୍ଲୀର ଏକ କୋର୍ଟ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ଶେଲ୍‌ଟର ହୋମ୍‌ରେ ଝିଅମାନଙ୍କୁ...

Leave a comment

Your email address will not be published. Required fields are marked *