ରାଜରାଜେଶ୍ୱରୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨୯ା୧୦: ଜଗଜ୍ଜନନୀ ବିଷ୍ଣୁମାତା ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ମଙ୍ଗଳବାର ତୃତୀୟ ଦିନରେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କର ଏହି ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଏହି ଅବସରରେ ବହୁ ସାଧୁସନ୍ଥ ଉପସ୍ଥିତ ହୋଇଥିଲେ। ମା’ ଗୋଲାପୀ ପାଟବସ୍ତ୍ର ପରିଧାନକରି ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି । ବାଘ ମା’ଙ୍କର ବାହନ ଥିବାବେଳେ ମୁଖମଣ୍ଡଳ ପଦ୍ମ ବର୍ଣ୍ଣ ଥିଲା। ହସ୍ତରେ ଖଡ୍ଟ ଓ ଚକ୍ର ଧାରଣକରି ଚତୁର୍ଦ୍ଧାମୂର୍ତ୍ତିରେ ମା’ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କର ଏହି ରାଜରାଜେଶ୍ୱରୀ ବେଶକୁ ଦର୍ଶନ କଲେ ଭକ୍ତର ସମସ୍ତ କାର୍ଯ୍ୟ ସିଦ୍ଧି ହେବା ସହ ଯଶ ଓ ଐଶ୍ୱର୍ଯ୍ୟ ଲାଭ ହୁଏ ବୋଲି ବିଶ୍ୱାସ ରହିଛି। ପୀଠରେ ବିଶ୍ୱଶାନ୍ତି ଯଜ୍ଞର ତୃତୀୟ ଦିନରେ ବେଦ ପଠନ, ସପ୍ତଶତୀ ଚଣ୍ଡୀପାଠ, ଗୀତାଯଜ୍ଞ, ନାମ ସଂକୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଥିଲା। ବୁଧବାର ଚତୁର୍ଥ ଦିନରେ ମା’ ସିଂହବାହିନୀ ବେଶରେ ଦର୍ଶନ ଦେବେ ।


All Right Reserved By Dharitri.Com

ଯୋଗକରି ହୋଲିଖେଳିଲେ କାମାକ୍ଷାନଗର ଅଞ୍ଚଳବାସୀ

କାମାକ୍ଷାନଗର,୧୦।୩(ଡି.ଏନ୍‌.ଏ.): ଆଜି ରଙ୍ଗର ପର୍ବ ହୋଲି। ସାରା ଦେଶରେ ଏହି ପର୍ବକୁ ଧମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ଚଳିତବର୍ଷ କରୋନାର ଭୟରେ ଏକ ପ୍ରକାର ହୋଲି...

ପିଡିଏସ୍‌ ସାମଗ୍ରୀ ହେରଫେର: ଥାନାରେ ଏତଲା ଦେଲେ ବିଡିଓ

ଶଙ୍କରାଖୋଲ,୨୧ା୧୧(ଡି.ଏନ୍‌.ଏ.) – ଚକାପାଦ ବ୍ଲକ ଚାହାଳି ପଞ୍ଚାୟତରେ ହିତାଧିକାରୀ ୩ ମାସର ସାମଗ୍ରୀ ପାଇ ନ ଥିବା ଅଭିଯୋଗ ହୋଇଥିଲା। ସାମଗ୍ରୀ ହେରଫେର କରିଥିବା ନେଇ...

ଶୋଇଥିଲାବେଳେ ଜଳିଗଲେ ବ୍ୟକ୍ତି

ବାଲେଶ୍ୱର ଅଫିସ୍‌, ୩।୧୨: ବାଲେଶ୍ୱର ଜିଲା ସଦର ଥାନା ଅଧୀନସ୍ଥ ସୁନ୍ଧୁରି ଛକରେ ଥିବା ଏକ କୋଠା ଘରେ ସୋମବାର ବିଳମ୍ବିତ ରାତିରେ ହଠାତ୍‌ ନିଆଁ...

ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ ଭୁଶୁଡ଼ିଲା କାନ୍ଥ: ୮ ଆହତ, ୩ ଗୁରୁତର

କାମାକ୍ଷାନଗର, ୨୧।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବଡସୁଅଁାଳ ଗ୍ରାମ ନିକଟ ଦେଇ ଯାଇଥିବା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣବେଳେ ଶୁକ୍ରବାର ଅଭାବନୀୟ ଘଟଣା...

ରାସ୍ତା ମରାମତି ଦାବିରେ ଜମନକିରା ୫୩ ନମ୍ବର ରାଜ୍ୟ ରାଜପଥ ଅବରୋଧ

ଜମନକିରା, ୨୧।୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଗୌଡ଼ପାଲିଠାରୁ ଦେବଗଡ଼ ପର୍ଯ୍ୟନ୍ତ ୫୩ ନମ୍ବର ରାଜ୍ୟ ରାଜପଥର ପ୍ରାୟ ୯୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ସଙ୍କଟାପର୍ଣ୍ଣ ରହିଛି।...

ବିଦ୍ୟାଳୟରେ କମୁଛି ବାଳିକା ଉପସ୍ଥାନ

ଭଣ୍ଡାରିପୋଖରୀ,୩।୩(ଡି.ଏନ.ଏ.)-ବାଳିକା ସମୃଦ୍ଧି ଯୋଜନା ଭଳି ଅନେକ ସରକାରୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ସାଧାରଣତଃ ସର୍ବଶିକ୍ଷା ଅଭିଯାନରେ ୬ରୁ ୧୪ ବର୍ଷ ପିଲାଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ...

ସମସ୍ୟା ବୁଝିଲେ ଜେଏମ୍‌ଏଫ୍‌ସି: ଦଳିତ ସାହିରେ ଜଳିବ ବିଜୁଳି

ଭୁବନ, ୨୩।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ଗ୍ରାମର ଦଳିତ ସାହିରେ ଖୁବ୍‌ଶୀଘ୍ର ଜଳିବ ବିଜୁଳି। ବିଦ୍ୟୁତ୍‌ ସଂଯୋଗରୁ ବଞ୍ଚତ୍ତ ୩୫ ଦଳିତ ପରିବାରର ଭାଗ୍ୟ...

ବିନା ପଞ୍ଜିକୃତ ସଫେଇ ଗାଡ଼ିରୁ ଜରିମାନା ଆଦାୟ

ପୁରୀ ଅଫିସ,୧୨ା୧: ବିନା ପଞ୍ଜୀକରଣରେ ଅଳିଆ ନେଉଥିବା ଏକ ସଫେଇ ଗାଡ଼ିରୁ ପୁରୀ ପୌରସଂସ୍ଥା ଏନଫୋର୍ସମେଣ୍ଟ ସ୍କ୍ବାଡ ଜରିମାନା ଆଦାୟ କରିଛି। ସହରକୁ ସ୍ବଚ୍ଛ ଓ...

Leave a comment

Your email address will not be published. Required fields are marked *