ପ୍ରସିଦ୍ଧ ଭଦ୍ରକ କାଳୀପୂଜା: ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର

ଭଦ୍ରକ ଅଫିସ,୨୯।୧୦- ଦୀପାବଳିଠାରୁ ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା।୧୧ଟି ଅସ୍ଥାୟୀ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇ ଆବାହନ କରାଯାଇଛି। ସୋମବାର ଦ୍ୱିତୀୟ ଦିନରେ ପାଗ ଅନୁକୂଳ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରାତି ବଢ଼ିବା ସହିତ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଚରମ୍ପା ଷ୍ଟେଶନ ଓ ଏହା ଆଖପାଖ ଅଞ୍ଚଳ ବେଶ୍‌ ଉତ୍ସବମୁଖର ହୋଇଉଠିଛି। ସବୁ ପୂଜା ମଣ୍ଡପର ସଚେତନାତ୍ମକ ବାରୁଆଳି ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ଷ୍ଟେଶନ ଆରପାଖ ମା’ପଥରକାଳୀଙ୍କ ସ୍ଥାୟୀ ପୂଜା ମଣ୍ଡପ ସମ୍ମୁଖରେ ସୁଉଚ୍ଚ ତୋରଣ ନିଆରା ଆକର୍ଷଣ ହୋଇଛି। ସେଠାରେ ନିକଟରେ ଖ୍ୟାତିସମ୍ପନ୍ନ ଲାଭ କରିଥିବା ରାନୁ ମଣ୍ଡଳଙ୍କ ଭିକାରୀରୁ କୋଟିପତି ଭାଗ୍ୟ ପରିବର୍ତ୍ତନ ନେଇ ହୋଇଥିବା ବାରୁଆଳି ବେଶ୍‌ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ମହାପ୍ରଭୁ ଓ ଗୋସ୍ବାଇଁଙ୍କୁ ନେଇ ହୋଇଥିବା ପୌରାଣିକ ଲୋକକଥାଭିତ୍ତିକ ବାରୁଆଳି ମନଲୋଭା ହୋଇଛି। ଷ୍ଟେଶନ ପାଖ ମଣ୍ଡପରେ ମା’ କାଳୀଙ୍କ ମୂର୍ତ୍ତିଠାରୁ ତୋରଣ ନିକଟରେ ଦର୍ଶକଙ୍କ ଭିଡ଼ ଜମୁଛି। ମୋଦି ଓ ଜିନ୍‌ପିଙ୍ଗ ଭେଟ ଓ ଇମ୍ରାନ ମୁଣ୍ଡରେ ହାତପାର୍ଶ୍ୱ, ପ୍ରଭୁ ନୃସିଂହଙ୍କ ଉଗ୍ରରୂପ ବାରୁଆଳି ଲୋକଙ୍କୁ ଆକୃଷ୍ଟ କରୁଛି। ପିଡବ୍ଲ୍ୟୁଆଇ କାଳୀପୂଜା ମଣ୍ଡପରେ ରାଜପ୍ରାସାଦ ତୋରଣ ଚିତ୍ତାକର୍ଷକ ହୋଇଛି। ସେଠାରେ କାଳିଆଦଳନ, କାଳନେମି ବଦ୍ଧ ଓ ଲକ୍ଷ୍ମୀଙ୍କ ଉଆସରେ ଶ୍ରୀଜଗନ୍ନାଥ, ବଳଭଦ୍ରଙ୍କ ଅନ୍ନଭୋଜନ ଦୃଶ୍ୟର ବାରୁଆଳି ମନ କିଣୁଛି। ସହର ରାସ୍ତାଘାଟ ରଙ୍ଗିନ ଆଲୋକମାଳା ଓ ଏଲ୍‌ଇଡି ବୋର୍ଡରେ ଝଲସୁଛି। ସମସ୍ତ ମଣ୍ଡପରେ ସିସିଟିଭି ଓ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ଦେଖିବାକୁ ମିଳିଛି। ଯାତ୍ରାପାର୍ଟିଙ୍କ ପକ୍ଷରୁ ରାସ୍ତାକଡ଼ରେ ଲମ୍ବା ହୋର୍ଡ଼ିଂ ଶୋଭା ବଢ଼ାଉଛି।
ଭଦ୍ରକ ଷ୍ଟେଶନ ନିକଟରେ ସ୍ବେଚ୍ଛାସେବୀ ସଙ୍ଗଠନ ଶହୀଦ ଭଗତସେନା ପକ୍ଷରୁ ଏକ ସୂଚନା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ସୋମବାର ମଧ୍ୟାହ୍ନରେ ସଙ୍ଗଠନର ଆବାହକ ସିତାଂଶୁ ମହାପାତ୍ର ଏହାକୁ ଉଦ୍‌ଘାଟନ କରି କାଳୀପୂଜା ଶେଷ ପର୍ଯ୍ୟନ୍ତ ଲୋକଙ୍କ ସହାୟତା ପାଇଁ ଏହା କାର୍ଯ୍ୟ କରିବ ବୋଲି କହିଥିଲେ। ପ୍ରାଥମିକ ସ୍ବାସ୍ଥ୍ୟସେବା ସାଙ୍ଗକୁ ନିଖୋଜ ହୋଇଯାଉଥିବା ଲୋକଙ୍କ ଉଦ୍ଦେଶ୍ୟରେ ଏହି କେନ୍ଦ୍ର କାର୍ଯ୍ୟ କରିବ। ଉଦ୍‌ଘାଟନୀ ଅବସରରେ ଭଗତସେନାର ପଦ୍ମନାଭ ପଣ୍ଡାଙ୍କ ସମେତ ଶତାଧିକ ଯୁବକ ଉପସ୍ଥିତ ଥିଲେ। କାଳୀପୂଜା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସ୍‌ପି ରାଜେଶ ପଣ୍ଡିତଙ୍କ ନେତୃତ୍ୱରେ ଚୋର ଓ ଅସାମାଜିକ ଯୁବକଙ୍କୁ କାବୁ କରିବାକୁ ସ୍ବତନ୍ତ୍ର ପୋଲିସ ନିୟୋଜିତ ହୋଇଛନ୍ତି। ପୂଜା ମଣ୍ଡପ ସମେତ ବିଭିନ୍ନ ସ୍ଥାନରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ୨ ଅତିରିକ୍ତ ଏସ୍‌ପି, ୬ ଡିଏସ୍‌ପି, ୯ ଇନ୍ସପେକ୍ଟର, ୬୨ ଏସ୍‌ଆଇ ଓ ଏଏସ୍‌ଆଇ, ୨ଟି ମୋବାଇଲ ପାଟ୍ରୋଲିଂ ଭ୍ୟାନ୍‌, ହୋମଗାର୍ଡ, ଗ୍ରାମରକ୍ଷୀ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୦୦ ଜଣ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି। ସାଦା ପୋଷାକରେ ସ୍ବତନ୍ତ୍ର ପୋଲିସ ନିୟୋଜିତ ହୋଇ ରୋଡ୍‌ ରୋମିଓ ଏବଂ ଅସାମାଜିକ ଯୁବକଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି।


All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବେଖାତିର: ବାଇକ୍‌ ଚାଳକଙ୍କୁ ଜରିମାନା ୧୮,୫୦୦ ଟଙ୍କା

ବେତନଟୀ,୧୧ା୯(ଡି.ଏନ୍‌.ଏ.)- ନୂଆ ମୋଟରଯାନ ଆଇନ ଅନୁଯାୟୀ ଜରିମାନା ଆଦାୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପାଇଁ କୋହଳ କରିଛନ୍ତି। ମାତ୍ର ଏହି ଘୋଷଣାର ଦିନକ...

ନବୋଦୟ ବିଦ୍ୟାଳୟରେ ଶତାଧିକ ଛାତ୍ରୀଛାତ୍ର ଅସୁସ୍ଥ

ବାସୁଦେବପୁର, ୫।୯ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ଚାନ୍ଦମାଳିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଶତାଧିକ ଛାତ୍ରୀଛାତ୍ର ଜ୍ୱର ସହିତ ଝାଡ଼ା ଓ ମୁଣ୍ଡବ୍ୟଥା ହେଉଥିବାରୁ...

ରାଜ୍ୟରେ ବନ୍ଦ ହେବ ୯୬୬ ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ବନ୍ଦ ହେବ ୯୬୬ ପ୍ରାଥମିକ ବିଦ୍ୟାଳୟ। ୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ୯୬୬ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ବିଦ୍ୟାଳୟ ଓ...

ବାଉଁଶ ଉତ୍ପାଦନ, ପ୍ରକ୍ରିୟାକରଣକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ ବାଉଁଶଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରିତାକୁ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର...

ଏନ୍‌କାଉଣ୍ଟର ପରେ ରବି ରାଓ ଗ୍ୟାଙ୍ଗ୍‌ ସଦସ୍ୟ ଜିଲାପାର୍‌: ଆହତ ଅବସ୍ଥାରେ ଅର୍ଜୁନଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୭ା୮(ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରେ ଆତଙ୍କ ଖେଳାଉଥିବା ୧୧ଜଣିଆ ରବି ରାଓ ଗ୍ୟାଙ୍ଗ୍‌କୁ ଧରିବାକୁ କମିଶନରେଟ ପୋଲିସ ସିରିଜ ଏନ୍‌କାଉଣ୍ଟର କରିଥିଲା। ୪ଜଣଙ୍କୁ...

ବିଭାଗୀୟ ଉଦାସୀନତାରୁ ଯବାନ ମୃତ୍ୟୁସହ ସଂଗ୍ରାମ କରିବା ଘଟଣା: ତଦନ୍ତ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲା ଗୃହ ବିଭାଗ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): କାର୍ଯ୍ୟ କରୁଥିବାବେଳେ ବ୍ରେନ୍‌ଷ୍ଟ୍ରୋକ୍‌ର ଶିକାର ହୋଇ ଗୁରୁତର ଥିବା ଯବାନ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପ୍ରତି ଗୁରୁତର ବିଭାଗୀୟ ଅବହେଳା କରାଯାଇଥିବା ଅଭିଯୋଗ ହୋଇ ଆସୁଛି।...

ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀରକିଶୋର ରାୟଙ୍କ ଶ୍ରାଦ୍ଧଦିବସ ପାଳିତ: ହାଇକୋର୍ଟ ପ୍ରତିଷ୍ଠାରେ ବୀରକିଶୋରଙ୍କ ଅବଦାନ ଅତୁଳନୀୟ

କଟକ ଅଫିସ,୨୭ା୭: ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀରକିଶୋର ରାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶୁକ୍ରବାର ହାଇକୋର୍ଟ ବାର୍‌ କନଭେନଶନ ହଲ୍‌ରେ ଶ୍ରଦ୍ଧାଞ୍ଜଳି ସଭା...

ସାଇ ଇଣ୍ଟରନ୍ୟାଶନାଲ ସ୍କୁଲକୁ ‘ଇମର୍ଜିଂ ସ୍କୁଲ ଅଫ୍‌ ଦ ଇୟର’ ସମ୍ମାନ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଗୁଣାତ୍ମକ ଶିକ୍ଷା ପଦ୍ଧତି ଓ ପ୍ରଦାନ ପାଇଁ ଶନିବାର ସାଇ ଇଣ୍ଟରନ୍ୟାଶନାଲ ସ୍କୁଲକୁ ‘ଇମର୍ଜିଂ ସ୍କୁଲ୍‌ ଅଫ୍‌ ଦ ଇୟର’ ସମ୍ମାନ ପ୍ରଦାନ...

Leave a comment

Your email address will not be published. Required fields are marked *