ୱାର୍ଡମେମ୍ବରଙ୍କୁ ମାଓବାଦୀଙ୍କ ନଁ।ରେ ଧମକପୂର୍ଣ୍ଣ ଚିଠି

ଦାରିଙ୍ଗବାଡ଼ି,୨୯।୧୦(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗ୍ଳୁଡା ଗ୍ରାମର ୯ ନଂ. ୱାର୍ଡମେମ୍ବର ବୁଗିରା ପ୍ରଧାନଙ୍କୁ ମାଓବାଦୀଙ୍କ ନଁ।ରେ ଧମକ ପୂର୍ଣ୍ଣ ଚିଠି ମିଳିଛି। ଗତ ୧୭ ତାରିଖ ସକାଳୁ ଘର ଆଗରେ ଚିଠି ପଡିଥିବା ଦେଖି ଭୟରେ ଗାଁ ଲୋକଙ୍କୁ ବୁଗିରା ଜଣାଇଥିଲେ। ହେଲେ ଥାନାରେ ଅଭିଯୋଗ କରିନାହାନ୍ତି। ତାଙ୍କ କହିବା ପ୍ରକାରେ, ଏହା ନକଲି ମାଓବାଦୀଙ୍କ କାର୍ଯ୍ୟ। କାହାର କ୍ଷତି କରି ନ ଥିବା ସେ କହିଛନ୍ତି। ଚିଠି ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବା ପରେ ଗଁାରେ ବୈଠକ ବସିଥିଲା। ଏହା କୌଣସି ଖଳ ପ୍ରକୃତିର ବ୍ୟକ୍ତିଙ୍କ କାର୍ଯ୍ୟ ବୋଲି ଆଲୋଚନା ହୋଇଥିବା ବୁଗିରା କହିଥିଲେ। ଉକ୍ତ ଚିଠି ବିଭିନ୍ନ ରଙ୍ଗରେ ଲେଖାଯାଇଥିବା ବେଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ (ମାଓବାଦୀ) ବୋଲି ଉଲ୍ଲେଖ ରହିଛି। ସେଥିରେ ବୁଗିରାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି ଯେ, ତୁମେ ପଦବୀରେ ରହିଥିବା ସମୟରେ ବହୁତ ଦୁର୍ନୀତି ହେଉଛି। ତୁମ ବିରୋଧରେ ଜନ ବିରୋଧୀ ବୃଦ୍ଧି ପାଇଛି। ଯଦି ପଦବୀରେ ଥାଇ ଲୋକଙ୍କୁ ନ୍ୟାୟ ପ୍ରଦାନ କରିପାରୁନାହଁ ତେବେ ତୁମ ଜୀବନ ପ୍ରତି ବିପଦ ରହିଛି ବୋଲି ପରୋକ୍ଷରେ ହତ୍ୟା ଧମକ ଦିଆଯାଇଛି।


All Right Reserved By Dharitri.Com

ସଚିନ ତେନ୍ଦୁଲକର ହୋଇପାରନ୍ତି ଓଡ଼ିଶା ଟୁରିଜମ୍‌ ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଜଣେ ପରିଚିତ ଚେହେରା ହୋଇପାରନ୍ତି ଟୁରିଜମ୍‌ ବ୍ରାଣ୍ଡ୍‌ ଆମ୍ବାସାଡର। ବିଶେଷ ସୂତ୍ରରୁ...

ପ୍ରଫେସର ସୁନୀଲ ଷଡ଼ଙ୍ଗୀ ପାଇବେ ବିଶ୍ୱେଶ୍ୱରାୟା ସମ୍ମାନ

କଟକ ଅଫିସ, ୧୨।୯: ଏନ୍‌ଆଇଟି ରାଉରକେଲାର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଖାତନାମା ଇଞ୍ଜିନିୟର ପ୍ରଫେସର ସୁନୀଲ କୁମାର ଷଡଙ୍ଗୀ ଚଳିତବର୍ଷର ଜାତୀୟସ୍ତରୀୟ ମର୍ଯ୍ୟାଦାଜନକ ବିଶ୍ୱେଶ୍ୱରାୟା ସମ୍ମାନ...

୫ ମିଟର ଯାଏ ଉଠିବ ସମୁଦ୍ର ଢେଉ

ଭୁବନେଶ୍ୱର,୧ା୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅତି ଭୟଙ୍କର ସାମୁଦ୍ରିକ ଝଡ଼ (ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ) ରେ ପରିଣତ...

ଆଜି ମାଘ ଷଷ୍ଠୀ : ସ୍ନାନମଣ୍ଡପକୁ ବିଜେ ହେବେ ୩ ମହାଦେବ

କୋଣାର୍କ,୩୧।୧(ଡି.ଏନ୍‌.ଏ.): ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ନିମନ୍ତେ ପୁରୀ ଜିଲା ପ୍ରଶାସନ ଓ କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଶ୍ରଦ୍ଧାଳୁଙ୍କ ସ୍ନାନ...

୧୧ ଡ୍ୟାନ୍ସ ବାର୍‌ରେ ଚଢ଼ାଉ, ରାଜ୍ୟ ବାହାରର ୯୬ ଯୁବତୀ ଉଦ୍ଧାର: କାହିଁକି ତତ୍ପର ହୋଇଉଠିଲା ପୋଲିସ

ଭୁବନେଶ୍ୱର, ୨୮।୭(ବ୍ୟୁରୋ): ରାଜଧାନୀରେ ବେଆଇନ ଭାବେ ଚାଲୁଥିବା ଡ୍ୟାନ୍ସ ବାର୍‌ ଉପରେ ହଠାତ୍‌ ପୋଲିସ ଚଢ଼ାଉ ଆରମ୍ଭ କରିଥିଲା। ଶୁକ୍ରବାର ରାତିରେ କଟକରୋଡ୍‌ରେ ଥିବା ୧୧...

ପଡ଼ିଆ ପଡ଼ିଛି ଚାଷଜମି: ବର୍ଷା ପାଇଁ କଟଙ୍ଗପାଣି ପଞ୍ଚାୟତରେ ଇନ୍ଦ୍ରପୂଜା

ଜମନକିରା, ୨୯ା୭ (ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ କଟଙ୍ଗପାଣି ପଞ୍ଚାୟତରେ ସୋମବାର ଜଳ ବର୍ଷା ପାଇଁ ସ୍ଥାନୀୟ ଭୂତେଲ ଟୁଙ୍ଗରୀଠାରେ ୫ ଗାଁର ଗ୍ରାମବାସୀ...

ମାଟ୍ରିକ ପରୀକ୍ଷାରେ ଟି.ଏସ୍‌.ଜି. ଗୁରୁକୁଳର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର,୨୩।୫(ବ୍ୟୁରୋ) : ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଟି.ଏସ୍‌.ଜି ଗୁରୁକୁଳର ଓଡ଼ିଆ ମାଧ୍ୟମ ଛାତ୍ରୀଛାତ୍ର ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଏହି ଧାରା ବିଗତ ୯ବର୍ଷ...

ଐତିହ୍ୟ ନଗରୀ ଭାବେ ବିକଶିତ ହେବ ପୁରୀ: ପ୍ରକଳ୍ପ କାର୍ଯ୍ୟରେ ଯୋଗ ଦେବେ ୫ ଶିକ୍ଷାନବୀଶ ଆଇଏଏସ୍‌ ଅଫିସର

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଐତିହ୍ୟ ନଗରୀ ଭାବେ ବିକଶିତ ହେବ ପୁରୀ। ସହରର ଭିତ୍ତିଭୂମି ବିକାଶ, କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷାକୁ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ...

Leave a comment

Your email address will not be published. Required fields are marked *