ଶେରଗଡ଼,୨୯ା୧୦(ଡି.ଏନ୍.ଏ.)-ଗଞ୍ଜାମ ଜିଲା ଶେରଗଡ଼ ଥାନା ଅନ୍ତର୍ଗତ କେରିକେରିଝୋଳା ଗ୍ରାମରେ ସୋମବାର ରାତିରେ ବାପାଙ୍କ କାଠଫାଳିିଆ ମାଡ଼ରେ ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ପିଣ୍ଟୁ ଗୌଡ଼ (୨୮)। ଖବରପାଇ ପୋଲିସ ପହଞ୍ଚତ୍ ଘଟଣାର ତଦନ୍ତ ଚଳାଇଛି।
ପିଣ୍ଟୁ ସବୁବେଳେ ନିଶାସକ୍ତ ହୋଇ ଘରେ ଗଣ୍ଡଗୋଳ କରୁଥିଲେ। ଏପରକି ୨ ମାସ ତଳେ ସେ ବାପା ଶିବଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସୋମବାର ରାତି ପ୍ରାୟ ୮ଟା ୪୫ରେ ପିଣ୍ଟୁ ନିଶାସକ୍ତ ହୋଇ ଘରକୁ ଆସି ଶିବଙ୍କୁ ପଇସା ମାଗିିଥିଲେ। ଶିବ ପଇସା ନ ଦେବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଶିବ ଉତ୍ତ୍ୟକ୍ତ ହୋଇ ନିକଟରେ ପଡ଼ିଥିବା ଏକ କାଠଫାଳିଆରେ ପିଣ୍ଟୁଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

‘ଜଙ୍ଗଲରୁ ଆଦିବାସୀଙ୍କୁ ତଡ଼ିବାକୁ ଷଡ଼ଯନ୍ତ୍ର ଚାଲିଛି’
ବ୍ରହ୍ମପୁର ଅଫିସ୍, ୧୨ା୯-ଦେଶର ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଆଦିବାସୀ ଓ ବନଜୀବୀଙ୍କୁ ଜଙ୍ଗଲ ଜମିରୁ ଉଚ୍ଛେଦର ଉଦ୍ୟମ ତଥା ଭାରତୀୟ ଜଙ୍ଗଲ ଆଇନ -୧୯୨୭ରେ ପ୍ରସ୍ତାବିତ...

କିଡ୍ନୀ ଆକ୍ରାନ୍ତଙ୍କ ଚିକିତ୍ସା, ପାଣି ଯୋଗାଣ ଦାବି, ଏଡିଏମଙ୍କୁ ଭେଟିଲା ଗାଁ କମିଟି
ଛତ୍ରପୁର,୩।୬(ଡି.ଏନ.ଏ.)-ଛତ୍ରପୁର ବ୍ଲକ କାଳିପଲ୍ଲୀ ପଞ୍ଚାୟତ ପି.ଲକ୍ଷ୍ମୀପୁର ଗାଁରେ କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରିକି ଏଥିରେ କେତେଜଣଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ଅଭିଯୋଗ...

ମୋ ସରକାର କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ବୈଠକ
ଛତ୍ରପୁର,୨୭ା୯(ଡି.ଏନ.ଏ)- ଅକ୍ଟୋବର ୨ତାରିଖରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବ ା ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକ ଗୁରୁବାର ଛତ୍ରପୁରସ୍ଥିତ...

ଚୋରି ଘଟଣାରେ ୪ଗିରଫ: ସୁନା ଅଳଙ୍କାର, ମାରଣାସ୍ତ୍ର ଜବତ
ହିଞ୍ଜିଳିକାଟୁ,୧୦।୬(ଡି.ଏନ୍.ଏ.)- ହିଞ୍ଜିଳି ଥାନା ଅଞ୍ଚଳରେ କିଛିଦିନ ଧରି ବିଭିନ୍ନ ଅଞ୍ଚଳରୁ ବାରମ୍ବାର ଚୋରି ହେଉଥିଲା। ରବିବାର ରାତିରେ ହିଞ୍ଜିଳି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି...

ଯୁବକଙ୍କ ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ଦିଗପହଣ୍ଡି,୨୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ପଞ୍ଚାୟତ ସୁବର୍ଣ୍ଣଗଡ଼ – ଡିମାପଲ୍ଲୀ ଗଁା ନିକଟ ନାଳକଡରୁ ରବିବାର ଏକ ଯୁବକଙ୍କ କ୍ଷତାକ୍ତ ମୃତଦେହ...

ଛତ୍ରପୁର ହସ୍ପିଟାଲରେ ଡାକ୍ତର ଅଭାବ
ଛତ୍ରପୁର,୬।୭(ଡି.ଏନ.ଏ)-ଛତ୍ରପୁର ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ହସ୍ପିଟାଲର ପରିମଳ ବ୍ୟବସ୍ଥା...
ମନୋଜ ହତ୍ୟା ମାମଲା: କାର ଡ୍ରାଇଭର, କାମବାଲା ସହ ୩ ଜଣଙ୍କ ବୟାନ ରେକର୍ଡ
ବ୍ରହ୍ମପୁର ଅଫିସ,୭ା୬- ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାରେ ଗୁରୁବାର ୩ଜଣଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଛି। ସେମାନେ ହେଲେ କାର...

୧୨ ଆନ୍ତଃ ଜିଲା ଡକାୟତ ଗିରଫ
ଛତ୍ରପୁର/ଆସିକା/ବୁଗୁଡା,୩୦/୮(ଡି.ଏନ.ଏ.)- ବୁଗୁଡା ଓ ଆସିକା ଥାନା ପୋଲିସ ବୁଧବାର ରାତିରେ ୧୨ ଆନ୍ତଃଜିଲା ଡକାୟତଙ୍କୁ ଧରିବାରେ ସକ୍ଷମ ହୋଇଛି। ଏମାନେ ଗଞ୍ଜାମ, ବ୍ରହ୍ମପୁର, ଖୋର୍ଦ୍ଧା ଓ...