ଏଲ୍‌ଭିବିି ମୁଖ୍ୟ ପଦବୀ ଦୌଡରେ ୭୦ ବରିଷ୍ଠ ଅଧିକାରୀ

ମୁମ୍ବାଇ,୨୯-୧୦: ତାମିଲନାଡୁ ଭିତ୍ତିକ ଲକ୍ଷ୍ମୀ ବିଳାସ ବ୍ୟାଙ୍କ(ଏଲ୍‌ଭିବି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ପଦବୀ ଲାଗି ୭୦ ବରିଷ୍ଠ ବ୍ୟାଙ୍କ ଅଧିକାରୀ ଦୌଡରେ ଅଛନ୍ତି। ଏହା ଏକ ମଧ୍ୟମ ବର୍ଗ ଘରୋଇ ବ୍ୟାଙ୍କ ହୋଇଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ମଧ୍ୟ ଭାଗରୁ ଏହାର ସିଇଓ ପଦବୀ ଖାଲି ପଡିଛି। ସିଇଓ ଭାବେ କାର୍ଯ୍ୟ କରୁଥିବା ପାର୍ଥ ସାରଥୀ ବାନାର୍ଜୀ ତାଙ୍କର ୩ ବର୍ଷ କାର୍ଯ୍ୟ ଅବଧି ଶେଷ ହେବା ଆଗରୁ ବ୍ୟାଙ୍କ ଛାଡିବା ପରେ ଖାଲି ସ୍ଥାନରେ ଏଯାଏ କୌଣସି ନିଯୁକ୍ତି ହୋଇ ନାହିଁ। ଚଳିତ ବର୍ଷ ଅଗଷ୍ଟଠାରୁ ରିଜର୍ଭ ବ୍ୟାଙ୍କ ଉକ୍ତ ବ୍ୟାଙ୍କ ଉପରେ ପ୍ରମ୍ପଟ କରେକ୍ଟିଭ ଆକ୍ସନ କଟକଣା ଲଗାଇଛି। ଅତ୍ୟଧିକ କ୍ଷତି, ଏନ୍‌ପିଏ ଏବଂ ପୁଞ୍ଜି ନିୟମକୁ ଧ୍ୟାନରେ ରଖି ଏଭଳି କଟକଣା ଜାରି ହୋଇଛି। ସିଇଓ ପଦବୀ ଲାଗି ୬୮ ଆବେଦନ ଆସିଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। ଘରୋଇ କ୍ଷେତ୍ର ବରିଷ୍ଠ ଅଧିକାରୀମାନେ ଏଥି ଲାଗି ଆବେଦନ କରିଥିବା ଜଣା ପଡିଛି।


All Right Reserved By Dharitri.Com

ଜୁଲାଇ ପ୍ରଥମ ସପ୍ତାହରେ ଆସିପାରେ ବଜେଟ

ନୂଆଦିଲ୍ଲୀ,୩୧-୫: ମୋଦି ସରକାର ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ଚଳିତ ଆର୍ଥିକ ବର୍ଷ ପାଇଁ ଜୁଲାଇ ପ୍ରଥମ ସପ୍ତାହରେ ପୂର୍ଣ୍ଣାଙ୍ଗ ବଜେଟ ଆଣିପାରନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ...

ନୀରବଙ୍କ ହାଜତ ମିଆଦ ୨୫ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି

ଲଣ୍ଡନ,୨୮-୬: ବ୍ରିଟେନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ଗୁରୁବାର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ ହାଜତ ମିଆଦକୁ ଜୁଲାଇ ୨୫ ତାରିଖ ଯାଏ ବୃଦ୍ଧି କରିଛନ୍ତି।...

କର୍ପୋରେଟ ଟିକସ ହ୍ରାସ; ଶୀର୍ଷ ୧୦୦୦ କମ୍ପାନୀଙ୍କୁ ହେବ ୩୭ ହଜାର କୋଟିର ଫାଇଦା

ନୂଆଦିଲ୍ଲୀ,୨୩-୯: ସରକାରଙ୍କ ପକ୍ଷରୁ କର୍ପୋରେଟ ଟିକସ ହ୍ରାସ ଘୋଷଣା କରାଯିବା ଦ୍ୱାରା ତାଲିକାଭୁକ୍ତ ଶୀର୍ଷ ୧ ହଜାର କମ୍ପାନୀଙ୍କୁ ପ୍ରାୟ ୩୭ ହଜାର କୋଟି ଟଙ୍କାର...

୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ପାଇଁ ୯% ବିକାଶ ହାର ଲୋଡା

ମୁମ୍ବାଇ,୧୩-୧: ୨୦୨୪-୨୫ ବେଳକୁ ଦେଶର ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ହେଲେ ବାର୍ଷିକ ୯% ହାରରେ ଜିଡିପି ଅଭିବୃଦ୍ଧି...

ଅଭିବୃଦ୍ଧି ପୂର୍ବାନୁମାନ ୫.୬%କୁ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୧୫-୧୧: ୨୦୧୯ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ବୁଧବାର ୫.୬%କୁ ଖସାଇ ଦେଇଛି। ଦେଶର ଅର୍ଥ ବ୍ୟବସ୍ଥାରେ ଆସିଥିବା ଚାହିଦା ହ୍ରାସକୁ...

ସିଏସ୍‌ଆର୍‌ ଉଲ୍ଲଂଘନ ହେଲେ ଜେଲ୍‌;ପ୍ରତ୍ୟାହାର ନେଇ ବିଚାର କରିବେ ସୀତାରାମନ୍‌

ନୂଆଦିଲ୍ଲୀ,୧୧-୮: କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ୱ(ସିଏସ୍‌ଆର୍‌) ସର୍ତ୍ତ ଉଲ୍ଲଂଘନ ହେବା କ୍ଷେତ୍ରରେ ଜେଲ୍‌ର ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ନେଇ ବିଚାର କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା...

ଚିପ୍ସରେ ବ୍ୟବହୃତ ଆଳୁ କିସମ ଚାଷ ;ଚାଷୀଙ୍କୁ ଅଦାଲତକୁ ଟାଣିଲା ପେପ୍ସିକୋ

ନୂଆଦିଲ୍ଲୀ,୨୬-୪: ଆଳୁ ଚାଷ କରି ଏବେ ଗୁଜରାଟର ୯ ଜଣ ଚାଷୀ ଅଡୁଆରେ ପଡିଯାଇଛନ୍ତି। ସେମାନଙ୍କୁ ଏବେ ଅଦାଲତଙ୍କ ଚକ୍କର କାଟିବାକୁ ପଡୁଛି। ସେମାନେ ସ୍ବତନ୍ତ୍ର...

ଚାହିଦା ପୂରଣ ଲାଗି ପିଆଜ ଆମଦାନୀ କରୁଛି ଏମ୍‌ଏମ୍‌ଟିସି

ନୂଆଦିଲ୍ଲୀ,୭-୧୨: ରାଷ୍ଟ୍ରାୟତ୍ତ ଟ୍ରେଡିଂ କମ୍ପାନୀ ଏମ୍‌ଏମ୍‌ଟିସି ବିଦେଶରୁ ପିଆଜ ଆମଦାନୀ କରୁଛି। ଚାହିଦା ପୂରଣ ଏବଂ ଦରବୃଦ୍ଧିକୁ ରୋକିବା ଲାଗି ଏମଏମ୍‌ଟିସି ଏଭଳି ପଦକ୍ଷେପ ଗ୍ରହଣ...

Leave a comment

Your email address will not be published. Required fields are marked *