ବସ୍‌ ଧକ୍କାରେ ଗୋରୁ ମୃତ, ଆଇଟିଆଇ ଛାତ୍ର ଆହତ, ଉତ୍ୟକ୍ତ ଛାତ୍ରଙ୍କ ରାସ୍ତାରୋକୋ

ହିଞ୍ଜିଳିକାଟୁ, ୨୮।୧୦(ଡି.ଏନ୍‌.ଏ)-ପୋଚିଲିମା ଛକ ନିକଟ ଜାତୀୟ ରାଜପଥରେ ସୋମବାର ସନ୍ଧ୍ୟାରେ ଏକ ବସ୍‌ ଧକ୍କା ଦେବାରୁ ଗୋଟିଏ ଗୋରୁର ମୃତ୍ୟୁ ଘଟିଥିବା ବେଳେ ଜଣେ ଆଇଟିଆଇ ଛାତ୍ର ଆହତ ହୋଇଛନ୍ତି। ସେ ହେଲେ ଉତ୍ତମ କୁମାର ଗୌଡ଼। ବସ ଚାଳକଙ୍କ ବେପରୁଆ ଚାଳନା ପ୍ରତିବାଦରେ ଆଇଟିଆଇ ଛାତ୍ର ପ୍ରାୟ ଅଧଘଣ୍ଟା ଯାଏ ଜାତୀୟ ରାଜପଥ ନଂ.୫୯କୁ ଅବରୋଧ କରିଥିଲେ। ସ୍ଥାନୀୟ ପୋଲିସ ପହଞ୍ଚତ୍ ଉତ୍ୟକ୍ତ ଛାତ୍ରଙ୍କୁ ବୁଝାଶୁଝା କରିବା ପରେ ଅବରୋଧ ହଟିଥିଲା।
ପ୍ରକାଶ ଯେ, ସନ୍ଧ୍ୟାରେ ପୋଚିଲିମାସ୍ଥିତ ହିଞ୍ଜିଳିକାଟୁ ସରକାରୀ ଆଇଟିଆଇର ଛାତ୍ର ଉତ୍ତମ ଏକ ବାଇକ୍‌ରେ କଲେଜରୁ ନିଜ ଗ୍ରାମ ଶ୍ରଦ୍ଧାପୁରକୁ ଯାଉଥିଲେ। ଏହି ସମୟରେ ବିପରିତ ଦିଗରୁ ଆସୁଥିବା ସିଟିବସ ପୋଚିଲିମା ଛକ ନିକଟରେ ପ୍ରଥମେ ଏକ ଗୋରୁକୁ ରାସ୍ତା ପାର୍ଶ୍ୱରେ ଧକ୍କା ଦେଇଥିଲା। ପରେ ଭାରସାମ୍ୟ ହରାଇ ବାଇକ୍‌କୁ ପଛରୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ ଆରୋହୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉତ୍ତମଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୋଲିସ ଦୁର୍ଘଟଣାଗ୍ରସ୍ତ ବସ ଓ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।


All Right Reserved By Dharitri.Com

ଆମ ଗାଁ ଆମ ବିକାଶ ଯୋଜନା : ରାଁସୋଳ ଶ୍ରେଷ୍ଠ ପଞ୍ଚାୟତଭାବେ ପୁରସ୍କୃତ

କାଳିଆପାଣି,୫।୯(ଡି.ଏନ୍‌.ଏ.)- ରାଜ୍ୟ ସରକାରଙ୍କ ‘ଆମ ଗାଁ ଆମ ବିକାଶ’ ଯୋଜନାର ସଫଳ ରୂପାୟନ ନେଇ ବୁଧବାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ରାଁସୋଳ ପଞ୍ଚରାୟତକୁ ଶ୍ରେଷ୍ଠ ପଞ୍ଚାୟତଭାବେ...

ସନ୍ଦେହଜନକ ଭାବେ ବୁଲୁଥିବା ୪ ଯୁବକଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ପଦ୍ମପୁର,୨।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆରୁହା ନଇଛଣପୁରଠାରେ ବିଳମ୍ବିତ ରାତିରେ ସନ୍ଦେହଜନକ ଭାବେ ବୁଲୁଥିବା ୪ ଜଣ ଯୁବକଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ।...

ମଦ ପିଆକୁ କେନ୍ଦ୍ର କରି ଭୁଜାଲି ମାଡ଼: ଜଣେ ମୃତ, ୪ ଗୁରୁତର

ସୋହେଲା,୯।୧୦(ଡି.ଏନ.ଏ.): ବରଗଡ ଜିଲା ସୋହେଲାରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଖେଳ ପଡ଼ିଆରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଦେଖିବାକୁ ପଶ୍ଚିମ ଓଡ଼ିଶା...

ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଲାଗି ବୁଲିବ ମାସ୍କଟ୍‌

ଭଦ୍ରକ ଅଫିସ,୧୬।୧୨: ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଭଦ୍ରକରେ ଅନୁଷ୍ଠିତ ହେବ। ତେଣୁ ଜିଲାରେ ସଚେତନତା ପାଇଁ ଏକ ମାସ୍କଟକୁ...

ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ବାଦ୍‌: ଧାରଣାରେ ବସିଲେ ଆବେଦନକାରୀ

ଖଇରା, ୧୮।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବହୁ ଗରିବ ପରିବାର ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ବାଦ୍‌ ପଡିଛନ୍ତି। ଏହାର ପ୍ରତିବାଦ କରି...

ଓକିଲଙ୍କ ଆକ୍ରମଣକୁ ନିନ୍ଦା

ବ୍ରହ୍ମପୁର ଅଫିସ୍‌,୮ା୧୧-ଦିଲ୍ଲୀର ତିସ୍‌ହଜାରୀ କୋର୍ଟ ପରିସରରେ ଜଣେ କାର୍ଯ୍ୟରତ ଓକିଲଙ୍କ ଉପରକୁ ଦିଲ୍ଲୀ ପୋଲିସର ଗୁଳିଚାଳନାକୁ ନେଇ ଗଞ୍ଜାମ ଓକିଲ ସଂଘ ବରିଷ୍ଠ ସଦସ୍ୟମାନେ ନିନ୍ଦା...

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ: ତଦନ୍ତ ଦାବି କଲେ ହିତାଧିକାରୀ

ଛେଣ୍ଡିପଦା, ୧୨ା୧୦ (ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ହିତାଧିକାରୀ। ଏ ନେଇ ଶୁକ୍ରବାର...

ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗ: ପ୍ରତିବାଦରେ ଧାରଣା

ଗୋପ,୨୫।୧: ପୁରୀ ଜିଲା ଗୋପ କଲେଜର ଅଧ୍ୟାପକ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଶନିବାର ଛାତ୍ରୀଛାତ୍ର କାର୍ଯ୍ୟାନୁଷ୍ଠାନ ଦାବିରେ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି।...

Leave a comment

Your email address will not be published. Required fields are marked *