ଆଶ୍ରୟସ୍ଥଳୀ ପରିଚାଳନାରେ ସ୍ଥାନୀୟ ସହଭାଗିତା

ଶୁଭନାରାୟଣ ଶତପଥୀ

ମହାବତ୍ୟାର ଅନୁଭୂତିକୁ କୋଡିଏ ବର୍ଷ ହୋଇଥିଲେ ମଧ୍ୟ ୧୯୯୯ ଅକ୍ଟୋବର ୨୯ ତାରିଖରେ ପ୍ରକୃତିର ଭୟଙ୍କର ରୂପ ଏବେ ବି ଆଖି ଆଗରେ ନାଚି ଉଠେ। ଭୂଇଁରେ ଲୋଟି ଯାଉଥିବା ମହାଦ୍ରୁମ, ଉଡିଯାଉଥିବା ଛପର, ବୁଡି ଯାଉଥିବା ମଣିଷ, ସାଗରର ବିଶାଳ ଢ଼େଉକୁ ଭୁଲିପାରି ନାହାନ୍ତି ଜନସାଧାରଣ। ଅନୁଷ୍ଠାନ, ସରକାର ଏହାର ଭୟାବହତାକୁ ଉପଲବ୍ଧି କରି ପ୍ରତିବର୍ଷ ପ୍ରସ୍ତୁତି ଓ ସମୀକ୍ଷା କରନ୍ତି ବିପର୍ଯ୍ୟୟ ପରିଚାଳନା ଯୋଜନାର। କାରଣ ଓଡ଼ିଶାର ୪୮୦କି.ମି. ବ୍ୟାପୀ ସୁଦୀର୍ଘ ଉପକୂଳ ହେଉଛି ବାତ୍ୟାପ୍ରବଣ। ମହାବାତ୍ୟା ରଚିଯାଇଥିବା ତାଣ୍ଡବରୁ ଶିକ୍ଷାଲାଭ କରି ବିପର୍ଯ୍ୟୟ ପରିଚାଳନା ଯୋଜନାର ଏକ ଅଂଶସ୍ବରୂପ ଆଶ୍ରୟସ୍ଥଳୀ ପରିଚାଳନା ଓ ତତ୍‌ସମ୍ପର୍କୀୟ କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରିବାକୁ ସମସ୍ତେ ଆଗଭର। କାରଣ ଆଶ୍ରୟସ୍ଥଳୀ ହେଉଛି ପ୍ରକୃଷ୍ଟ ସ୍ଥଳ ଯାହା ସଂଲଗ୍ନ ଗ୍ରାମଗୁଡିକର ଅଧିବାସୀ ଏକାଠି ହୁଅନ୍ତି ନିଜର ସମ୍ବଳ ଓ ଦୁର୍ବଳ ସ୍ଥିତିର ସମୀକ୍ଷା କରିବାକୁ। ମହାବାତ୍ୟାର ଅଭିଜ୍ଞତାରୁ ଜନ୍ମଲାଭ କରିଥିବା ଆଶ୍ରୟସ୍ଥଳୀ ଓ ତା’ର ରକ୍ଷଣାବେକ୍ଷଣ ଦାୟିତ୍ୱ ସମ୍ପୃକ୍ତ ଗ୍ରାମପଞ୍ଚାୟତ ତଥା ସ୍ଥାନୀୟ ବାସିନ୍ଦାଙ୍କ ଉପରେ ନ୍ୟସ୍ତ। ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ କମିଟି ମଧ୍ୟ ଗଠନ କରାଯାଇଛି। ଏଥିରେ ସ୍ଥାନୀୟ ଡାକ୍ତରଖାନା ଓ ପଞ୍ଚାୟତର ପ୍ରତିନିଧି, ଅଙ୍ଗନଓ୍ବାଡି କର୍ମୀ, ଶିକ୍ଷକ, ସ୍ବୟଂ ସହାୟକ ଗୋଷ୍ଠୀ, ଏନ୍‌ଜିଓ କର୍ମୀ ଆଦି ସଦସ୍ୟ ରହିଛନ୍ତି। ସ୍ଥାନୀୟ ସରପଞ୍ଚ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି।
ଓଡ଼ିଶାର ବାତ୍ୟା ଓ ବନ୍ୟାପ୍ରବଣ ଜିଲାଗୁଡିକରେ ଧନଜୀବନର ସୁରକ୍ଷା ପାଇଁ ଅଦ୍ୟାବଧି ୮୦୦ରୁ ଊର୍ଦ୍ଧ୍ୱ ବାତ୍ୟା ଓ ବନ୍ୟା ନିରୋଧୀ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି, ଯାହାକୁ ବିପର୍ଯ୍ୟୟ ସମୟ ବ୍ୟତୀତ ବହୁମୁଖୀ କାର୍ଯ୍ୟରେ ବ୍ୟବହାର କରାଯିବା ପାଇଁ ପରିକଳ୍ପନା କରାଯାଇଛି। ତେବେ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ଅନ୍ତରୀଣ ଗ୍ରାମସମୂହକୁ ନେଇ ପଚାଶରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀ ସଂଗଠନର ସହଭାଗିତାରେ ଜରୁରୀ ପରିସ୍ଥିତିର ମୁକାବିଲା ଉଦ୍ଦେଶ୍ୟରେ ଉଦ୍ଧାରକାର୍ଯ୍ୟ, ପ୍ରାଥମିକ ଚିକିତ୍ସା, ପରାମର୍ଶ ଆଦି ପାଇଁ ଦଳଗଠନ ଓ ତାଲିମ ବ୍ୟବସ୍ଥା ହୋଇଛି। ସେଠାରେ ପ୍ରତିବର୍ଷ ମକ୍‌ଡ୍ରିଲ ମଧ୍ୟ କରାଯାଏ। ଏହା ବ୍ୟତୀତ ଉକ୍ତ ଆଶ୍ରୟସ୍ଥଳୀଗୁଡିକରେ ୪୦ରୁ ଊର୍ଦ୍ଧ୍ୱ ପ୍ରକାରର ଜରୁରିକାଳୀନ ଆବଶ୍ୟକତା ଯଥା: ଦଉଡି, ଜରି, ରନ୍ଧାଖାଦ୍ୟ ପାଇଁ ବାସନକୁସନ, ଲାଇଟ୍‌, ଫ୍ୟାନ, ଜେନେରେଟର, ପ୍ରାଥମିକ ଚିକିତ୍ସା ବାକ୍ସ ଆଦି ଯୋଗାଇ ଦିଆଯାଇଛି, ଯାହା ଦୁର୍ବିପାକ ସମୟରେ ଲୋକଙ୍କ କାର୍ଯ୍ୟରେ ଆସିବ। ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଗୁଡିକରେ ସ୍ଥାନୀୟ ବାସିନ୍ଦାଙ୍କ ଚଳପ୍ରଚଳ ଏବଂ ଆସବାବପତ୍ରର ବ୍ୟବହାର ସହିତ ଉକ୍ତ ଆଶ୍ରୟସ୍ଥଳୀ ପାଇଁ ସମ୍ବଳ ସୃଷ୍ଟିକଲେ ଏହା ଜରୁରୀ ପରିସ୍ଥିତି ବେଳକୁ ବ୍ୟବହାର ଉପଯୋଗୀ ହୋଇ ରହିଥିବ। ନଚେତ୍‌ ଦରକାରୀ ଜିନିଷ ଦରକାର ବେଳକୁ ଅକାମୀ ହୋଇସାରିଥିବ।
ଅପରପକ୍ଷରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନଙ୍କ ମଧ୍ୟରେ ଯେଉଁମାନେ ଉଚ୍ଚଶିକ୍ଷିତ, କର୍ମଠ ଓ କୁଶଳୀ ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଜଗାର ଅନ୍ବେଷଣରେ ବାହାରକୁ ଚାଲିଗଲା ପରେ ଯେଉଁମାନେ ରହୁଛନ୍ତି ସେମାନଙ୍କର ଦକ୍ଷତା ବୃଦ୍ଧି କରି ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ କିପରି କରାହେବ ତାହା ସମ୍ପୃକ୍ତ ସରପଞ୍ଚଙ୍କ ଉପରେ ନିର୍ଭର କରେ। ତେବେ ଏମିତି କିଛି ସ୍ଥାନୀୟ ଲୋକ ଅଛନ୍ତି, ଯେଉଁମାନେ ଦୃଷ୍ଟି ଆଢୁଆଳରେ ଆଶ୍ରୟସ୍ଥଳୀର ବିଦ୍ୟୁତ୍‌ ତାର, ବଲ୍‌ବ, ସୁଇଚ୍‌ ଆଦି ଅନ୍ୟାନ୍ୟ ଉପକରଣ ଚୋରାଇ ନେବାକୁ ଭୁଲନ୍ତି ନାହିଁ। ଫଳରେ ଜରୁରୀ ସମୟରେ ଏସବୁ ଜିନିଷ କାମରେ ଲାଗିପାରି ନ ଥାଏ। ତା’ଛଡା ସ୍ଥାନୀୟ ଉଦ୍ୟୋକ୍ତା, ଉଚ୍ଚଶିକ୍ଷିତ ବ୍ୟକ୍ତିସମୂହଙ୍କ ଲକ୍ଷ୍ୟ ଆଶ୍ରୟସ୍ଥଳୀ ଉପରେ କେନ୍ଦ୍ରୀଭୂତ ନ ହେବା କାରଣରୁ ସେଠାରେ ଧନ୍ଦାମୂଳକ ଶିକ୍ଷା, ଟ୍ୟୁଶନ ସେଣ୍ଟର, ବିବାହ, ବ୍ରତ ଆଦି କାର୍ଯ୍ୟ ଆଖିଦୃଶିଆ ରୂପେ କରାଯାଇ ପାରୁନାହିଁ। ଫଳରେ ଆଶ୍ରୟସ୍ଥଳୀ ତା’ର ରକ୍ଷଣାବେକ୍ଷଣ ନିମନ୍ତେ ଏକ ବଡ଼ ସମ୍ବଳ ହରାଉଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏଣୁ ଏହି ଆଶ୍ରୟସ୍ଥଳୀରେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥାନୀୟ ସ୍ବେଚ୍ଛାସେବୀ ସଙ୍ଗଠନ, ସ୍ବୟଂସହାୟକ ଗୋଷ୍ଠୀ ଓ ଯୁବକ ସଂଘର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ମନେହୁଏ।
ଓଡ଼ିଶାର ଉପକୂଳ ଅଞ୍ଚଳର ଅଧିବାସୀମାନେ ଗୋଟିଏ ପରେ ଗୋଟିଏ ବାତ୍ୟାର ସାମ୍‌ନା କରି ଆସୁଛନ୍ତି। ଆମକୁ ବାତ୍ୟାର ପ୍ରଭାବକୁ ହ୍ରାସ କରିବାକୁ ଅନେକ ପଦକ୍ଷେପ ନେବାକୁ ପଡିବ। ସେଥିପାଇଁ ଆଶ୍ରୟସ୍ଥଳୀ ପରିଚାଳନା କମିଟିର ପଞ୍ଜୀକରଣ ସହିତ ସ୍ଥାନୀୟ ଅଞ୍ଚଳର ଜୀବିକା, ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ସରକାରୀ ଓ ବେସରକାରୀ ସହାୟତା କ୍ରମେ ପାଣ୍ଠି ଯୋଗାଇଦେଲେ ଏହା ସ୍ଥାନୀୟ ମାନବସମ୍ବଳକୁ ଧରି ରଖିପାରନ୍ତା ଓ ସେମାନଙ୍କୁ ରୋଜଗାର ଯୋଗାଇପାରନ୍ତା। ଏହି ସହଭାଗିତା ସୃଷ୍ଟି କରିବ ସାମଗ୍ରିକ ବିକାଶର ସୁଯୋଗ ଓ ଏହି ବିକାଶର ପ୍ରାଣକେନ୍ଦ୍ର ପାଲଟିବ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ। ଏହାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ ହେଲେ ହୁଏତ ବାତ୍ୟା ଆଶ୍ରୟସ୍ଥଳୀ ସଦା ପ୍ରସ୍ତୁତ ହୋଇ ରହିଥିବ। ଏହା ନିଶ୍ଚିତ ଯେ, ଯେତେବେଳେ ବାତ୍ୟା, ବନ୍ୟା ଭଳି ଦୁର୍ବିପାକ ମାଡିଆସେ ସେତେବେଳେ ନିଜ ଘରଠାରୁ ଏହି ଆଶ୍ରୟସ୍ଥଳୀ ବେଶି ସୁରକ୍ଷିତ ମନେହୁଏ। ଏଣୁ ଯେଉଁଭଳି ଆମେ ନିଜ ଘରକୁ ସୁରକ୍ଷିତ ରଖିବା ପାଇଁ ଧୂଳି ଜମିବାକୁ ନ ଦେବା ସହ ଟିକେ ଖଣ୍ଡିଆଖାବରା ହେଲେ ମରାମତି କରୁ ସେହିଭଳି ଆଶ୍ରୟସ୍ଥଳୀକୁ ସୁରକ୍ଷିତ ରଖିପାରିଲେ ଏହା ଜରୁରୀ ସ୍ଥିତିରେ ଧନଜୀବନର ସୁରକ୍ଷା କରିପାରିବ । ନଚେତ୍‌ ଅବହେଳାର ଶିକାର ହୋଇ ଲକ୍ଷାଧିକ ଅର୍ଥ ବ୍ୟୟରେ ନିର୍ମିତ ଏହି ଆଶ୍ରୟସ୍ଥଳୀଗୁଡିକ ଭୂତକୋଠିରେ ପରିଣତ ହେବା ସାର ହେବ। ଆଉ ବିପତ୍ତି ସମୟରେ ସ୍ଥାନୀୟ ଲୋକଙ୍କ ଆଶ୍ରୟର ଆଶା ମଉଳିଯିବ ଓ ମଣିଷ ଝଡ଼ର ଗର୍ଜନରେ ହଜିଯାଇଥିବ। ବେଳହୁଁ ସତର୍କ ହୋଇ ପଦକ୍ଷେପ ନେଲେ ବିପର୍ଯ୍ୟୟ ସହ ଅନେକ ସମସ୍ୟାର ଦୀର୍ଘ ଓ ସ୍ଥାୟୀ ସମାଧାନ ହୋଇପାରିବ।
ବିଜିପୁର, ବ୍ରହ୍ମଗିରି, ପୁରୀ,
ମୋ-୯୪୩୮୪୩୨୦୨୩


All Right Reserved By Dharitri.Com

ଗୀତାର ପ୍ରାସଙ୍ଗିକତା

ଶରତ ଚନ୍ଦ୍ର ମିଶ୍ର ମହାଭାରତ ଯୁଦ୍ଧ କଥା ପ୍ରାୟ ସମସ୍ତେ ଜାଣନ୍ତି। ସେହି ମହାଭାରତରେ ଭୀଷ୍ମ ପର୍ବର ୩ୟ ଅଧ୍ୟାୟରୁ ୪୨ ଅଧ୍ୟାୟକୁ ‘ଭଗବତ୍‌ ଗୀତା’...

ମଦବିରୋଧୀ ଆନ୍ଦୋଳନ ତେଜିବା ଦରକାର

ରଘୁନାଥ ମହାପାତ୍ର ଏକ ନିଶାମୁକ୍ତ ସମାଜ ଓ ରାଷ୍ଟ୍ର ଗଠନ ପାଇଁ ସରକାରୀ ଓ ବେସରକାରୀ ସ୍ତରରୁ ବିଭିନ୍ନ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ବି ଗିରିପଥ ଅତିକ୍ରମ କରିପାରେ। ଗଭୀର ଅଧ୍ୟବସାୟ ଓ ଆତ୍ମବିଶ୍ୱାସ ବଳରେ କୌଣସି ବ୍ୟକ୍ତି ନିଶ୍ଚୟ ସଫଳ ହୋଇପାରନ୍ତି। ଉତ୍ତରପ୍ରଦେଶ...

‘ସୋଲୋ’ର ସ୍ରଷ୍ଟା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ରବୀନ୍ଦ୍ରନାଥ ଟାଗୋର ଲିଟେରାରି ଆଓ୍ବାର୍ଡ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତି ଲାଗି ପ୍ରଦାନ କରାଯାଉଛି। ଏହି ପୁରସ୍କାର ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ...

ବଜାଜଙ୍କ ବାଜିମାତ

ଭାରତରେ ୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୪.୫ ପ୍ରତିଶତକୁ ଖସିଆସିଥିବା ରିପୋର୍ଟ ନିକଟରେ ପ୍ରକାଶ ପାଇଛି। ଏ ଦେଶରେ ସବୁ...

ଏଇ ଭାରତରେ

ଆଜିକାଲି ମଣିଷର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଆବଶ୍ୟକ କରୁଥିବା ବ୍ୟକ୍ତିଠାରେ ପ୍ରତିରୋପଣ କରାଯାଇ ପାରୁଛି। ତେଣୁ ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ମାନବ ଅଙ୍ଗର ଉପଯୋଗିତା ଖୁବ୍‌...

ଭାରତ ଓ ଆଣବିକ ଶକ୍ତି

ଇଂ. ମାୟାଧର ସ୍ବାଇଁ ଭାରତ ୧୯୯୮ ମସିହା ମେ ୧୧ ତାରିଖରେ ତିନୋଟି ଓ ୧୩ ତାରିଖରେ ଦୁଇଟି ଆଣବିକ ପରୀକ୍ଷା କରି ନିଜକୁ ଆଣବିକ...

ଋଣ ପରିଶୋଧ

ରଞ୍ଜନ କୁମାର ଦାସ ଭାରତୀୟ ପ୍ରଶାସନିକ ସେବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିକଟରେ ଚଣ୍ଡିଗଡ଼ ଯାଇଥିଲି। ମାସେକାଳ ଧରି ଚାଲିବାକୁ ଥିବା ଏହି...

Leave a comment

Your email address will not be published. Required fields are marked *