Posted inଖେଳ

ଓ୍ବାର୍ନର, ସ୍ମିଥ୍‌ଙ୍କୁ ଦର୍ଶକଙ୍କ ଥଟ୍ଟା ପରିହାସ

ସାଉଥାମ୍ପଟନ (ୟୁକେ), ୨୬ା୫ (ପି.ଟି.)- ବିଶ୍ୱକପ୍‌ ପୂର୍ବରୁ ଶନିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଏକ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଏବଂ ଷ୍ଟିଭ ସ୍ମିଥ୍‌ଙ୍କୁ ଦର୍ଶକଙ୍କଠାରୁ ଥଟ୍ଟାର ପରିହାସର ସମ୍ମୁଖୀନ ହେବାକୁ ପଡ଼ିଛି। ଦକ୍ଷିଣ ଆଫ୍ରିକାରେ ଏକ ଟେଷ୍ଟ ମ୍ୟାଚବେଳେ ବଲ୍‌ ଟ୍ୟାମ୍ପରିଂ ସ୍କାଣ୍ଡାଲରେ ସମ୍ପୃକ୍ତିକୁ ଏକ ବର୍ଷ ଧରି ବାସନ୍ଦ ଦଣ୍ଡ ଭୋଗିବା ପରେ ଚଳିତ ମାସ ପ୍ରାରମ୍ଭରେ ଓ୍ବାର୍ନର ଓ ସ୍ମିଥ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟଙ୍କ ବାସନ୍ଦ ଦଣ୍ଡ ମିଆଦ ମାର୍ଚ୍ଚ ୨୯ରେ ଶେଷ ହୋଇଛି। ଓ୍ବାର୍ମଅପ୍‌ ମ୍ୟାଚରେ ଟସ୍‌ ହାରି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଥିଲା। ଓପନିଂ ବ୍ୟାଟ୍ସମ୍ୟାନ ଓ୍ବାର୍ନର ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ସହିତ ପ୍ରଥମେ ବ୍ୟାଟିଂ କରିବାକୁ ଆସୁଥିବାବେଳେ ଦର୍ଶକଙ୍କ ଆଡୁ ନାନା ଟାହୁଲି ଟାପରା ଶୁଣିବାକୁ ମିଳିଥିଲା। ”ଗେଟ୍‌ ଅଫ୍‌ ଓ୍ବାର୍ନର ୟୁ ଚିଟ୍‌’ ବୋଲି ଜଣେ ଦର୍ଶକ କହୁଥିବା ଶୁଣିବାକୁ ମିଳିଥିଲା। ଓ୍ବାର୍ନର ୪୩ ରନ କରି ଆଉଟ ହୋଇଥିଲେ। ୧୭ତମ ଓଭରରେ ଅଷ୍ଟ୍ରେଲିଆ ୨ ଉଇକେଟ ବିନିମୟରେ ୮୨ ରନ କରିଥିବାବେଳେ ସ୍ମିଥ୍‌ ଯେତେବେଳେ ବ୍ୟାଟିଂ କରିବାକୁ ଆସିଲେ, ସେତେବେଳେ ଦର୍ଶକଙ୍କଠାରୁ ଅଧିକ ଟିପ୍ପଣୀ ଶୁଣିବାକୁ ମିଳିଥିଲା। ସ୍ମିଥ୍‌ ବ୍ୟାଟିଂ କରିବାକୁ ଆସୁଥିବାବେଳେ କେତେଜଣ ତାଙ୍କୁ ”ଚିଟ୍‌,ଚିଟ୍‌, ଚିଟ୍‌“ ବୋଲି କହିଥିଲେ। ତେବେ ସେ ସମୟରେ ଜଣେ ଅଷ୍ଟ୍ରେଲୀୟ ସମର୍ଥକ ”ଗେଟ୍‌ ‘ଏମ୍‌ ଷ୍ଟିଭ୍‌!“ ବୋଲି କହି ସ୍ମିଥ୍‌ଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଥିବା ଲକ୍ଷ୍ୟ କରାଯାଇଥିଲା। କିନ୍ତୁ ସ୍ମିଥ୍‌ ଅର୍ଦ୍ଧ ଶତକ ହାସଲ କରିବା ମାତ୍ରେ ତାଙ୍କ ପ୍ରତି ଆକ୍ଷେପମୂଳକ ଟିପ୍ପଣୀ କମ୍‌ ଶୁଣାଯାଇଥିଲା ଏବଂ ବ୍ୟାଟିଂ ପାଇଁ ସାବାସୀ ଶୁଣିବାକୁ ମିଳିଥିଲା। ମ୍ୟାଚରେ ଟପ୍‌ ସ୍କୋର ସ୍ମିଥ୍‌ ୧୦୨ ବଲ୍‌ରେ ୧୧୬ ରନ ସଂଗ୍ରହ କରିଥିବାବେଳେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ବିନିମୟରେ ୨୯୭ ରନ କରିଥିଲା। ଇଂଲଣ୍ଡ ଗତ ବୁଧବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଅନ୍‌ଅଫିସିଆଲ ମ୍ୟାଚ ଖେଳିଥିଲା। ସେଦିନ ଷ୍ଟାଡିୟମରେ ମାତ୍ର ୩୦ଜଣ ଦର୍ଶକ ଉପସ୍ଥିତ ଥିଲେ। ମାତ୍ର ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ଓ୍ବାର୍ମଅପ୍‌ ମ୍ୟାଚ ଦେଖିବାଲାଗି ବହୁ ସଂଖ୍ୟାରେ ଦର୍ଶକ ଆସିଥିଲେ।


All Right Reserved By

Posted inଖେଳ

ବିଶ୍ୱକପ୍‌ରେ ରୋହିତଙ୍କ ଦ୍ୱିତୀୟ ଶତକ

ମାଞ୍ଚେଷ୍ଟର,୧୬ା୬(ପିଟି): ଭାରତୀୟ ଓପନର ରୋହିତ ଶର୍ମା ଏଠାରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଶତକ ଲଗାଇଛନ୍ତି। ସେ ୮୯ ବଲରୁ ୧୦୪ ରନ୍‌ କରି...

ଶର୍ଟ କଟ୍‌ ନେବାକୁ ଅର୍ଜୁନଙ୍କୁ ମନା କରିଛନ୍ତି ସଚିନ

ମୁମ୍ବାଇ,୨୭।୫(ପିଟି)- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବାପା ସଫଳ ହେବା ପାଇଁ କୌଣସି ସହଜ ବାଟ ଆପଣେଇବାକୁ ମନା କରିଥିଲେ। ସମାନ କଥାକୁ ସେ ପୁଅ...

ଫାଇନାଲରେ ହକି ଓଡ଼ିଶା

କଟକ ଅଫିସ,୨୨ା୫- ହକି ଇଣ୍ଡିଆ ଆନୁକୂଲ୍ୟରେ ଛତିଶଗଡ଼ର ରାୟପୁରଠାରେ ଚାଲିଥିବା ୯ମ ସବ୍‌ଜୁନିୟର ବାଳକ ଜାତୀୟ ଚାମ୍ପିୟନଶିପ-୨୦୧୯ (ଡିଭିଜନ-ଏ)ରେ ହକି ଓଡ଼ିଶା ଦଳ ଫାଇନାଲରେ ପ୍ରବେଶ...

ପଦାର୍ପଣ ମ୍ୟାଚ୍‌ରେ ୧୦ ରନ୍‌ ଦେଇ ୭ ଉଇକେଟ୍‌ ନେଇ ଇତିହାସ ରଚିଲେ ୧୭ ବର୍ଷୀୟ ରାଜ୍‌

ନ୍ୟୁୟର୍କ, ୯।୭: ପଦାର୍ପଣ ମ୍ୟାଚ୍‌ରେ ୧୦ ରନ୍‌ ଦେଇ ୭ ଉଇକେଟ୍‌ ନେଇ ଇତିହାସ ରଚିଛନ୍ତି ୧୭ ବର୍ଷୀୟ ବୋଲର ରାଜ୍‌ ବ୍ୟାସ। ୟୁଏସ୍‌ ଅଣ୍ଡର-୧୯...

ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ କ୍ଷମା ମାଗିଲେ ବେନ୍‌ ଷ୍ଟୋକ୍ସ, ଜାଣନ୍ତୁ କାହିଁକି

ଲର୍ଡସ, ୧୫।୭: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର...

ଆଫଗାନିସ୍ତାନକୁ ହରାଇ ଶୀର୍ଷରେ ଇଂଲଣ୍ଡ

ମାଞ୍ଚେଷ୍ଟର, ୧୯।୬(ପି.ଟି.)- ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ମଙ୍ଗଳବାର ଖେଳାଯାଇଥିବା ବିଶ୍ୱକପ୍‌ର ୨୪ତମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ବୃହତ୍‌ ୧୫୦ ରନରେ ପରାସ୍ତ କରିଛି।...

କିର୍ଗିଅସଙ୍କୁ ଜରିମାନା

ସିନ୍‌ସିନାଟି,୧୬।୮(ଏଏଫ୍‌ପି): ସିନ୍‌ସିନାଟି ମାଷ୍ଟର୍ସରେ କୋର୍ଟ ବାହାରେ ର଼୍ୟାକେଟ ଭାଙ୍ଗିବା ଓ ଚେୟାର ଅମ୍ପାୟରଙ୍କୁ ଗାଳି ଦେବା ଲାଗି ବିବାଦୀୟ ଅଷ୍ଟ୍ରେଲିଆନ ତାରକା ଟେନିସ ଖେଳାଳି ନିକି...

ସୁଦିରମାନ କପ୍‌ରେ ପଦକ ଲକ୍ଷ୍ୟରେ ଭାରତ

ନାନ୍ନିଙ୍ଗ (ଚାଇନା), ୧୮।୫(ପି.ଟି.)- ଚାଇନାର ନାନ୍ନିଙ୍ଗଠାରେ ରବିବାରଠାରୁ ସୁଦିରମାନ କପ୍‌ର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଭାରତର ପି.ଭି. ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *