ଦୀପାବଳିରେ ଦୁର୍ଘଟଣା: ବାଣ ଫୁଟା ନେଲା ୨ ଜଣଙ୍କ ଜୀବନ

ଖଲ୍ଲିକୋଟ,୨୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଶ୍ୟାମସୁନ୍ଦରପୁର ଗଁା ଦଳିତ ସାହିରେ ଦୀପାବଳି ରାତିରେ ଏକ ଦୁର୍ଘଟଣା ଘଟିଛି। ବାଣ ଫୁଟାଉଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ୮ନଂ. ୱାର୍ଡ ଶ୍ୟାମସୁନ୍ଦରପୁର ଗଁାର ମାଧବ ଦାସ (୨୫) ଓ ଶ୍ରଦ୍ଧେୟ ଦାସ (ପିଣ୍ଟୁ) (୨୫)।
ପ୍ରକାଶ ଯେ, ରବିବାର ରାତିରେ ମାଧବ ଓ ପିଣ୍ଟୁ ମିଶି ବାଣ ଫୁଟାଉଥିଲେ। ଏହି ସମୟରେ ଅସାବଧାନତା କାରଣରୁ ଏକ ଉଚ୍ଚ ଶବ୍ଦ ସମ୍ପନ୍ନ ବାଣ ତାଙ୍କ ହାତରେ ଫୁଟିଥିଲା। ଫଳରେ ଉଭୟେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମାଧବଙ୍କର ମୃତ୍ୟୁ ହୋଇଥିଲା। ପିଣ୍ଟୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସେହିପରି ଖୋଜାପଲି ଗ୍ରାମର ଜଣେ ନାବାଳକ ମୁନା ଜେନା (୧୦) ଦୀପାବଳି ପାଳନ କରିବା ପାଇଁ ତାଙ୍କ ଅଜା ଘର କୈରାଶିକୁ ଆସିଥିଲେ। ସନ୍ଧ୍ୟାରେ ବାଣ ଫୁଟୁଥିଲା। ଫୁଟି ନ ଥିବା ଏକ ବାଣକୁ ମୁନା ଦେଖୁଥିବା ବେଳେ ତାହା ହଠାତ୍‌ ଫୁଟିଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ଖଲ୍ଲିକୋଟ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବହୁ ବେଆଇନ୍‌ ବାଣ ଦୋକାନ ଏବଂ ତିଆରି ସ୍ଥାନରୁ ବାଣ ଜବତ କରିଥିଲା। ଖଲ୍ଲିକୋଟ ବ୍ଲକ ଅଞ୍ଚଳରେ ଦୀପାବଳିରେ ବାଣ ଫୁଟାଉଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି।


All Right Reserved By Dharitri.Com

ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥ ମରାମତି କାର୍ଯ୍ୟରେ ବିଳମ୍ବ: ରାଜପଥ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଚଣ୍ଡିଖୋଲ,୬ା୧(ଡ଼ି.ଏନ.ଏ)- ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥ ଡେଥ୍‌ ଜୋନଭାବେ ପରିଗଣିତ ହେବା ପରେ ଜିଲା ପ୍ରଶାସନ ପାଇଁ ଚିନ୍ତା ବଢ଼ି ଯାଇଥିଲା। ସେଥିପାଇଁ ବାରମ୍ବାର ବୈଠକ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୩୦।୩: ଚଳିତ ବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତିନି ରଥ ନିର୍ମାଣ ଲାଗି ତୃତୀୟ ପର୍ଯ୍ୟାୟ ରଥ...

ଫାଇଲ୍‌ରେ ଅଟକିଛି ଭଦ୍ରକର ମାଷ୍ଟରପ୍ଲାନ

ଭଦ୍ରକ ଅଫିସ, ୪ା୩- ସରକାରଙ୍କ ଗେଜେଟ୍‌ ନୋଟିଫିକେସନ୍‌କୁ ଇତି ମଧ୍ୟରେ ୩ ବର୍ଷ ପୂରିଲା, ହେଲେ ଭଦ୍ରକ ମାଷ୍ଟର ପ୍ଲାନ ଭିତ୍ତିରେ ଆଶାତୀତ କାର୍ଯ୍ୟକାରୀ ହୋଇ...

ଗାଡି ଧକ୍କାରେ ଜଣଙ୍କ ଜୀବନ ଗଲା

ବଡ଼ବିଲ, ୧୨।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଏନ୍‌ଏଚ ୫୨୦ର ରୋଇଡା ଛକ ନିକଟରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି...

ପିଲାଙ୍କ ସହ ଡଙ୍ଗାରେ ବୁଲିଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୧୨।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ମହାସମାରୋହରେ ପାଳିତ ହୋଇଛି। ଭୋର୍‌ ସମୟରେ ମହିଳାମାନେ ସ୍ନାନ କରି ବିଭିନ୍ନ ଜଳାଶୟରେ...

ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାସୁଦେବପୁର,୧।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବରଣ୍ଡୁଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବରଣ୍ଡୁଆ ସେବା ସମବାୟ ସମିତିର ସଭାପତି ନଗେନ୍ଦ୍ର ବିଶ୍ୱାଳଙ୍କ ବାସଭବନରେ ଗୁରୁବାର...

ଲକ୍‌ଡାଉନ୍‌ ମାନୁନାହାନ୍ତି, ଔଷଧ ଆଣିବା ବାହାନାରେ ବାହାରେ ବୁଲୁଛନ୍ତି ଲୋକେ

ବାଲିଗୁଡ଼ା,୨୮।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବାକୁ ସାରାଦେଶ ଲକ୍‌ଡାଉନ୍‌ କରାଯାଇଛି। କେବଳ ଜରୁରୀ ସମୟରେ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଲୋକମାନେ ବାହାରକୁ ଯିବା ପାଇଁ...

ଟିକ୍‌ଟକ୍‌ ଶୁଟିଂ ବେଳେ ଦୁର୍ଘଟଣା : ଭିଣୋଇ ମୃତ, ଶାଳକ ଗୁରୁତର

ବ୍ରହ୍ମପୁର ଅଫିସ,୧୬ା୧-୧୬ନଂ. ଜାତୀୟ ରାଜପଥ ଖଜୁରିଆ ବାଇପାସ ନିକଟରେ ବୁଧବାର ସନ୍ଧ୍ୟାରେ ଟିକ୍‌ଟକ୍‌ ଶୁଟିଂ କରୁଥିବା ବେଳେ ଦୁର୍ଘଟଣା ଘଟିଛି। ବାଇକ୍‌ରେ ବସି ୨ ଜଣ...

Leave a comment

Your email address will not be published. Required fields are marked *