ଡାହାଣୀ ସନ୍ଦେହ : ମହିଳାଙ୍କୁ ମାଡ଼ ମାରି ବିଷ୍ଠା ଖୁଆଇଲେ

ଢେଙ୍କିକୋଟ, ୨୬।୫(ଡି.ଏନ୍‌.ଏ.)- ଡାହାଣୀ ସନ୍ଦେହ ଭଳି ଅନ୍ଧବିଶ୍ୱାସକୁ ନେଇ କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅଧୀନ ଆମ୍ବୁଆପଡ଼ା ଗ୍ରାମରେ ଜଣେ ମହିଳାଙ୍କୁ ବୁଧବାର ଅପରାହ୍ନରେ ଉଲଗ୍ନ କରି ମାରଧର କରିବା ସହ ବିଷ୍ଠା ଖୁଆଇବା ଭଳି ଅମାନବୀୟ କାଣ୍ଡ ଘଟିଛି। ଘଟଣା ଜଣାପଡ଼ିବା ପରେ ପୋଲିସ ଶୁକ୍ରବାର ତଦନ୍ତ ଚଳାଇ ଅଭିଯୁକ୍ତ ଏକ ଦମ୍ପତିଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା କରାଯାଉଛି। ପୀଡ଼ିତା ମହିଳାଙ୍କୁ ଚିକିତ୍ସା ପାଇଁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇଦିନ ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ସ୍ବାସ୍ଥ୍ୟସେବା ଅପହଞ୍ଚ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାହାଣୀ ସନ୍ଦେହ ଭଳି ଅନ୍ଧବିଶ୍ୱାସ ଦୂର କରିବାକୁ ପୋଲିସ ଓ ପ୍ରଶାସନର ଉଦ୍ୟମ କିଭଳି ଫେଲ ମାରୁଛି ଏହି ଘଟଣାରୁ ସ୍ପଷ୍ଟ ହୋଇଛି।
ପୋଲିସ ସୂଚନା ଅନୁଯାୟୀ ଢେଙ୍କିକୋଟଠାରୁ ୧୦ କି.ମି. ଦୂର ଆଦିବାସୀ ଅଧ୍ୟୁଷିତ ଭୋଳବେଡ଼ା ପଞ୍ଚାୟତ ଆମ୍ବୁଆପଡ଼ା ଗ୍ରାମର ଏକ ଦମ୍ପତି ରମେଶ ମୁଣ୍ଡା ଓ ଗଦଲି ମୁଣ୍ଡା ଏହି ବିଧବା ମହିଳାଙ୍କୁ ଦୀର୍ଘଦିନ ଧରି ଡାହାଣୀ ବୋଲି ସନ୍ଦେହ କରି ଆସୁଥିଲେ। ଜେରାବେଳେ ରମେଶ ଓ ତାଙ୍କ ସ୍ତ୍ରୀ କହିଛନ୍ତି, ଦୁଇବର୍ଷ ତଳେ ସେମାନଙ୍କର ଏକ ଝିଅ ହୋଇଥିଲା। ତାର ସ୍ବାସ୍ଥ୍ୟ ଭଲ ନ ରହିବାରୁ ସେମାନେ ଗୁଣିଗାରେଡ଼ି ଦ୍ୱାରା ପୂଜାପାଠ କରାଇ ନିରାଶ ହୋଇଥିଲେ। ପଡ଼ିଶା ଘରର ସମ୍ପୃକ୍ତ ମହିଳା ତାଙ୍କ ଝିଅକୁ ଡାହାଣୀ ହୋଇ ଗୁଣି କରୁଥିବା ସେମାନେ ସନ୍ଦେହ ପ୍ରକାଶ କରିଥିଲେ। କିଛିଦିନ ପରେ ଝିଅଟି ମରିଯାଇଥିଲା। ଦୁଇବର୍ଷ ପରେ ରମେଶଙ୍କର ଏକ ପୁଅ ହୋଇଥିଲା। ଜନ୍ମ ପରଠାରୁ ପିଲାଟି ସବୁବେଳେ କାନ୍ଦୁଥିଲା। ଏଥିଲାଗି ସମ୍ପୃକ୍ତ ମହିଳା ଗୁଣି କରିଥିବା ସେମାନଙ୍କ ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଥିଲା। ଗତ ବୁଧବାର ଅପରାହ୍ନ ୩ଟା ବେଳେ ଏହି ଦମ୍ପତି ଗ୍ରାମବାସୀଙ୍କ ଉପସ୍ଥିତିରେ ମହିଳାଙ୍କୁ ତାଙ୍କ ଘରୁ ଘୋଷାରି ଆଣି ପୂର୍ବରୁ ମରିଯାଇଥିବା ଝିଅକୁ ଯେଉଁଠି ପୋତାଯାଇଥିଲା, ସେଠାକୁ ନେଇଯାଇଥିଲେ। ପରେ ସେମାନେ ତାଙ୍କୁ ବିଷ୍ଠା ଖୁଆଇ ମୁହଁରେ ବୋଳି ନିସ୍ତୁକ ମାଡ଼ ମାରିଥିଲେ। କେତେକ ଗ୍ରାମବାସୀ ବିରୋଧ କରିଥିଲେ ମଧ୍ୟ ସେମାନେ ଏହି ଦମ୍ପତିଙ୍କୁ ରୋକି ପାରି ନ ଥିଲେ। ତେବେ ମହିଳା ଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଆସି ଢେଙ୍କିକୋଟ ଫାଣ୍ଡିକୁ ଯାଇ ଜଣାଇଥିଲେ। ଏହାପରେ ଫାଣ୍ଡି ଏଏସଆଇ ସତ୍ୟନାରାୟଣ ପରିଡ଼ା ସଦଳବଳ ଆମ୍ବୁଆପଡ଼ା ଗ୍ରାମରେ ପହଞ୍ଚି ରମେଶ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଗଦଲି ମୁଣ୍ଡାଙ୍କୁ ଗିରଫ କରିଥିଲେ। ଏନେଇ ଢେଙ୍କିକୋଟ ଥାନାରେ ଦଫା ୩୦୭, ୩୫୪ ଓ ୫୦୬ ଆଇପିସିରେ ଏକ ମାମଲା (ନଂ ୫୩/୧୯) ରୁଜୁ ହୋଇଛି। ଗିରଫ ଦମ୍ପତିଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି। ଏହି ଦମ୍ପତିଙ୍କ ପୁଅ କେଉଁ କାରଣରୁ କାନ୍ଦୁଛି, ଚିକିତ୍ସା ନ କରି ଡାହାଣୀ ସନ୍ଦେହ ଭଳି ଅନ୍ଧବିଶ୍ୱାସକୁ ମାନି ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତା ମହିଳାଙ୍କୁ ଡାକ୍ତରଖାନାରେ ପଚରାଉଚରା କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା କହିଛି।


All Right Reserved By Dharitri.Com

ଅଟୋକୁ ଧକ୍କା ଦେଇ ଡମ୍ପର ଫେରାର: ୩ ଗୁରୁତର

ବସ୍ତା,୩୧।୭(ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ନଂ ଜାତୀୟ ରାଜପଥର ବସ୍ତା ବାହାର୍ଦ୍ଦା ମଧ୍ୟବର୍ତ୍ତୀ ପୁନସିଦାଠାରେ ବୁଧବାର ଅପରାହ୍ନ ୩ଟାରେ ଏକ ଦୁର୍ଘଟଣା ଘଟିଛି।...

ଚାଷଜମି ବୁଲି ଦେଖିଲେ ମନ୍ତ୍ରୀ

ଖଇରା,୧୧।୧୧(ଡି.ଏନ.ଏ.)- ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଖଇରା ବ୍ଲକର ୮୦ଭାଗ ଧାନ ପାଣିରେ ବୁଡିରହିଛି ା ପାଚିଲା ଧାନରେ ବର୍ଷା ମାଡ଼ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି।...

ଶେଷ ୪ ରାଉଣ୍ଡରେ ବଦଳିଗଲା ଫଳାଫଳ

ଉଦଳା,୨୫ା୫ (ଡି.ଏନ.ଏ)- ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନମଣ୍ଡଳୀରେ ଭାଜପାର ଭାସ୍କର ମଢେଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିିଜେଡିର ଶ୍ରୀନାଥ ସୋରେନ୍‌ଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି।...

ବ୍ରାଉନସୁଗାର ଜବତ: ଜଣେ ଗିରଫ

ଭଦ୍ରକ ଅଫିସ, ୨୦।୭ – ଭଦ୍ରକ ଜିଲା ଅବକାରୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଶୁକ୍ରବାର ଅପରାହ୍ନରେ ଚଢ଼ାଉ କରି ଆରଡ଼ି ଛକ ନିକଟରୁ ୭...

ଅଚଳ ଇଭିଏମକୁ ବଦଳାଗଲା

ଚାନ୍ଦବାଲି,୨୯।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମଉସୁଧା ପଞ୍ଚାୟତର ମଉସୁଧା ସ୍କୁଲର ୧୨୬ନଂ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ମତଦାନ ବାଧାପ୍ରାପ୍ତ ହୋଇଛି।...

ଦିଆସିଲି ବୋଝେଇ ଟ୍ରକ ଜଳିଗଲା

ଭଣ୍ଡାରିପୋଖରୀ,୧୮।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ୧୬ନଂ. ଜାତୀୟ ରାଜପଥର ଛତାବର ଛକ ପେଟ୍ରୋଲ ପମ୍ପ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଦିଆସିଲି ବୋଝେଇ...

କଟକଣା ନାହିଁ: ବାହାର ରାଜ୍ୟକୁ ଚାଲାଣ ହେଉଛି ଧାନ

ବାଲିଆପାଳ, ୧୮ା୫(ଡି.ଏନ.ଏ.)-ଚଳିତ ରବିଋତୁରେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ୭ହଜାର ୫ଶହ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ ଚାଷ ହୋଇଛି। ଏଥିରୁ ୨ଲକ୍ଷ ୫ହଜାର...

ଭାଣିଜୀ କାଠଫାଳିଆ ମାଡ଼ରେ ମାମୁଙ୍କ ମୃତ୍ୟୁ: ଭାଣିଜୀ ଗିରଫ

ବାଲେଶ୍ୱର ଅଫିସ,୨୦।୭: ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅଧୀନ ସାହାଦା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଣିଜୀ କାଠଫାଳିିଆ ମାଡ଼ରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *