Posted inଖେଳ

ଫେଡରରଙ୍କୁ ୧୦ମ ସୁଇସ୍‌ ଇନ୍‌ଡୋର୍ସ ଟାଇଟଲ

ବାସେଲ(ସୁଇଜରଲାଣ୍ଡ), ୨୮।୧୦- କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରର ରେକର୍ଡ ୧୦ମ ଥର ପାଇଁ ସୁଇସ୍‌ ଇନ୍‌ଡୋର୍ସ ଟାଇଟଲ ହାତେଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲରେ ଫେଡରର ୬-୨, ୬-୨ ଅଷ୍ଟ୍ରେଲିଆର ଆଲେକ୍ସ ଡେ ମିନାରଙ୍କୁ ହରାଇ ଦେଇଛନ୍ତି। ସର୍ବାଧିକ ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ମ୍ୟାଚ୍‌ ଆରମ୍ଭରୁ ହିଁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ। ପ୍ରତିପକ୍ଷ ଖେଳାଳି ଉଦ୍ୟମ କରିଥିଲେ ମଧ୍ୟ ଫେଲ୍‌ ମାରିଥିଲେ। ୩୮ ବର୍ଷୀୟ ଫେଡରରଙ୍କ କ୍ୟାରିୟରର ଏହା ୧୦୩ତମ ଟାଇଟଲ। ୧୦ମ ସୁଇସ୍‌ ଟାଇଟଲ ଜିତିବା ପରେ ଭାବବିହ୍ବଳ ଫେଡରର କହିଥିଲେ, ଏହା ମୋ ପାଇଁ ଅବିଶ୍ୱସନୀୟ ସଫଳତା। ଏଠାରେ ମୁଁ ଦିନେ ବଲ ବୟ ଭାବେ କାର୍ଯ୍ୟ କରୁଥିଲି। ଏବେ ଏଠାରେ ସର୍ବାଧିକ ସଂଖ୍ୟକ ଟାଇଟଲ ଜିତିଥିବା ଖେଳାଳି ହୋଇପାରିଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି।


All Right Reserved By Dharitri.Com

Posted inଖେଳ View All

ଏହି ଖେଳାଳିଙ୍କ ଦୃଷ୍ଟିଶକ୍ତି କମ ଥିଲା, ତଥାପି ତାଙ୍କ ନାଁରେ ରହିଛି ୧୦୦ଟି ଶତକ

ଭାରତର ସ୍ବାଧୀନତାର ଠିକ୍‌ ୨୦ ଦିନ ପୂର୍ବରୁ ଅର୍ଥାତ୍‌ ୧୯୪୭ ମସିହା ଜୁଲାଇ ୨୪ ଏମିତି ଜଣେ ଖେଳାଳି ଜନ୍ମ ନେଇଥିଲେ, ଯେକି ପଡିଆକୁ ଓହ୍ଲାଇବା...

ପିଙ୍କ୍‌ ବଲ୍‌ରେ ଇତିହାସ ରଚିଲେ ଇଶାନ୍ତ ଶର୍ମା

କୋଲକାତା,୨୨।୧୧: କୋଲକାତାର ପ୍ରସିଦ୍ଧ ଇଡେନ ଗାର୍ଡେନ୍ସରେ ଆରମ୍ଭ ହୋଇଛି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଐତିହାସିକ ଟେଷ୍ଟ। ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତି ନେଇଥିବା...

ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଉଦ୍‌ଘାଟିତ

ଭୁବନେଶ୍ୱର, ୧୮।୧୨(କ୍ରୀଡ଼ା ପ୍ରତିନିଧି)-ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ୩୩ତମ ସଂସ୍କରଣ ମଙ୍ଗଳବାର ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଶାସନ ସଚିବ ଅସିତ...

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦: ଟସ୍‌ ପରେ ବର୍ଷା ଆରମ୍ଭ

ଗୁଆହାଟୀ,୫।୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ବର୍ଷା ଯୋଗୁ ଖେଲ ଆରମ୍ଭ ହୋଇପାରିନାହିଁ। ଏହି ମ୍ୟାଚରେ ଟସ୍‌ ଜିତି...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ସ୍ବସ୍ତିଙ୍କୁ ସ୍ବର୍ଣ୍ଣିମ ସଫଳତା

ଭୁବନେଶ୍ୱର, ୧୫ା୧ (କ୍ରୀଡ଼ା ପ୍ରତିନିଧି)- ସୋମବାର ରୌପ୍ୟ ପଦକ, ମଙ୍ଗଳବାର ସ୍ବର୍ଣ୍ଣ। ଏମିତି ସଫଳତା ସାଉଁଟିଛନ୍ତି ଓଡ଼ିଶାର ପ୍ରତିଭାସମ୍ପନ୍ନ ସାଇକ୍ଲିଷ୍ଟ ସ୍ବସ୍ତି ସିଂ। ଆସାମର ଗୁଆହାଟୀଠାରେ...

ମହିଳା ଚ୍ୟାଲେଞ୍ଜର ଟ୍ରଫି ଖରାପ ପାଗ ଯୋଗୁ ଆଶଙ୍କାରେ ପ୍ରଥମ ମ୍ୟାଚ

କଟକ ଅଫିସ,୪ା୧-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଶନିବାରଠାରୁ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ ଦିବସରେ...

ଲଦାଖରେ ସ୍ବାଧୀନତା ଦିବସ ପାଳିଲେ ଧୋନୀ

ଲେ,୧୫।୮- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଲ୍ୟୁଟନାଣ୍ଟ କଲୋନେଲ ମହେନ୍ଦ୍ର ସିଂ ଧୋନୀ ଦେଶର ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୭୩ତମ ସ୍ବାଧୀନତା...

କରୋନା ଭାଇରସ ଡର: ଖାଲି ଷ୍ଟାଡିୟମରେ ଖେଳାଯିବ ଆଇଏସ୍‌ଏଲ ଫାଇନାଲ

ନୂଆଦିଲ୍ଲୀ,୧୩।୩(ପି.ଟି.)- କରୋନା ଭାଇରସ ଯୋଗୁ ବିଶ୍ୱରେ ବହୁ କ୍ରୀଡ଼ାଭିତ୍ତିକ ଇଭେଣ୍ଟ ପ୍ରଭାବିତ ହୋଇଛି। ଏଥିରୁ ଫୁଟବଲ ବାଦ୍‌ ପଡ଼ିନାହିଁ। ବିଶ୍ୱର ବହୁ ଶୀର୍ଷ ସ୍ତରୀୟ ଲିଗ୍‌...

Leave a comment

Your email address will not be published. Required fields are marked *