ଡେବ୍ରିଗଡ଼ ଅଭୟାରଣ୍ୟରେ ହାତୀପଲ: ଆଶ୍ୱସ୍ତ ହେଲେ ଚାଷୀ

ଭଟ୍‌ଲି, ୨୮।୧୦(ଡି.ଏନ୍‌.ଏ.): ବିଗତ ୩ ଦିନ ହେବ ହାତୀଙ୍କୁ ନେଇ ଭୟରେ ଥିବା ବରଗଡ଼ ଜିଲାର ଚାଷୀମାନେ ରବିବାରଠାରୁ ସାମାନ୍ୟ ଆଶ୍ୱସ୍ତିଲାଭ କରିଛନ୍ତି। ଛତିଶଗଡ଼ ରାଜ୍ୟ ଅନ୍ତର୍ଗତ ଭଟ୍‌ଲି ନିକଟସ୍ଥ ବାରପାହାଡ଼ ଜଙ୍ଗଲ ଅଭିମୁଖେ ଚାଲିଆସିଥିବା ୨ଟି ବଣୁଆ ହାତୀ ଧାନ ଫସଲ ନଷ୍ଟ କରିଦେଇଥିଲେ। ଏଥିପାଇଁ ଚାଷୀମାନେ ଚିନ୍ତାରେ ଥିଲେ । ମାତ୍ର ବନବିଭାଗ ଉଦ୍ୟମରେ ଏହି ହାତୀ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟକୁ ପଶିଯାଇଛନ୍ତି। ସେମାନେ ଯେପରି ପୁଣି ଅଭୟାରଣ୍ୟରୁ ବାହାରି ନ ଆସିବେ ସେଥିପ୍ରତି ଦୃଷ୍ଟିଦେବାକୁ ଚାଷୀମାନେ ବନବିଭାଗକୁ ଅନୁରୋଧ କରିଛନ୍ତି। ଏହି ହାତୀପଲ ପୂର୍ବରୁ ବାରପାହାଡ଼ ଜଙ୍ଗଲରେ ଥିଲେ, ମାତ୍ର ଗତବର୍ଷ ସେମାନେ ଛତିଶଗଡ଼ ଜଙ୍ଗଲକୁ ଚାଲିଯାଇଥିଲେ। ତେବେ ବର୍ଷେ ପରେ ପୁଣି ଫେରିଥିବାରୁ ଏବଂ ବର୍ତ୍ତମାନ ଧାନ ପାକଳ ସମୟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି।


All Right Reserved By Dharitri.Com

ଜମି ବିବାଦ କାଳ ହେଲା: ବୃଦ୍ଧ ଦମ୍ପତିଙ୍କୁ ହତ୍ୟା; ପୋତା ଯାଇଥିବା ମୃତଦେହକୁ ଉଦ୍ଧାର କଲା ପୋଲିସ

ଝୁମ୍ପୁରା,୧୫।୧୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ କାଶିଆ ଗ୍ରାମ ଜଙ୍ଗଲ ପାର୍ଶ୍ୱରୁ ଝୁମ୍ପୁରା ଥାନା ପୋଲିସ ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହକୁ ଗୁରୁବାର ମାଟିତଳୁ...

ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ପ୍ରାଥମିକ ଶିକ୍ଷକ ସଂଘ, ୫-ଖାରାବେଳ ନଗର ଭୁବନେଶ୍ୱର, କଳାହାଣ୍ଡି ଶାଖା ପକ୍ଷରୁ ଶୁକ୍ରବାର ଜିଲା ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ...

୨୬ ନଂ. ଜାତୀୟ ରାଜପଥରେ ଅଟକୁଥିବା ଗାଡ଼ିରୁ ତେଲ ଚୋରି: ପୋଲିସ ପ୍ରଶାସନର ନିଷ୍କ୍ରିୟତା, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

ପଟ୍ଟାଙ୍ଗୀ,୨୩।୮(ଡି.ଏନ୍‌.ଏ.): କୋରାପୁଟ ଜିଲା ତଥା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମା ଦେଇ ଯାଇଥିବା ୨୬ ନଂ. ଜାତୀୟ ରାଜପଥରେ ଯାତାୟାତ କରୁଥିବା ସମସ୍ତ...

ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ରାଜଗାଙ୍ଗପୁର, ୨୦।୪ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟୁଣିଆ ଗ୍ରାମପଞ୍ଚାୟତ ଲାଠୁପଡା ଗ୍ରାମରେ ଶୁକ୍ରବାର ବିବାହ ଭୋଜିଖାଇ ୨୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ...

ଆଜି ବରୀ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ: ଏକତରଫା ଚାଲିଛି ପ୍ରସ୍ତୁତି, ହାତ ଟେକି ଦେଇଛି ବିଜେଡି

ଯାଜପୁର ଅଫିସ/ବରୀ(ସ୍ବ.ପ୍ର.),୨୧ା୮- ଯାଜପୁର ଜିଲା ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ଚାଲିଛି ଏକତରଫା ପ୍ରସ୍ତୁତି । ଗତ ରାଜ୍ୟ ସଭା ନିର୍ବାଚନ ଭଳି...

ପ୍ରଶାସନର ହସ୍ତକ୍ଷେପ ପରେ ନ୍ୟାୟ ପାଇଲେ ବୃଦ୍ଧ ଦମ୍ପତି

ଆନନ୍ଦପୁର,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପ୍ରଶାସନର ହସ୍ତକ୍ଷେପ ପରେ ବୃଦ୍ଧ ଦମ୍ପତିଙ୍କୁ ନ୍ୟାୟ ମିଳିଛି। ଆନନ୍ଦପୁର ଥାନା ଅଧୀନ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମର...

୭ କ୍ରଶର ଉପରେ ଚଢ଼ାଉ

ସଜନାଗଡ଼, ୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ପ୍ରଶାସନ ପକ୍ଷରୁ ଶୁକ୍ରବାର ମିତ୍ରପୁର ଅଞ୍ଚଳରେ ଥିବା ୭ଟି ପଥର କ୍ରଶର ଉପରେ ଚଢ଼ାଉ କରାଯାଇଛି। ନୀଳଗିରି ଉପ-ଜିଲାପାଳ ହରିଶ୍‌...

ସିପିଏସ୍‌ ମହୁଡ଼ା ଦୁର୍ନୀତିର ତଦନ୍ତ ଦାବି

ବ୍ରହ୍ମପୁର ଅଫିସ୍‌,୧୮ା୫-କଲେଜ ଅଫ୍‌ ଫାର୍ମାସିୟୁଟିକାଲ୍‌ ସାଇନ୍ସ(ସିପିଏସ୍‌) ମହୁଡ଼ାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଶୁକ୍ରବାର ବିଭିନ୍ନ ସଂଗଠନ ତରଫରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌ଙ୍କ ନିକଟରେ ଅଭିଯୋଗ...

Leave a comment

Your email address will not be published. Required fields are marked *