ପୋଲିସ ଏନ୍‌କାଉଣ୍ଟରରେ ଅପରାଧୀ ଟିଙ୍ଗିରି ଆହତ

ଆସିକା,୨୮।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆପଥରରେ ପୋଲିସ ଏନ୍‌କାଉଣ୍ଟରରେ ଟିଙ୍ଗିରି ଦୋରା(୩୨) ନାମକ ଜଣେ ଅପରାଧୀ ଆହତ ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଦୀପାବଳି ଅବସରରେ ଗାଁରେ କିଛି ଖେଳ ହେଉଥିଲା। ସେଠାରେ ଗାଁର ବଳରାମ ସେଠୀ (୨୨) ଠିଆ ହୋଇ ଖେଳ ଦେଖୁଥିଲେ। ଏହି ସମୟରେ ପି.ଶିବଶଙ୍କର ଦୋରା ଓରଫ୍‌ ଟିଙ୍ଗିରି ସେଠାକୁ ନିଶାଗ୍ରସ୍ତ ଅବସ୍ଥାରେ ଆସିଥିଲେ। ତାଙ୍କ ହାତରେ ଏକ ବନ୍ଧୁକ ଥିଲା। ସେହି ବନ୍ଧୁକରୁ ସେ ଗୁଳି ଚଳାଇଥିଲେ। ଫଳରେ ଗୁଳିଟି ଯାଇ ବଳରାମଙ୍କ ଗୋଡ଼ରେ ବାଜିଥିଲା।

ଖବର ପାଇ ପୋଲିସ ଗାଁରେ ପହଞ୍ଚିବାରୁ ପୋଲିସକୁ ଦେଖି ଟିଙ୍ଗିରି ଗୁଳି ଚଳାଇବାରୁ ପୋଲିସ ପାଲଟା ଗୁଳିଚାଳନା କରିଥିଲା। ଏଥିରେ ଅଭିଯୁକ୍ତଙ୍କ ପିଛା କରୁଥିବା ସବ୍‌ଇନ୍‌ସପେକ୍ଟର ବିଶ୍ୱଜିତ୍‌ ନାୟକ ଏବଂ କନଷ୍ଟେବଳ ପ୍ରଦୀପ ସାହୁ ମଧ୍ୟ ଆହତ ହୋଇଛନ୍ତି। ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏହି ଏନ୍‌କାଉଣ୍ଟର କରାଯାଇଥିଲା। ଏଥିରେ ଅଭିଯୁକ୍ତ ଟିଙ୍ଗିରିଙ୍କ ବାମଗୋଡ଼ ଆଣ୍ଠୁରେ ଗୁଳି ବାଜିଛି। ସେ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପକ୍ଷରେ ଗାଁର ଯୁବକ ବଳରାମଙ୍କୁ ପ୍ରଥମେ ଆସିକା ଡାକ୍ତରଖାନା ଏବଂ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।


All Right Reserved By Dharitri.Com

୧୯ ଝନ୍‌ ଭୂମିହୀନ ପାଏଲେ ଘରଡ଼ିହ ପଟ୍ଟା

ବିନିକା, ୧୧।୭(ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ତହସିଲ ଅଧୀନ ୧୯ ଝନ୍‌ ଭୂମିହୀନ ହିତାଧିକାରୀକୁଁ ବସୁନ୍ଧରା ଯୋଜନାରେ ବୁଧୁବାର ଘରଡ଼ିହ ପଟ୍ଟା ଦିଆଯାଇଛେ। ଇ କାଯ୍‌କରମରେ...

‘ଦେଶାନ୍ତରୀ ଶିଶୁ, କିଶୋର ଶ୍ରମିକ ଚାଲାଣକୁ ନେଇ ଜାରି ହେବ ନିର୍ଦ୍ଦେଶାବଳୀ’

ବଲାଙ୍ଗୀର ଅଫିସ,୧୪ା୯ ବଲାଙ୍ଗୀର ଡିଆରଡିଏ ସମ୍ମିଳନୀ କକ୍ଷରେ ଶୁକ୍ରବାର ଦେଶାନ୍ତର ଶିଶୁ ଓ ଯୁବ ଶ୍ରମିକ ଚାଲାଣକୁ ନେଇ ଏକ ଆଞ୍ଚଳିକ ପରାମର୍ଶ କର୍ମଶାଳା ଅନୁଷ୍ଠିତ...

ତହସିଲଦାରଙ୍କ ଅଚାନକ ଶେରଗଡ଼ ମେଡିକାଲ, ବିଇଓ କାର୍ଯ୍ୟାଳୟ ପରିଦର୍ଶନ: କାର୍ଯ୍ୟାଳୟରେ କର୍ମଚାରୀ ଅନୁପସ୍ଥିତ ନେଇ ଖୁବ୍ଧ

ଶେରଗଡ଼,୫ା୭(ଡି.ଏନ.ଏ.)- ଶେରଗଡ଼ ମେଡିକାଲ ଓ ଶିକ୍ଷା ବିଭାଗରେ ବହୁ ଅବ୍ୟବସ୍ଥା ଲାଗି ରହିଥିବା ଗଞ୍ଜାମ ଜିଲାପାଳଙ୍କ ନିକଟରେ ଖବର ପହଞ୍ଚତ୍ ଥିଲା। ଏନେଇ ତୁରନ୍ତ ତଦନ୍ତ...

ଗାଡ଼ି ଡ୍ରାଇଭରଙ୍କୁ ଅପହରଣ ଅଭିଯୋଗ: ୩ ଗିରଫ, ୪ ଫେରାର, ବୋଲେରୋ ଜବତ

ବଇଣ୍ଡା,୬।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ଥାନା ବୁଦୁଲିମୁଣ୍ଡା ଗ୍ରାମର ଗା଼ଡ଼ି ଡ୍ରାଇଭର ଅଜୟ ବେହେରାଙ୍କୁ ମଙ୍ଗଳବାର ରାତିରେ ଅପରହଣ କରାଯାଇଥିବା ନେଇ ସ୍ତ୍ରୀ ଅନିତା ବେହେରା ବୁଧବାର...

ଆଜିଠୁ ପଞ୍ଚୁକ: ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ, ୮।୧୧: ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ । ସେଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।...

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ରୂପ୍‌ସା, ୫।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଗୁରୁବାର ସିଂଲା ଥାନାରେ...

ବାଇକ-ସାଇକେଲ ଧକ୍କାରେ ୨ ମୃତ

ଗୋପାଳପୁର,୧୫ ।୭-ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ତୁଳୁ ରାସ୍ତାରେ ରବିବାର ରାତିରେ ବାଇକ୍‌ ସାଇକେଲ ଧକ୍କାରେ ୨ଜଣଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ...

ଜିଲା ପରିଷଦ ଅଧ୍ୟକ୍ଷ ପଦ ଫେରିପାଇଲେ ପୁରୁଷୋତ୍ତମ

ରାୟଗଡ଼ା ଅଫିସ ,୧୯ା୯- ରାୟଗଡ଼ା ଜିଲା ଦୌରାଜଜ୍‌ଙ୍କ ଦ୍ୱାରା ଅସିଦ୍ଧ ଘୋଷଣା ହୋଇଥିବା ଜିଲାପରିଷଦ ଅଧ୍ୟକ୍ଷ ପଦକୁ ଗୁରୁବାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୁଷୋତ୍ତମ ଗମାଙ୍ଗ ପୁଣି...

Leave a comment

Your email address will not be published. Required fields are marked *