ଜମିରୁ ଚାଷୀଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୨୫।୫(ଡି.ଏନ.ଏ.)- ଦିଗପହଣ୍ଡି ବଡ଼ଡୁମ୍ବୁଳା ଗ୍ରାମର ଚାଷୀ କାଶୀନାଥ ସେଠୀଙ୍କ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଅଂଶୁଘାତ ପ୍ରଭାବରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୂର୍ବାହ୍ନ ପ୍ରାୟ ୧୦ଟାରେ କାଶୀନାଥ ଗଁା ନିକଟ ଜମିରେ ଚାଷକାମ କରିବାକୁ ଯାଇଥିଲେ। ସେହି ରାସ୍ତାଦେଇ ଗ୍ରାମର ଜଣେ ଗୋରୁ ଜଗୁଆଳୀ ସୀମାଞ୍ଚଳ ଗୌଡ଼ ଫେରୁଥିବା ବେଳେ କାଶୀନାଥ ଚାଷ ଜମିରେ ପଡ଼ି ମୃତ୍ୟୁବରଣ କରିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ପହଞ୍ଚତ୍ ମୃତଦେହ ଉଦ୍ଧାର କରିଥିଲେ। ମାତ୍ର ବ୍ୟବଚ୍ଛେଦ କରିବା ପରିବର୍ତ୍ତେ ପରିବାର ଲୋକେ ସନ୍ଧ୍ୟାରେ ଗଁା ଶ୍ମଶାନରେ ସଂସ୍କାର କରି ଦେଇଥିଲେ। ଏ ନେଇ ସ୍ଥାନୀୟ ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଘଟଣା ସମ୍ପର୍କରେ ତାଙ୍କ ନିକଟରେ କୌଣସି ରିପୋର୍ଟ ନ ଥିବା କହିବା ସହ ଅଂଶୁଘାତଜନିତ ମୃତ୍ୟୁକୁ ଅସ୍ବୀକାର କରିଛନ୍ତି।


All Right Reserved By Dharitri.Com

ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ରରେ ତ୍ରୁଟି

ବ୍ରହ୍ମପୁର ଅଫିସ,୧୭ା୫-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ପୁଣି ଖେଳ ଖେଳିଛି ା ଗୁରୁବାର ଆରମ୍ଭ ହୋଇଥିବା ସ୍ନାତକୋତ୍ତର ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ପ୍ରଥମ ଦିନରେ...

ଜୁଆର ମାଡ଼ରେ ୩୦ ପରିବାରର ଘର ନଷ୍ଟ

ଚିକିଟି,୧୭ା୮(ଡି.ଏନ.ଏ.)-ଚିକିଟି ବ୍ଲକ୍‌ କତୁରୁ ପଞ୍ଚାୟତର ସମୁଦ୍ରତଟବର୍ତ୍ତୀ ରାମେୟାପାଟଣା ଗ୍ରାମରେ ଗୁରୁବାର ମଧ୍ୟାହ୍ନରେ ୫ ଫୁଟର ସମୁଦ୍ର ଜୁଆର ମାଡିଯାଇ ୩୦ ପରିବାରର ଘର ସମ୍ପୂର୍ଣ୍ଣ ନଷ୍ଟ...

ମଥୁରାରେ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା

ବ୍ରହ୍ମପୁର ଅଫିସ,୧୧।୬- ପୋଲସରା ବ୍ଲକ ମଥୁରା ଗ୍ରାମ ପାଇକ ସାହିରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ପରିବାରର ୬ ବଖରା ଘର...

ପୋଖରୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ, ୧୭।୮: ଗଞ୍ଜାମ ଜିଲା ଗେଟବଜାର ନିକଟ ପାୟଲ ସିନେମା ହଲ ସମ୍ମୁଖରେ ଥିବା ଏକ ପୋଖରୀରୁ ଶନିବାର ସକାଳେ ୨ ଦିନ ହେବ...

ପଲିଥିନ ପ୍ଲାଷ୍ଟିକ୍‌ ଚଢ଼ାଉ: ଦିନକରେ ୫୫ ହଜାର ଟଙ୍କା ଜରିମାନା

ବ୍ରହ୍ମପୁର ଅଫିସ,୧୦ା୧୦-ପଲିଥିନ୍‌, ପ୍ଲାଷ୍ଟିକ୍‌ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଲାଗୁ କରାଯାଇଛି। ଆକ୍ଟୋବର ୨ରୁ ପ୍ଲାଷ୍ଟିକ, ପଲିଥିନ୍‌ ସାମଗ୍ରୀକୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା ପରେ...

ଲଘୁଚାପ ବର୍ଷାରେ ବେହାଲ ବ୍ରହ୍ମପୁର: ରାସ୍ତାରେ ଲହଡ଼ି ମାରୁଛି ବର୍ଷାଜଳ, ଘରେ ପଶିଲା ନର୍ଦ୍ଦମା ପାଣି

ବ୍ରହ୍ମପୁର ଅଫିସ, ୫।୯-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ବୁଧବାର ବିଳମ୍ବିତ ରାତିରୁ ବର୍ଷା ଲାଗି ରହିଛି। ଭୋରରୁ...

ଶୀଘ୍ର ମିଳିବ କୋଠା ନିର୍ମାଣ ଅନୁମତି

ବ୍ରହ୍ମପୁର ଅଫିସ୍‌,୧୦ା୭-ବ୍ରହ୍ମପୁର ମହାନଗର ନିଗମ୍‌(ବିଏମ୍‌ସି) ଏବଂ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ) ମଧ୍ୟରେ ଏକ ସଚେତନତା ବୈଠକ ମଙ୍ଗଳବାର ବିଡ଼ିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଏମ୍‌ସି...

ଗୁଟ୍‌ଖା ନିଷେଧ ଆଇନ ଧର୍ମକୁ ଆଖିଠାର: ଗଜପତି ଖାଦ୍ୟ ନିରାପତ୍ତା ଅଧିକାରୀ ଗଞ୍ଜାମ ଦାୟିତ୍ୱରେ

ବ୍ରହ୍ମପୁର ଅଫିସ,୧୫ା୧୧- ଗୁଟ୍‌ଖା ଓ ନିକୋଟିନଯୁକ୍ତ ତମାଖୁ ବ୍ୟବହାର, ବିପଣନ ଆଦି ଉପରେ ରାଜ୍ୟ ସରକାର ନିଷେଧାଦେଶ ଜାରି କରିବାର ପ୍ରାୟ ୭ ବର୍ଷ ହୋଇଗଲାଣି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *