ବଳକା ତେଲରେ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି କି? ସାବଧାନ! ହୋଇପାରେ ଏସବୁ ମାରାତ୍ମକ ରୋଗ

ସାଧାରଣତଃ କିଛି ଖାଦ୍ୟପଦାର୍ଥ ଛାଣି ସାରିବା ପରେ ତେଲ ବଳି ଯାଇଥାଏ। ଅନେକ ଲୋକ ସେହି ତେଲକୁ ରଖି ପୁଣି ଥରେ ରୋଷେଇରେ ବ୍ୟବହାର କରିଥା’ନ୍ତି। କିନ୍ତୁ ଏହି ତେଲ ସ୍ବାସ୍ଥ୍ୟ ପକ୍ଷେ ଖୁବ୍‌ କ୍ଷତିକାରକ। ଏହା କର୍କଟ ଏବଂ ହୃଦ୍‌ରୋଗ ଭଳି ବିଭିନ୍ନ ମାରାତ୍ମକ ରୋଗକୁ ଆମନ୍ତ୍ରଣ କରିଥାଏ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।

ଜାଣନ୍ତୁ କାହିଁକି ହୋଇପାରେ ଏହି ମାରାତ୍ମକ ରୋଗ :
ଛଣାତେଲକୁ ବାରମ୍ବାର ଗରମ କରିବା ଫଳରେ ଉକ୍ତ ତେଲର ଗନ୍ଧ ଉଡ଼ି ଆଣ୍ଟିଅକ୍ସିଡାଣ୍ଟ୍‌ ପରିମାଣ କମ୍‌ ହୋଇଯାଏ। ଫଳରେ କର୍କଟ ଏବଂ ହୃଦ୍‌ରୋଗ, ହେବାର ଅଧିକ ସମ୍ଭାବନା ସୃଷ୍ଟି ହେବା ସହ କୋଲେଷ୍ଟୋରଲ୍‌ ପରିମାଣ ବୃଦ୍ଧି ପାଇଥାଏ।

ବେଳେବେଳେ ପକୁଡ଼ି କିମ୍ବା ଚିପ୍‌ସ ଛାଣିବା ପାଇଁ ପୂର୍ବର ବଳକା ତେଲ ସହିତ ଆଉ କିଛି ତେଲ ମିଶା ଯାଇ ଛଣା ଯାଇଥାଏ। ଏହା ମଧ୍ୟ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରିବା ସହ ହଜମ ପ୍ରକ୍ରିୟା ଅସହଜ ମନେ ହୋଇଥାଏ। ଏଥିସହିତ ଛଣାତେଲରେ ଆଉ ଥରେ କିଛି ଛାଣି ଖାଇଲେ ମୁଣ୍ଡବିନ୍ଧା, ଦୃଷ୍ଟିଶକ୍ତି ଏବଂ ସ୍ମରଣଶକ୍ତି ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।


All Right Reserved By Dharitri.Com

ସକାଳ ଜଳଖିଆରେ କ’ଣ ତିଆରି କରିବେ ଭାବୁଛନ୍ତି କି

ନିତିଦିଆ ଜୀବନରେ ଜଳଖିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେଲେ ଘରର ସମସ୍ତ ଲୋକଙ୍କ ମନପସନ୍ଦର ଖାଦ୍ୟ ତିଆରି କରିବା ଭିତରେ ପ୍ରତିଦିନ କ’ଣ ତିଆରି କରିବେ...

ସ୍କିନ୍‌ ପାଇଁ ସେବତୀ

ଆପଣ ସେବତୀ ଫୁଲ ଦେଖିଥିବେ କିମ୍ବା ଜାଣିଥିବେ, ଯାହା ସ୍ବାସ୍ଥ୍ୟ ଏବଂ ତ୍ୱଚା ଲାଗି ବହୁତ ଉପକାରୀ। ସବୁପ୍ରକାର ସ୍କିନ୍‌ ପାଇଁ ଏହାକୁ ବ୍ୟବହାର କରିପାରିବେ।...

ନିମ୍ବ ପାଣିରେ ଗାଧୋଇ ଏହି ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକରୁ ରକ୍ଷା ପାଆନ୍ତୁ..

ବିଭିନ୍ନ ଔଷଧୀୟ ବୃକ୍ଷମାନଙ୍କ ମଧ୍ୟରୁ ନିମ୍ବ ଅନ୍ୟତମ। ଏହାର ପତ୍ରଠାରୁ ଆରମ୍ଭ କରି ଫଳ, ଫୁଲ, ମୂଳ ଇତ୍ୟାଦିକୁ ଅନେକ ରୋଗର ଉପଶମ କ୍ଷେତ୍ରରେ ବ୍ୟବହାର...

ଦୃଷ୍ଟିଶକ୍ତି ପ୍ରଖର କରେ ମର୍ନିଂ ଓ୍ବାକ୍‌

ଆଜିକାଲି ଅନେକେ ନିଜର ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ସାମିଲ କରୁଛନ୍ତି। ପ୍ରତିଦିନ ସକାଳୁ ଅତିକମ୍‌ରେ ଅଧ ଘଣ୍ଟାଏ ଚାଲିଲେ ତାହାର କେତେ ସୁଫଳ ମିଳେ...

କିଡ୍‌ନୀ ସମସ୍ୟା ଦୂରକରେ ତେଜପତ୍ର

ରୋଷେଇରେ ବ୍ୟବହୃତ କିଛି ମସଲାରେ ରହିଥିବା ଔଷଧୀୟ ଗୁଣ ଶରୀରକୁ ସୁସ୍ଥ ରଖିବାରେ ବେଶ୍‌ ସହାୟକ ହୋଇଥାଏ। ସେଥିମଧ୍ୟରୁ ଗୋଟିଏ ହେଲା ତେଜପତ୍ର। ଏଥିରେ ଆଣ୍ଟିଅକ୍ସିଡାଣ୍ଟ,...

ଶୀତଦିନେ କେଶର ଯତ୍ନ

ଶୀତଦିନରେ ଶରୀର ସହିତ ନିଜର କେଶର ଯତ୍ନ ନେବା ମଧ୍ୟ ଜରୁରୀ। ସାଧାରଣତଃ ଶୀତଦିନରେ କେଶରେ ଅଧିକ ରୁକ୍ଷତା ଦେଖିବାକୁ ମିଳେ। ତେବେ ଏହି ସମୟରେ...

ଖାଦ୍ୟକୁ ଆଉ ଥରେ ଗରମ କରୁଛନ୍ତି କି, ତା’ହେଲେ ହୋଇଯାଆନ୍ତୁ ସାବଧାନ

ପ୍ରାୟ ସମୟରେ ଖାଦ୍ୟ ବଳକା ରହିଗଲେ ଆମେ ତାକୁ ଫ୍ରିଜ୍‌ରେ ରଖି ଦେଇଥାଉ। ପରେ ସେହି ଖାଦ୍ୟକୁ ପୁଣି ଥରେ ଗରମ କରି ସର୍ଭ କରିଥାଉ।...

କମ୍‌ ନିଦରେ ଶୋଉଥିବା ଶିଶୁଙ୍କୁ ହୋଇଥାଏ…

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି କହିଛନ୍ତି, ଶିଶୁମାନେ ରାତିରେ ଅତି କମ୍‌ରେ ୯ ଘଣ୍ଟା ଶୋଇବା ଉଚିତ୍‌। ଯେପର୍ଯ୍ୟନ୍ତ ୧୬ ବର୍ଷ ନ ହୋଇଛି...

Leave a comment

Your email address will not be published. Required fields are marked *