ଅନାଥ ଶିଶୁଙ୍କ ଗହଣରେ ଦୀପାବଳି ପାଳନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୧୦(ବ୍ୟୁରୋ): ପବିତ୍ର ଦୀପାବଳିକୁ ନେଇ ସମଗ୍ର ରାଜ୍ୟ ଉତ୍ସବମୁଖର ହୋଇଉଠିଛି। ଏହାକୁ କିଭଳି ନିଆରା ଢଙ୍ଗରେ ପାଳନ କରିବେ ତାହାକୁ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଓଏସ୍‌ ଭିଲେଜ୍‌ରେ ଥିବା ଅନାଥ ଶିଶୁମାନଙ୍କ ସହ ଦୀପାବଳି ପାଳନ କରିବେ ବୋଲି ଜଣାପଡ଼ିଛି। ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଏସ୍‌ଓଏସ୍‌ ଭିଲେଜ୍‌ ଯିବାର କାର୍ଯ୍ୟକ୍ରମ ରହିଛି। କେବଳ ସେ ନୁହନ୍ତି, ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଶିଶୁପାଳନ କେନ୍ଦ୍ରଗୁଡ଼ିକୁ ଯାଇ ଦୀପାବଳି ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମୁଖ୍ୟ ସଚିବ, ଉନ୍ନୟନ କମିଶନର ଏବଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସମସ୍ତ ଜିଲାର ଜିଲାପାଳ, ଡିଜିପି ଏବଂ ଅନ୍ୟ ପୋଲିସ ଅଧିକାରୀଙ୍କୁ ମଧ୍ୟ ଅନାଥାଶ୍ରମ ଏବଂ ବିଭିନ୍ନ ବାଟାଲିୟନର ଯବାନ ଏବଂ ସେମାନଙ୍କ ପରିବାର ସହ ଦୀପାବଳି ପାଳନ କରିବାକୁ କୁହାଯାଇଛି।


All Right Reserved By Dharitri.Com

୪ର୍ଥ ଦିନରେ ଲକ୍ଷ୍ମୀ ପୂଜାଉତ୍ସବ: ବଢୁଛି ଭିଡ଼, ଜମୁଛି ପୂଜା

ଢେଙ୍କାନାଳ ଅଫିସ, ୧୮।୧୦- କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ଐତିହ୍ୟ, ପରମ୍ପରା ଏବଂ କିମ୍ବଦନ୍ତୀକୁ ଆଧାର କରି ହେଉଥିବା ଏହି ପୂଜା...

ସତ୍ୟପୀରଙ୍କୁ କରମବୀର ଚକ୍ର ପୁରସ୍କାର

ଭବାନୀପାଟଣା,୧୪।୧୦(ଡି.ଏନ୍‌.ଏ.): ଓଡ଼ିଶାର ପଞ୍ଚ୍‌ମ୍ୟାନ୍‌ ଭାବେ ପରିଚିତ କଳାହାଣ୍ଡି ଜିଲା ସଦର ବ୍ଲକ ଅନ୍ତର୍ଗତ ଦେପୁର ଗାଁର ଡ. ସତ୍ୟପୀର ପ୍ରଧାନଙ୍କୁ ରବିବାର କରମବୀର ଚକ୍ର ପୁରସ୍କାରରେ...

ଓଏସ୍‌ଏସ୍‌ସି ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ(ଓଏସ୍‌ଏସ୍‌ସି) ଦ୍ୱାରା ହେବାକୁ ଥିବା ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି। ଡିସେମ୍ବର ୧୮ରେ ହେବାକୁ ଥିବା ଡାଟା ଏଣ୍ଟ୍ରି...

ଜଲିଲା ୫ଟି ଜୁଇ, ଲୁହରେ ଭାସିଲା ଖୁର୍ସେଲଗୁଡା

ଜୁନାଗଡ,୨୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଜାରିଙ୍ଗ ଛକ ୨୬ ନଂ. ଜାତୀୟ ରାଜପଥରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।...

ପ୍ରଦୀପ ଦାଶ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର, ୭ା୯(ବ୍ୟୁରୋ): ବିଶିଷ୍ଟ ଲେଖକ ତଥା ପ୍ରଶାସକ ଡ. ପ୍ରଦୀପ ଦାଶ ପାଇବେ ଶାରଳା ପୁରସ୍କାର। ତାଙ୍କ ରଚିତ ପୁସ୍ତକ ‘ଚରୁ ଚିବର ଓ ଚର୍ଯ୍ୟା’ ନିମନ୍ତେ...

ଭୂତକୋଠି ହେଲାଣି ରକ୍ତଭଣ୍ଡାର ଗୃହ

ଆଠମଲ୍ଲିକ, ୨୦ା୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକବାସୀଙ୍କ ଆବଶ୍ୟକତାକୁ ଆଖିରେ ରଖି ନିର୍ମାଣ ହୋଇଥିବା ରକ୍ତଭଣ୍ଡାର ଗୃହ ଭୂତକୋଠିରେ ପରିଣତ ହେବାକୁ ବସିଲାଣି। ନିର୍ମାଣକୁ ୧୦ ବର୍ଷ...

ଲୟୋଲା ସିନର୍ଜି-୨୦୧୯ରେ ଛାତ୍ରୀଛାତ୍ରଙ୍କ ପ୍ରତିଭା ପ୍ରଦର୍ଶନ: ଭୟଭୀତ କଲା ‘ହଣ୍ଟେଡ୍‌ ହାଉସ୍‌’

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଘର ପୂରା କିଟ୍‌ କିଟ୍‌ ଅନ୍ଧାର ଥିଲା। କଟା ମୁଣ୍ଡ ସହିତ ସଂରକ୍ଷିତ ଶବ ସେହି ଘରେ ଥିଲା। ଆଉ ଠାଏ ଠାଏ ରକ୍ତ...

ବ୍ରାହ୍ମଣବିଲ ବାଲୁଙ୍କେଶ୍ୱର ମନ୍ଦିରରୁ ହୁଣ୍ଡି ଚୋରି, ଛେଣ୍ଡିପଦା ଥାନାରେ ମାମଲା

ଛେଣ୍ତିପଦା,୧୦।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ଥାନା ବ୍ରାହ୍ମଣବିଲ ଗାଁର ବରାଳ ବାଲୁଙ୍କେଶ୍ବର ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ହୁଣ୍ଡି ବାକ୍ସ ଚୋରି ହୋଇଯାଇଛି। ଉକ୍ତ ହୁଣ୍ଡିରେ...

Leave a comment

Your email address will not be published. Required fields are marked *