Posted inUncategorized

ମଡ୍‌ କୁକିଜ୍‌

ବିବାହ, ବ୍ରତ ହେଉ ଅବା କୌଣସି ଫଙ୍କ୍‌ଶନ୍‌, ଅନେକ ସୁସ୍ବାଦୁ ବ୍ୟଞ୍ଜନର ବ୍ୟବସ୍ଥା କରାଯାଏ। ଲୋକେ ଯେତିକି ଖାଆନ୍ତି ନଷ୍ଟ ଅଧିକ କରନ୍ତି। କୁଢ଼ କୁଢ଼ ଖାଦ୍ୟ ଅଳିଆଗଦାକୁ ଯାଏ। ତେବେ ଖାଲି କୌଣସି କାର୍ଯ୍ୟକ୍ରମରେ ନୁହେଁ ଏମିତିକି ଘରେ ଘରେ ଅନେକ ଖାଦ୍ୟ ନଷ୍ଟ ହୋଇଥାଏ। ୟୁନାଇଟେଡ ନେଶନ୍‌ସର ଫୁଡ୍‌ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେଶନ୍‌ର ରିପୋର୍ଟ ମୁତାବକ ପ୍ରାୟ ୧.୩ ଟନ୍‌ ଖାଦ୍ୟ ଉପଯୋଗୀ ଜିନିଷ ଅଳିଆଗଦାରେ ପକାଇ ଦିଆଯାଏ। କିନ୍ତୁ ପୃଥିବୀର ଏମିତି କିଛି ସ୍ଥାନ ଅଛି, ଯେଉଁଠି ଲୋକେ ଖାଇବାକୁ ନ ପାଇ ଅନାହାରରେ ମରି ମରି ଜିଅନ୍ତି। କିଛି ସ୍ଥାନରେ ତ ପେଟ ଚାଖଣ୍ଡକର ଜ୍ୱାଳା କମାଇବା ଲାଗି ଲୋକେ ଅଖାଦ୍ୟ ଖାଇବାକୁ ବାଧ୍ୟ ହୁଅନ୍ତି। ଯେମିତିକି ହୈତିରେ ଲୋକେ କାଦୁଅରେ ବିସ୍କୁଟ କରି ଖାଆନ୍ତି। ଫଳରେ ସେମାନେ ଅନେକ ରୋଗର ଶିକାର ହେଉଛନ୍ତି। ହେଲେ ପେଟର ଜ୍ୱାଳାକୁ ଶାନ୍ତ କରିବା ପାଇଁ ସେମାନେ ଏଭଳି କରିବାକୁ ବାଧ୍ୟ। ସେମାନେ ପାହାଡ଼ର ମାଟିକୁ ବରଦାନ ଭାବନ୍ତି। କାରଣ ଅନ୍ୟ ଖାଦ୍ୟ ନ ମିଳିବାରୁ ସେମାନେ ସେହି ମାଟିରେ ପାଣି ଓ ବନସ୍ପତି ତେଲ ମିଶାଇ ଏକ ଲେପ ପ୍ରସ୍ତୁତ କରନ୍ତି। ଆଉ ତା’ପରେ ତାକୁ ବିସ୍କୁଟର ଆକାର ଦେଇ ଖରାରେ ଶୁଖାନ୍ତି। ଶୁଖିବା ପରେ ତାକୁ ଖାଇଥାଆନ୍ତି। ନିଜ ପିଲାକୁ ସେମାନେ ଫଳମୂଳ ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଦେବାକୁ ଚାହାନ୍ତି। ହେଲେ ଟଙ୍କା ନ ଥିବାରୁ ସେମାନେ ଏହି କାଦୁଅ ବିସ୍କୁଟ୍‌ ବା ମଡ୍‌ କୁକିଜ୍‌ ଦେଇଥାଆନ୍ତି।


All Right Reserved By Dharitri.Com

Posted inUncategorized View All

ନିରାଶ୍ରୟଙ୍କ ସାହାରା ସାଜିଲେ ଯୁବକ

ମାର୍ଶାଘାଇ, ୨୯।୩ (ଡି.ଏନ୍‌.ଏ.)-କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରାଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ କରାଯାଇଛି। ଓଷଧ, ପନିପରିବା, ମାଛ, ମାଂସ ଆଦି...

ଦୁଇ ବର୍ଷରେ ଥରେ ବଢୁଛି ପିଆଜର ଦାମ୍‌

ନୂଆଦିଲ୍ଲୀ,୩।୧୨: ଏବେ ଦେଶର ଅଧିକାଂଶ ଭାଗରେ ପିଆଜର ଦର ଯେଉଁଭଳି ଭାବେ ବଢିଛି ତାହା ସମସ୍ତଙ୍କ ଆଖିରେ ଏକ ପ୍ରକାର ଲୁହ ଆଣି ଦେଇଛି ବୋଲି...

ଡାକ୍ତରଙ୍କ ଧର୍ମଘଟ: ମମତାଙ୍କୁ ରିପୋର୍ଟ ତଲବ୍‌ କଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫।୬: ପଶ୍ଚିମବଙ୍ଗରେ ଗୋଟିଏ ପରେ ଗୋଟିଏ ସମସ୍ୟା ମୁଣ୍ଡ ଟେକୁଛି। ଏହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ହରଡ଼ଘଣାରେ ପକାଇବାରେ ଲାଗିଛି। ରାଜ୍ୟରେ ରାଜନୈତିକ ହିଂସା...

ବିବାହ ପ୍ରତିଶ୍ରୁତି ଦେଇ ମହିଳା ଡାକ୍ତରଙ୍କୁ ପ୍ରତାରଣା

ଦାରିଙ୍ଗବାଡ଼ି, ୨୩।୧୦(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଜଣେ ବିପିଏମ୍‌ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ମହିଳା...

ପୁନରୁଦ୍ଧାରରେ ପ୍ରତିବନ୍ଧକ

ସହଦେବ ସାହୁ ଫଣୀ (ଫନୀ) (ଫଣା ଥିବା ସାପ, ବାଂଲାଦେଶ ଦ୍ୱାରା ନାମିତ) ମହାବାତ୍ୟା ପୁରୀ କୂଳରେ ସ୍ଥଳଭାଗକୁ ମାଡ଼ି ଆସି ପୁରୀ-ଭୁବନେଶ୍ୱର-କଟକ ତଥା ଓଡ଼ିଶା...

ହଠାତ୍‌ ମନ୍ଦିରରେ ଜଳିଗଲେ ମହିଳା: ସ୍ବାସ୍ଥ୍ୟାବସ୍ଥା ଗୁରୁତର

ହୁବଳି,୨୦।୬: କର୍ନାଟକର ହୁବଳିରୁ ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି। ଉକ୍ତ ସହରରେ ଥିବା ବିଶ୍ୱନାଥ ମନ୍ଦିରରେ ଜଣେ ମହିଳା ପୂଜା କରୁଥିବା ସମୟରେ ହଠାତ୍‌...

Leave a comment

Your email address will not be published. Required fields are marked *