କ୍ଷମାର ମହତ୍ତ୍ୱ

ହରିଶ୍ଚନ୍ଦ୍ର ଅରିଶଲ୍ୟ
ଶୁଭ ଶୁକ୍ରବାର ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ବଳିଦାନ, କ୍ଷମା ଓ ତ୍ୟାଗର ଜୀବନକୁ ମନେପକାଇଦିଏ। ୨୦୦୦ରୁ ଅଧିକ ବର୍ଷ ତଳେ ମିଥ୍ୟା ଓ କପୋଳକଳ୍ପିତ ଷଡ଼ଯନ୍ତ୍ରର ଶିକାର ହୋଇ ପ୍ରଭୁ ଯିଶୁ କ୍ରୂଶବିଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ। ଶାରୀରିକ ମୃତ୍ୟୁ ପୂର୍ବରୁ ସେ କ୍ରୂଶ ଉପରୁ ସାତଗୋଟି ବାକ୍ୟ କହିଥିଲେ, ଯାହାକି ତାଙ୍କର ଈଶ୍ୱରୀୟ ପ୍ରକୃତି ଓ ସ୍ବଭାବର ପରିଚୟ ଦେଇଥିଲା। ଯିଶୁଙ୍କର ସେହି ସପ୍ତବାଣୀ ହେଲା: (୧) ପିତା, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ’ଣ କରୁଛନ୍ତି ଜାଣିନାହାନ୍ତି। (୨) ଆଜି ତୁମ୍ଭେ ମୋ ସହିତ ପାରଦୀଶରେ ଉପସ୍ଥିତ ହେବ। (୩) ଗୋ ନାରୀ ଦେଖ, ମୁଁ ତୁମ୍ଭର ପୁତ୍ର। (୪) ହେ ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ? (୫) ମୁଁ ତୃଷିତ। (୬) ଏହା ସମାପ୍ତ ହେଲା। (୭) ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମାକୁ ସମର୍ପଣ କରୁଛି। ତାଙ୍କର ପ୍ରଥମ ବାଣୀ ଆଜି ମାନବ ସମାଜ ପାଇଁ ଗଭୀର ପ୍ରାସଙ୍ଗିକତା ବହନ କରୁଛି।
ଯିଶୁଖ୍ରୀଷ୍ଟ ପ୍ରଭୁ ହୋଇ ମଧ୍ୟ ମାନବ ସମାଜର ହିତ ପାଇଁ ସବୁକିଛି ତ୍ୟାଗ କରିଥିଲେ। ତାଙ୍କର ତ୍ୟାଗ ଯୋଗୁ ମାନବ ସମାଜର ଏକ ବିରାଟ କାର୍ଯ୍ୟ ସଂପର୍ନ ହୋଇପାରିଥିଲା। ଖ୍ରୀଷ୍ଟଙ୍କ ତ୍ୟାଗର ଜୀବନ ମଣିଷ ସମାଜ ପାଇଁ ଏକ ଅତୁଳନୀୟ ନମୁନା। ବାଇବେଲ କହେ ପ୍ରଭୁ ଯିଶୁ ଉତ୍ତମ ମେଷପାଳକ ଏବଂ ଜଣେ ଉତ୍ତମ ମେଷପାଳକ ନିଜର ମେଷ ପାଇଁ ପ୍ରାଣ ତ୍ୟାଗ ବି କରିପାରନ୍ତି। ମନୁଷ୍ୟ ପୁତ୍ର ପ୍ରଭୁ ଯିଶୁ ସେବା ପାଇବାକୁ ଆସି ନ ଥିଲେ। ସେ ଆସିଥିଲେ ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ବରୂପ ଆପଣା ପ୍ରାଣ ଉତ୍ସର୍ଗ କରିବାକୁ।
ପ୍ରଭୁ ଯିଶୁଙ୍କ ବଳିଦାନ ବିଶ୍ୱରେ ଅତୁଳନୀୟ। ଆମ ସମାଜରେ ବଳିଦାନର ଗୁରୁତ୍ୱ ଅଛି ଏବଂ ଆମେ ଭାରତୀୟ ଏହାର ଗଭୀରତା ଅଧିକ ବୁଝିଛୁ। ପ୍ରଭୁ ଯିଶୁଙ୍କର ବଳିଦାନ ଅନିବାର୍ଯ୍ୟ ଥିଲା। କାରଣ ବାଇବେଲ କହେ, ଉଇଲ କରାଯାଇଥିଲେ, ଉଇଲ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁର ପ୍ରମାଣ ଆବଶ୍ୟକ। ଉଇଲ କରିଥିବା ଲୋକ ଜୀବିତ ଥିବା ପର୍ଯ୍ୟନ୍ତ କୃତ ଉଇଲ କଦାପି କାର୍ଯ୍ୟକାରୀ ହୁଏ ନାହିଁ। ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟରେ ସୁଗ୍ରାହ୍ୟ ଓ ପବିତ୍ର ବଳି ଉତ୍ସର୍ଗ କରାଗଲା। ମାନବ ସମାଜକୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ସେମାନଙ୍କ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ପରମେଶ୍ୱର ଓ ମନୁଷ୍ୟ ମଧ୍ୟରେ ପାପ ବିଚ୍ଛେଦ ଘଟାଇଥିଲା। ପାପର ବେତନ ମୃତ୍ୟୁ, ଏଣୁ ମାନବର ପରିତ୍ରାଣ ନିମନ୍ତେ ଖ୍ରୀଷ୍ଟଙ୍କ ବଳିଦାନ ଜରୁରୀ ଥିଲା। କ୍ରୂଶ ଲଜ୍ଜା ଓ ଅପମାନର ପ୍ରତୀକ। ଦୁର୍ଦ୍ଦାନ୍ତ ଲୋକଙ୍କୁ କ୍ରୂଶକାଠରେ ଝୁଲାଇ ଏହି ଦଣ୍ଡ ଦିଆଯାଉଥିଲା। ସମୟ ହେଲା ପରେ ପ୍ରଭୁ ଯିଶୁ କ୍ରୂଶାର୍ପିତ ହେଲେ ଏବଂ ସେହି କ୍ରୂଶ ମାଧ୍ୟମରେ ଈଶ୍ୱର ନିଜର ନ୍ୟାୟ, ନିରପେକ୍ଷତା ଓ ଧାର୍ମିକତା ପ୍ରତିଫଳନ କଲେ।
କ୍ଷମା ଶବ୍ଦଟି ପଢ଼ିବା ଓ କହିବା ସହଜ, କିନ୍ତୁ କ୍ଷମା କରିବା ସହଜ ନୁହେଁ। ବିଶେଷ କରି ମୃତ୍ୟୁ ସହ ଖେଳି କ୍ଷମା କରିବା ବିରଳ ଏବଂ ଅଦ୍ୱିତୀୟ। କ୍ଷମା କଲେ ମଣିଷ ସମାଜ ଓ ଆତ୍ମିକ ଜୀବନ ଗଢ଼ିଉଠେ ଓ ସୁଦୃଢ଼ହୁଏ। କ୍ଷମା ନ କଲେ ଶତ୍ରୁତା ବଢ଼ିଚାଲେ। ପ୍ରଭୁ ଯିଶୁ କ୍ଷମାକରି ମଣିଷ ସମାଜର ହୃଦୟ ଜିତି ପାରିଛନ୍ତି। କ୍ଷମା ହିଁ ଏକମାତ୍ର ଦୈବୀଗୁଣ। ହେ ପିତା, ଏମାନଙ୍କୁ କ୍ଷମା କର, ଏମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ। ପ୍ରଭୁ ଯିଶୁଙ୍କର ଏହା ଥିଲା ଏକ ଅମାୟିକ କ୍ରନ୍ଦନ ଅନ୍ୟମାନଙ୍କ ପାଇଁ। ନିଜେ ନିର୍ଦ୍ଦୋଷ ଥାଇ ଦଣ୍ଡ ଭୋଗିବାକୁ ଶ୍ରେୟସ୍କର ମନେକରି ଦୋଷୀମାନଙ୍କୁ କ୍ଷମା ଦେବା ପାଇଁ ପ୍ରାର୍ଥନା ଅସାଧାରଣ। ମଣିଷ ସମାଜର ପାପ କ୍ଷମା ନିମନ୍ତେ ଜରୁରୀ ଥିବା ବଳିଦାନର ସାଧନା ପୂର୍ଣ୍ଣ ହୋଇଛି। ପ୍ରଭୁ ଯିଶୁ କ୍ରୂଶ ଉପରୁ କ୍ଷମା ଶବ୍ଦ ଉଚ୍ଚାରଣ କରି ଇତିହାସ ରଚିଲେ। ପ୍ରତିଶୋଧର ବିପରୀତ ଗୁଣ କ୍ଷମା। କ୍ଷମାର ତୁଳନା ନାହିଁ। ଆଜିକାଲି ବାପପୁଅ, ମା’ଝିଅ ପରସ୍ପରକୁ କ୍ଷମା କରୁନାହାନ୍ତି। ଶତ୍ରୁକୁ ଅବା କିଏ କ୍ଷମା କରିବ? କିନ୍ତୁ ପ୍ରଭୁ ଯିଶୁ କ୍ଷମା କରି ଦୁନିଆକୁ ଦେଖାଇଦେଲେ ଯେ ଏହା ସମ୍ଭବ। ତା’ ହେଲେ ଆସନ୍ତୁ ପରସ୍ପରକୁ କ୍ଷମାକରି ଆମ ସମାଜ ଓ ପୃଥିବୀକୁ ସୁଦୃଢ଼ କରିବା।
(ଶୁଭ ଶୁକ୍ରବାର ଉପଲକ୍ଷେ)
ମୋ- ୯୪୯୪୭୮୨୭୭୭


All Right Reserved By Dharitri.Com

ଉଦ୍ଭାବନରେ ପଛୁଆ

ଆକାର ପଟେଲ କିଛି ସପ୍ତାହ ତଳେ ଭାରତରେ ସ୍ମାର୍ଟଫୋନ୍‌ ଶିଳ୍ପ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଖାଉଟି ଅର୍ଥନୀତିର ଏହା ଅନ୍ୟତମ ଅତି ଗୁରୁତ୍ୱପୂର୍ଣ୍ଣ...

ଏନ୍‌କାଉଣ୍ଟର ନା ହତ୍ୟା

ଆକାର ପଟେଲ ଅଧିକାଂଶ ପୋଲିସ ଏନ୍‌କାଉଣ୍ଟରରେ ଭାଗ ନେବାକୁ ଚାହାନ୍ତି ନାହିଁ। ସେଥିପାଇଁ ଭାରତରେ ଗୋଟିଏ ଗୋଷ୍ଠୀର ପୋଲିସ ତିଆରି ହୋଇଯାଇଛନ୍ତି, ଯେଉଁମାନଙ୍କୁ କୁହାଯାଏ ଏନ୍‌କାଉଣ୍ଟର...

ଏଇ ଭାରତରେ

ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଲାଗି ପାଇଁ କାଉଡ଼ିଆମାନେ ପବିତ୍ର ନଦୀଜଳ ବୋହି ନେଇଥାନ୍ତି। ଏମାନେ ମୁଖ୍ୟତଃ ହିନ୍ଦୁ। ତେବେ ଉତ୍ତରପ୍ରଦେଶର ଜଣେ ମୁସଲମାନ ଯୁବକ...

ଚାତୁର୍ମାସ୍ୟା ବ୍ରତ

ବ୍ରହ୍ମାନନ୍ଦ ପଣ୍ଡା ଆଷାଢ଼ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥ ଶୟନ କରୁଥିବାରୁ ଏ ସମୟରେ ତାଙ୍କ ଉଦ୍ଦେଶ୍ୟରେ ହେଉଥିବା ବ୍ରତକୁ...

ଏଇ ଭାରତରେ

କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ୍‌ ଅନୁଯାୟୀ ରାସ୍ତାଘାଟ ତଥା ପରିବେଶକୁ ପରିଷ୍କାର ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ ତାହାକୁ କାର୍ଯ୍ୟକାରୀ କରାଯାଉଛି। ଗୁଜରାଟର...

ଏଇ ଭାରତରେ

ଭାରତରେ ଏମିତି କିଛି ପରମ୍ପରା ରହିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଦେବୀଙ୍କ ଉପରେ ବିଶ୍ୱାସ ରଖି ପତିଙ୍କ ମଙ୍ଗଳ ଲାଗି ମହିଳାମାନେ ସେମାନଙ୍କ ସାମାଜିକ...

ସେମାନେ ପଣ୍ଡିତ ପୁଅ

ଛନ୍ଦା ମିଶ୍ର ଅ।ମେ କହୁ ଆଇନ ଓ ସମ୍ବିଧାନ ଆଖିରେ ସମସ୍ତେ ସମାନ, କିନ୍ତୁ ପ୍ରକୃତରେ ଆମ ଦେଶରେ ଗରିବଙ୍କ ପାଇଁ ଯେଉଁ ନିୟମ, ଧନୀଙ୍କ...

‘ବନ୍ଦେ ମାତରମ୍‌’ର ସର୍ଜନଭୂମି

ଡ. ଭାଗ୍ୟଲିପି ମଲ୍ଲ ଆମ ପୂର୍ବ ଓ ଆମବେଳର କଥା ମଧ୍ୟ। ସେତେବେଳେ ଟେଲିଭିଜନର ପ୍ରାଦୁର୍ଭାବ ନ ଥିଲା। ସକାଳ ହେଲେ ରେଡିଓ ଖୋଲିବା ଏକ...

Leave a comment

Your email address will not be published. Required fields are marked *