Posted inଫୁରସତ

ବେସାହାରା ପ୍ରାଣୀଙ୍କ ସାହାରା ୯ ବର୍ଷର ବାଳକ

ଅନେକ ସମୟରେ ପାଖରେ ଟଙ୍କା ଥାଇ ବି ମନରେ ଅନ୍ୟକୁ ସାହାଯ୍ୟ କରିବା ମନୋବୃତ୍ତି ନ ଥିବା ଯୋଗୁ ଲୋକେ ଅନ୍ୟର ଅସୁବିଧା ଦେଖି ବି ଅଣଦେଖା କରିଦିଅନ୍ତି। ତେବେ ଋଷ୍‌ର ଜଣେ ୯ ବର୍ଷର ବାଳକ ପାଭେଲ ଆବ୍ରାମଭ୍‌ଙ୍କ ପାଖରେ ନଥିଲା ଅର୍ଥ। ହେଲେ ମନରେ ଥିଲା ସାହାଯ୍ୟ କରିବାର ମନୋବୃତ୍ତି। ତେଣୁ ଏହି ଇଚ୍ଛାକୁ ପୂରଣ କରିବା ଲାଗି ସେ କୁକୁର, ବିଲେଇ ଭଳି ବିଭିନ୍ନ ପ୍ରାଣୀଙ୍କ ପେଣ୍ଟିଂ କରିବା ଆରମ୍ଭ କଲେ। ଆଉ ତାକୁ ବିକ୍ରି କଲେ। ଯେଉଁ ଅର୍ଥ ମିଳିଲା ସେଥିରେ ସେ ନିଜ ପାଇଁ ଖେଳଣା ନ କିଣି ବରଂ କିଣିଲେ ବେସାହାରା କୁକୁର, ବିଲେଇଙ୍କ ପାଇଁ ଖାଦ୍ୟ। ଆଉ ତାକୁ ସେହି ପ୍ରାଣୀ ରହୁଥିବା ଆଶ୍ରୟସ୍ଥଳରେ ଦାନ କଲେ। ପାଭେଲ ଓ ତାଙ୍କ ମା’ ଏହି ଅଭିଯାନର ନାଁ ଦେଲେ ‘କାଇଣ୍ଡ ପେଣ୍ଟବ୍ରଶ୍‌’। ଏକ ବର୍ଷ ତଳେ ପାଭେଲ ଆରମ୍ଭ କରିଛନ୍ତି ଏହି ମହତ କାର୍ଯ୍ୟ। ଏଥିରେ ତାଙ୍କ ମା’ ସହଯୋଗ କରୁଛନ୍ତି। ପାଭେଲ ବିଭିନ୍ନ ପୋଷା ପ୍ରାଣୀଙ୍କ ପେଣ୍ଟିଂ କରନ୍ତି। ଆଉ ତାଙ୍କ ମାଲିକମାନେ ଖୁସିରେ ଅର୍ଥ ପ୍ରଦାନ କରନ୍ତି। ତାଙ୍କର ଏହି ମହତ କାର୍ଯ୍ୟରେ ସହଯୋଗ କରିବା ପାଇଁ ଏବେ ସ୍ପେନ, ଜର୍ମାନୀରୁ ବି ପେଣ୍ଟିଂ ଅର୍ଡର ଆସୁଛି। ପାଭେଲ ପେଣ୍ଟିଂ ବଦଳରେ ଅର୍ଥ ନଚେତ୍‌ ପ୍ରାଣୀ ଖାଇବା ଲାଗି ଖାଦ୍ୟ ଓ ଔଷଧ ବରାଦ କରନ୍ତି। ଆଉ ତାକୁ ବେସାହାରା ପ୍ରାଣୀ ରହୁଥିବା ଆଶ୍ରୟସ୍ଥଳରେ ଦାନ କରନ୍ତି। ଭବିଷ୍ୟତରେ ପାଭେଲ ନିଜର ଏକ ପ୍ରାଣୀ ଆଶ୍ରୟସ୍ଥଳ କରିବାକୁ ଯୋଜନା ରଖିଛନ୍ତି।


All Right Reserved By Dharitri.Com

ସବୁଠାରୁ ଦାମୀ ଜୋତା, ମୂଲ୍ୟ ୧୨୩ କୋଟି ଟଙ୍କା

ଗହଣା ଏବଂ ପୋଷାକ ଭଳି ଜୋତା ମଧ୍ୟ ଆଭିଜାତ୍ୟର ଏକ ଅଂଶ ବିଶେଷ। ତେଣୁକରି ତ କୁହାଯାଏ ଜଣେ ବ୍ୟକ୍ତିଙ୍କ ପ୍ରକୃତ ବ୍ୟକ୍ତିତ୍ୱ ସେ ପିନ୍ଧିଥିବା...

ରିୟଲ ଲାଇଫ୍‌ ସ୍ପାଇଡର ମ୍ୟାନ

ଇଣ୍ଡୋନେସିଆରେ ଏବେ ଚର୍ଚ୍ଚାରେ ରହିଛନ୍ତି ରିୟଲ ଲାଇଫ୍‌ ସ୍ପାଇଡର ମ୍ୟାନ। ତାଙ୍କ ନାଁ ହେଉଛି ରୁଡି ହାର୍ଟୋନୋ। ଏହି ବ୍ୟକ୍ତି ଜଣକ ସଡ଼କ ଓ ସମୁଦ୍ର...

ସର୍ବୋଚ୍ଚ ରୋପ୍‌ ଓ୍ବେରେ ଚାଲି ରେକର୍ଡ

ଜର୍ମାନୀର ସର୍ବୋଚ୍ଚ ପର୍ବତ ଜୁଗ୍‌ସପିଜ୍‌ର ଉଚ୍ଚତା ୯୭୧୮ ଫୁଟ୍‌। ଏଠାରେ ଥିବା ୯୯୫ ମିଟର ଲମ୍ବ ରୋପ୍‌ଓ୍ବେରେ ସୁଇଜରଲାଣ୍ଡର ୪୬ ବର୍ଷୀୟ ଫ୍ରେଡି ନକ୍‌ ସନ୍ତୁଳନ...

ଅଜବ ଆକୃତିର କଫିନ୍‌, ଦେଖିଲେ ପଡ଼ିବେ ଦ୍ୱନ୍ଦ୍ୱରେ

ସାଧାରଣତଃ ମୃତଦେହ ନେବା ପାଇଁ କଫିନ୍‌ଗୁଡ଼ିକ କାଠ କିମ୍ବା କୌଣସି ଧାତୁରେ ତିଆରି ହୋଇଥାଏ। ଯାହା ଦେଖିବାକୁ ଏକ ବାକ୍ସ ସଦୃଶ। ମାତ୍ର ବିଶ୍ୱରେ ଏମିତି...

ବିନା ପାଣିରେ ବଞ୍ଚିଛନ୍ତି ଏହି ଯୁବତୀ

ପାଣି ବିନା ମଣିଷ ବଞ୍ଚିପାରିବ ନାହିଁ। ଏକ କଥା ସମସ୍ତେ ଜାଣନ୍ତି। ମାତ୍ର ନୂଆଦିଲ୍ଲୀର ୧୯ ବର୍ଷୀୟା ଯୁବତୀ ଲିଣ୍ଡ୍‌ସେ ଚୌବା ବିନା ପାଣିରେ ବଞ୍ଚୁଛନ୍ତି।...

ଏମିତି ନିଆରା ଢଙ୍ଗରେ ପାଳନ୍ତୁ ଦୀପାବଳି

ଦୀପାବଳିକୁ ଏମିତି କିଛି ନିଆରା ଢଙ୍ଗରେ ପାଳନ କରନ୍ତୁ ଯାହା ହୋଇଯିବ ଆପଣଙ୍କ ପାଇଁ ଖାସ୍‌ …. * ଏହି ଅବସରରେ ଅଭାବୀ ଲୋକଙ୍କୁ କିଛି...

ଚାଷ ଜମିରେ କୃଷକ ସ୍ଥାପନ କଲେ ‘ଗଜରାଜଙ୍କ ପ୍ରତିମା’

ମହାସମୁନ୍ଦ,୨୦।୯: ଛତିଶଗଡ଼ ମହାସମୁନ୍ଦ ଜିଲାର ଏକ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି। ଫସଲକୁ ହାତୀ ପଲଙ୍କଠାରୁ ବଞ୍ଚାଇବା ପାଇଁ ଚାଷ ଜମିରେ ଗଜରାଜଙ୍କ ପ୍ରତିମା...

ଯେଉଁଠି ଦେବୀଦେବତାଙ୍କୁ ମିଳେ ଦଣ୍ଡ

ଅଦାଲତରେ ସାଧାରଣତଃ ମଣିଷମାନଙ୍କୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ସେମିତି ଗାଁ ଗଣ୍ଡାରେ ଦେବୀଦେବତାଙ୍କୁ ସାକ୍ଷୀ ରଖି ବିଭିନ୍ନ ପ୍ରକାର ମାମଲାର ସମାଧାନ କରାଯାଇଥିବା ମଧ୍ୟ...

Leave a comment

Your email address will not be published. Required fields are marked *