ପରିବା ବିକାଳିରୁ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୭।୧୦: ଦୀପାବଳୀ ଅବସରରେ ଭାଜପା ନେତା ମନୋହର ଲାଲ ଖଟ୍ଟର ଦ୍ୱିତୀୟ ଥର ଲାଗି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ତାଙ୍କ ସହ ଭାଜପାକୁ ସମର୍ଥନ କରିଥିବା ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା ମଧ୍ୟ ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପଞ୍ଜାବି ପରିବାରରୁ ଆସିଥିବା ୬୫ ବର୍ଷୀୟ ଖଟ୍ଟର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହ ଅନେକ ଦିନରୁ ଜଡିତ। ପିଲାଦିନୁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ଖଟ୍ଟର କିନ୍ତୁ ଶେଷରେ ଏଥିରେ ସଫଳ ହୋଇ ପାରି ନ ଥିଲେ। ଚାଷୀ ଘରର ପିଲା ହୋଇଥିବାରୁ ଆର୍ଥିକ ଅନଟନରେ ସେ ସମୟ କାଟିଛନ୍ତି। ଆଉ ବାପା ଦାଦାଙ୍କୁ ସାହାଯ୍ୟ କରିବାକୁ ସେ ନିଜେ ପରିବା ବିକିଥିବା କୁହନ୍ତି। ହେଲେ ଆଜି ସେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି। ଏହା ତାଙ୍କ ପାଇଁ କୌଣସି ବଡ ସଫଳତାଠାରୁ କମ୍‌ ନୁହେଁ। ସୂଚନାଯୋଗ୍ୟ, ରବିବାର ଦିନ ୨ଟା ୧୫ ମିନିଟରେ ସେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।


All Right Reserved By Dharitri.Com

ପୋଲିସକୁ ସଫଳତା: ସୁକମାରେ ଲକ୍ଷେ ଟଙ୍କିଆ ମାଓବାଦୀ ମୃତ

ସୁକମା,୨୭।୬: ଛତିଶଗଡ଼ର ସୁକମା ଜିଲାରେ ଗୁରୁବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଲକ୍ଷେ ଟଙ୍କା ମୁଣ୍ଡ ଜାମିନ ଘୋଷଣା ଥିବା ମାଓବାଦୀଙ୍କ...

ମାନହାନି ମାମଲା: ୧୫ ହଜାର ଟଙ୍କାରେ ରାହୁଲଙ୍କୁ ମିଳିଲା ଜାମିନ

ମୁମ୍ବାଇ,୪।୭: ମାନହାନି ମାମଲାରେ ଗୁରୁବାର ମୁମ୍ବାଇର ଏକ କୋର୍ଟରେ ହାଜର ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ମିଳିଯାଇଛି। ୧୫ ହଜାର ଟଙ୍କାର ବେଲ୍‌...

ପିଆଜ-ପେଟ୍ରୋଲ ଦାମ୍‌ ବୃଦ୍ଧିରେ ଖାଉଟିଙ୍କ ଅବସ୍ଥା ଶୋଚନୀୟ: ସେଓଠାରୁ ୨ଗୁଣା ଅଧିକ ଦାମ୍‌ରେ ବିକ୍ରି ହେଉଛି ପିଆଜ

ନୂଆଦିଲ୍ଲୀ,୨୫।୯: ଦେଶରେ ଦିନକୁ ଦିନ ପିଆଜ ଦାମ ଆକାଶ ଛୁଆଁ ହେବାରେ ଲାଗିଛି। ଏବେ ଏହା ବଜାରରେ କିଲୋ ପିଛା ୮୦ ଟଙ୍କାରେ ପହଞ୍ଚିଛି। ସେହିପରି...

ହନିଟ୍ରାପ୍‌ ଗୁମର ଖୋଲିଲେ କିଙ୍ଗ୍‌ପିନ୍‌ ଶ୍ୱେତା: ୨୪ ଛାତ୍ରୀଙ୍କୁ କରାଯାଇଥିଲା ଭିଆଇପିଙ୍କ ଶଯ୍ୟାସଙ୍ଗିନୀ

ଇନ୍ଦୋର,୨୮।୯: ମଧ୍ୟପ୍ରଦେଶ ହନିଟ୍ରାପ୍‌ର ଗୁମର ଖୋଲିବା ସହ ବହୁ ରହସ୍ୟପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିଛି। ୧୨ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ୮ ପୂର୍ବତନ ମନ୍ତ୍ରୀ...

ବିନା ଟିକେଟରେ ଟ୍ରେନ ଯାତ୍ରା କରୁଥିଲେ ସାବଧାନ, ଆସିଲା ନୂଆ ନିୟମ

ନୂଆଦିଲ୍ଲୀ, ୨୬।୮: ବିନା ଟିକେଟରେ ଟ୍ରେନ ଯାତ୍ରା କରୁଥିଲେ ସାବଧାନ ହୋଇଯାନ୍ତୁ। ଏଣିକି ଧରାପଡିଲେ ମୋଟା ଅଙ୍କରେ ଜରିମାନା ଦେବା ପଡିବ। ଏନେଇ ରେଳ ବିଭାଗ...

ହଟିଲା ଚନ୍ଦ୍ରାବାବୁଙ୍କ ଜେଡ୍‌ ପ୍ଲସ୍‌ ସୁରକ୍ଷା: ବିମାନ ବନ୍ଦରରେ କରାଗଲା ଯାଞ୍ଚ୍‌

ହାଇଦ୍ରାବାଦ୍‌ ୧୫।୬: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଗନ୍ନବରମ୍‌ ବିମାନବନ୍ଦରରେ ଚନ୍ଦ୍ରାବାବୁଙ୍କୁ ସୁରକ୍ଷା ଯାଞ୍ଚ୍‌...

ପ୍ରାଇମେରୀ ସ୍କୁଲରେ ଯୋଗୀ ବାଣ୍ଟିବେ ଖଦି ପୋଷାକ

ଲକ୍ଷ୍ନୌ, ୨୦।୬: ଖଦିର ବିକାଶ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟର ପ୍ରାଇମେରୀ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଖଦି...

କଂଗ୍ରେସକୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଗୁଜରାଟ ରାଜ୍ୟ ସଭା ଉପନିର୍ବାଚନ ଏକାଠି କରାଇବା ଆବେଦନ ଖାରଜ

ନୂଆଦିଲ୍ଲୀ,୨୫।୬: ସୁପ୍ରିମ୍‌କୋର୍ଟଙ୍କ ରାୟ ଯୋଗୁ କଂଗ୍ରେସକୁ ଝଟ୍‌କା ଲାଗିଛି। ଗୁଜରାଟର ୨ଟି ରାଜ୍ୟ ସଭା ଆସନ ପାଇଁ ଉପନିର୍ବାଚନ ଏକାଠି କରାଇବା ଲାଗି କଂଗ୍ରେସ ପକ୍ଷରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *