Posted inଖେଳ

ପ୍ରଧାନମନ୍ତ୍ରୀଙ୍କ ଭାରତ ଲକ୍ଷ୍ମୀ ଅଭିଯାନକୁ ମହିଳା କ୍ରୀଡ଼ାବିତ୍‌ଙ୍କ ସମର୍ଥନ

ନୂଆଦିଲ୍ଲୀ,୨୭।୧୦(ପି.ଟି.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭାରତ ଲକ୍ଷ୍ମୀ’ ଅଭିଯାନକୁ ଦେଶର ମହିଳା କ୍ରୀଡ଼ାବିତ୍‌ମାନେ ସମର୍ଥନ କରିଛନ୍ତି। ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ, ଅଭିଜ୍ଞ ମହିଳା ବକ୍ସର ଏମ୍‌ସି ମେରୀକମ ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଯାନକୁ ପ୍ରଶଂସା କରିଛନ୍ତି। ସିନ୍ଧୁ, ମେରୀକମଙ୍କ ସମେତ ବକ୍ସର ନିଖାତ ଜରିନ, ମହିଳା ରେସଲର ପୂଜା ଧଣ୍ଡା ଓ ଟେବୁଲ ଟେନିସ ତାରକା ମନିକା ବାତ୍ରା ଟୁଇଟ୍‌ କରି ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି।
ଦୀପାବଳି ଅବସରରେ ମହିଳାଙ୍କ ସମ୍ମାନ ଓ ସଶକ୍ତୀକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ ଓ ଏଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ଏହି ସବୁ ମହିଳା ଖେଳାଳି ଟୁଇଟ୍‌ କରିଛନ୍ତି। ଦେଶ ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳାମାନଙ୍କ ସମ୍ମାନ ଲାଗି ଏକ ଅଭିଯାନ ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଗତମାସ ନିବେଦନ କରିଥିଲେ। ଆମ ସଂସ୍କୃତିରେ ଝିଅପିଲାଙ୍କୁ ଦେବୀ ଲକ୍ଷ୍ମୀଙ୍କ ସହ ତୁଳନା କରାଯାଇଥାଏ। ତେଣୁ ଝିଅପିଲାଙ୍କୁ ଉଚିତ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।


All Right Reserved By Dharitri.Com

Posted inଖେଳ View All

ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲି, ବୁମରାଙ୍କ ରାଜ୍‌

ଦୁବାଇ,୧୨।୧୧- ଆଇସିସି ଦିନିକିଆ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରା ରାଜୁତି ଜାରି ରଖିଛନ୍ତି। କୋହଲି ସର୍ବାଧିକ ୮୯୫...

ଟି୨୦ ବିଶ୍ୱକପ୍‌ : ଅନ୍ତିମ ଦୁଇ ଦଳ ଭାବେ ଓମାନ, ସ୍କଟ୍‌ଲାଣ୍ଡର ଯୋଗ୍ୟତା

ଦୁବାଇ, ୩୧।୧୦ (ଏଏଫ୍‌ପି)- ଓମାନ ଓ ସ୍କଟ୍‌ଲାଣ୍ଡ ଅନ୍ତିମ ଦୁଇ ଦଳ ଭାବେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ୨୦୨୦ ଆଇସିସି ଟି୨୦ ବିଶ୍ୱକପ୍‌କୁ...

ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ବାତିଲ

ଧର୍ମଶାଳା, ୧୫ା୯ (ପି.ଟି.)-ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ...

ସେମିରେ ଫେଡ୍‌ରର

ହାଲେ (ଜର୍ମାନୀ),୨୨।୬(ଏଏଫ୍‌ପି): ରୋଜର ଫେଡ୍‌ରର ଏକ ତିନି ସେଟ୍‌ ବିଶିଷ୍ଟ ମ୍ୟାଚ୍‌କୁ ଜିତି ଏଠାରେ ଚାଲିଥିବା ହାଲେ ଓପନ ଏଟିପି ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି।...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ:ଭାରତ ପ୍ରଥମେ ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି

ପୁଣେ,୧୦।୧୦: ପୁଣେର ଏମସିଏ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତ ପ୍ରଥମେ ଟସ୍‌ ଜିଣି...

ଗୋକୁଳମ୍‌ କେରଳ ଜିତିଲା ଡୁରାଣ୍ଡ୍‌ କପ୍‌

କୋଲକାତା, ୨୫।୮ (ପି.ଟି.)- ଟାଇଟଲ୍‌ ଫେଭରାଇଟ୍‌ ମୋହନ ବାଗାନକୁ ପରାସ୍ତ କରି ଗୋକୁଳମ୍‌ କେରଳ ଏଫ୍‌ସି ସମ୍ମାନଜନକ ଡୁରାଣ୍ଡ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ୧୨୯ତମ ସଂସ୍କରଣରେ...

କ୍ରିକେଟରୁ ଦୂରେଇ ରହିବା କଷ୍ଟକର: ଅଶ୍ୱିନ

ବିଶାଖାପାଟଣା,୫।୧୦(ପି.ଟି.)- ଭାରତୀୟ ଅଭିଜ୍ଞ ସ୍ପିନର ଦୀର୍ଘଦିନ ପରେ ପ୍ରତ୍ୟାବର୍ତ୍ତନ କରି ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ୫ ଉଇକେଟ...

ଡେଭିସ୍‌ କପ୍‌: ପାକିସ୍ତାନକୁ ୪-୦ରେ ହରାଇଲା ଭାରତ

ନୁର- ସୁଲତାନ, ୦୧।୧୧(ପି.ଟି.)- କାଜାଖସ୍ଥାନ ରାଜଧାନୀ ନୁର- ସୁଲତାନରେ ଅନୁଷ୍ଠିତ ଡେଭିସ୍‌ କପ୍‌ ମ୍ୟାଚ୍‌ରେ ଶନିବାର ଭାରତ ୪-୦ରେ ପାରମ୍ଭରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି।...

Leave a comment

Your email address will not be published. Required fields are marked *