Posted inଖେଳ

ଆଇଏସ୍‌ଏଲକୁ ଭାରତର ଶ୍ରେଷ୍ଠ ଲିଗ୍‌ ମାନ୍ୟତା

ନୂଆଦିଲ୍ଲୀ, ୨୭ା୧୦ (ପି.ଟି.)-ଏସିଆନ ଫୁଟ୍‌ବଲ କନଫେଡେରେଶନ (ଏଏଫ୍‌ସି) ଶନିବାର ବିଧିବଦ୍ଧ ଭାବେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)କୁ ଦେଶର ଶ୍ରେଷ୍ଠ ଫୁଟ୍‌ବଲ ଲିଗ୍‌ର ମାନ୍ୟତା ପ୍ରଦାନ କରିଛି। ଏତଦ୍‌ ବ୍ୟତୀତ ୨୦୨୦-୨୧ ସିଜନ ଶେଷ ସୁଦ୍ଧା କେଉଁ ଦୁଇଟି ଆଲ-ଲିଗ୍‌ କ୍ଲବ ଆଇଏସ୍‌ଏଲ୍‌ରେ ସାମିଲ ହେବେ ତାହା ସୁପାରିସ କରିବା ଲାଗି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)କୁ କହିଛି। ଭିଏତ୍‌ନାମ୍‌ରେ ଅନୁଷ୍ଠିତ ଏକ ବୈଠକ ବେଳେ ଦେଶରେ ଫୁଟ୍‌ବଲ ଖେଳର ବିକାଶ ନିମନ୍ତେ ଏଆଇଏଫଏଫ୍‌ ଦ୍ୱାରା ପ୍ରସ୍ତାବିତ ଏକ ‘ରୋଡ୍‌ ମ୍ୟାପ୍‌’କୁ ଏଏଫ୍‌ସି କାର୍ଯ୍ୟନିର୍ବାହୀ କମିଟିର ଅନୁମୋଦନ ଲାଭ କରିଛି। ଭାରତୀୟ ଫୁଟ୍‌ବଲ ରୋଡ୍‌ମ୍ୟାପ ସମ୍ପର୍କରେ ସୂଚନା ଦେବାକୁ ଯାଇ ଏଏଫ୍‌ସି କହିଛି, ସିଜନ ୨୦୧୯-୨୦ରେ ଆଇଏସଏଲ ଭାରତୀୟ ଫୁଟ୍‌ବଲରେ ପ୍ରିମିୟର ଲିଗ୍‌ ପ୍ରତିଯୋଗିତାର ମାନ୍ୟତା ଲାଭ କରିବ। ୨୦୨୦-୨୧ ସିଜନରେ ଦୁଇଟି ଆଇ-ଲିଗ୍‌ କ୍ଲବ ଆଇଏସଏଲ୍‌ରେ ସାମିଲ ହେବେ। ଏଥିପାଇଁ ସ୍ବତନ୍ତ୍ର ମାନଦଣ୍ଡ ରହିବ। ଏଣିକି ବିଜୟୀ ଆଇଏସ୍‌ଏଲ କ୍ଲବ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ପ୍ଲେ-ଅଫ୍‌ ଏବଂ ଆଇ-ଲିଗ୍‌ ବିଜେତାକୁ ଏଏଫ୍‌ସି କପ୍‌ ପ୍ଲେ-ଅଫ୍‌ରେ ଖେଳିବା ଲାଗି ଅନୁମତି ଦେବ ଏସିଆନ ଫୁଟ୍‌ବଲ କନଫେଡେରେଶନ। ପୂର୍ବରୁ ଅକ୍ଟୋବର ୧୪ରେ କୁଆଲାଲମ୍ପୁରରେ ଏଏଫ୍‌ସିର ଏକ ବୈଠକ ବସିଥିଲା। ସେତେବେଳେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏଥିରେ ଆଇଏସ୍‌ଏଲ ଏବଂ ଆଇ-ଲିଗ୍‌ ସମେତ ଏଆଇଏଫ୍‌ଏଫ୍‌ ଏବଂ ଆଇଏମ୍‌ଜି ରିଲାଏନ୍ସ ପ୍ରତିନିଧିମାନେ ଯୋଗଦେଇଥିଲେ।


All Right Reserved By Dharitri.Com

Posted inଖେଳ View All

ତୃତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ବିଜୟୀ

ନେଲସନ, ୫।୧୧- ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ୩ୟ ଟି୨୦ ମ୍ୟାଚକୁ ନ୍ୟୁଜିଲାଣ୍ଡ ୧୪ ରନରେ ଜିତିନେଇଛି। ଏଥିସହ ୫ ମ୍ୟାଚ୍‌ବିଶିଷ୍ଟ ସିରିଜରେ...

ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ଅନ୍ତିମ ମ୍ୟାଚ୍‌ରେ ହୋଇପାରେ ଧୋନୀଙ୍କ କ୍ୟାରିୟରର ଶେଷ

ବର୍ମିଂହାମ,୩।୭(ପିଟି)- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ଅନ୍ତିମ ମ୍ୟାଚ୍‌ ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇପାରେ। ଯଦି ଭାରତୀୟ...

ଭାରତୀୟ ଦଳରେ ଫାଟ

ମୁମ୍ବାଇ,୧୩।୭- ଚଳିତ ବିଶ୍ୱକପ୍‌ ସେମିଫାଇନାଲ ପରାଜୟ ପରେ ଭାରତୀୟ ଦଳରେ ଫାଟ ଦେଖାଦେଇଥିବା କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଭାରତୀୟ ଦଳର ସମସ୍ତ ସଦସ୍ୟ ୧୪...

ମ୍ୟାକ୍‌ଡୋନାଲ୍ଡ ଅଷ୍ଟ୍ରେଲିଆର ସହାୟକ କୋଚ୍‌

ସିଡ୍‌ନୀ, ୩୧।୧୦ (ଏଏଫ୍‌ପି)- ପୂର୍ବତନ କ୍ରିକେଟର୍‌ ଆଣ୍ଡ୍ରିଉ ମ୍ୟାକ୍‌ଡୋନାଲ୍ଡଙ୍କୁ ବୁଧବାର ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ୍‌ ଦଳର ସହାୟକ କୋଚ୍‌ ନିଯୁକ୍ତ କରାଯାଇଛି। ମୁଖ୍ୟ କୋଚ୍‌ ଜଷ୍ଟିନ...

ଯୁବରାଜ କ୍ରିକେଟର ଜଣେ ଯୋଦ୍ଧା: ଅମିତ ଶାହ

ନୂଆଦିଲ୍ଲୀ, ୧୧।୬: ଭାରତୀୟ କ୍ରିକେଟ ଦଳର ବାମହାତୀ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହ ସୋମବାର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଯୁବିଙ୍କ ଅବସର ପରେ ତାଙ୍କୁ ସାଥୀ...

କ୍ରିକେଟରେ ଦେଶକୁ ଚାମ୍ପିଅନ୍‌ କରିବା ପରେ ଗଲ୍ଫରେ ବି କମାଲ୍‌ କଲେ ଏହି ଖେଳାଳି

ପୁନେ,୨୨।୯: ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଳ ଦେବ କ୍ରିକେଟ୍‌ ଦୁନିଆରେ କମାଲ କରିବା ପରେ ଏବେ ଗଲ୍ଫରେ ବି ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛନ୍ତି।...

ଦୁଇ ବର୍ଷ ପୂର୍ବରୁ ଜୋତା କିଣିବାକୁ ପାଖରେ ଟଙ୍କା ନ ଥିଲା, ଏବେ ଭାରତ ପାଇଁ ରଚିଲେ ଇତିହାସ

ଭାରତୀୟ ବକ୍ସର ଅମିତ ପଂଘାଲ ଯଦିଓ ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ସିପ୍‌ର ଫାଇନାଲରେ ପରାସ୍ତ ହୋଇଛନ୍ତି। କିନ୍ତୁ ରୌପ୍ୟ ପଦକ ଜିତି ସେ ଇତିହାସ ରଚିଛନ୍ତି। ୧୯୭୪ରୁ...

ଲୋମାଚେଙ୍କୋଙ୍କୁ ଡବ୍ଲ୍ୟୁବିସି ଟାଇଟଲ

ଲଣ୍ଡନ, ୧ା୮ (ଏଏଫ୍‌ପି)- ବିଶ୍ୱର ଶ୍ରେଷ୍ଠ ‘ପାଉଣ୍ଡ ଫର୍‌ ପାଉଣ୍ଡ’ ଫାଇଟର ରୂପେ ପରିଚିତ ଭାସିଲ ଲୋମାଚେଙ୍କୋ ଏଠାରେ ଏକ ରୋମାଞ୍ଚକ ମୁକାବିଲାରେ ବ୍ରିଟିଶ ଚ୍ୟାଲେଞ୍ଜର...

Leave a comment

Your email address will not be published. Required fields are marked *