ଦାଦାପୁଅ ଭାଇଙ୍କ ଗଳା କାଟି ହତ୍ୟା: ଅଭିଯୁକ୍ତ ଥାନାରେ ଅଟକ

ବୁଗୁଡ଼ା,୨୭ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ବୁଗୁଡ଼ା ସହର ଉପକଣ୍ଠ ବେତାରସିଙ୍ଗରେ ଶୁକ୍ରବାର ବିଳମ୍ବିତ ରାତିରେ ଦାଦାପୁଅ ଭାଇଙ୍କ ଗଳା ଓ ପେଟରେ ଛୁରି ଭୁସି ବଡ଼ବାପା ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ନିଲୁ ପାତ୍ର (୧୫)। ଅନ୍ୟ ଜଣେ ଭାଇଙ୍କ ଏତଲା କ୍ରମେ ସ୍ଥାନୀୟ ପୋଲିସ ନଂ.୨୩୫/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତ ବିନୋଦ ପାତ୍ର (୨୪)ଙ୍କୁ ଥାନାରେ ଅଟକ ରଖିଛି।
ପ୍ରକାଶ ଯେ, ରାମ ପାତ୍ର ଓ ତାଙ୍କ ଭାଇ କାହ୍ନୁଙ୍କ ପରିବାର ୧୫ବର୍ଷ ତଳେ ବୁଗୁଡ଼ା ଥାନା ବିରଞ୍ଚତ୍ପୁରରେ ରହୁଥିଲା। ରାମଙ୍କର ୪ ପୁଅଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି। କାହ୍ନୁଙ୍କର ନିଲୁ ବୋଲି ଜଣେ ପୁଅ ଥିଲେ। ନିଲୁ ୩ ମାସର ହୋଇଥିବାବେଳେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଯିବାରୁ ତାଙ୍କୁ ତାଙ୍କ ବଡ଼ବାପା ରାମ ଆଣି ରଖିଥିଲେ। ପରେ ରାମ ପରିବାର ସହ ନିଲୁଙ୍କୁ ଧରି ବୁଗୁଡ଼ା ସହର ମାଳିଝୋଳା ମନ୍ଦିର ନିକଟରେ ରହୁଥିଲେ। ରାମଙ୍କ ପରିବାର ଘୁଷୁରି ପାଳନ କରି ଚଳୁଥିଲେ। ରାମଙ୍କର ଦୁଇ ପୁଅ ଅନ୍ୟତ୍ର ଯାଇ କାମ କରୁଥିବାବେଳେ ତାଙ୍କ ପାଖରେ ଅନ୍ୟ ଜଣେ ପୁଅ ବିନୋଦ (ମଙ୍ଗୁଳୁ) ଏବଂ ନିଲୁ ରହୁଥିଲେ। ତେବେ ବିନୋଦ ଓ ନିଲୁଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ଶୁକ୍ରବାର ବିଳମ୍ବିତ ରାତିରେ କୌଣସି କାରଣରୁ ବିନୋଦ ଛୁରିରେ ନିଲୁଙ୍କ ଗଳା କାଟିବା ସହ ପେଟକୁ ଭୁସି ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ସେ ନିଲୁଙ୍କ ମୃତଦେହ ନେଇ ମନ୍ଦିର ପଛପଟ ଏକ ବୁଦାରେ ପକାଇ ଦେଇଥିଲେ। ଖବର ପାଇ ବୁଗୁଡ଼ା ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତା ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଉଦ୍ଧାର କରିବା ସହ ବିନୋଦଙ୍କୁ ଥାନାରେ ଅଟକ ରଖିଛନ୍ତି। ଏଥିସହ ତାଙ୍କ ମା’ ବାପାଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି। ହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ଛତ୍ରପୁରରୁ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚତ୍ ଅନୁସନ୍ଧାନ ଆରମ୍ଭ କରିଥିବା ଜଣାପଡ଼ିଛି।


All Right Reserved By Dharitri.Com

ସିଜେଏମ୍‌ଙ୍କ ପୁରୁଷୋତ୍ତମପୁରକୋର୍ଟ ପରିଦର୍ଶନ

ପୁରୁଷୋତ୍ତମପୁର ୧୧ା୭(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତକୁ ଜିଲା ମୁଖ୍ୟ ବିଚାରପତି (ସିଜେଏମ୍‌) ପ୍ରଜ୍ଞା ପରମିତା ରାଉଳ ପରିଦର୍ଶନରେ ଆସିଥିଲେ। ବିଚାରପତି ଅନ୍ନପୂର୍ଣ୍ଣା...

ବାଙ୍କେଶ୍ୱରୀ ଘାଟିରେ ଅଟୋ ଓଲଟି ଚାଳକ ମୃତ

ଦିଗପହଣ୍ଡି,୨୫ା୧୧(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କେରାଣ୍ଡିମାଳ ପାହାଡ଼ ବାଙ୍କେଶ୍ୱରୀ ଘାଟିରେ ରବିବାର ଅଟୋ ଓଲଟି ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶେରଗଡ଼ ଗ୍ରାମ...

ବ୍ରହ୍ମପୁରରେ ଏଆର୍‌ଟିଓ ଅଫିସ ଖୋଲିବା ଦାବି

ବ୍ରହ୍ମପୁର ଅଫିସ,୧୭ା୯-ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ପୋଲିସ ଏବେ ଜୋର୍‌ଦାର ଚେକିଂ କରୁଛି। ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ଜରିମାନା ଆଦାୟ...

ଆସୁଛି ସାମୁଦ୍ରିକ ଝଡ଼ ‘ଫନୀ’ : ଗୋପାଳପୁର ବନ୍ଦରରେ ୨ନଂ. ବିପଦ ସଙ୍କେତ

ଗୋପାଳପୁର,୧ା୫-ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନୀ’  ମୁକାବିଲା ନେଇ ତପତ୍ର ହୋଇପଡ଼ିଛି ପ୍ରଶାସନ। ଗୋପାଳପୁର ବନ୍ଦରରେ ୨ ନମ୍ବର ବିପଦସଙ୍କେତ ଦିଆଯାଇଛି। ଯେ...

୧୦ ବର୍ଷ ପରେ ହଜିଲା ପୁଅଙ୍କୁ ପାଇଲେ ମା’

କୋଦଳା,୩୦ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିିଗପହଣ୍ଡି ଥାନା ଅନ୍ତର୍ଗତ ତୁରୁବୁଡି ଗ୍ରାମର ଜଣେ ଦିବ୍ୟାଙ୍ଗ ନାବାଳକ ୧୦ବର୍ଷ ତଳେ କେଉଁଆଡ଼େ ଚାଲିଯାଇଥିଲେ। ଗତ ଶୁକ୍ରବାର ହଜିଲା ପୁଅ ତାଙ୍କ...

ଆକ୍ରମଣ ମାମଲା, ଅଭିଯୁକ୍ତଙ୍କୁ ବର୍ଷେ ଜେଲ

ଦିଗପହଣ୍ଡି, ୨ା୧୧ (ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟର ମାଜିଷ୍ଟ୍ରେଟ ବିଷ୍ଣୁ ପ୍ରସାଦ ଦେବତା ଶନିବାର ମାମଲା ନଂ. ଜି. ଆର ନଂ.୮୩/୨୦୧୦ ର...

ଜାଗା ସମୀକ୍ଷା ବୈଠକ :୪୩୯ ବସ୍ତି ବାସିନ୍ଦାଙ୍କୁ କରାଯାଇନି ଥଇଥାନ

ଛତ୍ରପୁର,୧୯ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଜାଗା ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନର ଅଗ୍ରଗତି ସମୀକ୍ଷା ବୈଠକ ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହରାଞ୍ଚଳ...

ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲା :  ୨୧ ବର୍ଷ ପରେ ସହକାରୀ ଯନ୍ତ୍ରୀ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ, ୩ା୧୧-ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ ବିଜୟ କୁମାର ଜେନା ଶନିବାର ଏକ ଆୟବହିର୍ଭୁୁତ ସମ୍ପତ୍ତି ଠୁଳ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ...

Leave a comment

Your email address will not be published. Required fields are marked *