ପର୍ଯ୍ୟଟନସ୍ଥଳୀର ସ୍ଥିତି ଉପରେ ସମୀକ୍ଷା: ଶୌଚାଳୟ, ପାନୀୟଜଳ ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୨୭।୧୦-ବାଲେଶ୍ୱର ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଶନିବାର ରାଜ୍ୟ ସରକାରଙ୍କ ପର୍ଯ୍ୟଟନମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଜିଲାର ଥିବା ସମସ୍ତ ପର୍ଯ୍ୟଟନସ୍ଥଳୀଗୁଡ଼ିକର ସ୍ଥିତି ଉପରେ ସମୀକ୍ଷା କରି ଶୌଚାଳୟ ଓ ପାନୀୟଜଳ ଉପରେ ଗୁରୁତ୍ୱ ଦେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ଥିବା ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ପର୍ଯ୍ୟଟନସ୍ଥଳୀଗୁଡ଼ିର ଉନ୍ନତି ଏବଂ ପୁନରୁଦ୍ଧାର ପାଇଁ ୫୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯିବାକୁ ସେ ଘୋଷଣା କରିଛନ୍ତି।
ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲା ପର୍ଯ୍ୟଟନ ଅଧିକାରୀ ଗଗନ ସାହୁ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା, ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ତପନ କୁମାର ପଟ୍ଟନାୟକ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ, ସଦର ବିଧାୟକ ମଦନମୋହନ ଦତ୍ତ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲାରେ ଥିବା ସମସ୍ତ ପର୍ଯଟନସ୍ଥଳର ଗମନାଗମନ ଓ ପାନୀୟଜଳ ସୁବିଧା, ପାର୍କିଂ ବ୍ୟବସ୍ଥା, ଯାତ୍ରୀମାନଙ୍କ ରାତ୍ରରହଣି ପାଇଁ ପାନ୍ଥନିବାସ, ସୌନ୍ଦର୍ଯ୍ୟକରଣ ଉପରେ ଆଲୋଚନା କରିଥିଲେ। ପର୍ଯ୍ୟଟନସ୍ଥଳୀଗୁଡ଼ିକ ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ କରିବା ପାଇଁ ନୂତନ ଜ୍ଞାନକୌଶଳରେ ସୁବିଧା ସୁଯୋଗ ଯୋଗାଇଦେବା ସହ ଇକୋ ଟୁରିଜିମ୍‌ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ପାଇଁ ଆଲୋଚନା କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ଜିଲା ପୋଲିସ ପ୍ରଶାସନକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତାଳସାରି, କଷାଫଳ ଏବଂ ପଞ୍ଚୁଲିଙ୍ଗେଶ୍ୱର ଭଳି ପର୍ଯ୍ୟଟନସ୍ଥଳୀର ମାନ୍ୟତା ବୃଦ୍ଧି କରିବା ପାଇଁ ବିହୀତ ପଦକ୍ଷେପ ନେବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି। ଚାନ୍ଦିପୁର ବେଳାଭୂମିକୁ ରାସ୍ତା ସମସ୍ୟା, ସିମୁଳିଆ ତପସିଗଡ଼ିଆର ଶିବମନ୍ଦିର, ତୁଡ଼ିଗଡ଼ିଆ ଶହୀଦ ସ୍ତମ୍ଭ ଉନ୍ନତି ସହ କୁପାରୀ ଏବଂ ଅଯୋଧ୍ୟାକୁ ବୁଦ୍ଧିଷ୍ଟ ଟୁରିଜିମ୍‌ ସର୍କିଟ୍‌ରେ ପରିଣତ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜିଲାରେ ଥିବା ସମସ୍ତ ପୁରୁଣା ଓ ସାଂସ୍କୃତିକ ମନ୍ଦିର ପୁନରୁଦ୍ଧାର ସହ ବାରବାଟୀ ସ୍କୁଲ ମଧ୍ୟରେ ଥିବା ଶହୀଦମାନଙ୍କର ସ୍ମୃତିକୁ ଉଦ୍ଧାର କରାଯାଇ ସାଂସ୍କୃତିକ ବିଭାଗକୁ ହସ୍ତାନ୍ତର କରାଯିବାର ମନ୍ତ୍ରୀ ଓ ଉପସ୍ଥିତ ବିଧାୟକ ବୈଠକରେ ଆଲୋଚନା କରିଥିଲେ।


All Right Reserved By Dharitri.Com

ଶିକ୍ଷକଙ୍କଠାରୁ ଲୁଟ୍‌ କରି ପଳାଉଥିବା ବେଳେ ଧରା ପଡ଼ିଲେ ଲୁଟେରା

ବସ୍ତା, ୨୯।୬(ସ୍ବ.ପ୍ର) : ବାଲେଶ୍ୱର ଜିଲା ବସ୍ତା ଓ ତାହାର ଆଖପାଖ ଅଞ୍ଚଳରେ  ଲୁଟେରାଙ୍କ ଦୌରାମତ୍‌ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲୁଟେରାମାନେ ବିଶେଷ...

ବିଦ୍ୟାଳୟ ସମ୍ମୁଖରେ ଅନଶନରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ: ସମାଧାନ ନ ହେବାରୁ ଫେରିଗଲେ ବିଇଓ

ଭୋଗରାଇ,୬।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜନାର୍ଦ୍ଦନ ହାଇସ୍କୁଲରେ ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ ସହିତ ଅନ୍ୟାନ୍ୟ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଛାତ୍ରୀଛାତ୍ର, ଅଭିଭାବକମାନେ...

ହଦଗଡ଼ ଡ୍ୟାମ୍‌ର ସୁରକ୍ଷା ନେଇ ପ୍ରଶ୍ନବାଚୀ

ହାଟଡିହୀ, ୧୦।୬(ଶୁଭକାନ୍ତ ନାୟକ)-କେନ୍ଦୁଝର ଓ ଭଦ୍ରକ ଜିଲାକୁ କେନାଲ ଯୋଗେ ଜଳସେଚନ ସୁବିଧା ଯୋଗାଉଥିବା ହଦଗଡ଼ ଡ୍ୟାମର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦୁଝର...

ଗଛକଟା ବେଳେ ସ୍କୁଲ ୱାଚ୍‌ମ୍ୟାନ୍‌ଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଜଳେଶ୍ୱର, ୧୦।୭(ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ଆରୁହା ପଞ୍ଚାୟତର ଆରୁହା ଗ୍ରାମସ୍ଥିତ ହରପ୍ରସାଦ ଏକାଡ଼େମୀ ହାଇସ୍କୁଲରେ ମଙ୍ଗଳବାର ଗଛକଟା ଯାଉଥିବା ବେଳେ ଅସାବଧାନତା ବଶତଃ ୱାଚ୍‌ମ୍ୟାନ୍‌ କୁରେନ୍ଦ୍ର ପାତ୍ର(୪୮)ଙ୍କ...

ପ୍ରକଳ୍ପ ଭବିଷ୍ୟତ ଅନ୍ଧାରରେ : ୪ ବର୍ଷ ହେଲା ମତ୍ସ୍ୟ ଯାଅଁ।ଳ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦୁଝର, ୧।୬(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ମତ୍ସ୍ୟଚାଷର ବିକାଶ ଲାଗି ଭିତ୍ତିଭୂମି ଥିଲେ ମଧ୍ୟ ଏହାର ସଦୁପଯୋଗ କରାଯାଉ ନାହିଁ ା ଜିଲାରେ ଚାଷୀଙ୍କୁ ପ୍ରୋତ୍ସାହନ ଓ ସୁବିଧା...

ବରିଷ୍ଠ ନାଗରିକଙ୍କଠାରୁ ଲୁଟ୍‌

ବାରିପଦା ଅଫିସ,୬ା୬ : କିଛିଦିନ ହେବ ବାରିପଦା ସହରରେ ଲୁଟ୍‌ ୍‌ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପୋଲିସ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ଦିଆଉ ନ ଥିବା...

ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନ ବିଶୃଙ୍ଖଳା ଘଟଣା ୬ ଶିକ୍ଷକ ନିଲମ୍ବିତ:ପ୍ରତିବାଦରେ ଶିକ୍ଷକଙ୍କ ମେଳି

ଭୋଗରାଇ, ୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନରେ ବିଶୃଙ୍ଖଳା ଓ ବ୍ଲକ ପରିସରରେ ୧୨ନଂ. ଓ ୧୪ନଂ. ବୁଥ୍‌ର ଭୋଟ୍‌ ବାକ୍ସ ଖୋଲାଥିବା...

ଚାନ୍ଦିପୁରରୁ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌, ୧୭।୧୨: ବାଲେଶ୍ୱର ଜିଲା ଚାନ୍ଦିପୁର ଘାଟିରୁ ମଙ୍ଗଳବାର ସକାଳେ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ସକାଳ ୮.୪୫ରେ ଚାନ୍ଦିପୁରର ୩ ନମ୍ବର...

Leave a comment

Your email address will not be published. Required fields are marked *