Posted inଫୁରସତ

ଏହି ମନ୍ଦିରରେ ସତୀ ପ୍ରଥାକୁ କରାଯାଏ ବିରୋଧ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। କେତେକ ରାଜପୁତ୍‌ ସମ୍ପ୍ରଦାୟରେ ସତୀ ପ୍ରଥା ରାଜରାଜୁଡ଼ା ଶାସନ ସମୟରେ ପାଳନ କରାଯାଉଥିଲା। ଜୋହର ବ୍ରତରେ ଅଗ୍ନିରେ ସ୍ବୟଂକୁ ସମର୍ପିତ କରି ରାଜପୁତ ରମଣୀ ଶତ୍ରୁ ହାତରେ ନ ପଡ଼ିବା ପାଇଁ ଏଭଳି କରୁଥିବା ଇତିହାସରେ ଉଲ୍ଲେଖ ରହିଛି। ରାଜସ୍ଥାନ ଝୁନ୍‌ଝୁନ୍‌ରେ ମାତା ସତୀ ଦେବୀଙ୍କ ୪ ଶହ ବର୍ଷ ପୁରୁଣା ମନ୍ଦିର ରହିଛି। ମାତାଙ୍କୁ ଦୁର୍ଗାଙ୍କ ଅବତାର ଭାବେ ପୂଜା କରାଯାଇଥାଏ। ସ୍ଥାନୀୟ ଲୋକେ କୁହନ୍ତି ମାତା ତାଙ୍କ ସ୍ବାମୀଙ୍କ ହତ୍ୟାକାରୀଙ୍କୁ ନିପାତ କରି ଜୋହର ବ୍ରତ ପାଳନ କରି ଅଗ୍ନିରେ ଝାସ ଦେଇ ସତୀ ହୋଇଥିଲେ। ତେବେ ମନ୍ଦିରର କାନ୍ଥରେ ସତୀ ପ୍ରଥାକୁ ବିରୋଧ କରାଯାଉଥିବା ବଡ଼ ବଡ଼ ଅକ୍ଷରରେ ଲେଖା ଯାଇଛି। କେତେକ କୁହନ୍ତି ରାଜା ରାମମୋହନ ରାୟଙ୍କ ସମୟରେ ମନ୍ଦିରରେ ଏଭଳି ଲେଖା ଯାଇଛି। ମନ୍ଦିରରେ ପୂଜାର୍ଚ୍ଚନା କଲେ ଅବିବାହିତ ଝିଅ ପୁଅଙ୍କ ବିବାହରେ ବାଧା ସୃଷ୍ଟି ହେଉ ନ ଥିବା ଲୋକେ କୁହନ୍ତି। ଏଠାରେ ସପ୍ତାହର ଶନିବାର ଏବଂ ରବିବାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ।


All Right Reserved By

ମାଛବନ୍ୟା

କଥାଟା ଶୁଣିବାକୁ ବିଚିତ୍ର ଲାଗୁଥାଇପାରେ। ଉପର ମୁଣ୍ଡରେ ବର୍ଷାହେଲେ ନଦୀନାଳରେ ପାଣିପଶେ। ତାହାର ପ୍ରଭାବରେ ବନ୍ୟା ସୃଷ୍ଟିହୁଏ। ବେଳେବେଳେ ସେହି ବନ୍ୟା ପ୍ରଳୟର ରୂପ ଧାରଣ...

ଡାଏନୋସର କହିବ ‘ହ୍ୟାଲୋ’!

ଧରାଯାଉ ଆପଣ ଫ୍ୟାମିଲି ସହିତ ଗୋଟିଏ ହୋଟେଲ୍‌ ବୁକ୍‌ କଲେ। ପରିବାରକୁ ଧରି ଯାଇ ସେଠାରେ ପହଞ୍ଚତ୍ଲେ। ଆଉ ଆପଣ ଖାଦ୍ୟ ପାଇଁ ବରାଦ କଲେ।...

ବାତ୍ୟା ‘ଫନୀ’ ମୁକାବିଲା ପାଇଁ ଜାଣନ୍ତୁ କେମିତି ରହିବେ ସଜାଗ

ସାମୁଦ୍ରିକ ଝଡ଼ ‘ଫନୀ’ ୩ ତାରିଖରେ ଓଡ଼ିଶା ଉପକୂଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସମୟରେ ଘଣ୍ଟା ପ୍ରତି ୧୭୫ରୁ ୧୮୦...

ଯେଉଁଠି ଟଙ୍କା ଦେଲେ ମିଳନ୍ତି ଗର୍ଲ ଫ୍ରେଣ୍ଡ

ଆଧୁନିକ ଯୁଗରେ ବୟ ଫ୍ରେଣ୍ଡ ଗର୍ଲ ଫ୍ରେଣ୍ଡ ଏକ ସାଧାରଣ ଘଟଣା। ହେଲେ ବେଳେବେଳେ କେତେଜଣ ଯୁବକ ଖୋଜିଲେ ମଧ୍ୟ ଗର୍ଲ ଫ୍ରେଣ୍ଡ ମିଳି ନ...

ଝିଅମାନେ ପିଲାଦିନେ ସକ୍ରିୟ ରହିଲେ ଯୁବାବସ୍ଥାରେ ଫୁସଫୁସ ସୁସ୍ଥ ରହେ

ମାଦ୍ରିଦ: ପିଲାବେଳେ ଝିଅମାନେ ସକ୍ରିୟ ରହିଲେ ଯୁବାବସ୍ଥାରେ ପୁଅମାନଙ୍କ ତୁଳନାରେ ସେମାନଙ୍କ ଫୁସଫୁସ ସୁସ୍ଥ ରହେ ବୋଲି ଏକ ଗବେଷଣାରୁ ଜଣାପଡିଛି । ଏ ସମ୍ବନ୍ଧିତ...

ପ୍ରଥମ ଦରମାରେ ହାଇଡେସ୍କ ଓ ବେଞ୍ଚ କିଣିଥିଲି: ଡ.ଚନ୍ଦ୍ରଶେଖର ଦାଶ

ପ୍ରାଧ୍ୟାପକ, ପ୍ରାବନ୍ଧିକ ତଥା ଉଦ୍‌ଘୋଷକ ଡ.ଚନ୍ଦ୍ରଶେଖର ଦାଶ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରତନପୁର ଗାଁରେ...

ବ୍ୟକ୍ତିତ୍ୱ: ମ୍ୟାନ୍‌ ବୁକର ଆଓ୍ବାର୍ଡ ବିଜେତା ଅରବିନ୍ଦ ଆଡ଼ିଗା

‘ଦ ହ୍ବାଇଟ୍‌ ଟାଇଗର’ ଉପନ୍ୟାସ ପାଇଁ ଆଡ଼ିଗାଙ୍କୁ ମିଳିଥିଲା ୨୦୦୮ ମସିହାର ସମ୍ମାନଜନକ ମ୍ୟାନ୍‌ ବୁକର ଆଓ୍ବାର୍ଡ। ଏକ ବିଷମ ସନ୍ଧିକ୍ଷଣରେ ଅଟକି ଯାଇଥିବା ଭାରତର...

୩ଟି କରତକୁ ନେଇ ବିପଜ୍ଜନକ ଜଗଲିଂ: ଜେନ୍‌ ମୁଷ୍ଟୋନେନ୍‌ଙ୍କ ରେକର୍ଡ

ସର୍କସ୍‌ରେ ଜୋକର୍‌ ଏକାଧିକ ବଲ୍‌କୁ ଦୁଇ ହାତରେ ଜଗଲିଂ କରିବା ସମୟରେ ବେଶ୍‌ ମଜା ଲାଗିଥାଏ। ତେବେ ଜଣେ ଏଭଳି ଜିନିଷକୁ ଧରି ଜଗଲିଂ କରିଛନ୍ତି,...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *