ଭାରସାମ୍ୟ ହରାଇ ଓଲଟିଲା କ୍ୟାମ୍ପର

ଯୋଡ଼ା,୨୬।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିକଟ ରାସ୍ତାରେ ଶନିବାର ଏକ କ୍ୟାମ୍ପର ଭାରସାମ୍ୟ ହରାଇ ଓଲଟି ପଡିଛି। ରାସ୍ତା କଡରେ ଥିବା ତେଜରାତି ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।
ସୂଚନାନୁଯାୟୀ, ପୂର୍ବାହ୍ନରେ ଯୋଡାରୁ ଜୁରଡ଼ି ଅଭିମୁଖେ ଯାଉଥିବା ଏକ କ୍ୟାମ୍ପର (ଓଡି ୦୯ ସି ୪୫୨୨) ଉକ୍ତ ବ୍ୟାଙ୍କ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ସେଠୀଙ୍କ ଦୋକାନକୁ ଲାଗି ଓଲଟି ପଡିଥିଲା। ଫଳରେ ସେଠୀ ଅଳ୍ପକେ ବର୍ତ୍ତି ଯାଇଥିଲେ । କ୍ୟାମ୍ପରର ଡ୍ରାଇଭର ଓ ହେଲ୍‌ପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଯୋଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ୟାମ୍ପରକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡିଛି, କ୍ୟାମ୍ପରର ଡ୍ରାଇଭର ମଦ୍ୟପାନ କରି ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ହେତୁ ଏହି ଦୁର୍ଘଟଣା ଘଟିଛି ।


All Right Reserved By Dharitri.Com

ଯାଜପୁର ରୋଡ୍‌ରେ ଟ୍ରାଫିକ୍‌ ବିପର୍ଯ୍ୟସ୍ତ : ଟ୍ରାଫିକରେ୍‌ ଏକ ଘଣ୍ଟା ଫସିରହିଲା ଆମ୍ବୁଲାନ୍ସ

ଯାଜପୁର ରୋଡ,୨ା୯(ନି.ପ୍ର.)- ଯାଜପୁର ରୋଡ ସହରରେ ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡୁଛି। ରେଳବାଇ ଫାଟକ ଘଣ୍ଟାଘଣ୍ଟା ଧରି ପଡିରହୁଥିବାରୁ ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ...

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ରାୟଗଡା ଅଫିସ,୧୨।୨: ରାୟଗଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ ହାଲୁଆ ପଞ୍ଚାୟତର କାତିଙ୍ଗିଗୁଡ଼ା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ...

୮୨ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ନାଉଗାଁ,୫ା୧୧(ସ୍ବ.ପ୍ର.): ନାଉଗାଁ ବ୍ଲକରେ ମୋଟ୍‌ ୧୧୯ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୩୭ କେନ୍ଦ୍ରର ନିଜସ୍ବ ଗୃହ ଥିବାବେଳେ ୮୨କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଫଳରେ...

ନୂଆ ସଡ଼କ ସୁରକ୍ଷା ନିୟମ ନେଇ ସଚେତନତା

ବାରିପଦା ଅଫିସ,୬ା୯-କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ମୋଟରଯାନ ନିୟମ ଲାଗୁ କରାଯିବା ପରେ ରାଜ୍ୟ ସରକାର ଏହାକୁ କଡ଼ାକଡ଼ି କରିଛନ୍ତି ା ଫଳରେ ବିନା ଲାଇସେନ୍ସ...

ବାଲେଶ୍ୱରରେ ବିଜେଡି ଆଗୁଆ

ବାଲେଶ୍ୱର ଅଫିସ, ୨୩।୫- ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିର ଜୀବନପ୍ରଦୀପ ଦାଶ ୧୩୫୬୩ ଭୋଟ ପାଇଥିବାବେଳେ ଭାଜପାର ମଦନ ମୋହନ ଦତ୍ତ...

୭ ଜିଲାକୁ ପ୍ରବଳ ବର୍ଷା: ରାତି ସାଢ଼େ ୮ଟା ଯାଏ ସତର୍କ ସୂଚନା ଜାରି

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ଆରବ ସାଗରରେ ଏକ ବାତ୍ୟା ସୃଷ୍ଟି ହୋଇଛି। ବଙ୍ଗୋପସାଗରରୁ ସ୍ଥଳଭାଗ ଆଡକୁ ବାୟୁ ପ୍ରବାହ ହେଉଛି ଏହାର ପ୍ରଭାବରେ ରାଜ୍ୟର ଉପକୂଳ, ଉତ୍ତର...

୧୫୬ ବର୍ଷର ବ୍ରହ୍ମପୁର ମଣ୍ଡଳ କାରାଗାର : ରାଜ୍ୟର ଏକମାତ୍ର ଫାଶୀଖୁଣ୍ଟ, ନାହାନ୍ତି ଘାତକ

ବ୍ରହ୍ମପୁର ଅଫିସ,୭ା୧୨-ବ୍ରିଟିଶ ଶାସନରେ ଏବଂ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିବା ବେଳେ ୧୮୬୩ରେ ସ୍ଥାପିତ ହୋଇଥିଲା ବ୍ରହ୍ମପୁର ମଣ୍ଡଳ କାରାଗାର। ୧୫୬ ବର୍ଷର...

ଭୁଜାଲି ମାଡ଼ରେ ଜଣେ ଗୁରୁତର

ଜଗନ୍ନାଥପ୍ରସାଦ,୨୦ା୭(ଡି.ଏନ.ଏ.): ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଗଣ୍ଡାଧର ପଞ୍ଚାୟତର ବିରୂପାକ୍ଷ ନାୟକଙ୍କୁ ଶୁକ୍ରବାର ଭୁଜାଲିରେ ଆକ୍ରମଣ କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଗନ୍ନାଥପ୍ରସାଦ ଓ ପରେ...

Leave a comment

Your email address will not be published. Required fields are marked *