Posted inଜାତୀୟ

ସ୍ଥାବର ସମ୍ପତ୍ତି ଆଧାର ସହିତ ହେବ ଲିଙ୍କ୍‌: ମୋଦି ସରକାର ଆଣିବେ ଆଇନ; ଡ୍ରାଫ୍ଟ୍‌ ପ୍ରସ୍ତୁତ

ନୂଆଦିଲ୍ଲୀ,୨୬।୧୦:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସ୍ଥାବର ସମ୍ପତ୍ତିକୁ ଆଧାର ସହିତ ଲିଙ୍କ୍‌ କରିବା ଲାଗି ଯୋଜନା କରିଛନ୍ତି। ଏନେଇ ପାଞ୍ଚ ଜଣିଆ ସଂସଦୀୟ କମିଟି ଗଠନ କରାଯିବା ସହିତ ଡ୍ରାଫ୍ଟ୍‌ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଏହା ଆଇନରେ ପରିଣତ ହେଲେ ବେନାମୀ ସମ୍ପତ୍ତି ଧରା ପଡ଼ିଯିବ। ସେହିପରି ଜମି ଜମା କ୍ଷେତ୍ରରେ କରାଯାଉଥିବା ଜାଲ୍‌ କାରବାରର ପର୍ଦ୍ଦାଫାଶ୍‌ ହୋଇପାରିବ। ସ୍ଥାବର ସମ୍ପତ୍ତିକୁ ଆଧାର ସହିତ ଲିଙ୍କ୍‌ କରିଥିବାର ବ୍ୟକ୍ତିଙ୍କ ଜମି ଉପରେ ବେଆଇନ କବ୍‌ଜା ହେଲେ ଏହାର ସମାଧାନ ଦାୟିତ୍ୱ ସରକାର ବହନ କରିବେ। ଅପରପକ୍ଷରେ ଏଭଳି କରି ନ ଥିବା ବ୍ୟକ୍ତିଙ୍କ ସ୍ଥାବର ସମ୍ପତ୍ତି କ୍ଷେତ୍ରରେ ସରକାରୀ କ୍ଷତି ପୂରଣ ମିଳିବ ନାହିଁ ବୋଲି କୁହାଯାଉଛି। ଏହା ଦ୍ୱାରା ଜମି ମାଫିଆଙ୍କ ଅବୈଧ କାରବାର ବନ୍ଦ ହୋଇ ଯିବାର ସମ୍ଭାବନା ରହିଛି।


All Right Reserved By Dharitri.Com

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦଙ୍କ ପରଲୋକ

ଲକ୍ଷ୍ନୌ,୨୭।୩: ପୁର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦ ବର୍ମାଙ୍କର ଶୁକ୍ରବାର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ। ସମାଜବାଦୀ ପାର୍ଟିର...

ହୃଦଘାତ ଆଶଙ୍କା କମ କରେ କଞ୍ଚା କଦଳୀ

କଞ୍ଚା କଦଳୀରେ ଭରପୂର ମାତ୍ରାରେ ଭିଟାମିନ ଏବଂ ଖଣିଜ ଲବଣ ଥାଏ। ଯାହା ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ପ୍ରତିଦିନ ଖାଦ୍ୟରେ କଞ୍ଚା...

କୁମାରସ୍ବାମୀଙ୍କ ଶକ୍ତି ପରୀକ୍ଷା: ବିଦ୍ରୋହୀଙ୍କୁ ଗୃହରେ ଉପସ୍ଥିତ ରହିବାକୁ ବାଧ୍ୟ କରାଯାଇପାରିବ ନି କହିଲେ ସୁପ୍ରିମ୍‌କୋର୍ଟ

ବେଙ୍ଗାଲୁର୍‌,୧୭।୭: କର୍ନାଟକରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ବାମୀ ବିଧାନସଭାରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ। ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ ବାଚସ୍ପତି...

ସଂସଦରେ ସିଏଏ ତାତି: ଲୋକ ସଭା-ରାଜ୍ୟ ସଭାରେ ପ୍ରବଳ ହଟ୍ଟଗୋଳ

ନୂଆଦିଲ୍ଲୀ,୩।୨: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ବିରୋଧୀ ଦଳ ସଦସ୍ୟଙ୍କ...

୩ଦିନରେ ପ୍ରାୟ ୪୦୦କି.ମି.ରୁ ଊର୍ଦ୍ଧ୍ୱ ସାଇକେଲ୍‌ ଚଳାଇ ଗାଁକୁ ପହଞ୍ଚିଲେ ଯୁବକ

ପାଟନା,୩।୪: କରୋନା ଭାଇରସ୍‌କୁ ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ସମସ୍ତ ରାଜ୍ୟରେ କାମଧନ୍ଦା ବନ୍ଦ ହୋଇଯିବାରୁ ଶ୍ରମିକ...

ଆସିଲେ ନାହିଁ ହସ୍ପିଟାଲର କୌଣସି କର୍ମଚାରୀ ଏକେଲା ସନ୍ତାନ ପ୍ରସବ କଲେ ମହିଳା

ନାଗପୁର,୪।୬: ମହାରାଷ୍ଟ୍ର ନାଗପୁରର ସୁକେଶ୍ରୀ ଶ୍ରୀକାନ୍ତ ନାମକ ଜଣେ ୨୩ ବର୍ଷୀୟା ମହିଳା ସନ୍ତାନ ପ୍ରସବ ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଠିକ୍‌...

ପିଟରଙ୍କୁ ଜାମିନ, ହେଲେ ଏବେ ମୁକୁଳିବେନି

ମୁମ୍ବାଇ,୭-୨(ପି.ଟି.):ବହୁଚର୍ଚ୍ଚିତ ଶିନା ବୋରା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ମିଡିଆ ବାରୋନ୍‌ ପିଟର ମୁଖାର୍ଜୀଆଙ୍କୁ ଆଶ୍ୱସ୍ତି ମିଳିଛି। ଏହି ହତ୍ୟାକାଣ୍ଡରେ ପିଟରଙ୍କ...

ପ୍ରଶାନ୍ତ କିଶୋରଙ୍କ ସଦସ୍ୟତାକୁ ସ୍ବାଗତ କଲା ଏଏପି

ନୂଆଦିଲ୍ଲୀ,୨୧।୨: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କୁ ନେଇ ଏବେ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା। ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନରେ ବିଜୟ ହେବା...

Leave a comment

Your email address will not be published. Required fields are marked *