ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର: ଶିଶୁପୁତ୍ର ମୃତ, ଦମ୍ପତିଙ୍କ ସମେତ ୪ ଆହତ

ଦିଗପହଣ୍ଡି,୨୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ର ଗୁମ୍ମା ଗାଁର ଦଳିତ ସାହିରେ ଲଗାଣ ବର୍ଷାରେ ଶନିବାର ଭୋରରୁ ଘର ଭୁଶୁଡ଼ି ପଡ଼ିବାରୁ ଜଣେ ୧୦ ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତଶିଶୁ ହେଲେ ଗ୍ରାମର ସନ୍ତୋଷ ନାଇକଙ୍କ ପୁଅ ସନାତନ।
ପ୍ରକାଶ ଯେ, ସନ୍ତୋଷ ଶୁକ୍ରବାର ରାତିରେ ଖାଇସାରି ମା’ ରାହାସ, ସ୍ତ୍ରୀ ବନିତା, କନ୍ୟା ପ୍ରିୟଙ୍କା ଓ ପୁଅ ସନାତନଙ୍କ ସହ ଶୋଇଥିଲେ। ଭୋରରୁ ନଡ଼ା ଛପର ଘର ଭୁଶୁଡ଼ି ପଡ଼ିବାରୁ ସପରିବାର ଆହତ ହୋଇଛନ୍ତି। ସମସ୍ତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସନାତନଙ୍କୁ ମୃତ ଘୋଷଣା କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ବନିତା ଓ ରାହାସଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ, ବିଡିଓ ହଳଧର ଶବର ଗାଁରେ ପହଞ୍ଚତ୍ ଘଟଣାର ତଦନ୍ତ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନେ ପହଞ୍ଚି ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ ସଦଳବଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି କେ. ନୂଆଗାଁ ଥାନାକୁ ଖବର କରିଥିଲେ। ପୋଲିସ ସନାତନଙ୍କ ମୃତଦେହ ଜବତକରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛନ୍ତି । ଏ ନେଇ କେ. ନୂଆଗାଁ ଥାନାରେ କେସ୍‌ ନଂ. ୧୭/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।


All Right Reserved By Dharitri.Com

ନୀଳାଚଳ କାରଖାନର ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣା: ମାମଲା ରଫାଦଫା ପାଇଁ ପକାଉଛି ଚାପ

କଳିଙ୍ଗନଗର, ୬।୮(ଡି.ଏନ.ଏ.)- ନୀଳାଚଳ କାରଖାନାରେ ଠିକାଶ୍ରମିକଭାବେ କାର୍ଯ୍ୟକରୁଥିବା ଜଣେ କର୍ମଚାରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁକୁ ଦୁଇ ବର୍ଷ ବିତିଥିଲେ ମଧ୍ୟ ପରିବାରକୁ କ୍ଷତିପୁଣ ମିଳିପାରି ନାହଁି।...

ଘର ବାରିରୁ ୧୮ଟି ନାଗ ସାପ ଉଦ୍ଧାର

ପାପଡ଼ାହାଣ୍ଡି,୧୩।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାର ଶୈଳବାଳା ପଟ୍ଟନାୟକଙ୍କ ବାରିରୁ ବୁଧବାର ସନ୍ଧ୍ୟାରେ ମା’ ସହ ୧୮ଟି ନାଗ ସାପ ଉଦ୍ଧାର କରାଯାଇଛି।...

ରେବତୀ ବଣିଆ ନୂଆସାହି ରାସ୍ତା ନିର୍ମାଣକୁ ବିରୋଧ, ଗ୍ରାମବାସୀଙ୍କ ରାସ୍ତାରୋକୋ

ଖଣ୍ଡପଡା,୧୫।୯(ସ୍ବ.ପ୍ର.)-ଖଣ୍ଡପଡା ବ୍ଳକ ଅଧୀନ ମର୍ଦ୍ଦରାଜପୁର ପଞ୍ଚାୟତର ରେବତୀ ବଣିଆ ନୂଆସାହି ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ଦାବି କରାଯାଇଛି। ଏ ନେଇ ବେଣାଗାଡିଆ ପଞ୍ଚାୟତ...

ବ୍ୟାପୁଛି ଭୂତାଣୁ ଜନିତ ରୋଗ: ହଜାରେରୁ ଅଧିକ ଗୋରୁ ଆକ୍ରାନ୍ତ

ବନ୍ତଳା, ୧୫ା୯(ଡି.ଏନ.ଏ.) – ଅନୁଗୋଳ ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପୁଛି ଭୂତାଣୁଜନିତ ରୋଗ। ଏହି ରୋଗରେ ଅଞ୍ଚଳର ବହୁ ଗୋରୁ ଆକ୍ରାନ୍ତ ହେଉଥିବାରୁ ଚାଷୀମାନେ ଚିନ୍ତାରେ...

ପୋଖରୀରେ ପଶିଲା ଟ୍ରକ୍‌, ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

ଭଣ୍ଡାରିପୋଖରୀ,୨୩।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥ ତୋରତ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଆଇରନ୍‌ ବୋଝେଇ ଟ୍ରକ୍‌ ପୋଖରୀରେ ପଶିଯାଇଛି। ଟ୍ରକ୍‌ଟି...

‘ସୌଭାଗ୍ୟ’ ପାଲଟିଛି ଦୁର୍ଭାଗ୍ୟ

ଭଦ୍ରକ ଅଫିସ, ୨୮।୧୨- ଭଦ୍ରକ ଜିଲାରେ ସୌଭାଗ୍ୟ ଯୋଜନା ଏବେ ଗରିବ ଲୋକଙ୍କ ପାଇଁ ଦୁର୍ଭାଗ୍ୟ ଅବସ୍ଥା ଆଣିଦେଇଛି। ବିଦ୍ୟୁତ୍‌ ବିଭାଗର ଅଜବ ନିୟମ କାରଣରୁ...

କୀଟନାଶକ ପିଇ ପ୍ରାଣ ହରାଇଲେ ମହିଳା

ଦାରିଙ୍ଗବାଡ଼ି,୨୬।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ଣଣୀଗାଁ ଥାନା ଅଞ୍ଚଳରେ ପାରିବାରିକ କଳହକୁ ନେଇ ଜଣେ ମହିଳା କୀଟନାଶକ ପିଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତା...

ସ୍କୁଲ ପରିଦର୍ଶନ ବେଳେ ଡିଇଓ ଖପ୍ପା

ବନ୍ତଳା, ୧୫ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ସଚ୍ଚିଦାନନ୍ଦ ବେହେରା ଶନିବାର ବନ୍ତଳା ଅଞ୍ଚଳର ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନରେ ଆସିଥିଲେ। ବିଦ୍ୟାଳୟଗୁଡିକୁ...

Leave a comment

Your email address will not be published. Required fields are marked *