କେବେ ଆରମ୍ଭ ହୋଇଥିଲା ଦୀପାବଳି

ଆଲୋକର ପର୍ବ ଦୀପାବଳି। ଦୀପାବଳି ଆସିଲେ ଘରେ ଘରେ ଖୁସିର ମାହୋଲ ଦେଖାଯାଇଥିବା ବେଳେ ଭିନ୍ନ ଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ତିଆରି କରାଯାଇଥାଏ। ଲୋକେ କିଛି ଦିନ ଆଗରୁ ଘର ସଫା କାର୍ଯ୍ୟ ସାରିଦେଇଥିବା ବେଳେ ଦୀପାବଳି ଦିନ ଘରକୁ ରଙ୍ଗୋଲି, ଫୁଲ ଓ ଦୀପରେ ସଜେଇ ଥାଆନ୍ତି। ହେଲେ ଜାଣିଛନ୍ତି କି, ଏହି ସୁନ୍ଦର ପର୍ବ କେବେଠାରୁ ଆରମ୍ଭ ହୋଇଛି; ତାହାର ପାଳନକୁ ନେଇ ବହୁ ଭିନ୍ନ ଭିନ୍ନ ପୌରାଣିକ କାହାଣୀ ରହିଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି …
ରାମଙ୍କ ଅଯୋଧ୍ୟା ଆଗମନ: ପୌରାଣିକ ମତରେ ଭଗବାନ୍‌ ଶ୍ରୀରାମ ଯେତେବେଳେ ଲଙ୍କାପତି ରାବଣଙ୍କୁ ବଧ କରି ୧୪ ବର୍ଷର ବନବାସ ସାରି ମାତା ସୀତା ଓ ଭାଇ ଲକ୍ଷ୍ମଣଙ୍କୁ ସାଙ୍ଗରେ ଘେନି ଅଯୋଧ୍ୟା ଫେରିଥିଲେ, ସେତେବେଳେ ରାଜ୍ୟବାସୀ ବହୁ ଖୁସି ମନାଇଥିଲେ। ଏଥିପାଇଁ ସବୁ ଗଁା ଓ ନଗରରେ ସେମାନେ ଦୀପ ଜଳାଇ ତାଙ୍କୁ ସ୍ବାଗତ କରିଥିଲେ। ସେହି ଦିନଠାରୁ ଅନ୍ଧକାର ଉପରେ ଆଲୋକର ବିଜୟକୁ ଦୀପାବଳି ଭାବେ ପାଳନ କରାଯାଇ ଆସୁଛି।
ଧନନ୍ତ୍ୱରୀ ପ୍ରକଟ: ସେହିପରି ପୌରାଣିକ ମତ ଅନୁସାରେ ସତ୍ୟଯୁଗରେ ହିଁ ଦୀପାବଳି ଉତ୍ସବ ପାଳନ କରାଯାଇଥିଲା। କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଅର୍ଥାତ୍‌ ଧନତେରାସ୍‌ ଦିନ ସମୁଦ୍ର ମନ୍ଥନରୁ ଧନନ୍ତ୍ୱରୀ ଅମୃତ କଳସ ନେଇ ଆବିର୍ଭାବ ହୋଇଥିଲେ। ତେବେ ତାଙ୍କର ଏହି ଜନ୍ମଦିନକୁ ଧନତେରାସ୍‌ ଭାବେ ପାଳନ କରାଯାଏ। ଏହାପରେ ଧନର ଦେବୀ ମା’ ଲକ୍ଷ୍ମୀଙ୍କ ଆବିର୍ଭାବ ହୋଇଥିଲା। ତାଙ୍କୁ ସ୍ବାଗତ କରିବା ପାଇଁ ଦୀପ ଉତ୍ସର୍ଗ କରାଯାଇଥିବାରୁ ଏହାକୁ ଦୀପାବଳି ପର୍ବ କୁହାଯାଏ।
ପାଣ୍ଡବଙ୍କ ଆଗମନ: ଦୀପାବଳିକୁ ନେଇ ଅନ୍ୟ ଏକ କାହାଣୀ ମଧ୍ୟ ଶୁଣାଯାଏ। ଏହା ପଞ୍ଚୁପାଣ୍ଡବଙ୍କ ସହିତ ମଧ୍ୟ ଯୋଡି ହୋଇଛି। ଯେତେବେଳେ ପାଣ୍ଡବମାନେ ବନବାସ ସାରି ଘରକୁ ଫେରିଥିଲେ, ସେହିଦିନ ନଗରବାସୀ ଖୁସିରେ ଉତ୍‌ଫୁଲ୍ଲିତ ହୋଇପଡ଼ିଥିଲେ। ତାଙ୍କୁ ସ୍ବାଗତ କରିବା ପାଇଁ ନଗରସାରା ଦୀପ ପ୍ରଜ୍ୱଳନ କରିଥିଲେ। ସେହି ଦିନଠାରୁ ଦୀପାବଳିର ଆରମ୍ଭ ବୋଲି କୁହାଯାଏ।
ଶ୍ରୀକୃଷ୍ଣଙ୍କ ନରକାସୁର ବଧ: ଭଗବାନ୍‌ ଶ୍ରୀକୃଷ୍ଣ ସ୍ତ୍ରୀ ସତ୍ୟଭାମାଙ୍କ ସହାୟତାରେ ଅସୁର ରାଜା ନରକାଙ୍କୁ ବଧ କରିଥିଲେ। କାରଣ ନରକା ସୁର ଜଣେ ମହିଳାଙ୍କ ହସ୍ତରେ ବଧ ହେବାକୁ ଅଭିଶାପ ଥିଲା। ଯୋଗକୁ ସେହିଦିନ କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ପଡ଼ିଥିଲା। ତେବେ ନରକା ସୁରର ଆତଙ୍କ ଓ ଅତ୍ୟାଚାରରୁ ମୁକ୍ତି ମିଳିବା ଖୁସିରେ ଲୋକେ ଦୀପୋତ୍ସୋବ କରିଥିବା ବେଳେ ତା ପରଦିନ ଦୀପାବଳି ଉତ୍ସବ ପାଳନ କରିଥିଲେ।
ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା: ସାଧାରଣତଃ ଦୀପାବଳି ଦିନ ଭଗବାନ୍‌ ଗଣେଶ ଓ ମା’ ଲକ୍ଷ୍ମୀଙ୍କୁ ଏକାସାଙ୍ଗରେ ପୂଜା କରାଯାଇ ଶୁଭ କାମନା କରାଯାଇଥାଏ। କାରଣ ଭଗବାନ୍‌ ଗଣେଶ ଜ୍ଞାନର ଦେବତା ହୋଇଥିବା ବେଳେ ମା’ ଲକ୍ଷ୍ମୀ ଧନର ଦେବୀ। ତେଣୁ ସମସ୍ତେ ଜାଣନ୍ତି ଜୀବନରେ ଧନ ବିନା ବିଦ୍ୟା ଏବଂ ବିଦ୍ୟା ବିନା ଧନ ଅସମ୍ପୂର୍ଣ୍ଣ। ତେଣୁ ଉକ୍ତ ତିଥିରେ ଉଭୟ ଦେବତାଙ୍କୁ ପୂଜା କରି ଧନ ଏବଂ ବିଦ୍ୟାର ଅଧିକାରୀ ହୋଇଥାନ୍ତି।


All Right Reserved By Dharitri.Com

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଯୁବତୀ ପିଠିରେ ଆଙ୍କିଲେ ମୋଦିଙ୍କ ଟାଟୁ

ଜମ୍ମୁ -କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଖୁସିରେ ବିଭୋର ହୋଇ ଝାଡ଼ଖଣ୍ଡର ଜଣେ ଯୁବତୀ ପିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାଟୁ ଆଙ୍କି...

ଆପଣାନ୍ତୁ ଏହି ସହଜ ଉପାୟ ଘରୁ ପଳାଇବେ ପିମ୍ପୁଡ଼ି,ଜନ୍ଦା…

ଘରେ ପିମ୍ପୁଡ଼ି,ଜନ୍ଦା ହେଲେ ଭାରି ଅସୁବିଧା ହୋଇଥାଏ। ତେବେ କେତେକ ସହଜ ଉପାୟ ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଲେମ୍ବୁ ଚୋପାକୁ ପିମ୍ପୁଡ଼ି କିମ୍ବା...

ବିଶ୍ୱର ଏପରି ୫ଟି ସ୍ଥାନ, ଯେଉଁଠି ହୁଏନି ରାତି

ବିଶ୍ୱରେ ଅନେକ ଅଦ୍ଭୁତ ସ୍ଥାନ ରହିଛି, ଯାହାକୁ ବିଶ୍ୱାସ କରି ପାରିବା କଷ୍ଟକର ହୁଏ। କିନ୍ତୁ ସତ୍ୟ କଣ ଜାଣିବା ପରେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ।...

୬ ଅଙ୍ଗୁଳି ଥିବା ବ୍ୟକ୍ତି ଭାଗ୍ୟଶାଳୀ

ଅଧିକାଂଶ ଲୋକଙ୍କ ମନରେ ଧାରଣା ଥାଏ ଯେଉଁମାନଙ୍କର ୬ଟି ଅଙ୍ଗୁଳି ସେମାନଙ୍କୁ କାମ କରିବାରେ ଅସୁବିଧା ହେଉଥିବ। କିନ୍ତୁ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯାହାର ୬ଟି...

ଜନଶୁଣାଣିରେ ବ୍ୟାଡ଼ମିଣ୍ଟନ ଖେଳାଳି ପି.ବି.ସିନ୍ଧୁଙ୍କୁ ବିବାହ କରିବାକୁ ଜିଦ୍‌ ଧରିଲେ ବୃଦ୍ଧ: ନମାନିଲେ ଅପହରଣ କରିବାକୁ ଦେଲେ ଧମକ

ରାମନାଥପୁରମ୍‌,୧୮।୯: ତାମିଲନାଡୁରେ ଏକ ଜନଶୁଣାଣିରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ମଲାୟସାମୀ ନିଜ ଫଟୋ ସହିତ ସ୍ବର୍ଣ୍ଣ ପଦକ...

ଏହି ଦେଶରେ ବାପା ହେଲେ ପୁରୁଷଙ୍କୁ ମିଳିଥାଏ ସର୍ବାଧିକ ଛୁଟି

ସାଧାରଣତଃ ପିଲା ଜନ୍ମ ଦେଲେ କାର୍ଯ୍ୟସ୍ଥଳରେ ମା’ଙ୍କୁ ଛୁଟି ମିଳିଥାଏ। ମାତ୍ର କେଉଁଠି ବାପାଙ୍କୁ ଛୁଟି ମିଳୁଥିବାର ଶୁଣିଛନ୍ତି। ଆଜ୍ଞା ହଁ, ଏମିତି ଏକ ଦେଶ...

୧୯ବର୍ଷ ହେଲା ଶୌଚାଳୟରେ କଟୁଛି ମହିଳାଙ୍କ ଜୀବନ

ଚେନ୍ନାଇ, ୨୫।୮: ତାମିଲନାଡୁର ମଦୁରାଇରେ ଜଣେ ମହିଳା ଦୀର୍ଘ ୧୯ବର୍ଷ ହେଲା ସାର୍ବଜନୀନ ଶୌଚାଳୟରେ ଜୀବନ କାଟୁଛନ୍ତି। ୬୫ବର୍ଷୀୟ କରୁପାୟୀ ରମନାଡ ଅଞ୍ଚଳରେ ଥିବା ଏକ...

ଏହି ମନ୍ଦିରରେ ଦିନରେ ୩ ଥର ରୂପ ବଦଳାନ୍ତି ହନୁମାନ…

ଭାରତରେ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ମଧ୍ୟପ୍ରଦେଶ ପୁରବା ଗାଁ ନିକଟରେ ଥିବା ସୂରଜକୁଣ୍ଡରେ ହନୁମାନ ମନ୍ଦିର ରହିଛି। ଏଠାରେ ଠାକୁର ଗୋଟିଏ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *