ହାତୀ ଉପଦ୍ରବ: ଭାଙ୍ଗିଲେ ଫାର୍ମ ହାଉସ୍‌, ଉଜାଡ଼ିଲେ ଧାନ ଫସଲ; କ୍ଷତିପୂରଣ ଦାବି କଲେ ଅଞ୍ଚଳବାସୀ

ପାଟଣା,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଥମିବାର ନଁା ଧରୁନାହିଁ। ହାତୀ ଉପଦ୍ରବରେ ଗରିବ ଚାଷୀମାନେ ବିଶେଷଭାବେ ପ୍ରଭାବିତ ହେଉଛନ୍ତି। ଏକ ଦଳରେ ଥିବା ୨୩ ଝାଡ଼ଖଣ୍ଡୀ ହାତୀ ଚମ୍ପୁଆ ରେଞ୍ଜରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ପରେ ଶୁକ୍ରବାର ବିଳମ୍ବିତ ରାତିରେ ଜ୍ୟୋତିପୁର ଫୁଲକଁଳେଇ କଙ୍କଡା ଗ୍ରାମଦେଇ ପାଟଣା ରେଞ୍ଜ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ରେଞ୍ଜରେ ପଶିଥିଲେ। ପରେ ଡିମିରିଗୁଡାରେ ଧାନ ଫସଲ ଚକଟି ନଷ୍ଟ କରିବା ସହ ଅଖିଳ ଚନ୍ଦ୍ର ନାଏକଙ୍କ ଏକ ଫାର୍ମ ହାଉସ୍‌ ପିଲାରର କାନ୍ଥ ଓ ଆଜ୍‌ବେଷ୍ଟସ୍‌ ଭାଙ୍ଗି ଦେଇଛନ୍ତି। ଏବେ ହାତୀପଲ ପାଟଣା ରେଞ୍ଜ ସାହରପଡ଼ା ବ୍ଲକ ମଙ୍ଗଳପୁର ଜଙ୍ଗଲରେ ଥିବା ସୂଚନା ମିଳିଛି। ବନ ବିଭାଗ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଖୁବ୍‌ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।


All Right Reserved By Dharitri.Com

ନିଶ୍ଚିହ୍ନ ହୋଇଗଲା ୬୨ବର୍ଷ ତଳର ଫରେଷ୍ଟ ଚେକ ଗେଟ୍‌

ଖଇରା,୧୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀଠାରେ ଥିବା ୬୨ବର୍ଷ ତଳର ଫରେଷ୍ଟ ଚେକ ଗେଟକୁ ଉଠାଇ ଦିଆଯାଇଛି। ଏଥିଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ...

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୫ ଗିରଫ

ଖଲିକୋଟ,୧୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲିକୋଟ ଥାନା ଅନ୍ତର୍ଗତ ଘୋଡ଼ାପଡ଼ା ଦେବୀଝର ଡ୍ୟାମ୍‌ ନିକଟରେ ଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପୋଲିସ ଗୁରୁବାର...

ଆବାସ ଯୋଜନା କାହା ଲାଗି : ଏସ୍‌ଇସିସି ତାଲିକାକୁ ନେଇ ସନ୍ଦେହ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୯ା୫-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ଆବାସ ଯୋଜନା ସମ୍ପୂର୍ଣ୍ଣ ଦିଗହରା। ଏହି ବ୍ଲକରେ ବ୍ୟାପକ ଭାବେ ଇନ୍ଦିରା ଆବାସ ଦୁର୍ନୀତି ହୋଇଥିବା ନେଇ...

୫ ବର୍ଷ ଧରି ଶୁଣୁନି ଜିଲା ପ୍ରଶାସନ: ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ଦେବରାଜ

ଗୋପ, ୧୫।୯(ଡି.ଏନ୍‌.ଏ.): ଗୋପ ବ୍ଲକ୍‌ ଅଧୀନ ଜଙ୍ଗଲବୋରି ପଞ୍ଚାୟତସ୍ଥିତ ମଧୁବନ ଗ୍ରାମର ଦିବ୍ୟାଙ୍ଗ ଦେବରାଜ ସାହୁ ୫ବର୍ଷ ଧରି ମୋଟରଚାଳିତ ଟ୍ରାଇସାଇକେଲ ପାଇଁ ଆବେଦନ କରି...

୪୦ବର୍ଷ ପରେ ସରକାରୀ ଜମିରୁ ଜବରଦଖଲ ହଟିଲା

ବାଲେଶ୍ୱର ଅଫିସ,୯।୧-ବାଲେଶ୍ୱର ସଦର ତହସିଲ ଅଧୀନ ଅଙ୍ଗାରଗଡ଼ିଆ ମୌଜାର ୨୭ ଡିସିମିଲ ସରକାରୀ ଜମିରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ୪୦ ବର୍ଷ ଧରି ଏହି...

ବନ ବିଭାଗ ନୀରବ,ପଦା ହେଲାଣି ଜଙ୍ଗଲ

ଫୁଲବାଣୀ ଅଫିସ, ୩୧ା୧୨-କନ୍ଧମାଳ ଜିଲା ଫୁଲବାଣୀ ବନଖଣ୍ଡରେ କାର୍ଯ୍ୟରତ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ପଦାକୁ ଆସିଛି। ଜଙ୍ଗଲ ଜଗିବା ଦାୟିତ୍ୱରେ ଥିବା କର୍ମଚାରୀ ଏବଂ କାଠ...

ଛଟ୍‌ ପୂଜା ଲାଗି ନଦୀଘାଟ ଉତ୍ସବମୁଖର

ରାଇରଙ୍ଗପୁର, ୩।୧୧ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରାଞ୍ଚଳ ଉପକଣ୍ଠ ଖଡ଼ଖାଇ ନଦୀ ଘାଟ ଶନିବାର ବିହାରୀ ସମ୍ପ୍ରଦାୟର ପ୍ରସିଦ୍ଧ ଛଟ୍‌ ପୂଜା ଲାଗି ଉତ୍ସବମୁଖର ହୋଇ...

କାର୍ଟୁନ ଗୋଦାମରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବାରିପଦା ଅଫିସ,୧୭।୧୨: ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧାସ୍ଥିତ ଏକ କାର୍ଟୁନ ଗୋଦାମରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବିଭାଗର ୩ଟି...

Leave a comment

Your email address will not be published. Required fields are marked *