ଲଗାଣବର୍ଷା ଆଣିଲା ଦୁଃଖ: ୭୫୦ ହେକ୍ଟର ଚାଷ ଜମି ଜଳମଗ୍ନ

ଢେଙ୍କାନାଳ ଅଫିସ, ୨୬।୧୦ – ଲଘୁଚାପଜନିତ ଲଗାଣ ବର୍ଷା ଢେଙ୍କାନାଳ ଜିଲାର ଚାଷୀଙ୍କ ପାଇଁ ଦାରୁଣ ଦୁଃଖ ଆଣିଛି। ଧାନ ବାହାରିବା ସମୟରେ ଜଳମଗ୍ନ ହୋଇପଡ଼ିଛି ଚାଷଜମି। ଚାଷୀମାନେ ବର୍ଷସାରା ପରିଶ୍ରମ କରି ଭଲ ଫସଲ ଉତ୍ପାଦନକୁ ଚାହିଁ ରହିଥିବାବେଳେ ଅଦିନିଆ ବର୍ଷା ସେମାନଙ୍କୁ ନିରାଶ କରିଛି। ସଦର ବ୍ଲକ ମଣ୍ଡାପାଳ ଗ୍ରାମରେ କ୍ଷୟକ୍ଷତି ସୀମା ଟପିଛି। ସୁରେଶ ବରାଳ, ଧରଣୀ ବ୍ରହ୍ମ, ଅରୁଣ ବରାଳ, ଯୁଧିଷ୍ଠିର ବରାଳ, ଆକାଶ ରାଜ, ରାଜପ୍ରକାଶ ରାଜ, କୈଳାସ ରାଜ, ବଂଶୀଧର ବରାଳ, ସୁଦର୍ଶନ ବରାଳ, ବିପିନ ବରାଳ, ମାନସ ବରାଳ, ପ୍ରଫୁଲ୍ଲ ବରାଳ, ସର୍ବେଶ୍ୱର ବ୍ରହ୍ମ, ପ୍ରସନ୍ନ ବ୍ରହ୍ମ, ରମେଶ ବ୍ରହ୍ମ, ସୂର୍ଯ୍ୟକାନ୍ତ ବ୍ରହ୍ମ ପ୍ରମୁଖ ଚାଷୀଙ୍କ ଶହ ଶହ ଏକର ଚାଷ ଜମି ପାଣିରେ ବୁଡ଼ି ରହିଛି। ଏ ନେଇ ସେମାନେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏ ନେଇ ଜିଲା କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା କୁହନ୍ତି, ଲଗାଣବର୍ଷା ଯୋଗୁ ଜିଲାରେ ୭୫୦ ହେକ୍ଟର ଧାନଚାଷ ଜମି ଜଳମଗ୍ନ ହୋଇଛି। ଏଥିରୁ କେବଳ ସଦର ବ୍ଲକର ୧୧୦ ହେକ୍ଟର ଜମି ରହିଛି। ମଣ୍ଡାପାଳ ଗ୍ରାମରେ ୨୫ ହେକ୍ଟରରୁ ଊର୍ଦ୍ଧ୍ୱ ଜମିର ଫସଲ ପାଣିରେ ବୁଡ଼ିରହିଛି। ଚାଷ ଜମି ନିକଟରେ କେନାଲ ବ୍ୟବସ୍ଥା ଠିକ ନ ଥିବାରୁ ଜଳ ନିଷ୍କାସନରେ ସମସ୍ୟା ଉପୁଜିଛି। କ୍ଷେତ୍ର ପରିଦର୍ଶନ କରିବା ପରେ ଏ ନେଇ ସରକାର ଏବଂ କୃଷି ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ସେହିପରି ୩ଦିନ ଧରି ଅବିଶ୍ରାନ୍ତ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ବର୍ଷାପାଣି ପ୍ରବାହିତ ହୋଇ ବିଭିନ୍ନ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ଏହାର ପ୍ରଭାବ ପଡ଼ିଛି ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥା ଉପରେ। ସଦର ବ୍ଲକ ଖମାର ନିକଟରେ ନିର୍ମାଣାଧୀନ କଲଭର୍ଟ ପାଇଁ ହୋଇଥିବା ଡାଇଭର୍ସନ ରାସ୍ତା ଶୁକ୍ରବାର ସକାଳେ ଧୋଇଯାଇଛି। ଫଳରେ ଜିଲା ସଦର ମହକୁମାରୁ ୨୦ କିମି ଦୂର ବଣସିଂହ ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ କଲଭର୍ଟ ନିର୍ମାଣ କରାଯାଉଛି। ଯାତ୍ରୀମାନଙ୍କ ସୁବିଧା ଲାଗି ଅସ୍ଥାୟୀ ଭାବେ ଏହି ଡାଇଭର୍ସନ ରୋଡ ତିଆରି ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ରାସ୍ତା ନିକଟରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗ ଜଳଭଣ୍ଡାରରୁ ପାଣି ଉଛୁଳି ରାସ୍ତା ଉପରେ ପ୍ରବାହିତ ହୋଇଥିଲା। ଫଳରେ ଡାଇଭର୍ସନ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି। ଏହାପରେ ଯାନବାହନ ଯାତାୟାତ ପ୍ରଭାବିତ ହୋଇଛି। ବର୍ଷା କମିଲେ ତୁରନ୍ତ ଏହାକୁ ମରାମତି କରାଯିବ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଏୟୁସିସିବି ଏଟିଏମ୍‌ ସମ୍ମୁଖ ପାଲଟିଛି ପାର୍କିଂ ଜୋନ୍‌: ଉଦ୍‌ଘାଟନ ପରଠାରୁ ଅଚଳ

ପରଜଙ୍ଗ, ୨।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ (ଏୟୁସିସିବି) ଏଟିଏମ୍‌ ଉଦ୍‌ଘାଟନ ପରଠାରୁ କାମରେ ଆସୁନାହିଁ। ପରିଚାଳନାଗତ ଅବ୍ୟବସ୍ଥାରେ ଏପରି ସମସ୍ୟା...

ସମସ୍ୟା ବୁଝିଲେ ଜେଏମ୍‌ଏଫ୍‌ସି: ଦଳିତ ସାହିରେ ଜଳିବ ବିଜୁଳି

ଭୁବନ, ୨୩।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ଗ୍ରାମର ଦଳିତ ସାହିରେ ଖୁବ୍‌ଶୀଘ୍ର ଜଳିବ ବିଜୁଳି। ବିଦ୍ୟୁତ୍‌ ସଂଯୋଗରୁ ବଞ୍ଚତ୍ତ ୩୫ ଦଳିତ ପରିବାରର ଭାଗ୍ୟ...

ବେଲଟିକିରିରେ ପ୍ରାଣୀଧନ ଚିକିତ୍ସକ ଦଳ: ଚିକିତ୍ସା କଲେ, ପ୍ରତିଷେଧକ ଦେଲେ

ଢେଙ୍କାନାଳ ଅଫିସ, ୧୫।୧୧-ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ଗ୍ରାମରେ ବଜବଜିଆ ରୋଗ ଆତଙ୍କ ସମ୍ପର୍କିତ ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ପ୍ରାଣୀଧନ ଚିକିତ୍ସା ବିଭାଗ...

ମହିମା ଟୁଙ୍ଗିରେ ନବାନ୍ନ

କାମାକ୍ଷାନଗର, ୪ ।୯-କାମାକ୍ଷାନଗର ମହିମା ଟୁଙ୍ଗିରେ ମଙ୍ଗଳବାର ନବାନ୍ନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରାହ୍ମମୁହୂର୍ତ୍ତରେ ମହିମା ଧର୍ମାବଲମ୍ବୀମାନେ ଶୁଦ୍ଧପୂତ ହୋଇ ମଠରେ ଏକାଠି ହୋଇଥିଲେ।...

ସବୁଠି ଉଡ଼ିଲା ତ୍ରିରଙ୍ଗା

ଭୁବନ, ୧୫।୮(ଡି.ଏନ.ଏ.)-ଭୁବନ ଅଞ୍ଚଳର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଆୟୋଜିତ...

ଗାୟତ୍ରୀ ଆଶ୍ରମ ଉଚ୍ଛେଦ ମାମଲା, ତ୍ରୁଟି ଧରିଲା ଜିଲା ପ୍ରଶାସନ: ଆକଳନ ୩.୯୦ ଲକ୍ଷ, ପ୍ରସ୍ତାବ ୧୮ ଲକ୍ଷ

ଢେଙ୍କାନାଳ ଅଫିସ, ୨୯।୮-  ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣରେ ହୋଇଥିବା ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ଲାଗି ଦିଆଯାଇଥିବା ପ୍ରସ୍ତାବରେ ସାଂଘାତିକ ତ୍ରୁଟି ହୋଇଛି।...

ଅଗଷ୍ଟ କ୍ରାନ୍ତି ଦିବସ ପାଳିତ: ‘ସଂଗ୍ରାମୀଙ୍କ ପଥ ଅନୁସରଣ କର’

ଭୁବନ, ୯।୮(ଡି.ଏନ.ଏ.)-ଭୁବନ ହେଉଛି ସଂଗ୍ରାମୀଙ୍କ ମାଟି। ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ବଳିଦାନ ସ୍ବାଧୀନତା ସଂଗ୍ରାମ ଇତିହାସରେ ଲିପିବଦ୍ଧ। ଏହି ମାଟିର ସନ୍ତାନ ହୋଇ ଆମେ...

ଭିନ୍ନ ପ୍ରଜାତିର ସାପ ଉଦ୍ଧାର

ପରଜଙ୍ଗ,୪।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମର ବାନାମ୍ବର ବେହେରାଙ୍କ ଘର ନିକଟରେ ଥିବା କଦଳୀ ବଗିଚାରୁ ଏକ ଭିନ୍ନ ପ୍ରଜାତିର ସାପ ବୁଧବାର...

Leave a comment

Your email address will not be published. Required fields are marked *