ଶିକ୍ଷକଙ୍କୁ ଅଡ଼ୁଆରେ ପକାଇଲା ହ୍ବାଟ୍ସଆପ୍‌ ମେସେଜ୍‌

ନାଉଗଁ।,୨୬ା୧୦(ସ୍ବ.ପ୍ର.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଗତ୍‌ସିଂହପୁର ଜିଲାର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ଶୁକ୍ରବାର ବନ୍ଦ ରହିବ ବୋଲି ସରକାରୀ ନିର୍ଦ୍ଦେଶନାମା ଆସିଥିଲା। ସେହି ଅନୁସାରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ସମସ୍ତ ସ୍କୁଲକୁ ଅବଗତ କରାଯାଇଥିଲା। ଫଳରେ ଶୁକ୍ରବାର ସମସ୍ତ ସ୍କୁଲ ବନ୍ଦ ରହିଥିଲା। ତେବେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚିଠିପରେ ବିଇଓଙ୍କ କାର୍ଯ୍ୟାଳୟର ଏକ ହ୍ବାଟ୍ସଆପ୍‌ ମେସେଜକୁ ନେଇ ଶିକ୍ଷକମାନେ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଯାହାକି ସେମାନଙ୍କ ପାଇଁ ସମସ୍ୟାର କାରଣ ହୋଇଛି। ଉକ୍ତ ହ୍ବାଟ୍ସଆପ୍‌ ମେସେଜରେ ସମସ୍ତ ସ୍କୁଲ ଶିକ୍ଷକମାନଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଥିଲା। ହେଲେ ନାଉଗଁ। ବ୍ଲକର ଅଧିକାଂଶ ବିଦ୍ୟାଳୟରେ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳିଥିଲା। ବିଦ୍ୟାଳୟ ବନ୍ଦ ରହିଥିଲାବେଳେ ଶିକ୍ଷକମାନେ ମଧ୍ୟ ଆସି ନ ଥିଲେ। ଏ ସମ୍ପର୍କରେ କେତେଜଣ ଶିକ୍ଷକ ନାମ ଗୋପନ ରଖି କହିଛନ୍ତି, ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଚିଠିରେ ଶିକ୍ଷକମାନେ ଉପସ୍ଥିତ ରହିବା ନେଇ ଉଲ୍ଲେଖ କରାଯାଇନାହିଁ। ତେଣୁ ଆମେ କାହିଁକି ଯିବୁ। ତେବେ ଏହି ମେସେଜ ପାଇବା ପରେ ବ୍ଲକର କେତେଜଣ ଶିକ୍ଷକ ମଧ୍ୟାହ୍ନପରେ ଆସି ସ୍କୁଲ ଖୋଲିଥିଲେ। କିନ୍ତୁ ଅଧିକାଂଶ ବିଦ୍ୟାଳୟ ବନ୍ଦ ରହିଥିଲା। ବ୍ଲକ ଅଧୀନ ଗଜରାଜପୁରର ଗୋପାଳ ଜୀଉ ବିଦ୍ୟାଳୟ ବନ୍ଦ ରହିଥିବା ଦେଖି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ଲକର ଅଧିକାଂଶ ବିଦ୍ୟାଳୟ ବନ୍ଦ ରହିବା ଓ ଶିକ୍ଷକମାନେ ନ ଆସିବା ଖବର ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି) ଜାଣିବା ପରେ ବ୍ଲକ ଶିକ୍ଷାଧିକାରୀଙ୍କୁ କେଉଁ ବିଦ୍ୟାଳୟ ବନ୍ଦ ରହିଛି ତା’ର ତାଲିକା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବା ପରେ ବ୍ଲକ ଶିକ୍ଷାଧିକାରୀ ପ୍ରତି ବିଦ୍ୟାଳୟ ବୁଲି ତଦନ୍ତ କରିଥିଲେ। ଏହି ସମୟରେ ଗଙ୍ଗଦାହାଟ କ୍ଲଷ୍ଟରରେ ୨ଟି ବିଦ୍ୟାଳୟ ବନ୍ଦ ଥିବା ସିଆରସିସି କହୁଥିବାବେଳେ ପରବର୍ତ୍ତୀ ସମୟରେ ଘଟଣାକୁ ଘୋଡ଼ାଇବା ପାଇଁ ସମସ୍ତ ବିଦ୍ୟାଳୟ ଖୋଲା ଥିବା ରିପୋର୍ଟ ପ୍ରଦାନ କରିଥିଲେ। ଯାହାକି ସିଆରସିସି ଓ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀଙ୍କ ରିପୋର୍ଟରେ ତାଳ ମେଳ ନ ଥିବା ଜଣାଯାଇଛି। ଶିକ୍ଷକ ଉପସ୍ଥିତ ରହିବେ କି ନାହିଁ ସେ ପ୍ରସଙ୍ଗରେ କିଏ ନିର୍ଦ୍ଦେଶ ଦେଇଛନ୍ତି, ତାର ଠିକ ଉତ୍ତର ମିଳୁ ନ ଥିବାରୁ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଇଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ମାଗୁଣି ଚରଣ ମହାନ୍ତିଙ୍କୁ ପଚାରିବାରେ ସେ କହିଥିଲେ, ଜିଲା ଶିକ୍ଷାଧିକାରୀଙ୍କ ଚିଠି ପାଇବା ପରେ ଆମେ ପ୍ରତି ସିଆରସିସିଙ୍କୁ ଶିକ୍ଷକମାନେ ବିଦ୍ୟାଳୟରେ ଉପସ୍ଥିତ ରହିବା ପାଇଁ ମେସେଜ କରିଥିଲୁ। କିନ୍ତୁ ଅନେକ ବିଦ୍ୟାଳୟ ବନ୍ଦ ରହିଛି ଓ ଶିକ୍ଷକ ଆସିନାହାନ୍ତି ବୋଲି ସୂଚନା ମିଳିଛି। ତେବେ ସେମାନେ ନିୟମ ଅବମାନନା କରିଥିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଅନ୍ୟପକ୍ଷରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ପବିତ୍ର କରଙ୍କୁ ପଚାରିବାରେ ସିଆରସିସିଙ୍କ ରିପୋର୍ଟ ମୁତାବକ ସମସ୍ତ ବିଦ୍ୟାଳୟ ଖୋଲାଥିବା ପ୍ରକାଶ କରିଥିଲେ।


All Right Reserved By Dharitri.Com

ମୟୂରଭଞ୍ଜ ସରକାରୀ ଠିକାଦାର ସଂଘର ବିକ୍ଷୋଭ

ବାରିପଦା ଅଫିସ,୨ା୧୧- ନିଖିଳ ଓଡ଼ିଶା ଠିକାଦାର ମହାସଂଘର ଆହ୍ବାନ କ୍ରମେ ମୟୂରଭଞ୍ଜ ସରକାରୀ ଠିକାଦାର ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଶୁକ୍ରବାର ବାରିପଦାସ୍ଥିତ...

ସୁବର୍ଣ୍ଣପୁର ଶୀତଳ ଷଷ୍ଠୀ ଯାତ୍ରା: ବିବାହ ସମ୍ପନ୍ନ, ଦେବଦମ୍ପତିଙ୍କ ଯୁଗଳ ଦର୍ଶନ

ସୋନପୁର,୨୮ା୫(ନି.ପ୍ର.): ସୁବର୍ଣ୍ଣପୁର ସହରର ଡେରାପଡାରେ ଗୁରୁବାର ଦେବଦମ୍ପତିଙ୍କ ଯୁଗଳ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ସାମାଜିକ ଦୂରତ୍ୱ ବଜାୟ ରଖି ଶିବ ପାର୍ବତୀଙ୍କ ଦର୍ଶନ...

ଆର୍ଥିକ ଅନଗ୍ରସରଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ରାଇକିଆ,୨୩ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ସାଧାରଣ ଲୋକ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଆର୍ଥିକ ଅନଗ୍ରସର ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଛି।...

ନିଶା ପାଇଁ ଟଙ୍କା ନଦେବାରୁ ଭଉଣୀ ତଣ୍ଟିଚିପି ହତ୍ୟା ଉଦ୍ୟମ

ଫୁଲବାଣୀ ଅଫିସ, ୧୩ା୩: ନିଶା ଖାଲି ମଣିଷକୁ ବିପଥଗାମୀ କରେନାହିଁ, ଆତ୍ମୀୟ ସ୍ବଜନଙ୍କୁ ମଧ୍ୟ ଛାଡେନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ଫୁଲବାଣୀ ସହର ପେଞ୍ଜିସାହିରେ ଦେଖିବାକୁ...

ପଥର ବ୍ଲାଷ୍ଟିଂକୁ ନେଇ ତେଜିଲା ଅସନ୍ତୋଷ

କାମାକ୍ଷାନଗର, ୨୧।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଝିଲ୍ଲୀ ଗ୍ରାମରେ ପଥର ବ୍ଲାଷ୍ଟିଂକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହାର ପ୍ରତିବାଦରେ ଗତ ରବିବାର...

ଆଜି ୭ ଜିଲାକୁ ୟେଲୋ ଓ୍ବାର୍ନିଂ: ଦୁଇଦିନ ପ୍ରବଳ କୁହୁଡ଼ି

ଭୁବନେଶ୍ୱର,୧୬।୧୨(ବ୍ୟୁରୋ) : ରାଜ୍ୟରେ ଶୀତର ପ୍ରଭାବ ଅନୁଭୂତ ହେଉ ନ ଥିବାବେଳେ ଆସନ୍ତା ଦୁଇଦିନ ରାଜ୍ୟରେ ପ୍ରବଳ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ସତର୍କ...

ବିଲୁପ୍ତ ହେବାକୁ ବସିଲାଣି କୁଣ୍ଡି ନଦୀ

ତିହିଡ଼ି,୧୮ା୩(ସ୍ବ.ପ୍ର.)- ନଦୀ ଏକ, ନାମ ଏକାଧିକ । ଏପରି ଏକ ନଦୀ ହେଲା କୁଣ୍ଡି ନଦୀ। ଭିନ୍ନ ଭିନ୍ନ ସ୍ଥାନରେ ଲୋକେ ଏହାକୁ ଚୂଡ଼ାଖିଆ, ଗୁପ୍ତଗଙ୍ଗା,...

ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଚଳିତବର୍ଷର ଯୁକ୍ତ ୨ ପରୀକ୍ଷା ଲାଗି ଶୁକ୍ରବାର ତାରିଖ ଘୋଷଣା କରାଯାଇଛି। ମାର୍ଚ୍ଚ ୩ରୁ ପରୀକ୍ଷା ଆରମ୍ଭ ହେବ। ଯୁକ୍ତ ୨ ବିଜ୍ଞାନ ପରୀକ୍ଷା...

Leave a comment

Your email address will not be published. Required fields are marked *