ମଲାଡ଼ ସରପଞ୍ଚଙ୍କୁ ଆକ୍ରମଣ, ଘରକୁ ପଥର ମାଡ଼

ଗଞ୍ଜାମ/ଛତ୍ରପୁର,୨୬ା୧୦(ଡି.ଏନ୍‌.ଏ.)-ରମ୍ଭା ଥାନା ଗଞ୍ଜାମ ବ୍ଲକ ମଲାଡ ସରପଞ୍ଚ ପ୍ରଭାତ କୁମାର ସେଠୀଙ୍କୁ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଆକ୍ରମଣ ହୋଇଛି। ଏଥିସହ ତାଙ୍କ ଘରେ କୌଣସି ବିଷୟରେ ଆଲୋଚନା ପାଇଁ ଉପସ୍ଥିତ ଲୁଙ୍ଘୁରି ଗଁ।ର କାଳିଆ ବିଶ୍ୱାଳ, ପ୍ରମୋଦ ସାହୁ, ଗଞ୍ଜାମ ଏନ୍‌ଏସିର ପ୍ରଶାନ୍ତ ବୈଠାରୁ ଓ ହୁମ୍ମାର ଶାନ୍ତନୁ ବିଶ୍ୱାଳଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଆହତମାନଙ୍କୁ ଛତ୍ରପୁର ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଭାତଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ପଥର ମାଡ଼ ମଧ୍ୟ କରିଛନ୍ତି। ରମ୍ଭା ଆଇଆଇସି କୃଷ୍ଣଚନ୍ଦ୍ର ସେଠୀ ଏବଂ ହୁମ୍ମା ଏସ୍‌ଆଇ ରାମଚନ୍ଦ୍ର ବେହେରା ସରପଞ୍ଚଙ୍କ ଘର ପାଣିବନ୍ଧ ଯାଇ ତଦନ୍ତ ଚଳାଇଛନ୍ତି। ଏସ୍‌ଆଇଙ୍କ ସୂଚନା ପ୍ରକାରେ, କୌଣସି ଫର୍ମରେ ଦସ୍ତଖତକୁ ନେଇ ବାଣିବନ୍ଧ ଗ୍ରାମର ୨ଜଣ ବ୍ୟକ୍ତି ସରପଞ୍ଚଙ୍କ ସହ ପାଟିତୁଣ୍ଡ କରିଥିଲେ। ଉକ୍ତ ଘଟଣାକୁ କେନ୍ଦ୍ରକରି ଏହି ଗଣ୍ଡଗୋଳ ଘଟିଛି। ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।


All Right Reserved By Dharitri.Com

ବସ୍‌ ଧକ୍କାରେ ଗୋରୁ ମୃତ, ଆଇଟିଆଇ ଛାତ୍ର ଆହତ, ଉତ୍ୟକ୍ତ ଛାତ୍ରଙ୍କ ରାସ୍ତାରୋକୋ

ହିଞ୍ଜିଳିକାଟୁ, ୨୮।୧୦(ଡି.ଏନ୍‌.ଏ)-ପୋଚିଲିମା ଛକ ନିକଟ ଜାତୀୟ ରାଜପଥରେ ସୋମବାର ସନ୍ଧ୍ୟାରେ ଏକ ବସ୍‌ ଧକ୍କା ଦେବାରୁ ଗୋଟିଏ ଗୋରୁର ମୃତ୍ୟୁ ଘଟିଥିବା ବେଳେ ଜଣେ ଆଇଟିଆଇ...

ଲୋକଙ୍କ ପାଖରେ ପହଞ୍ଚିଲା ଲୋକାୟୁକ୍ତ

ବ୍ରହ୍ମପୁର ଅଫିସ,୧୮ା୮-ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲଏସ୍‌ଓ) ତରଫରୁ ହିଲପାଟଣାସ୍ଥିତ ସାଂସ୍କୃତିକ ଭବନରେ ଶନିବାର ଲୋକାୟୁକ୍ତ ଆଇନ-୨୦୧୪କୁ ନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ...

ବାଲି ଚୋରାଚାଲାଣ ୧୦ ଗାଡିରୁ ୧ଲକ୍ଷ ଟଙ୍କା ଜରିମାନା ଆଦାୟ

ଚନ୍ଦ୍ରଗିରି,୧ା୮(ଡି.ଏନ.ଏ.): ମୋହନା ବ୍ଲକ ଖସଡ଼ା ରାମନଦୀରୁ ବେଆଇନ ବାଲି ଚାଲାଣ ହେଉଛି। ମୋହନା ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ କଲ୍ୟାଣୀ ସଂଘମିତ୍ରା ଦେବୀ ଗୁରୁବାର ବାଲି...

ଗଞ୍ଜାମ ଏନ୍‌ଏସି: ନିଷ୍କାସନ ହୋଇପାରୁନି ବର୍ଷାଜଳ

ଗଞ୍ଜାମ,୧୨ା୫(ଡି.ଏନ.ଏ.)- ଫନୀ ପ୍ରଭାବରେ ଗଞ୍ଜାମ ଅଞ୍ଚଳରେ ଦୁଇଦିନ ଧରି ଲଗାଣ ବର୍ଷା ହୋଇଥିଲା। ଉକ୍ତ ବର୍ଷା ପାଣି ସହରର ବିଭିନ୍ନ ସ୍ଥାନରେ ଜମି ରହିଛି। ଏନ୍‌ଏସି...

ଢାବାରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗୋପାଳପୁର/କନିଷି(ଡି.ଏନ୍‌.ଏ.),୨୪ା୧୧- ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଗୋବିନ୍ଦନଗର ଗ୍ରାମସ୍ଥିତ ଶ୍ୟାମା ଢାବା ବାରଣ୍ଡାରୁ ରବିବାର ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ...

ଘରେ ପଶି ଟଙ୍କା,ସୁନା ଲୁଟିଲେ ଦୁର୍ବୃତ୍ତ

ଖଲ୍ଲିକୋଟ,୧୬ା୧୦(ଡି.ଏନ.ଏ.): ଖଲ୍ଲିକୋଟ ବ୍ଲକ କନ୍ଦିଗାଁ ଗ୍ରାମରେ ଟୁକୁନା ସ୍ବାଇଁଙ୍କ କବାଟ ଭାଙ୍ଗି ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଟଙ୍କା ଓ ସୁନା ଲୁଟି ନେଇଛନ୍ତି। ସୂଚନା...

ବ୍ରହ୍ମପୁର ରିଂ ରୋଡ୍‌: ଜମି ଅଧିଗ୍ରହଣ ସମସ୍ୟା

ଛତ୍ରପୁର,୨୩ା୧୦(ଡି.ଏନ.ଏ.)- ବ୍ରହ୍ମପୁର ସହର ପାଇଁ ରିଂ ରୋଡ୍‌ର ପରିକଳ୍ପନା ଦୀର୍ଘ ବର୍ଷ ହେଲା ହୋଇଛି। ମାତ୍ର ତାହା କାର୍ଯ୍ୟକ୍ଷମ ହେବାରେ ଅହେତୁକ ବିଳମ୍ବ ହେଉଛି। ଘରୋଇ...

ମାଓବାଦୀଙ୍କ ଗୁଳିରେ ଜିଆର୍‌ଏସ୍‌ଙ୍କ ମୃତ୍ୟୁ ଘଟଣା : ସଂଯୁକ୍ତାଙ୍କ ସ୍ବାମୀଙ୍କୁ ମିଳିଲା ୩୦ ଲକ୍ଷ

ଫିରିଙ୍ଗିଆ, ୨୯।୬-ସାଧାରଣ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ମାଓବାଦୀଙ୍କ ଗୁଳିରେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର ଜିଆର୍‌ଏସ୍‌ ସଂଯୁକ୍ତା ଦିଗାଳଙ୍କ ମୃତ୍ୟୁ ଘଟିଥିଲା।...

Leave a comment

Your email address will not be published. Required fields are marked *