ଦଶପଲ୍ଲା ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି: ଅଭିଯୋଗ କରିବାରୁ ପରିବାରବର୍ଗଙ୍କୁ ଆକ୍ରମଣ

ନୟାଗଡ଼ ଅଫିସ,୨୬ା୧୦: ନୟାଗଡ଼ ଜିଲା ଦଶପଲ୍ଲା ଏନ୍‌ଏସିର ୧୬ ନମ୍ବର ୱାର୍ଡ଼ ଖଣ୍ଡପଡ଼ା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ରେ ଦୁର୍ନୀତି ହୋଇଥିବା ନେଇ ଉକ୍ତ ଗ୍ରାମର ବିଭୂତି ଭୂଷଣ ବରାଡ଼ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ କେତେକ ବ୍ୟକ୍ତି ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଛନ୍ତି। ଶେଷରେ ନ୍ୟାୟ ପାଇଁ ସେମାନେ ଶୁକ୍ରବାର ଜିଲାପାଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ୧୬ ନମ୍ବର ୱାର୍ଡ଼ ଖଣ୍ଡପଡ଼ା ଗ୍ରାମରେ ପୂର୍ବରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇଥିବା ବ୍ୟକ୍ତି ଏନ୍‌ଏସିର କିଛି ଅସାଧୁ କର୍ମଚାରୀଙ୍କୁ ହାତ କରି ପୁନର୍ବାର ଘର ହାତେଇଥିଲେ। ସେହିଭଳି ସରକାରୀ କର୍ମଚାରୀ, ତିିନି ବଖରା ଛାତ ଘର ଥିବା ବ୍ୟକ୍ତିମାନେ ମଧ୍ୟ ପକ୍କା ଘର ହାତେଇଥିବା ନେଇ ଗତ ୧୪ ତାରିଖରେ ବିଭୂତି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ୧୮ ତାରିଖରେ ଦଶପଲ୍ଲା ବିଡ଼ିଓ ଦେବୀପ୍ରସାଦ ମହାନ୍ତି ଉକ୍ତ ଗ୍ରାମରେ ପହଞ୍ଚତ୍ ୪୬ଟି ଘରର ତଦନ୍ତ କରିଥିଲେ। ସେଥିମଧ୍ୟରୁ ଅଧିକାଂଶ ଘର ଅଯୋଗ୍ୟ ହିତାଧିକାରୀ ହାତେଇଥିବା ସେ ଜାଣିବାକୁ ପାଇଥିଲେ। ଉକ୍ତ ଦିନଠାରୁ ସେହି ଗ୍ରାମର କିଛି ବ୍ୟକ୍ତି ବିଭୂତିଙ୍କ ଉପରେ ରାଗ ରଖିଥିଲେ। ଗୁରୁବାର ଅପରାହ୍ନରେ ବିଭୂତିଙ୍କ ବାପା ନବକିଶୋର ବରାଡ଼ (୭୨) ଘର ନିକଟ ଏକ କୋଠଘରେ ପ୍ରତିଦିନ ଭଳି ଶୋଇବାକୁ ଯାଉଥିବା ବେଳେ ସେଠାକାର କିଛି ଲୋକ ତାଙ୍କୁ ବାରଣ କରିବା ସହିତ କୋଠ ଘରଟିକୁ ବନ୍ଦ କରି ଦେଇଥିଲେ। ନବକିଶୋର କୋଠ ଘରେ ଥିବା ତାଙ୍କ ବିଛଣା ନେବା ପାଇଁ କହିଥିଲେ। ହେଲେ ସେମାନେ ରାଜି ନ ହୋଇ ନବକିଶୋରଙ୍କୁ ଧକ୍କା ଦେବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହି ସମୟରେ ବିଭୂତିଙ୍କ ଭଉଣୀ ଅମିତାମଣି ସେଠାରେ ପହଞ୍ଚତ୍ ବିରୋଧ କରିଥିଲେ। ସେଠାରେ ଥିବା ୩ ଜଣ ବ୍ୟକ୍ତି ବାପା ଓ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଲହୁଲୁହାଣ ହୋଇ ଉଭୟ ସେଠାରେ ପଡ଼ିଥିଲେ ମଧ୍ୟ କେହି ସେମାନଙ୍କୁ ଉଠାଇ ନ ଥିଲେ। କିଛି ସମୟ ପରେ ବିଭୂତି ଘରେ ପହଞ୍ଚତ୍ ଘଟଣା ଶୁଣିବା ପରେ ଉଭୟଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଚିକିତ୍ସା ପରେ ସେମାନେ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ। ଥାନାରେ କୌଣସି ଅଧିକାରୀ ତାଙ୍କ ଅଭିଯୋଗ ନ ଶୁଣିବାରୁ ସେ ମୋ ସରକାର ନମ୍ବରକୁ ଲଗାଇଥିଲେ। ପରେ ଥାନାରେ ତାଙ୍କ ଅଭିଯୋଗ ଗ୍ରହଣ କରାଯାଇଥିଲା। ଜୀବନ ପ୍ରତି ଭୟ ଥିବାବେଳେ ନ୍ୟାୟ ପ୍ରଦାନ ପାଇଁ ଶୁକ୍ରବାର ପରିବାର ଲୋକେ ଏସ୍‌ପି ଓ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ନୟାଗଡ଼ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀଙ୍କୁ ପଚାରିବାରୁ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ କରାଯାଇଥିବା ପ୍ରକାଶ କରିଥିଲେ। ଏସ୍‌ପି ଶଶିଭୂଷଣ ଶତପଥୀ କହନ୍ତି, ମାମଲାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୁର୍ନୀତି ବିରୋଧରେ ସ୍ବର ଉଠାଇଥିବା ଏହି ପରିବାରକୁ କି ନ୍ୟାୟ ଦିଆଯାଉଛି ତାହା ଦେଖିବାକୁ ସ୍ଥାନୀୟ ଲୋକେ ଅପେକ୍ଷା କରିଥିବା କହିଛନ୍ତି।


All Right Reserved By Dharitri.Com

ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ଯତ୍ନବାନ ହେବାକୁ ନିର୍ଦ୍ଦେଶ

ସୋନପୁର,୨୧।୭(ନି.ପ୍ର.) ମୋ ସ୍କୁଲ ଅଭିଯାନ, ଗାରିମା ପୁରସ୍କାର ଓ ସବୁଦିନ ଯିବା ସ୍କୁଲ କାର୍ଯ୍ୟକ୍ରମ ସମ୍ପର୍କରେ ସୋନପୁର ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହାରାଜା...

ସମୁଦ୍ରରେ ଭାସି ଯାଉଥିବାବେଳେ ୩ ଉଦ୍ଧାର

ଗୋପାଳପୁର,୩୧ା୧୦-ସମୁଦ୍ରରେ ଭାସି ଯାଉଥିବା ମା’ ପୁଅଙ୍କ ସମେତ ୩ ଜଣଙ୍କୁ ବୁଧବାର ଉଦ୍ଧାର କରାଯାଇଛି। ସେମାନେ ହେଲେ କଲିକତାର ପ୍ରୋବି କୁମାର ଦତ୍ତଙ୍କ ସ୍ତ୍ରୀ ପୋମ୍ପା...

କିରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ନିଜେ ଫସିଲେ କମିଶନର: ଯାହା ଖୁସିରେ ଦେବେ ଦିଅନ୍ତୁ କହି ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୧୯।୧୦: ବଲାଙ୍ଗୀରରେ ଦାଦନ ଚାଲାଣ ରୋକିବା ପାଇଁ ଗୋଟିଏ ପଟେ ପୋଲିସ ଅଣ୍ଟା ଭିଡିଥିବା ବେଳେ ଲାଇସେନ୍ସ କରାଇବାକୁ ନେଇ ଫାଇଦା ଉଠାଉଛନ୍ତି, ଶ୍ରମ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ଜଣେ ମୃତ

ଖପ୍ରାଖୋଲ, ୧୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଧପ୍ତାମୁଣ୍ଡା ପଞ୍ଚାୟତ କଟାପାଲି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ସକାଳେ ଜଣଙ୍କୁ ଅତି ନିର୍ମମଭାବେ ହତ୍ୟା...

ପୋଡ଼ିହୋଇଥିବା ମହିଳାଙ୍କୁ ଚିକିତ୍ସା କଲା ଟାଟା ଷ୍ଟିଲ

କଳିଙ୍ଗନଗର, ୬ା୬(ଡି.ଏନ୍‌.ଏ.): ଗତ ବର୍ଷ ଜୁନ୍‌ ମାସରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ରଙ୍ଗିଟାଙ୍ଗର ଗ୍ରାମର ପ୍ରତିମା ଦାସ ଘରେ ରୋଷେଇ କରୁଥିବା ସମୟରେ ନିଅଁାରେ ପୋଡି...

ଆଗକୁ ବଢ଼ିବା ଆଶାରେ ଜୟନ୍ତ

ଆନନ୍ଦପୁର,୨୨।୮(ସନ୍ତୋଷ ରାଉତ)- ଆନନ୍ଦପୁରର ପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ(ବି.ଏନ.ହାଇସ୍କୁଲ)ର ଦଶମ ଶ୍ରେଣୀର ଛାତ୍ର ଜୟନ୍ତ କୁମାର ଦତ୍ତ(୧୫)। ଦଶମରେ ପାଠ ପଢ଼ୁଥିଲେ ମଧ୍ୟ...

ଭତାକେ ନେଇ ପଁଚେତ୍‌ରେ ତାଲା ପକାଲେ ହିତାଧିକାରୀ

ପୁରୁଣାକଟକ, ୧୪ା୯ (ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସଂଙ୍କୁଲେଇ ପଁଚେତ୍‌କେ ଶୁକୁରବାର ହିତାଧିକାରୀମାନେ ଭତା ନେବାକେ ଆସି ହଇରାନ ହରକତ ହେଲାରୁ ପଁଚେତ୍‌ରେ ତାଲା...

ବିଜେଡିର ଜନସମ୍ପର୍କ, ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ

ସିନାପାଲି,୫।୧୦(ଡି.ଏନ.ଏ.) ନୂଆପଡା ଜିଲା ସିନାପାଲିସ୍ଥିତ ରାଣୀମୁଣ୍ଡା ଗ୍ରାମଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଓ ସଦସ୍ୟତା ପଞ୍ଜୀକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ବିଜେଡିର...

Leave a comment

Your email address will not be published. Required fields are marked *