Posted inଖେଳ

ଅଷ୍ଟ୍ରେଲିଆ ଟି୨୦ ଦଳକୁ ଫେରିଲେ ସ୍ମିଥ୍‌, ଓ୍ବାର୍ନର

ଆଡିଲେଡ୍‌, ୨୬।୧୦ (ଏଏଫ୍‌ପି)- ଆସନ୍ତା ବର୍ଷ ଘରୋଇ ପରିବେଶ୍‌ରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାବେଳେ ଆଗାମୀ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି। ଏହି ଦଳକୁ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନର ପ୍ରତ୍ୟାବର୍ତ୍ତନ କରିଛନ୍ତି। ବଲ୍‌ ଟ୍ୟାମ୍ପରିଂ ଯୋଗୁ ଏହି ଦୁଇ ବ୍ୟାଟ୍ସମ୍ୟାନ ବର୍ଷେ ବାସନ୍ଦ ହେବା ପରେ ଏବେ ଟେଷ୍ଟ, ଦିନିକିଆ ଓ ଟି୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟେଷ୍ଟ ଓ ଦିନିକିଆ ଫର୍ମାଟରେ ଅଷ୍ଟ୍ରେଲିଆ ସଫଳତାର ଶୀର୍ଷକୁ ଛୁଇଁଥିବା ବେଳେ ଟି୨୦ ବିଶ୍ୱକପ୍‌ ଏପର୍ଯ୍ୟନ୍ତ ହାସଲ କରିପାରି ନାହିଁ। ତେବେ ଅଷ୍ଟ୍ରେଲିଆ ୨୦୧୦ ଟି୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରି ଏହି ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଆରୋନ ଫିଞ୍ଚ୍‌ ପୂର୍ବ ପରି ନେତୃତ୍ୱ ବଜାୟ ରଖିଛନ୍ତି। ଗତ ୫ଟି ଆଶେସ ଟେଷ୍ଟରେ ଓ୍ବାର୍ନର ସାଂଘାତିକ ଭାବେ ବିଫଳ ହୋଇଥିଲେ। ତେବେ ସେ ଅଷ୍ଟ୍ରେଲିଆର ସର୍ବାଧିକ ଟି୨୦ ସ୍କୋରର ରହିଛନ୍ତି। ଫିଞ୍ଚ୍‌ଙ୍କ ସହ ସେ ଇନିଂସ ଓପନ କରିବେ। ପ୍ୟାଟ କୁମିନ୍ସ ଓ ମିଚେଲ ଷ୍ଟାର୍କ ବୋଲିଂ ବିଭାଗର ମଙ୍ଗ ସମ୍ଭାଳିବେ। ଆଣ୍ଡ୍ର୍ୟୁ ଟାଏ, କେନ୍‌ ରିଚାର୍ଡସନ ଓ ବିଲି ଷ୍ଟାନଲେକ ଏମାନଙ୍କୁ ସହଯୋଗ କରିବେ।
ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପାଇଁ ଶ୍ରୀଲଙ୍କା ମଧ୍ୟ ଦଳ ଘୋଷଣା କରିଛି। ଅଭିଜ୍ଞ ବୋଲର ଲସିଥ ମାଲିଙ୍ଗା ଦଳର ନେତୃତ୍ୱ ନେବେ। କୁଶାଲ ପେରେରା ଓ ନିରୋଶାନ ଡିକ୍‌ଓ୍ବେଲାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ସେହିପରି ପାକିସ୍ତାନକୁ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଭାନୁକା ରାଜପାକସା ଏବଂ ଓଶାଡା ଫର୍ନାଣ୍ଡୋଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ପ୍ରଥମ ଟି୨୦ ରବିବାର ଆଡିଲେଡ ଓଭାଲରେ ଖେଳାଯିବ। ଏହାର ୩ ଦିନ ପରେ ଦ୍ୱିତୀୟ ମ୍ୟାଚ୍‌ ବ୍ରିସ୍‌ବେନ୍‌ ଓ ନଭେମ୍ବର ୧ ତାରିଖରେ ମେଲବୋର୍ନରେ ଅନ୍ତିମ ତଥା ତୃତୀୟ ମ୍ୟାଚ ଖେଳାଯିବ।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଆଷ୍ଟନ ଅଗର, ଆଲେକ୍ସ କେରୀ, ପ୍ୟାଟ୍‌ କୁମିନ୍ସ, ଗ୍ଳେନ ମ୍ୟାକ୍ସଓ୍ବେଲ, ବେନ ମ୍ୟାକଡର୍ମଟ, କେନ୍‌ ରିଚାର୍ଡସନ, ଷ୍ଟିଭ୍‌ ସ୍ମିଥ୍‌, ବିଲି ଷ୍ଟାନଲେକ, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ଆଣ୍ଡ୍ର୍ୟୁ ଟାଏ, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।
ଶ୍ରୀଲଙ୍କା ଦଳ: ଲସିଥ ମାଲିଙ୍ଗା (ଅଧିନାୟକ), କୁଶାଲ ପେରେରା, କୁଶାଲ ମେଣ୍ଡିସ୍‌, ଦନୁଷ୍କା ଗୁଣଥିଲକା, ଅଭିସ୍କା ଫର୍ନାଣ୍ଡୋ, ନିରୋଶାନ ଡିକ୍‌ଓ୍ବେଲା, ଦସୁନ ଶନକା, ଶେହାନ ଜୟସୁରିୟା, ଭାନୁକା ରାଜପାକ୍‌ସା, ଓଶାଡା ଫର୍ନାଣ୍ଡୋ, ଓ୍ବାନିଡୁ ହାସରଙ୍ଗା, ଲକ୍ଷନ ସନ୍ଦକାନ, ନୂଆନ ପ୍ରଦୀପ, ଲାହିରୁ କୁମାରା, ଇସୁରୁ ଉଡାନା ଓ କାସୁନ ରଜିଥା।


All Right Reserved By Dharitri.Com

Posted inଖେଳ View All

ଫ୍ରେଞ୍ଚ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ସାଇନା ଆଉଟ

ପ୍ୟାରିସ୍‌,୨୬।୧୦(ପି.ଟି.)-ଏଠାରେ ଚାଲିଥିବା ୭ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରୁ ଭାରତୀୟ ମହିଳା ତାରକା ସାଇନା ନେହ୍ବାଲ ବିଦାୟ ନେଇଛନ୍ତି। ମହିଳା...

ଟିମ୍‌ ଇଣ୍ଡିଆର ଓ୍ବେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ହେବ ନାହିଁ ଖବରଦାତା ସମ୍ମିଳନୀ

ମୁମ୍ବାଇ, ୨୮।୭- ଭାରତୀୟ ଦଳ ସର୍ବଦା ବିଦେଶ ଗସ୍ତରେ ଯିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଯୋଗଦିଏ। କିନ୍ତୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ୍ବେଷ୍ଟଇଣ୍ଡିଜ...

ପ୍ରଶଂସକଙ୍କ ଚପଲ ଫେରାଉଥିବା ଡିକକ୍‌ଙ୍କ ଭିଡିଓ ଭାଇରାଲ

ରାଞ୍ଚି,୨୧।୧୦- କ୍ରିକେଟ ମ୍ୟାଚ୍‌ବେଳେ ପ୍ରଶଂସକମାନେ ସୁରକ୍ଷା କର୍ଡନ ଅତିକ୍ରମ କରି ପସନ୍ଦୀୟ ଖେଳାଳିଙ୍କ ପାଦ ଛୁଇଁବା ସହ ସେଲ୍‌ଫି ନେବା ଘଟଣା ଦେଶରେ ନୂଆ ନୁହେଁ।...

ଡିସେମ୍ବରରେ ମେରିକମ୍‌-ନିଖାତଙ୍କ ଟ୍ରାଏଲ

ନୂଆଦିଲ୍ଲୀ,୯।୧୧- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରିକମ୍‌ ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବକ୍ସର ନିଖାତ ଜାରିନଙ୍କ ମଧ୍ୟରେ ଟ୍ରାଏଲ ମ୍ୟାଚ୍‌ ଖେଳାଯିବା ନେଇ ଶନିବାର...

ଲିସା କେଟଲୀ ଇଂଲଣ୍ଡ ମହିଳା କୋଚ୍‌

ଲଣ୍ଡନ, ୩୧।୧୦(ଏଏଫ୍‌ପି)- ପୂର୍ବତନ ଅଷ୍ଟ୍ରେଲୀୟ ମହିଳା କ୍ରିକେଟର ଲିସା କେଟଲୀଇଂଲଣ୍ଡ ମହିଳା ଦଳର ଫୁଲ ଟାଇମ୍‌ କୋଚ୍‌ ହିସାବରେ ନିଯୁକ୍ତ ପାଇଛନ୍ତି। ସେ ପ୍ରଥମ ମହିଳା...

ୟୁରୋ ହକି ଲିଗ୍‌ରେ ଖେଳିବେ ବାଲ୍ମୀକି, ହରଜିତ୍‌

ନୂଆଦିଲ୍ଲୀ,୨୪।୭(ପିଟି)- ଭାରତୀୟ ହକି ଖେଳାଳି ଦେବିନ୍ଦର ବାଲ୍ମୀକି ଓ ହରଜିତ ସିଂଙ୍କ ସହ ଡଚ୍‌ କ୍ଲବ ଏଚ୍‌ଜିସି ୨୦୧୯-୨୦ ସିଜନ ଲାଗି ଚୁକ୍ତି କରିଛି। କ୍ଲବ...

କଳିଙ୍ଗ ଇତିହାସରେ ନୂଆ ଫର୍ଦ୍ଦ

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମ ହକି ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଫର୍ଦ୍ଦ। ପୂର୍ବରୁ ଏଠାରେ ହକି ବିଶ୍ୱକପଠାରୁ ଆରମ୍ଭ କରି ପୁରୁଷ ବିଭାଗର...

ଇଂଲଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ

ଲଣ୍ଡନ,୧୮ା୮(ଏଏଫ୍‌ପି)-ଚଳିତ ଆଶେସ ସିରିଜରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ସ୍ଥାନୀୟ ଲଡର୍‌ସଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ...

Leave a comment

Your email address will not be published. Required fields are marked *