ପୃଥକ ୨ଟି ସ୍ଥାନରେ କାନ୍ଥପଡି ଦୁଇ ମହିଳା ଗୁରୁତର

ଆନନ୍ଦପୁର,୨୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପୃଥକ ଦୁଇଟି ସ୍ଥାନରେ କାନ୍ଥପଡି ଦୁଇ ମହିଳା ଗୁରୁତର ଆହତ ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ଆନନ୍ଦପୁର ଥାନା ପଚାଙ୍ଗ ଗ୍ରାମର କାଳନ୍ଦୀ ନାୟକଙ୍କ ସ୍ତ୍ରୀ ଇତିଶ୍ରୀ ନାୟକ ଏବଂ ଘସିପୁରା ଥାନା ଭଣ୍ଡାରିଡିହା ପଞ୍ଚାୟତ ବସନ୍ତପୁରା ଗ୍ରାମର ମାଇନା ହାଂସଦା। ଲଗାଣ ବର୍ଷା ପ୍ରଭାବରେ ଦୁର୍ବଳ କାନ୍ଥ ଭୁଷୁଡ଼ି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଇତିଶ୍ରୀ ଗୁରୁବାର ସନ୍ଧ୍ୟାରେ ରୋଷେଇ କରୁଥିବା ବେଳେ ବର୍ଷା ପ୍ରଭାବରେ ଦୁର୍ବଳ ହୋଇପଡିଥିବା ଇଟା ଯୋଡେଇ ମାଟି କାନ୍ଥ ତାଙ୍କ ଉପରେ ଧସିପଡିଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ସେହିଭଳି ମାଇନା ତାଙ୍କର ୨ ପୁଅଙ୍କ ସହ ଗୁରୁବାର ରାତିରେ ଶୋଇଥିବା ବେଳେ ଓଦା ହୋଇ ରହିଥିବା ମାଟି କାନ୍ଥ ତାଙ୍କ ଉପରେ ପଡିଯାଇଥିଲା। କାନ୍ଥତଳେ ମାଇନା ଚାପିହୋଇ ଗୁରୁତର ଆହତ ହୋଇଥିବାବେଳେ ୨ ପୁଅମାନେ ଅଳ୍ପକେ ବର୍ତ୍ତିଯାଇଥିଲେ। ମାଇନାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡିଛି। ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।


All Right Reserved By Dharitri.Com

ବିଜେପୁର ଉପନିର୍ବାଚନ: ଭୋଟ ଦେଲେ ବିଜେଡି ପ୍ରାର୍ଥିନୀ ରୀତା ସାହୁ

ବରଗଡ଼ ଅଫିସ/ବରପାଲି,୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ବିଜେଡି ପ୍ରାର୍ଥିନୀ ରୀତା ସାହୁ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ବରପାଲି ସମଲେଶ୍ବରୀ ୟୁଜିୟୁପି...

୨୨ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ବ୍ୟବସାୟୀ ଗିରଫ

ଖୋର୍ଦ୍ଧା ଅଫିସ, ୧।୧୧: ଖୋର୍ଦ୍ଧା ଅବକାରୀ ସ୍କ୍ବାର୍ଡ ଖୋର୍ଦ୍ଧା ସହରର ସ୍ବପ୍ବେଶ୍ୱର ସାହି ଉପରେ ଶୁକ୍ରବାର ଚଢ଼ାଉ କରି ୨୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି।...

ରାସ୍ତାରେ ଖେଳୁଥିବା ବେଳେ ଶିଶୁପୁତ୍ରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ଡ୍ରାଇଭରଙ୍କୁ ଧରି ଛେଚିଲେ ଲୋକେ

ହାଟଡିହୀ, ୨୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଷଡ଼ଙ୍ଗ ପଞ୍ଚାୟତ ନଶିର୍‌ପୁରଠାରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲିବୋଝେଇ ଟ୍ରକ...

ରୁପା, ଷ୍ଟୋନ୍‌ ରାଖୀର ଚାହିଦା ବେଶି

କଟକ ଅଫିସ,୨।୮: ଭାଇ ଭଉଣୀଙ୍କର ସ୍ନେହ ସମ୍ପର୍କ ଓ ଭଲ ପାଇବାର ପର୍ବ ରାଖୀପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ରାଖୀ ବାନ୍ଧି ଶୁଭମନାସୀ ଥାଏ ଓ...

ଓଡ଼ଗାଁ ଗୋଠବଣ ଡକାୟତି ମାମଲାର ପର୍ଦ୍ଦାଫାଶ, ୨ ଗିରଫ

ଓଡ଼ଗାଁ, ୨୪ା୮(ସ୍ବ.ପ୍ର.): ଓଡ଼ଗାଁ ଥାନା ଗୋଠବଣ ଗ୍ରାମରେ ଗତ ୧୨ ତାରିଖ ମଧ୍ୟ ରାତ୍ରରେ ହୋଇଥିବା ଡକାୟତି ମାମଲାର ପର୍ଦ୍ଦାଫାଶ ହୋଇଛି। ସେହି ରାତିରେ ୫...

ବୁଡ଼ିବାକୁ ବସିଲାଣି ମାଟିଦୀପ ବେଉସା

ଯୋଡ଼ା, ୨୬।୧୦(ଡି.ଏନ.ଏ.)- ଆଲୋକର ପର୍ବ ଦୀପାବଳିରେ ଦୀପର ଚାହିଦା ନିଆରା। ଏହି ପର୍ବରେ ମାଟି ଦୀପ ଜାଳିବା ପରମ୍ପରା ସବୁଠି ରହିଛି। ହେଲେ ହାଟ ବଜାରକୁ...

ଡିକି ଭାଙ୍ଗି ଲକ୍ଷେ ଟଙ୍କା ଲୁଟ୍‌

ନୀଳଗିର/ସଜନାଗଡ, ୨।୮(ଡି.ଏନ.ଏ.)-ନୀଳଗିରି ସହର ଉପକଣ୍ଠ ରବୀନ୍ଦ୍ର ପରିଡ଼ାଙ୍କ ଘର ସମ୍ମୁଖରୁ ଶୁକ୍ରବାର ଅଜଣା ଦୁର୍ବୃତ୍ତ ସ୍କୁଟି ଡିକି ଭାଙ୍ଗି ଲକ୍ଷେ ଟଙ୍କା ଲୁଟି ନେଇଥିବା ଅଭିଯୋଗ...

ଘରେ ପଶି ଆକ୍ରମଣ, ୩ ଆହତ

ଭଞ୍ଜନଗର,୨ା୧୧(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ବେଲଗୁଣ୍ଠା ଫାଣ୍ଡି ଇଙ୍ଗିନାଠୀ ଗ୍ରାମରେ ଶୁକ୍ରବାର ରାତିରେ କେତେକ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ଘରେ ପଶି ପରିବାର ଲୋକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ...

Leave a comment

Your email address will not be published. Required fields are marked *