ଲଗାଣ ବର୍ଷାରେ ନିରାକାରପୁର ଅଞ୍ଚଳ ଜଳାର୍ଣ୍ଣବ: ରାସ୍ତା ଉପରେ ଚାଲିଛି ୩ ଫୁଟରୁ ଅଧିକ ପାଣି, ବୁଡ଼ିଲା ଚାଷଜମି

ନିରାକାରପୁର,୨୫।୧୦(ଡି.ଏନ୍‌.ଏ.): ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଖୋର୍ଦ୍ଧା ଜିଲା ନିରାକାରପୁର ଲେଣ୍ଡୁ ଏବଂ ରାମେଶ୍ୱର ପଞ୍ଚାୟତର ଅନେକ ଗ୍ରାମ ଏବେ ପାଣି ଘେରରେ। ଭୋଗତିପଡ଼ା ଗ୍ରାମରେ ଥିବା ୧୦୦ ପରିବାର ପାଣି ଭିତରେ ଫସି ରହିଥିବା ବେଳେ କୁନିଆ ସାମନ୍ତରାୟ(ରେଙ୍ଗେଟା) ନୋଡାଲ ସ୍କୁଲ, ରାମେଶ୍ୱର ପଞ୍ଚାୟତର ତାଳପଡ଼ାରୁ ଚନ୍ଦନପୁର, ନିରାକାରପୁରଠାରୁ ମିରଗଡୟଣୀ, ନିରାକାରପୁରଠାରୁ ଭଗତିପଡ଼ା ରାସ୍ତା ଉପରେ ୩ ଫୁଟରୁ ଅଧିକ ଉଚ୍ଚରେ ପାଣି ଚାଲିଛି। ସେହିଭଳି ଶରଣକୂଳରୁ ପୁରୀ ଯାଇଥିବା ନୂଆ ଜଗନ୍ନାଥ ସଡ଼କ ଲେଣ୍ଡୁ ଛକ କାଜଠାରେ ମଧ୍ୟ ୩ ଫୁଟର ପାଣି ଚାଲିଛି। ଫଳରେ ଏସବୁ ରାସ୍ତା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅପରପକ୍ଷେ ତାଳପଡ଼ାରୁ ଚନ୍ଦନପୁର ଯିବା ରାସ୍ତାରେ ପଡ଼ୁଥିବା ମନ୍ଦାକିନୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ନିକଟସ୍ଥ ଗ୍ରାମ ଗୁଡ଼ିକରେ ପାଣି ପଶିିଛି। ବର୍ଷା ବିତ୍ପାତ ଯୋଗୁ ଶହ ଶହ ହେକ୍ଟର ଚାଷଜମି ପାଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।


All Right Reserved By Dharitri.Com

ଇଣ୍ଡୋନେସିଆରୁ ଓଡ଼ିଆ ଛାତ୍ର ଉଦ୍ଧାର

ବ୍ରହ୍ମଗିରି, ୧୫ା୬(ଡି.ଏନ୍‌.ଏ.):ଚାକିରି ପ୍ରଲୋଭନ ଦେଖାଇ ଜଣେ ଓଡ଼ିଆ ଛାତ୍ରଙ୍କୁ ଇଣ୍ଡୋନେସିଆ ଡାକିନେଇଥିଲେ ଦଲାଲ। ସେଠାରେ ପହଞ୍ଚତ୍ବା ପରେ ଦଲାଲ କେଉଁଆଡେ ଫେରାର ହୋଇଯାଇଥିବା ବେଳେ ସେଠାକାର...

କାର୍ଯ୍ୟାଳୟରେ କାମ କରୁନି ଇଣ୍ଟରନେଟ୍‌: ୧୫ ମଧ୍ୟରେ କେମିତି ସରିବ ଡିଜିଟାଲ ବ୍ୟବସ୍ଥା

ଅନୁଗୋଳ ଅଫିସ, ୧୩।୯-ହିତାଧିକାରୀଙ୍କ ଭତ୍ତା କାର୍ଡ ସହ ଆଧାର କାର୍ଡ ସଂଲଗ୍ନ କରାଯିବ। ଗତ ଫେବୃୟାରୀରୁ ରାଜ୍ୟ ସରକାରଙ୍କ ନିକଟରୁ ଏ ନେଇ ନିର୍ଦ୍ଦେଶ ଆସିଥିଲା।...

ଉଦଳା ଏନ୍‌ଏସିରେ ବାଘ ଆତଙ୍କ

ଉଦଳା,୨୭ା୮ (ଡି.ଏନ୍‌.ଏ.) – କପ୍ତିପଦା ଉପଖଣ୍ଡ ସଦର ମହକୁମା ଉଦଳା ଏନଏସିର ୧୨ ନଂ ୱାର୍ଡରେ ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତିରେ ଏହି ଓ୍ବାର୍ଡକୁ...

ଭାରତୀୟ ବୃତ୍ତଚିତ୍ର ଉସତ୍ବ ଉଦ୍‌ଘାଟିତ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଭାରତୀୟ ବୃତ୍ତଚିତ୍ର ଉସତ୍ବ ୨୦୧୯ (ଇଣ୍ଡିଆନ୍‌ ଡ଼କ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ୍‌) ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଏହା ୩ଦିନ ଚାଲିିବ। ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ...

ଅତ୍ୟାଧୁନିକ ପୋଷାକ ଶୋ’ରୁମ୍‌ ଉଦ୍‌ଘାଟିତ

ତାଳଚେର, ୨୬ା୮(ନି.ପ୍ର.)  ଗଣେଶ ପୂଜା ଅବ୍ୟବହିତ ପୂର୍ବରୁ ତାଳଚେର ହାଣ୍ଡିଧୂଆଁ ଛକ ନିକଟରେ ରବିବାର ଏକ ଅତ୍ୟାଧୁନିକ ପୋଷାକ ଶୋ’ ରୁମ୍‌ ଉଦ୍‌ଘାଟିତ ହୋଇଯାଇଛି। ବବିତା ମାଣ୍ଡୋଠିଆ...

ଗଞ୍ଜାମର ୩୩୯ ଗଁ। କୁ ଯାଇପାରୁନି ଆମ୍ବୁଲାନ୍ସ : ଗର୍ଭବତୀ, ଶିଶୁଙ୍କୁ ମିଳୁଛି ୧ ହଜାର ଟଙ୍କା

ଛତ୍ରପୁର,୨୫ା୮(ଡି.ଏନ.ଏ.)-ଗଞ୍ଜାମ ଜିଲାର ୩୩୯ ଗଁ।କୁ ଆମ୍ବୁଲାନ୍ସ ଯାଇପାରୁ ନ ଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେ ପରେ ଚିହ୍ନଟ ହୋଇଛି। ଆମ୍ବୁଲାନ୍ସ ଉକ୍ତ ଗଁ।ଗୁଡିକୁ...

ବଲାଙ୍ଗୀରରେ ବନ୍ୟା ବିତ୍ପାତକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା: ୧ ହଜାର କୋଟିର ସହାୟତା ଦାବି

ବଲାଙ୍ଗୀର ଅଫିସ,୧୬।୮: ବଲାଙ୍ଗୀର ଜିଲାର ବନ୍ୟା ବିତ୍ପାତକୁ ନେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବଲାଙ୍ଗୀର ଗସ୍ତରେ ଆସି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ...

ଭଙ୍ଗାଘରେ ଚାଲିଛି ସମିତି କାର୍ଯ୍ୟାଳୟ

ଝୁମ୍ପୁରା, ୨୧।୮ (ଡି.ଏନ.ଏ.)-ଚାଷୀ ଓ ଚାଷ ସହିତ ଓତପ୍ରୋତ ଭାବେ ଜଡିତ ଝୁମ୍ପୁରା ବୃହଦାଗାର ବହୁମୁଖୀ ସମବାୟ ସମିତି ଲିଃ (ଲ୍ୟାମ୍ପସ)ର କାର୍ଯ୍ୟାଳୟ, ଗୋଦାମ ଗୃହ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *