Posted inଖେଳ

ପୁଅକୁ କ୍ରିକେଟର କରିବାକୁ ପିତାଙ୍କ ବ୍ୟବସାୟ ବୁଡିଗଲା, ପୁଅ ଏବେ ଭାରତୀୟ ଦଳରେ ମାରିଲେ ଏଣ୍ଟ୍ରି

ମୁମ୍ବାଇ: ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଓ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଗୁରୁବାର ଭାରତୀୟ ଦଳ ଘୋଷିତ ହୋଇଛି। ମୁମ୍ବାଇ ଅଲରାଉଣ୍ଡର ଶିବମ ଦୁବେ ନୁଆ ମୁହଁ ଭାବେ ଦଳରେ ସାମିଲ ହୋଇଛନ୍ତି। ଭାରତ ଏ’ ଦଳ ତରଫରୁ ବାରମ୍ବାର ପ୍ରଦର୍ଶନ କରି ସେ ଚୟନକର୍ତ୍ତାଙ୍କ ଆସ୍ଥାଭାଜନ ହୋଇଛନ୍ତି। ଶିବମ ଭାରତୀୟ ଦଳରେ ସ୍ଥାନ ପାଇବା ପରେ ତାଙ୍କ ପିତାଙ୍କ ବହୁତ ଦିନର ସ୍ବପ୍ନ ପୂରଣ ହୋଇଛି ବୋଲି ସେ କହିଛନ୍ତି। ଶିବମଙ୍କ କ୍ରିକେଟର ଭାବେ ଗଢି ତୋଳିବା ପାଇଁ ତାଙ୍କ ପିତାଙ୍କୁ ବହୁ କଷ୍ଟର ସାମ୍ନା କରିବାକୁ ପଡିଥିଲା। ଏପରିକି ତାଙ୍କ ବ୍ୟବସାୟ ମଧ୍ୟ ବୁଡି ଯାଇଥିଲା। କିନ୍ତୁ ସେ ଧୈର୍ଯ୍ୟହରା ହୋଇ ନ ଥିଲେ। ପୁଅକୁ କ୍ରିକେଟର କରିବା ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ। ଶିବମଙ୍କୁ ମାତ୍ର ୪ ବର୍ଷ ହୋଇଥିଲାବେଳେ ଘରେ କାମ କରୁଥିବା ଚାକର ତଙ୍କ ପ୍ରତିଭାକୁ ଚିହ୍ନିଥିଲେ। ପରେ ସେ ଶିବମଙ୍କ ପିତାଙ୍କୁ କହିଥିଲେ। ସେବେଠାରୁ ସେ ପୁଅକୁ କ୍ରିକେଟର ଭାବେ ଗଢି ତୋଳିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ପ୍ରତିଦିନ ତାଙ୍କୁ ୫୦୦ଟି ବଲ୍‌ ବୋଲିଂ କରୁଥିଲେ ଏବଂ ରାତିରେ ତାଙ୍କୁ ଗୋଡ, ହାତରେ ତେଲ ମାଲିସ କରୁଥିଲେ। ୧୦ ଶ୍ରେଣୀ ପାଠ ଶେଷ ହେବା ପରେ ତାଙ୍କୁ କ୍ରିକେଟ କୋଚିଂ ପାଇଁ ପଠାଇଥିଲେ। କ୍ରିକେଟରେ ଯାହା ବି କହାସଲ କରିଛି ତାହା ମୋ ପିତାଙ୍କ ଯୋଗୁ ସମ୍ଭ ହୋଇଛି ବୋଲି କହନ୍ତି ଶିବମ।


All Right Reserved By Dharitri.Com

Posted inଖେଳ View All

ଭାରତ-ଏ’ର ସିରିଜ କ୍ଲିନ୍‌ସୁଇପ୍‌

ବେଙ୍ଗାଲୁରୁ, ୩।୬- ହୁବ୍‌ଲୀସ୍ଥିତ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ୧୫୨ ରନରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ’କୁ ପରାସ୍ତ କରିଛି। ଏଥିସହ ପ୍ରିୟଙ୍କ...

ମାର୍କେଟକୁ ଆସିଲା ଗେଲ୍‌ଙ୍କ ମୁଦି

ନୂଆଦିଲ୍ଲୀ,୨୨।୨- ଓ୍ବେଷ୍ଟଇଣ୍ଡିଜ୍‌ର ପୂର୍ବତନ କିମ୍ବଦନ୍ତୀ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ବିଶ୍ୱରେ ୟୁନିଭର୍ସ ବସ୍‌ ଭାବେ ଜଣାଶୁଣା। ତାଙ୍କର ଏହି ନାମକୁ ସେ ଆଗକୁ ନେବା...

୫ ଲକ୍ଷ ରନ୍‌ ପୂରଣ କଲା ଇଂଲଣ୍ଡ

ଜୋହାନ୍ସବର୍ଗ,୨୫।୧- ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଇତିହାସର ପ୍ରଥମ ଦଳ ଭାବେ ଇଂଲଣ୍ଡ ଟେଷ୍ଟ କ୍ରିକେଟରେ ୫ ଲକ୍ଷ ରନ୍‌ ପୂରଣ...

ଟାଇଟଲ ସହ କୋର୍ଟକୁ ଫେରିଲେ ମୁରେ

ଲଣ୍ଡନ,୨୪।୬: ପୁରୁଷ ସିଙ୍ଗଲ୍ସ ବର୍ଗର ପୂର୍ବତନ ଶୀର୍ଷ ର଼୍ୟାଙ୍କ୍‌ଧାରୀ ଖେଳାଳି ଆଣ୍ଡି ମୁରେ ସଫଳତାର ସହ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ କୁଇନ୍ସ କ୍ଲବ ଟୁର୍ନାମେଣ୍ଟରେ...

ଚିନାପ୍ପା ମହିଳା, ଘୋଷାଲ ପୁରୁଷ ଚାମ୍ପିୟନ

ଚେନ୍ନାଇ,୧୫ା୨ (ପି.ଟି.): ଜ୍ୟୋତ୍ସ୍ନା ଚିନାପ୍ପା ଓ ସୌରଭ ଘୋଷାଲ ଯଥାକ୍ରମେ ଜାତୀୟ ସିନିୟର ସ୍କ୍ବାଶ୍‌ ଚାମ୍ପିୟନଶିପ୍‌ ମହିଳା ଓ ପୁରୁଷ ଟାଇଟଲ ହାସଲ କରିଛନ୍ତି। ସ୍ଥାନୀୟ...

ବଳାତ୍କାର ମାମଲା: ନେମାରଙ୍କୁ ପୋଲିସର ପଚରାଉଚରା

ସାଓ ପାଉଲ,୧୪।୬(ଏଏଫ୍‌ପି): ବଳାତ୍କାର ମାମଲାରେ ବ୍ରାଜିଲିଆନ ପୋଲିସ ଷ୍ଟାର ଫୁଟ୍‌ବଲର ଜୁନିୟର ନେମାରଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଛି। ଗତ ମାସରେ ପ୍ୟାରିସର ଏକ...

ଶେଷ ୩୦ ବଲରେ ମାତ୍ର ୪୦ ରନ୍‌:ଧୋନୀ, ଯାଦବଙ୍କ ଉପରେ ଦୋଷ ଲଦିଲେ ପୂର୍ବତନ ଖେଳାଳି

ବର୍ମିଂହାମ, ୧।୭:୨୦୧୯ ଆଇସିସି ବିଶ୍ୱକପରେ ଭାରତୀୟ ଦଳ ପ୍ରଥମ ପରାଜୟବରଣ କରିଛି। ଯଦିଓ ଏହି ପରାଜୟ ଦଳ ପାଇଁ ବେଶୀ କିଛି ପ୍ରଭାବ ପକାଇ ନାହିଁ...

ଏଆଇଏଫ୍‌ଏଫ୍‌ର ଫିଟ୍‌ନେସ୍‌ ଅଭିଯାନ ଭିଡିଓ ହେଲା ଲୋକପ୍ରିୟ

ନୂଆଦିଲ୍ଲୀ,୨୮।୪ (ପି.ଟି.): କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ପ୍ରଶଂସକଙ୍କ ପାଇଁ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଫିଟ୍‌ସେନ...

Leave a comment

Your email address will not be published. Required fields are marked *