ଗୋପାଳ କାଣ୍ଡାଙ୍କ ସମର୍ଥନ ନ ନେଇପାରେ ଭାଜପା

ନୂଆଦିଲ୍ଲୀ,୨୫।୧୦: ହରିୟାଣା ଲୋକହିତ ପାର୍ଟିର ନେତା ତଥା ସିରସା ବିଧାନସଭା ଆସନର ବିଜୟୀ ପ୍ରାର୍ଥୀ ଗୋପାଳ କାଣ୍ଡାଙ୍କ ସମର୍ଥନକୁ ଭାରତୀୟ ଜନତା ପାର୍ଟି(ଭାଜପା) ଗ୍ରହଣ ନ କରିପାରେ ବୋଲି ଆଲୋଚନା ହେଉଛି। ଏହାର ଏକ ବଡ କାରଣ ହେଉଛି କାଣ୍ଡାଙ୍କ ଆପରାଧୀକ ମାମଲା। ଏୟାର ହୋଷ୍ଟେସ ଆତ୍ମହତ୍ୟା ମାମଲାରେ ଜେଲ୍‌ ଯାଇ ସାରିଛନ୍ତି କାଣ୍ଡା। କେବଳ ସେତିକି ନୁହେଁ ଏହି ଘଟଣା ସମୟରେ କାଣ୍ଡାଙ୍କୁ ଗିରଫ କରିବାକୁ ଭାଜପା ରାସ୍ତାକୁ ଓହ୍ଲାଇ ଆସିଥିଲା। ତେଣୁ ଏବେ ଭାଜପା କାଣ୍ଡାଙ୍କ ସମର୍ଥନକୁ ଗ୍ରହଣ ନ କରିପାରେ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ହରିୟାଣା ବିଧାନସଭା ପାଇଁ ଭାଜପାକୁ ବହୁମତ ମିଳି ନ ଥିବା ବେଳେ ଏବେ ସେ ସ୍ବାଧୀନ ପ୍ରାର୍ଥୀଙ୍କୁ ନେଇ ସରକାର ଗଠନ କରିବାକୁ ପ୍ରୟାସ ଜାରି ରଖିଛି। ଏତେସବୁ କଳ୍ପନା ଜଳ୍ପନା ପରେ ବି କାଣ୍ଡା ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ଭେଟିବାକୁ ପହଞ୍ଚିଥିବା ଜଣାପଡିଛି। ତେବେ ଗୋପାଳ କାଣ୍ଡାଙ୍କ ଭାଜପା ମିଶ୍ରଣକୁ ନେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜଓ୍ବୋଲା କହିଥିଲେ ଏହା ଭାଜପାର ଦୋଗଲା ନୀତି।


All Right Reserved By Dharitri.Com

ଭାରତ ଆସି ପାରନ୍ତି ଇମ୍ରାନ୍‌: ନିମନ୍ତ୍ରଣ ଦେବେ ମୋଦି ସରକାର !

ନୂଆଦିଲ୍ଲୀ,୧୫।୧: ଚଳିତ ବର୍ଷ ଶେଷରେ ଭାରତରେ ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ସମେତ ପାକିସ୍ତାନ, ଚାଇନା, କାଜାକସ୍ତାନ, କିରଗିଜ୍‌ସ୍ତାନ,ରୁଷିଆ,...

ସଲମାନ୍‌ଙ୍କ ବିରୋଧରେ ମାମଲା

ମୁମ୍ବାଇ,୨୬ା୬(ପି.ଟି.): ମୁମ୍ବାଇର ଜଣେ ଖବରଦାତା ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିଛନ୍ତି। ଜେକେ ନ୍ୟୁଜ୍‌ ଚ୍ୟାନେଲ୍‌ର ମହାରାଷ୍ଟ୍ର ମୁଖ୍ୟ ଅଶୋକ...

ପ୍ରଧାନମନ୍ତ୍ରୀଙ୍କୁ ଆଇଏମ୍‌ଏ କହିଲା: ପ୍ରମାଣ କର, ନଚେତ୍‌ କ୍ଷମା ମାଗ

ନୂଆଦିଲ୍ଲୀ,୧୭।୧:ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡ଼ିକ ଅନୁଗ୍ରହ ଲାଭ ପାଇଁ ଡାକ୍ତରମାନଙ୍କୁ ମହିଳା ଯୋଗାଉଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ତଥାକଥିତ ମନ୍ତବ୍ୟ ଝଡ଼ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କ...

ଅର୍ଥନୀତି ନେଇ ମୁହଁ ଖୋଲିଲେ ମନମୋହନ ସିଂହ: ତ୍ରୁଟିପୂର୍ଣ୍ଣ ପରିଚାଳନାରୁ ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨ା୯: ଦେଶର ଅର୍ଥନୀତି ଏବେ ଚିନ୍ତାଜନକ ସ୍ଥିତିରେ ରହିଛି। ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ ଅର୍ଥନୀତି ମାନ୍ଦାବସ୍ଥାର ବୁଢ଼ିଆଣି ଜାଲରେ ଛନ୍ଦି ହୋଇଯାଇଛି ବୋଲି...

ରାଜନୀତି ସହ ଆର୍‌ଏସ୍‌ଏସ୍‌ର ସମ୍ପର୍କ ନାହିଁ: ଭାଗବତ

ମୋରାଦାବାଦ୍‌,୧୮।୧(ପି.ଟି.): ଦେଶବାସୀଙ୍କ ନୈତିକ ବିକାଶ, ସାଂସ୍କୃତିକ ଓ ମାନବିକ ମୂଲ୍ୟବୋଧର ଉତ୍‌ଥାନ ଲାଗି ଆର୍‌ଏସ୍‌ଏସ୍‌ କାମ କରିଆସୁଛି, ରାଜନୀତି ସହ ଏହି ସଙ୍ଗଠନର କୌଣସି ସମ୍ପର୍କ...

ଜାନୁୟାରୀ ୩୦ ଭିତରେ ହୋଇପାରେ ରାମ ମନ୍ଦିର ଟ୍ରଷ୍ଟ ଘୋଷଣା: ଅଯୋଧ୍ୟାର ଏହି ସନ୍ଥ ହୋଇପାରନ୍ତି ଅଧ୍ୟକ୍ଷ

ଆଯୋଧ୍ୟା,୨୨।୧: ରାମ ଜନ୍ମଭୂମି ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏବେ ସମସ୍ତଙ୍କ ନଜର ରହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ ହେବାକୁ ଥିବା ରାମ...

କୋଭିଡ-୧୯: ଏସିପି ଅନିଲ କୋହଲିଙ୍କ ପରଲୋକ

ଚଣ୍ଡିଗଡ଼,୧୮।୪: ପଞ୍ଜାବରେ ବେଳକୁ ବେଳ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି। ଶନିବାର ଲୁଧିଆନାର ଆସିଷ୍ଟାଣ୍ଡ କମିଶନର ଅଫ୍‌ ପୋଲିସ ଅନିଲ କୋହଲିଙ୍କର କରୋନା ସଂକ୍ରମଣରେ...

ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିବା ଏମ୍‌ପି ପିଡିପିରୁ ବିଦା

ଶ୍ରୀନଗର,୨ା୧୧(ପି.ଟି.): ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେଇଥିବା ପିଡିପି ରାଜ୍ୟ ସଭା ସଦସ୍ୟ ନାଜିର ଅହମଦ ଲଓ୍ବେଙ୍କୁ ଶୁକ୍ରବାର ଦଳରୁ ବହିଷ୍କାର...

Leave a comment

Your email address will not be published. Required fields are marked *