ଭାଜପାକୁ ସମର୍ଥନ କଲେ ଜୋତାରେ ବାଡେଇବେ ଜନତା: ଦିପେନ୍ଦ୍ର ସିଂ ହୁଡ୍ଡା

ଚଣ୍ଡିଗଡ଼,୨୫।୧୦: ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠନା ମିଳି ନ ଥିବା ବେଳେ ଏବେ ସରକାର ଗଢିବାକୁ ଉଭୟ ଭାଜପା ଓ କଂଗ୍ରେସ ଜେଜେପି ଓ ସ୍ବାଧିନ ପ୍ରାର୍ଥୀଙ୍କ ସହଯୋଗ ଲୋଡିଛନ୍ତି। ଏହି ସମୟରେ ପୂର୍ବତନ ଏମ୍‌ପି ଦିପେନ୍ଦ୍ର ସିଂ ହୁଡ୍ଡା ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ମନୋହର ଲାଲ ଖଟ୍ଟର ସରକାରଙ୍କୁ ସମର୍ଥନ ଦେବାକୁ ଯାଉଥିବା ନିର୍ଦଳୀୟ ପ୍ରାର୍ଥୀମାନେ ନିଜ ପାଇଁ ନିଜେ କବର ଖୋଳୁଛନ୍ତି। ଏମାନେ ଏବେ ସାଧାରଣ ଜନତାଙ୍କ ବିଶ୍ୱାସକୁ ବିକ୍ରି କରିବାକୁ ଯାଉଛନ୍ତି। ଏମିତି କରୁଥିବା ବ୍ୟକ୍ତିଙ୍କୁ ସାଧାରଣ ଜନତା କେବେ କ୍ଷମା ଦେବେ ନାହିଁ ଆଉ ଏଭଳି ଲୋକଙ୍କୁ ଜନତା ଜୋତାରେ ମାରିବେ। ଦିପେନ୍ଦ୍ରଙ୍କ ଏହି ବୟାନ ପରେ ବିବାଦ ମୁଣ୍ଡ ଟେକିଛି। ସୂଚନାଯୋଗ୍ୟ, ହରିୟାଣାର ୭ ସ୍ବାଧୀନ ବିଧାୟକ ଭାଜପାକୁ ସମର୍ଥନ ଦେବା କଥା ଶୁଣାଯିବା ପରେ ଦିପେନ୍ଦ୍ର ଏହା କହିଛନ୍ତି। ଆଉ ସ୍ବାଧୀନ ବିଧାୟକଙ୍କ ଏହି ନିଷ୍ପତ୍ତି କଂଗ୍ରେସକୁ ଶକ୍ତ ଧକ୍କା ଦେଇଛି। କାରଣ ସ୍ବାଧିନ ଓ ଜେଜେପିକୁ ସାଙ୍ଗରେ ନେଇ କଂଗ୍ରେସ ହରିୟାଣାରେ ସରକାର ଗଠନ କରିବାକୁ ଚାହିଁ ବସିଛି।


All Right Reserved By Dharitri.Com

ସିଏଏକୁ ବିରୋଧ କରି ବିରୋଧୀଙ୍କ ‘ଗାନ୍ଧୀ ଶାନ୍ତି ଯାତ୍ରା’

ମୁମ୍ବାଇ,୯।୧: ମହାରାଷ୍ଟ୍ରରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍‌ଆର୍‌ସି)କୁ ବିରୋଧ କରି ବିରୋଧୀ ଦଳ ପକ୍ଷରୁ ଗୁରୁବାର ‘ଗାନ୍ଧୀ ଶାନ୍ତି ଯାତ୍ରା’ ବାହାର...

ଶ୍ୱାସରୋଗରୁ ଦୂରେଇ ରଖେ ଏହି ଫୁଲ…

ଅରଖଫୁଲର ଅନେକ ଔଷଧୀୟ ଗୁଣ ରହିଛି । ବିଭିନ୍ନ ରୋଗ ଦୂର କରିବାରେ ଏହା ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ। ଅରଖ ଗଛର ପତ୍ର ଓ...

ଦିଲ୍ଲୀ ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଓଏସ୍‌ଡି ଲାଞ୍ଚ ନେଉଥିବାବେଳେ ଗିରଫ

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଓଏସ୍‌ଡି(ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ) ଗୋପାଳକୃଷ୍ଣ ମାଧବ ଗିରଫ ହୋଇଛନ୍ତି। ଜିଏସ୍‌ଟି ସମ୍ପର୍କିତ ମାମଲାରେ ଗୋପାଳ ଜଣେ...

ଉନ୍ନାଓ ପୀଡିତାଙ୍କ ପରିବାରଙ୍କୁ ଜୀବନରୁ ମାରିଦେବାକୁ ମିଳିଲା ଧମକ

ଉନ୍ନାଓ,୬।୧୨: ଉତ୍ତରପ୍ରଦେଶ ଉନ୍ନାଓରେ ଜଣେ ଗଣବଳାତ୍କାର ପୀଡ଼ିତାଙ୍କୁ ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରାଯାଇଥିଲା। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ଅବସ୍ଥା...

ପ୍ରଥମ ଦେଖାର ୪ଘଣ୍ଟା ମଧ୍ୟରେ ଦୁର୍ଗାମଣ୍ଡପରେ ବିବାହ କଲେ ପ୍ରେମୀଯୁଗଳ

ଝିଅ ପୁଅଙ୍କ ବିବାହ ପୂର୍ବରୁ ହିଁ ସ୍ବର୍ଗରେ ନିଷ୍ପତ୍ତି ହୋଇଥାଏ। ବିଶ୍ୱରେ କାହା ପାଇଁ କିଏ ନା କିଏ ନିଶ୍ଚୟ ଗଢ଼ା ହୋଇଛି। ଖାଲି ସମୟ...

କାରଗିଲ ବିଜୟ ଦିବସ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

ନୂଆଦିଲ୍ଲୀ,୨୫।୭: ଆସନ୍ତା ଶୁକ୍ରବାର ପାଳନ ହେବ ୨୦ତମ କାରଗିଲ ବିଜୟ ଦିବସ। ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କାରଗିଲର ଦ୍ରାସଠାରେ ଏହି ଦିବସ ପାଳନ...

ପ୍ରାର୍ଥୀପତ୍ର ଦାଖଲ କଲେ ଗୃହମନ୍ତ୍ରୀ

ଲକ୍ଷ୍ନୌ,୧୬।୪: କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଲକ୍ଷ୍ନୌ ଲୋକସଭା ଆସନର ଭାଜପାର ଆଶାୟୀ ପ୍ରାର୍ଥୀ ରାଜନାଥ ସିଂହ ମଙ୍ଗଳବାର ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାଜନାଥ ସିଂହ...

ଶିଶୁଙ୍କ ବିରୋଧରେ ଯୌନ ହିଂସା: ତଦନ୍ତ, ଶୁଣାଣି ସ୍ଥିତି ଚିନ୍ତାଜନକ

ନୂଆଦିଲ୍ଲୀ,୨୦ା୧୧(ପି.ଟି.) : ଦେଶରେ ଶିଶୁଙ୍କ ବିରୋଧରେ ଯୌନ ହିଂସା ବଢ଼ିବାରେ ଲାଗିଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ଶିଶୁଙ୍କୁ ଯୌନ ଉତ୍ପୀଡ଼ନ କ୍ଷେତ୍ରରେ ତଦନ୍ତ...

Leave a comment

Your email address will not be published. Required fields are marked *