ଲୁହାବୋଝେଇ ଟ୍ରକ୍‌ ଧକ୍କାରେ ୨ଭାଇ ମୃତ, କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ଅବରୋଧ

ଝାରସୁଗୁଡା ଅଫିସ୍‌/ଲଖନପୁର,୨୫।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବଡମାଲ ଥାନା ଅଧୀନ ୧୦ ନଂ. ରାଜ୍ୟ ରାଜପଥ ଏସ୍‌ଏମ୍‌ସି ରାସ୍ତା ନିକଟରେ ଶୁକ୍ରବାର ଏକ ଲୁହାବୋଝେଇ ଟ୍ରକ୍‌ ଧକ୍କାରେ ୨ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନିକଟସ୍ଥ ତୁମ୍ଭେକେଲା ଗ୍ରାମର ବଡ଼ଭାଇ ସାନ୍ତନୁ ଭଇଁସା(୪୫) ଓ ସାନଭାଇ ଜଗନ୍ନାଥ ଭଇଁସା(୪୨)।
ପ୍ରକାଶ ଯେ, ଟ୍ରକ୍‌(ନଂ. ଓଡି୧୬ଏଫ୍‌ ୮୫୦୭) ଲୁହା ବୋଝେଇକରି ଝାରସୁଗୁଡାରୁ ଏସ୍‌ଏମ୍‌ସି ପ୍ଲାଣ୍ଟ ଅଭିମୁଖେ ଯାଉଥିଲା। ବିପରୀତ ଦିଗରୁ ବାଇକ୍‌ (ଓଡି୨୩ଏଚ୍‌ ୬୩୩୯) ଯୋଗେ ସାନ୍ତନୁ ଓ ଜଗନ୍ନାଥ ଯାଉଥିଲେ। ଏସ୍‌ଏମ୍‌ସି ରାସ୍ତା ନିକଟରେ ଟ୍ରକ୍‌ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୨ ଭାଇଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଉତ୍ତ୍ୟକ୍ତ ଲୋକେ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି। ଖବରପାଇ ବଡମାଲ ଥାନା ଆଇଆଇସି ଅମିତାଭ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି। ପୋଲିସ୍‌ ୨ଭାଇଙ୍କ ମୃତଦେହ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ବାଇକ୍‌କୁ ଜବତକରି ତଦନ୍ତ ଚଳାଇଛି ା


All Right Reserved By Dharitri.Com

ମହିଳାଙ୍କୁ ସ୍ବାବଲମ୍ବୀ ଲାଗି ସାପ୍ତାହିକ ହାଟ ଉଦ୍‌ଘାଟନ କଲେ ଜିଲାପାଳ

ମୁନିଗୁଡ଼ା,୨୬।୨(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗ୍ରାମପଞ୍ଚାୟତର ସ୍ବାବଲମ୍ବୀ ସାପ୍ତାହିକ ହାଟ ବୁଧବାର ଉଦ୍‌ଘାଟନ ହୋଇଛି। ଅଞ୍ଚଳର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ...

ଶ୍ରମିକଙ୍କ ରହିବା, ଖାଇବାର ବ୍ୟବସ୍ଥା କଲା ପ୍ରଶାସନ

ଆନନ୍ଦପୁର,୨୨।୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ପୌରପ୍ରଶାସନ ପକ୍ଷରୁ ଭୁବନେଶ୍ୱରରୁ ଚାଲି ଚାଲି ଆସିଥିବା ୯ ଜଣ ଶ୍ରମିକଙ୍କ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି। ଲକ୍‌ ଡାଉନ...

ଟଙ୍କା ବ୍ୟାଗ ଝାମ୍ପି ନେବା ଘଟଣା: ମିଳିଛି ଫୁଟେଜ, ଧରାପଡିନାହାନ୍ତି ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୭ା୧୦-ଜଣେ ବରିଷ୍ଠ ନାଗରିକଙ୍କ ଟଙ୍କା ବ୍ୟାଗ ବ୍ୟାଙ୍କରୁ ଜଣେ ଦୁର୍ବୃତ୍ତ ଝାମ୍ପି ନେଇଥିଲେ। ଏହି ଘଟଣା ୨ ମାସ ପୁରିବାକୁ ବସିଲାଣି। ବ୍ୟାଙ୍କରେ ଲଗାଯାଇଥିବା...

ଅପହୃତା ନାବାଳିକା ଉଦ୍ଧାର

ବଡ଼ସାହି,୯ା୧୨(ସ୍ବ.ପ୍ର)-ବଡ଼ସାହି ଥାନା ଅଞ୍ଚଳରୁ ନଭେମ୍ବର ୨୪ତାରିଖରେ ଅପହୃତା ଜଣେ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ କାବୁ କରିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା...

ସରକାରୀ ଯୋଜନାରୁ ବଁଚିତ୍‌ ବୁରୁଧ୍‌ ବାସନ୍ତି

  କଲମପୁର, ୧୮।୧ (ଡି.ଏନ୍‌.ଏ)- କଳାହାଣ୍ଡି ଜିଲା କଲମପୁର ବ୍ଲକ ପଣ୍ଡିଗଁା ପଁଚେତ୍‌ ଅଧୀନ ପାତ୍ରବସା ଗାଁର ବାସନ୍ତି ପୁଝାରୀ(୬୫)। ଅନେକ ଦିନ୍‌ ହେଲା ଆପ୍‌ନେ...

ଭୋଗ ଦୋକାନରୁ ୫ ଫୁଟର ନାଗସାପ ଉଦ୍ଧାର

ପୁରୀ ଅଫିସ,୨୯।୯: ବାଟ ମଙ୍ଗଳା ମନ୍ଦିର ନିକଟ ଏକ ଭୋଗ ଦୋକାନ ପରିସରରୁ ରବିବାର ୫ ଫୁଟର ନାଗସାପ ପୁରୀ ସ୍ନେକ୍‌ ହେଲପ୍‌ ଲାଇନ ପକ୍ଷରୁ...

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଲାଞ୍ଜିଗଡ଼,୨୬।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର...

ଲକ୍ଷ୍ମୀ ନୃସିଂହ ଯାତ୍ରା ଉଦଯାପିତ

ହିଞ୍ଜିଳିକାଟୁ,୧୯।୫(ଡି.ଏନ୍‌.ଏ.)- ଚଳିତବର୍ଷ ହିଞ୍ଜିଳିକାଟୁ ଶ୍ରୀ ଲକ୍ଷ୍ମୀ ନୃସିଂହ ଯାତ୍ରା ରବିବାର ଉଦ୍‌ଯାପିତ ହୋଇଛି। ଶେଷ ୨ଦିନ ଯାତ୍ରାରେ ବିଭିନ୍ନ ମେଢ଼, ପଟୁଆର ଓ ଆତସବାଜି ପ୍ରଦର୍ଶନ...

Leave a comment

Your email address will not be published. Required fields are marked *