ଗୁମୁଡୁମାହା ଗୁଳିକାଣ୍ଡ ମାମଲା : ମୃତକଙ୍କ ପରିବାରକୁ ଅତିରିକ୍ତ ୨ଲକ୍ଷ ଦେବାକୁ ସରକାର ବାଧ୍ୟ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ) : କନ୍ଧମାଳ ଜିଲା ଗୁମୁଡ଼ୁମାହାରେ ପୋଲିସ ଗୁଳିରେ ମୃତକଙ୍କ ପରିବାରକୁ ଅଧିକ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନୁକମ୍ପାମୂଳକ କ୍ଷତିପୂରଣ ସର୍ବାଧିକ ୭ଲକ୍ଷ ଟଙ୍କା ହୋଇଥିବାରୁ ଏହାର ସମୀକ୍ଷା ପାଇଁ ଗୃହବିଭାଗ ପକ୍ଷରୁ ଯେଉଁ ରିଭ୍ୟୁ ପିଟିଶନ ହୋଇଥିଲା ତାହାକୁ କମିଶନ ଖାରଜ କରି ଦେଇଛନ୍ତି। ଏହି ଆବେଦନର କୌଣସି ଦମ୍‌ ନାହିଁ କି କମିଶନ ଦେଇଥିବା ଆଦେଶର ପୁନଃ ବିଚାରର କୌଣସି ଯଥାର୍ଥତା ନାହିଁ। କମିଶନ ସଦସ୍ୟ ବିଚାରପତି ରଘୁବୀର ଦାଶ ଉକ୍ତ ଆବେଦନକୁ ଅଗ୍ରାହ୍ୟ କରିଦେବା ସହ ପୂର୍ବ ଆଦେଶକୁ କାଏମ ରଖି ସରକାର ମୃତକଙ୍କ ପରିବାରକୁ ଅତିରିକ୍ତ କ୍ଷତିପୂରଣ ଦେବାକୁ ବାଧ୍ୟ ବୋଲି କହିଛନ୍ତି।
୨୦୧୬ ଜୁଲାଇ ୭ରେ ଗୁମୁଡୁମାହାଠାରେ ପୋଲିସ ଗୁଳିରେ ଜଣେ ଦେଢବର୍ଷର ଶିଶୁ ସହ ୫ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୮ଜଣ ଆହତ ହୋଇଥିଲେ। ଏହି ଘଟଣାରେ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କନ୍ଧମାଳ ଜିଲା ଜଜ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍‌ ତଦନ୍ତ କରି ସରକାରଙ୍କୁ ବର୍ଷକ ତଳୁ ରିପୋର୍ଟ ଦେଇଥିଲେ ମଧ୍ୟ ତାହାକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ। ଅନ୍ୟପକ୍ଷରେ ଠିକ୍‌ ସମୟରେ ଚିକିତ୍ସା ମିଳିଥିଲେ ଏତେ ଜୀବନହାନି ଘଟି ନ ଥାନ୍ତା ବୋଲି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଓଏଚ୍‌ଆର୍‌ସିଙ୍କୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଥିଲେ। ଜୀବନ ରକ୍ଷା କରିବାରେ ବିଫଳ ହୋଇଥିବାରୁ କମିଶନ ଏଥିପାଇଁ ସରକାରଙ୍କୁ ଦାୟୀ କରି ମୃତକଙ୍କ ପରିବାରଙ୍କୁ ଦିଆଯାଇଥିବା ଅନୁକମ୍ପାମୂଳକ ସହାୟତା ରାଶି ବାଦ୍‌ ଅଧିକ ୨ଲକ୍ଷ ଟଙ୍କା କ୍ଷତିପୂରଣ ୨ମାସ ମଧ୍ୟରେ ଦେବାକୁ ଗୃହ ବିଭାଗର ଅତିରିକ୍ତ ସଚିବଙ୍କୁ ୨୦୧୮ ଅଗଷ୍ଟ ୨୪ରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାର କମିଶନଙ୍କ ଆଦେଶକୁ ପାଳନ ନ କରି ୨୦୧୯ ଜାନୁୟାରୀ ୨୪ରେ ଆଦେଶର ପୁନର୍ବିଚାର ପାଇଁ ଗୃହ ବିଭାଗ ପକ୍ଷରୁ ରିପିଟିଶନ କରାଯାଇଥିଲା। ସୂଚନାଯୋଗ୍ୟ, ନିର୍ଦ୍ଦେଶ ମୁତାବକ ଅତିରିକ୍ତ କ୍ଷତିପୂରଣ ମିଳି ନ ଥିବାରୁ ମୃତ ଓ ଆହତଙ୍କ ପରିବାର ଲୋକେ କମିଶନଙ୍କୁ ଭେଟିଛନ୍ତି। ସେହିଭଳି ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍‌, ପାଣି, ରାସ୍ତା ବ୍ୟବସ୍ଥା କରିବା ପାଇଁ କମିଶନ ଦେଇଥିବା ଆଦେଶକୁ ମଧ୍ୟ ପାଳନ କରାଯାଇ ନ ଥିବା ଜଣାଇଛନ୍ତି।


All Right Reserved By Dharitri.Com

ରାଜପଥରେ ମହିଳାଙ୍କ ଭ୍ୟାନିଟ୍‌ ଛଡ଼ାଇନେଲେ ଦୁର୍ବୃତ୍ତ

ବୋଲଗଡ,୨।୧୧(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବୋଲଗଡ ଥାନା ସୀମାନ୍ତରେ ଥିବା ବିଜୁପୁର ଗେଟ୍‌ ନିକଟ ୫୭ନଂ ଜାତୀୟ ରାଜପଥରେ ଶୁକ୍ରବାର ଅପରାହ୍ନରେ ପୁଅ ସହ ବାଇକରେ ଯାଉଥିବା...

ପ୍ରାକୃତିକ ବିପର୍ଯ୍ୟୟ ସହ ଯୁଝୁଛି ଓଡ଼ିଶା, ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ପ୍ରଦାନ କରାଯାଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ପ୍ରାକୃତିକ ବିପର୍ଯ୍ୟୟ ସହ ଯୁଝୁଛି ଓଡ଼ିଶା। ଏଥିଲାଗି ଓଡ଼ିଶାକୁ ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ପ୍ରଦାନ କରାଯାଉ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ...

ବଦଳିଲେ ରାଜ୍ୟପାଳଙ୍କ ସଚିବ, ପ୍ରମୋଦ ମେହେର୍ଦ୍ଦାଙ୍କୁ ଦାୟିତ୍ୱ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ରାଜ୍ୟ ସରକାର ଶନିବାର ବରିଷ୍ଠ ଆଇଏଏସ୍‌ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ପରିବହନ ସଚିବ ଥିବା ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତ କରାଯାଇଛି।...

ମହିଳାରୋଗୀଙ୍କୁ ଓ୍ବାଡେନ୍‌ ଇଞ୍ଜେକ୍ସନ ଦେବା ଘଟଣା: ଚାକିରିରୁ ବିଦା ହେଲେ, ନର୍ସଙ୍କୁ ସୋ-କଜ୍‌ ନୋଟିସ୍‌

ଢେଙ୍କାନାଳ ଅଫିସ,୫।୧୨: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳା ରୋଗୀଙ୍କୁ ଓ୍ବାଡେନ୍‌ ଇଞ୍ଜେକ୍ସନ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ...

ନିର୍ବାଚନରେ ପରାଜୟର କାରଣ ଖୋଜିବ କଂଗ୍ରେସ, ଗଠନ ହେଲା ନୂତନ କମିଟି

ଭୁବନେଶ୍ୱର,୨୫।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଛି। କଂଗ୍ରେସକୁ ଓଡ଼ିଶାବାସୀ ଭରସା ନ କରିବାରୁ ଦଳ ଏଭଳି ବିପର୍ଯ୍ୟୟର ସମ୍ମୁଖୀନ...

ଭଙ୍ଗାଗଲା ମଙ୍ଗୁ ମଠ

ପୁରୀ ଅଫିସ, ୧୦।୧୨:ବହୁ ବାଦ ବିବାଦ ପରେ ଶେଷରେ ଉଚ୍ଛେଦ ହୋଇଛି ମଙ୍ଗୁ ମଠ। ସୋମବାର ମଠର ବ୍ୟବସାୟିକ କୋଠା ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି।...

‘ବୁଲବୁଲ୍‌’ ପ୍ରଭାବରେ ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଢ଼ିବ ପବନର ବେଗ: ଏସ୍‌ଆର୍‌ସି

ଭୁବନେଶ୍ୱର,୮।୧୧(ବ୍ୟୁରୋ): ବାତ୍ୟା ‘ବୁଲବୁଲ୍‌’ ଶନିବାର ପୂର୍ବାହ୍ନରେ ପାରାଦୀପଠାରୁ ପ୍ରାୟ ୩୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ଶୁକ୍ରବାରଠାରୁ ବର୍ଷା...

କଟକରେ ଉତ୍ତେଜନା: ପୋଲିସକୁ ଢେଲାମାଡ଼

କଟକ ଅଫିସ, ୫।୪: ସଟ୍ ଡାଉନ ଚାଲିଥିବା ବେଳେ କଟକ ସହରରେ ରବିବାର ଉତ୍ତେଜନା ଦେଖା ଦେଇଛି। କେଶରପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ସକାଳେ ଗଣ୍ଡଗୋଳ...

Leave a comment

Your email address will not be published. Required fields are marked *