Posted inଜାତୀୟ

କମିଲା ଭାଜପାର ବିଜୟ ବ୍ୟବଧାନ:ହରିୟାଣାରେ ଅଟକିଲା ବିଜୟ ରଥ

ନୂଆଦିଲ୍ଲୀ,୨୫-୧୦(ପି.ଟି.):ସାଧାରଣ ନିର୍ବାଚନରେ ହରିୟାଣାର ସମସ୍ତ ୧୦ ଲୋକ ସଭା ଆସନ ଅକ୍ତିଆର କରିବାର ୫ ମାସ ପରେ ଭାଜପାକୁ ଲାଗିଛି ଝଟକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ତୋଫାନୀ ପ୍ରଚାର ଏବଂ ‘ଅନୁଚ୍ଛେଦ ୩୭୦ ଉଚ୍ଛେଦ’ ଭଳି ବଡ଼ ବଡ଼ ପ୍ରସଙ୍ଗ ଫିକା ପଡ଼ିଯାଇଛି। ସ୍ଥାନୀୟ ପ୍ରସଙ୍ଗଗୁଡ଼ିକୁ ଅଣଦେଖା କରିବା ଯୋଗୁ ଗୈରିକ ଦଳର ଭୋଟ ହାର ହ୍ରାସ ପାଇଛି। ଗୋଟିଏ ପରେ ଗୋଟିଏ ରାଜ୍ୟ ଜୟ କରିଚାଲିଥିବା ଭାଜପାର ବିଜୟ ରଥ ହରିୟାଣାରେ ଅଟକିଯାଇଛି ବୋଲି ରାଜନୈତିକ ପଣ୍ଡିତମାନେ କହୁଛନ୍ତି।
ଦ୍ୱିତୀୟ ପାଳି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ-୨) ଗଠନ ହେବା ପରେ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ହେଉଛି ଭାଜପା ପାଇଁ ପ୍ରଥମ ପରୀକ୍ଷା। ଏଥିରେ ଭାଜପା ଉତ୍ତୀର୍ଣ୍ଣ ହୋଇଥିଲେ ହେଁ ଏହାର ଭୋଟ ବ୍ୟବଧାନ କମିଯାଇଛି। ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପାକୁ ସ୍ପଷ୍ଟ ଜନାଦେଶ ମିଳିଥିବାବେଳେ ହରିୟାଣାରେ ଅନ୍ୟ ଦଳର ସମର୍ଥନ ବିନା ପୁନଃ କ୍ଷମତାସୀନ ହେବା ଅସମ୍ଭବ। ଏପ୍ରିଲ-ମେ’ରେ ହୋଇଥିବା ଲୋକ ସଭା ନିର୍ବାଚନରେ ଭାଜପା ୫୮% ଭୋଟ ପାଇ ହରିୟାଣାର ସମସ୍ତ ୧୦ଟି ଆସନ ଅକ୍ତିଆର କରିଥିଲା। ହେଲେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ୩୬% ମିଳିଛି। ଅର୍ଥାତ୍‌ ୫ ମାସ ମଧ୍ୟରେ ଭାଜପାର ଭୋଟ ହାର ୨୨% କମିଯାଇଛି। ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ବିଜୟୀ ହୋଇଥିଲେ ମଧ୍ୟ ତାଙ୍କର ଅଧିକାଂଶ କ୍ୟାବିନେଟ ସହଯୋଗୀ ପରାଜୟର ମୁହଁ ଦେଖିଛନ୍ତି। କ୍ୟାପ୍‌ଟେନ୍‌ ଅଭିମନ୍ୟୁ, ଓ.ପି. ଧନକାର, ରାମବିଳାସ ଶର୍ମା, କବିତା ଜୈନ, କ୍ରିଷନ ଲାଲ ପନଓ୍ବାରଙ୍କ ଭଳି ବରିଷ୍ଠ ମନ୍ତ୍ରୀମାନଙ୍କୁ ଅପମାନଜନକ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। କେବଳ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍‌ ଓ ଦଳର ରାଜ୍ୟ ସଭାପତି ସୁଭାଷ ବରାଲାଙ୍କ ବିଜୟ ଭାଜପା ପାଇଁ ଆଶ୍ୱସ୍ତି ଆଣିଦେଇଛି। ‘ଅବ୍‌କୀ ବାର୍‌ ୭୫ ପାର୍‌’ ସ୍ଲୋଗାନ ଦେଇ ମଇଦାନକୁ ଓହ୍ଲାଇଥିବା ଭାଜପା ୯୦ ଆସନ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ୍‌ ନମ୍ବର ୪୬କୁ ଛୁଇଁପାରି ନାହିଁ। ଏଥିଲାଗି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ସମସ୍ତ ଅଣଭାଜପା ଦଳକୁ ଏକାଠି ହୋଇ ସରକାର ଗଠନ ପାଇଁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଜନାଦେଶ ଭାଜପା ବିରୋଧରେ ଯାଇଛି। ଏହି ଦଳକୁ କ୍ଷମତାରୁ ଦୂରେଇ ରଖିବା ସହ ଏକ ଦୃଢ଼ ସରକାର ଗଠନ ପାଇଁ କଂଗ୍ରେସ ସହ ଜେଜେପି, ଆଇଏନ୍‌ଏଲ୍‌ଡି ଏବଂ ସ୍ବାଧୀନ ବିଧାୟକମାନେ ହାତ ମିଳାନ୍ତୁ। ଅନ୍ୟପକ୍ଷରେ ଜେଜେପି ଅଧ୍ୟକ୍ଷ ଦୁଷ୍ୟନ୍ତ ଚୌତାଲାଙ୍କୁ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ ଯଚାଯାଇଥିବା ନେଇ ଚର୍ଚ୍ଚା ହେଉଛି।

 


All Right Reserved By Dharitri.Com

ଦୁଷ୍ୟନ୍ତଙ୍କ ପାଇଁ ଖୁସି ଖବର: ଅଜୟଙ୍କୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ଭାଜପାକୁ ସମର୍ଥନ ଦେବାର ୨୪ ଘଣ୍ଟା ନ ପୁରୁଣୁ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତଙ୍କ ପାଇଁ ଆସିଛି ଖୁସି ଖବର। ତିହାର...

ପୋକ୍ସୋ ଆଇନରେ ସଂଶୋଧନକୁ ମଞ୍ଜୁରୀ:ଶିଶୁଙ୍କୁ ବଳାତ୍କାର କଲେ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ, ୨।୮(ପି.ଟି./ଆଇଏଏନ୍‌ଏସ୍‌):ଦେଶରେ ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଥିବାବେଳେ ସେମାନଙ୍କୁ ଏଥିରୁ ରକ୍ଷାକରିବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନରେ ସଂଶୋଧନକୁ ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି।...

ପାଣି ଟାଙ୍କି ଉପରୁ ଡେଇଁପଡ଼ି ଛାତ୍ରୀଙ୍କ ଆତ୍ମହତ୍ୟାା

ଭୋପାଳ,୨୫।୯: ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଛାତ୍ରୀ ପାଣି ଟାଙ୍କି ଉପରୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି। ପୋଲିସ...

ତାମିଲନାଡୁର ୬ ରାଜ୍ୟ ସଭା ଆସନ: ଜୁଲାଇ ୧୮ରେ ନିର୍ବାଚନ

ନୂଆଦିଲ୍ଲୀ,୨୬ା୬(ପି.ଟି.): ତାମିଲନାଡୁର ୬ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଜୁଲାଇ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ...

ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ରାଜ୍ୟପାଳ

ଲକ୍ଷ୍ନୌ,୧୫।୮: ରାଖୀ ପୁର୍ଣ୍ଣିମା ସାରା ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ଛୋଟଠାରୁ ବୟସ୍କ ସମସ୍ତେ ଏହି ପର୍ବସହ ଭାରତର ୭୩ ତମ ସ୍ବାଧୀନତା...

ପ୍ଲାଷ୍ଟିକ ବଦଳରେ ମିଳୁଛି କ୍ଷୀର

ପଞ୍ଚକୁଲା,୨୬।୧୨: ହରିୟାଣାର ପଞ୍ଚକୁଲାରେ ଏବେ ଲୋକଙ୍କୁ ପ୍ଲାଷ୍ଟିକ ବଦଳରେ କ୍ଷୀର ମିଳୁଛି। ପଞ୍ଚକୁଲା ନଗର ନିଗମ ପକ୍ଷରୁ ଏବେ ଏମିତି ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।...

ଜମ୍ମୁ-କଶ୍ମୀର ସ୍ଥିତି ସଙ୍କଟ ଜନକ; ଅତ୍ୟାଚାରରୁ ମୁକ୍ତି ଚାହୁଁଛନ୍ତି ଲୋକେ: ପ୍ରଗତି ମହିଳା ସଂଗଠନ

ଶ୍ରୀନଗର,୨୪।୯: ଜମ୍ମୁ-କଶ୍ମୀରର ସ୍ଥିତି ସଙ୍କଟ ଜନକ ରହିଛି। ଏଠାରେ ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ରାଜ୍ୟରେ ଜଙ୍ଗଲ ଆଇନ ଚାଲିଥିବା ପ୍ରଗତି ମହିଳା ସଂଗଠନ...

ପିଆଜ ମାଳ ପିନ୍ଧି ସଂସଦରେ ପହଞ୍ଚିଲେ ୨ ଏଏପି ଏମ୍‌ପି

ନୂଆଦିଲ୍ଲୀ,୩।୧୨: ପିଆଜ ଦାମ ବଢ଼ିଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ଅସଫଳ ରହିଥିବା ପ୍ରତିବାଦ କରି ୨ ଜଣ ଏଏପି ଏମ୍‌ପି ସଂସଦରେ ପିଆଜ...

Leave a comment

Your email address will not be published. Required fields are marked *