ଅନ୍‌ଲାଇନ୍‌ରେ ଠକେଇ: ଆକାଉଣ୍ଟରୁ ଉଠାଇନେଲେ ୨.୫ ଲକ୍ଷ ଜେଲ୍‌ ଗଲେ ଯୁବକ

ନୟାଗଡ଼ ଅଫିସ,୨୫ା୧୦: ଅନ୍‌ଲାଇନ୍‌ରେ ୨.୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ନୟାଗଡ଼ ଟାଉନ ଥାନା ପୁରୁଣା ସହର ରଥଗାଡ଼ିଆ ସାହିର ସିଦ୍ଧାର୍ଥ ପାଣିଗ୍ରାହୀ। ଥାନାରୁ ମିଳିଥିବା ସୂଚନା ଅନୁସାରେ ଗତ ଫେବୃୟାରୀ ମାସରେ ପୁରୁଣା ସହରର ଶିକ୍ଷକ ବୃନ୍ଦାବନ ଭୋଇଙ୍କ ପୁଅ ବିଶ୍ୱଜିତଙ୍କୁ ସିଦ୍ଧାର୍ଥ ନେଟ୍‌ ବ୍ୟାଙ୍କିଙ୍ଗ ସୁବିଧା କରାଇଦେବାକୁ କହି ବାପାଙ୍କ ମୋବାଇଲ ଆଣିବାକୁ କହିଥିଲେ। ବିଶ୍ୱଜିତ ବାପାଙ୍କ ମୋବାଇଲ ଆଣିବା ପରେ ସିଦ୍ଧାର୍ଥ ସେଥିରେ ଉକ୍ତ ଅନଲାଇନ୍‌ ଆପ୍‌ ଡାଉନ୍‌ଲୋଡ଼ କରିବା ସହ ତାଙ୍କ ମୋବାଇଲ୍‌ ନମ୍ବର ଦେଇ ଦେଇଥିଲେ। ଫଳରେ ସିଦ୍ଧାର୍ଥ ବିଭିନ୍ନ ସମୟରେ ଅନ୍‌ଲାଇନ୍‌ରେ ବୃନ୍ଦାବନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଉଥିବା ବେଳେ ମେସେଜ ଯାଉ ନ ଥିଲା। ମେସେଜ ନ ଯିବାରୁ ବୃନ୍ଦାବନ ବ୍ୟାଙ୍କକୁ ଯାଇ ଖାତା ଚେକିଂ କରିବାରୁ ବିଭିନ୍ନ ସମୟରେ ୨ ଲକ୍ଷ ୫୧ ହଜାର ୪୪୪ ଟଙ୍କା ଉଠାଯାଇଥିବା ଜାଣିଥିଲେ। ସନ୍ଦେହ ହେବାରୁ ବୃନ୍ଦାବନ ଏ ନେଇ ସିଦ୍ଧାର୍ଥଙ୍କୁ ପଚାରିଥିଲେ। ସିଦ୍ଧାର୍ଥ ଟଙ୍କା ନେଇଥିବା ସ୍ବୀକାର କରିବା ସହ କିଛି ଦିନ ପରେ ଫେରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରେ ସେ କେଉଁଆଡ଼େ ଫେରାର୍‌ ହୋଇଯାଇଥିଲେ। ବୃନ୍ଦାବନ ସିଦ୍ଧାର୍ଥଙ୍କ ଘରକୁ ଯାଇ ଟଙ୍କା ମାଗିବାରୁ ପରିବାର ଲୋକେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ କିଛିମାସ ପରେ ଟଙ୍କା ନ ମିଳିବାରୁ ବୃନ୍ଦାବନ ବାଧ୍ୟ ହୋଇ କୋର୍ଟରେ ମାମଲା ରୁଜୁ କରିଥିଲେ। ନୟାଗଡ଼ କୋର୍ଟ ଟାଉନ ପୋଲିସକୁ ଏହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ପୋଲିସ ତଦନ୍ତ ଚଳାଉଥିବା ବେଳେ ବୁଧବାର ସିଦ୍ଧାର୍ଥଙ୍କୁ ଗିରଫ କରିଥିଲା। ସିଦ୍ଧାର୍ଥଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଖୁଣ୍ଟୁବନ୍ଧସ୍ଥିତ ଜେଲ୍‌କୁ ପଠାଯାଇଥିବା ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଣିକପାଟଣା ଗ୍ରାମ: ୯ମାସ ହେଲା ଅନ୍ଧାରରେ ଗ୍ରାମବାସୀ

ରାୟଗଡ଼(ଗଜପତି),୧୬।୧(ଡି.ଏନ୍‌.ଏ.) ତିତ୍‌ଲି ବାତ୍ୟାକୁ ବର୍ଷେ ପୁରିଥିଲେ ମଧ୍ୟ ଗଜପତି ଜିଲାର ଅନେକ ଅଞ୍ଚଳକୁ ଏ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଫଳରେ ଗ୍ରାମବାସୀ ଅନ୍ଧାରରେ...

ଜିଲାସ୍ତରୀୟ ରାଷ୍ଟ୍ରିୟ ପୋଷଣ ମାସ:ଘର ତିଆରି ପୋଷକ ଉପରେ ଗୁରୁତ୍ୱ ଦେଲେ ଜିଲାପାଳ

ନୂଆପଡା ଅଫିସ,୨୮ା୯ ଘର ତିଆରି ଖାଦ୍ୟରେ ହିଁ ଉପଯୁକ୍ତ ପୋଷକ ତତ୍ୱ ରହିଥାଏ । ଆବହମାନ କାଳରୁ ଆମେ ଘରେ ମା’ ତିଆରି କରୁଥିବା ଖାଦ୍ୟରେ...

ଶିଶୁବଳି ସନ୍ଦେହରେ ଉତ୍ତେଜନା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍‌ପି ଅଫିସ ଘେରିଲେ

ବଲାଙ୍ଗୀର ଅଫିସ, ୨୮ା୫: ବଲାଙ୍ଗୀର ସହର ଚିମିନିଭାଟିପଡା-ଲକ୍ଷ୍ମୀନଗରପଡା ପାଖ ଲକ୍ଷ୍ମୀଯୋର ଭିତରୁ ଗତ ଶୁକ୍ରବାର ରାତିରେ ଜଣେ ନିଖୋଜ ୫ ବର୍ଷର ଶିଶୁର ମୃତଦେହ ମିଳିଥିଲା...

ଜିନ୍ଦଲଙ୍କ ୮୯ତମ ଜୟନ୍ତୀ ପାଳିତ

କଳିଙ୍ଗନଗର,୭ା୮(ଡି.ଏନ୍‌.ଏ.): ଜିନ୍ଦଲ ଗ୍ରୁପ୍‌ର ପ୍ରତିଷ୍ଠାତା ଓ.ପି.ଜିନ୍ଦଲଙ୍କ ୮୯ତମ ଜନ୍ମ ଜୟନ୍ତୀ ଜିନ୍ଦଲ ଷ୍ଟେନଲେସ ଲିମିଟେଡ କଳିଙ୍ଗନଗରଠାରେ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିନ୍ଦଲ କମ୍ପାନୀର...

ଗଣେଶ ଭସାଣିକୁ ନେଇ ଗୋଷ୍ଠୀ କନ୍ଦଳ:ସବର୍ଣ୍ଣ, ଅସବର୍ଣ୍ଣଙ୍କ ମଧ୍ୟରେ ଗଣ୍ଡଗୋଳ

ନୂଆଗାଁ,୬ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ପାରାଢିପି ଗ୍ରାମରେ ବୁଧବାର ଗଣେଶ ପୂଜା ଭସାଣି ବେଳେ ସବର୍ଣ୍ଣ ଓ ଅସବର୍ଣ୍ଣ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ...

ଗୁଳି ଫୁଟାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍‌ ଉଦ୍ୟମ

ବାହାନଗା/ସୋର, ୨୮।୧୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନାୟକ ବନ୍ଧ ଛକରେ ବୁଧବାର ମଧ୍ୟାହ୍ନରେ ୩ ଜଣ ଡକାୟତ ବାଇକ୍‌ରେ ଆସି...

ଆବାସ ଯୋଜନାରୁ ଉପେକ୍ଷିତ ଅଭିଯୋଗ: ଦଦ୍‌ରା କୁରିଆରେ ବୁରୁଧ୍‌ ଦମ୍ପତି

ଲୋଇସିଂହା, ୭।୨ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ଯୋଗୀସର୍ଡ଼ା ଗଁାର ବୁରୁଧ୍‌ କୃଷ୍ଣଚନ୍ଦ୍ର ପଧାନକୁଁ ଆବାସ ଯୋଜନାରେ ସାମିଲ କରାଯଇଛେ। ହେଲେ ପଁଚେତ୍‌ କତୁରପକ୍ଷକଁର...

କର୍ମଚାରୀଙ୍କୁ ତାଗିଦା କଲେ ବିଧାୟକ: ପିସିମୁକ୍ତ ବ୍ଲକ ଗଠନ ପାଇଁ ଉଦ୍ୟମ ଆରମ୍ଭ

ହାଟଡିହୀ,୨୨ା୬ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ହୁସିଆର ହୋଇ ଠିକ ରୂପେ କାର୍ଯ୍ୟ...

Leave a comment

Your email address will not be published. Required fields are marked *