ବିପଦ ସଙ୍କେତ ନିକଟତର ୩ ନଦୀ

ଛତ୍ରପୁର,୨୫ା୧୦(ଡି.ଏନ.ଏ)- ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାରେ ଗତ ୩ ଦିନ ହେଲା ବର୍ଷା ଲାଗିରହିଛି। ବିଭିନ୍ନ ସ୍ଥାନରେ ପାଣି ଜମିଛି। ୨୪ ଘଣ୍ଟା ମଧ୍ୟରେ ଜିଲାରେ ୧୨୫.୧୯ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବିଭନ୍ନ ନଦୀର ଜଳସ୍ତର ବିପଦସଙ୍କେତ ନିକଟତର ହୋଇଛି। ବିଶେଷକରି ଋଷିକୁଲ୍ୟା, ବଡନଦୀ ଓ ବାହୁଦା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ୩ ନଦୀର ଜଳସ୍ତର ବିପଦସଙ୍କେତ ନିକଟତର ହୋଇଥିବାରୁ ସ୍ଥିତି ଗମ୍ଭୀର ହେବା ସମ୍ଭାବନା ରହିଛି। ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଖୋଲାଯାଇଥିବା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ରୁ ଗୁରୁବାର ସନ୍ଧ୍ୟାରେ ମିଳିଥିବା ସୂଚନା ଅନୁସାରେ ସୋରଡାଠାରେ ଋଷିକୁଲ୍ୟାର ଜଳସ୍ତର ୮୦.୮୦ ମିଟର ରହିଛି। ଏଠାରେ ବିପଦସଙ୍କେତ ୮୧.୯୯ ମିଟର। ସେହିପରି ଜାନିବିଲିଠାରେ ବିପଦସଙ୍କେତ ୫୩.୧୮ ମିଟର ଥିବାବେଳେ ୫୨.୬୩ ମିଟରରେ ଜଳ ପ୍ରବାହିତ ହେଉଛି। ହୀରାଧାରାବାଟି ଠାରେ ୨୩.୧୬ ମିଟର ବିପଦସଙ୍କେତ ଥିବାବେଳେ ଜଳସ୍ତର ୨୧.୧୯ ମିଟର ଓ ପୁରୁଷୋତ୍ତମପୁର ଠାରେ ଋଷିକୁଲ୍ୟା ନଦୀର ବିପଦସଙ୍କେତ ୧୬.୮୪ ମିଟର ଥିବାବେଳେ ୧୩.୪୫ ମିଟରରେ ଜଳ ପ୍ରବାହିତ ହେଉଛି। ଅନ୍ୟପକ୍ଷରେ ବଡନଦୀର ଜଳସ୍ତର ସୋରିଷମୂଳ ବ୍ୟାରେଜ୍‌ଠାରେ ବିପଦସଙ୍କେତ ୧୦୨.୧୧ ମିଟର ଥିବାବେଳେ ୧୦୧.୨୩ ମିଟରରେ, ନୂଆଗାଁ ବ୍ରିଜ୍‌ ଠାରେ ବିପଦସଙ୍କେତ ୭୦.୯୩ ମିଟର ରହିଥିବା ବେଳେ ୬୮.୧୩ ମିଟର, ମାଧବରିଡାଠାରେ ବିପଦସଙ୍କେତ ୬୦.୬୫ ମିଟର ଥିବାବେଳେ ୫୯.୧୩ ମିଟରରେ ଜଳ ପ୍ରବାହିତ ହୋଇଛି। ସେହିପରି ବାହୁଦା ନଦୀର ବିପଦସଙ୍କେତ କଳିଙ୍ଗଦୋଳାଠାରେ ୩୨.୫୦ ମିଟର ରହିଥିବାବେଳେ ଗୁରୁବାର ସନ୍ଧ୍ୟାରେ ଜଳସ୍ତର ୩୧.୩୬ ମିଟର ରହିଛି।
ଆହୁରି ୨୪ ଘଣ୍ଟା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିବାରୁ ନଦୀଗୁଡିକର ଜଳସ୍ତର ଆହୁରି ବଢିବ ବୋଲି ଜଣାପଡିଛି। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ତହସିଲଦାର, ବିଡିଓ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ଚିକିଟି ବ୍ଲକରେ ସର୍ବାଧିକ ୨୦୩ ମିମି ବର୍ଷା ହୋଇଥିବାବେଳେ ରଙ୍ଗେଇଲୁଣ୍ଡା ବ୍ଲକରେ ୧୯୨.୪ ମିମି, ଛତ୍ରପୁର ବ୍ଲକରେ ୧୧୨ ମିମି, ଗଞ୍ଜାମ ବ୍ଲକରେ ୧୧୩ ମିମି ବର୍ଷା ହୋଇଛି। ସେହିପରି ପୁରୁଷୋତ୍ତମପୁର ବ୍ଲକରେ ୧୨୦ ମିମି, କବିସୂର୍ଯ୍ୟନଗର ବ୍ଲକରେ ୧୨୦ ମିମି. ବେଗୁନିଆପଡା ବ୍ଲକରେ ୧୦୬.୪ ମିମି, ଖଲ୍ଲିକୋଟ ବ୍ଲକରେ ୧୦୭ ମିମି, ହିଞ୍ଜିିଳି ବ୍ଲକରେ ୧୧୪ ମି.ମି., କୁକୁଡାଖଣ୍ଡି ବ୍ଲକରେ ୧୭୫ ମିମି, ପାତ୍ରପୁର ବ୍ଲକରେ ୧୮୫.୫ ମି.ମି., ସାନଖେମୁଣ୍ଡି ବ୍ଲକରେ ୧୪୭ ମିମି ବର୍ଷା ହୋଇଛି। ଦିଗପହଣ୍ଡି ବ୍ଲକରେ ୧୧୫ ମିମି, ପୋଲସରା ବ୍ଲକରେ ୮୦.୨ ମିମି, ଭଞ୍ଜନଗର ବ୍ଲକରେ ୮୬ ମିମି, ବେଲଗୁଣ୍ଠା ବ୍ଲକରେ ୧୧୨ ମିମି, ଜଗନ୍ନାଥପ୍ରସାଦ ବ୍ଲକରେ ୮୭ ମିମି, ବୁୁଗୁଡା ବ୍ଲକରେ ୮୯ ମିମି, ଆସିକା ବ୍ଲକରେ ୧୨୭.୬ ମିମି, ଧରାକୋଟ ବ୍ଲକରେ ୧୨୦ ମିମି, ଶେରଗଡ ବ୍ଲକରେ ୧୪୨ ମିମି ଓ ସୋରଡା ବ୍ଲକରେ ୧୦୦ ମିମି ବର୍ଷା ହୋଇଥିବା କଣ୍ଟ୍ରୋଲ ରୁମ୍‌ରୁ ସୂଚନା ମିଳିଛି। ସନ୍ଧ୍ୟାରୁ ବର୍ଷାର ପରିମାଣ କମିଛି।


All Right Reserved By Dharitri.Com

କରୋନା ସାଙ୍ଗକୁ ବର୍ଷା ମାଡ଼: ମଉଳିଗଲା ଚାଷୀଙ୍କ ଆଶା

ଖଇରା, ୮।୫(ଡି.ଏନ.ଏ.)-କରୋନା ସାଙ୍ଗକୁ ଏବେ ଦାଉ ସାଧୁଛି ବର୍ଷା। ଏଥିରେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ। ବାଲେଶ୍ୱର ଜିଲା ଖଇରା ବ୍ଲକର ଗଗନଧୂଳି, ଡାଲଙ୍ଗ, ପଳସା...

ଅମ୍ଫନ୍‌ ପ୍ରଭାବ, ଗୋପାଳପୁର ବେଳାଭୂମି ଅଶାନ୍ତ

ଗୋପାଳପୁର,୧୯ା୫(ଡି.ଏନ୍‌.ଏ.)- ଅମ୍ଫନ୍‌ ପ୍ରଭାବରେ ମଙ୍ଗଳବାର ଗୋପାଳପୁର ବେଳାଭୂମି ଅଶାନ୍ତ ରହିବା ସହ ବଡବଡ ଜୁଆର ଉଠିଥିଲା। ୨୪ ଘଣ୍ଟାରେ ୦.୫ ମିଲି ବର୍ଷା ରେକର୍ଡ଼ କରାଯାଇଛି।...

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି : ପହଞ୍ଚିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଭଦ୍ରକ ଅଫିସ, ୧୬ା୫-ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ୍‌’କୁ ମୁକାବିଲା କରିବା ପାଇଁ ଶନିବାର ଅପରାହ୍ନରେ ଭଦ୍ରକ ଜିଲା ପ୍ରଶାସନର ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ...

ସୁରଟ, କୋଟାରୁ ଆସିଲେ ୧୦୫

ଅନୁଗୋଳ ଅଫିସ, ୫।୫ ସୁରଟ୍‌ ଓ କୋଟାରୁ ଦୁଇଟି ବସ୍‌ରେ ଆସିଥିବା ପ୍ରବାସୀମାନେ ସୋମବାର ଅନୁଗୋଳରେ ପହଞ୍ଚତ୍ଛନ୍ତି। ସୁରଟ୍‌ରୁ ଗୋଟିଏ ବସ୍‌ରେ ୬୬ ଜଣ ଓ...

ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର,ଅଭିଭାବକ

ଭେଡ଼େନ,୨୫।୧୦(ଡି.ଏନ୍‌.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ବଡ଼ପିପିଲିପାଲି ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଶୁକ୍ରବାର ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ...

ଅନ୍ଧାରରେ ଅଧା ସହର

ଅନୁଗୋଳ ଅଫିସ,୧୦।୯ ଚୁକ୍ତି ନବୀକରଣ ହୋଇ ନ ଥିବାରୁ ପୌରପାଳିକାରେ କାର୍ଯ୍ୟ କରୁଥିବା ୨୨ ଠିକା କର୍ମଚାରୀ ଗତ ୧ ତାରିଖଠାରୁ ଆଉ ଅଫିସ ଆସୁନାହାନ୍ତି।...

ଲକ୍‌ଡାଉନ୍‌ ମାନୁନାହାନ୍ତି ଲୋକେ, ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୩ା୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ପ୍ରତିହତ ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିବିଶେଷଙ୍କୁ ନିଜ ଘରେ ସଙ୍ଗରୋଧ ହୋଇ ରହିବାକୁ...

ଗଞ୍ଜାମର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କ ପାଇଁ ହାସ୍ୟ ଶିବିର

ଛତ୍ରପୁର, ୧୪।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀଙ୍କ ପାଇଁ ହାସ୍ୟ ଶିବିରର ଆୟୋଜନ କରାଯାଉଛି। ଏହାଫଳରେ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀଙ୍କ...

Leave a comment

Your email address will not be published. Required fields are marked *