କୋରାପୁଟ,୧୮।୪(ସ୍ବ.ପ୍ର.): କୋରାପୁଟ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ୧୧ ବର୍ଷର ଝିଅ ହଠାତ୍ ନିଖୋଜ ହେବା ସହ ପରଦିନ ଉଦ୍ଧାର ହୋଇଥିଲା। ତାଙ୍କୁ ନେଇଯାଇଥିବା ଅଭିଯୁକ୍ତ ଜଣଙ୍କୁ ମଙ୍ଗଳବାର ସହରବାସୀ କାବୁକରି ଟାଉନଥାନା ଜିମା ଦେଇଛନ୍ତି। ଅଭିଯୁକ୍ତଙ୍କ ଘର ଗୁଣପୁର ଅଞ୍ଚଳ। ଛୋଟ ପିଲାଙ୍କୁ ଚୋରି କରି ବାହାରେ ବିକ୍ରି କରିବା ରାକେଟରେ ସମ୍ପୃକ୍ତି ରହିଥିବା ସନ୍ଦେହ କରି ଅଟକ ବ୍ୟକ୍ତିଙ୍କୁ ଜେରା କରୁଛି ପୋଲିସ।
ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର କର୍କଟ ରୋଗ ବିଭାଗରୁ ଜଣେ ନାବାଳିକା ନିଖୋଜ ହୋଇଥିବା ନେଇ ତାଙ୍କ ବାପା ଯୋଗେନ୍ଦ୍ର ଟାକ୍ରୀ ଟାଉନ ଥାନାରେ ଏତଲା ଦେଇଥିଲେ। ସେହିଦିନ ବାପା ସୁବାସ ଖରା ହସପିଟାଲରେ ଭର୍ତ୍ତି ହୋଇଥିବା ଯୋଗୁଁ ଯୋଗେନ୍ଦ୍ର ଓ ତାଙ୍କ ଝିଅ ସେଠାରେ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ସେହି ବିଭାଗକୁ ଆସି ମୋବାଇଲ ଚାର୍ଜ କରିବା ଆଳରେ ‘ବେହେରା ଡାକ୍ତର ମେଡିସିନ ଲେଖିଛନ୍ତି, ଚାଲ ନେଇକି ଆସିବା’ ବୋଲି କହି ନାବାଳିକା ଜଣଙ୍କୁ ନେଇଯାଇଥିବା ଯୋଗେନ୍ଦ୍ରଙ୍କ ସ୍ତ୍ରୀ ମଙ୍ଗଳଦେଇ ଖରା କହଛନ୍ତି। ପରେ ଝିଅକୁ ଖୋଜାଖୋଜି କରିବା ପରେ ନ ମିଳିବାରୁ ଯୋଗେନ୍ଦ୍ର ଟାଉନ ଥାନାରେ ଏତଲା ଦେଇଥିଲେ। ତେବେ ୧୨ ତାରିଖ ସକାଳେ କୋରାପୁଟ ଷ୍ଟେସନରୁ ତାଙ୍କ ନାବାଳିକା କନ୍ୟା ଉଦ୍ଧାର ହୋଇଥିଲା। ନାବାଳିକାଙ୍କଠାରୁ ଘଟଣା ସଂପର୍କରେ ସବୁ ଶୁଣିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ କେଉଁ ଉଦ୍ଦେଶ୍ୟରେ ତାଙ୍କୁ ନେଇଥିଲା, ତାହାର ତଦନ୍ତ ଚଳାଇଥିଲା ପୋଲିସ। ମଙ୍ଗଳବାର ବିଳମ୍ବିତ ରାତିରେ ନାବାଳିକାଙ୍କୁ ନେଇଥିବା ବ୍ୟକ୍ତି ଜଣକ କୋରାପୁଟ ମେଡିକାଲ ଅଞ୍ଚଳରେ ବୁଲୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଯୁବକଙ୍କ ସହାୟତାରେ ତାଙ୍କୁ କାବୁକରି ମାଡ଼ ମରାଯାଇଥିଲା। ଏହାପରେ ତାଙ୍କୁ ପୋଲିସ ଜିମା ଦିଆଯାଇଥିଲା। ପୋଲିସ ଉକ୍ତ ବ୍ୟକ୍ତି ଜଣଙ୍କୁ ଅଟକ ରଖି ଜେରା କରୁଛି।
Posted inUncategorized, ରାୟଗଡା View All

ବିସ୍ଫୋରକ ଜବତ, ମାଓବାଦୀ ଗିରଫ : ଠିକାସଂସ୍ଥା ଗାଡ଼ି ପୋଡିଲେ ମାଓବାଦୀ
ମାଲକାନଗିରି, ୪।୬(ଡି.ଏନ୍.ଏ.) ମାଓବାଦୀ ନିରୋଧ ଅଭିଯାନରେ ଛତିଶଗଡ଼ ପୋଲିସ ମଙ୍ଗଳବାର ଉଲ୍ଲେଖନୀୟ ସଫଳତା ପାଇଛି। ବିଭିନ୍ନ ସ୍ଥାନରେ କୋମ୍ବିଂ କରି ବିପୁଳ ପରିମାଣର ବିସ୍ଫୋରକ ଜବତ...

ପଟ୍ଟାଙ୍ଗୀରେ ପୁଣି ବାଜି ମାରିଲା ବିଜେଡି
କୋରାପୁଟ, ୨୩।୫(ସ୍ବ.ପ୍ର.)- କୋରାପୁଟ ଜିଲା ଅଧୀନ ପଟ୍ଟାଙ୍ଗୀ ବିଧାନସଭା ଆସନକୁ ପୁଣିଥରେ ହାତେଇଛି ବିଜେଡି। ଏହି ଆସନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରିତମ ପାଢୀ...
ଚର୍ଚ୍ଚରେ ଭଙ୍ଗାରୁଜା ଘଟଣା: ୭ ଜଣ ନିର୍ଦ୍ଦୋଷରେ ଖଲାସ
ଗୁଣପୁର,୧୭।୪(ଡି.ଏନ୍.ଏ.):ରାୟଗଡା ଜିଲା ରାମନାଗୁଡା ବ୍ଲକ ସୁଲୁଡିସ୍ଥିତ କାଥୋଲିକ ଚର୍ଚ୍ଚରେ ୨୦୦୮ ଅଗଷ୍ଟ ୨୫ରେ ପ୍ରାୟ ୫୦ରୁ ୬୦ ଜଣ ଲୋକ ପଶି ଜିନିଷ ପତ୍ର ଭଙ୍ଗାରୁଜା...

ତିତ୍ଲି ଦୁଃଖ ଯାଇନି, ମାଡ଼ିଆସୁଛି ‘ଫନୀ’ ଲୋକେ ଆତଙ୍କିତ
ଭଞ୍ଜନଗର,୧ା୫(ଡି.ଏନ୍.ଏ.) : ସାମୁଦ୍ରିକ ଝଡ଼ ତିତ୍ଲି ପ୍ରଭାବରେ ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିଲା। ଇତିମଧ୍ୟରେ ତିତ୍ଲିକୁ ୬ ମାସ ପୂରିବାକୁ...

ରାୟଗଡ଼ା ଜଳାର୍ଣ୍ଣବ: ଲଗାଣ ବର୍ଷାରେ ଧୋଇଗଲା ରେଲଓ୍ବେ ଟ୍ରାକ
ରାୟଗଡା ଅଫିସ/ମୁନିଗୁଡ଼ା/ଅମ୍ବାଦଳା, ୭।୮(ଡି.ଏନ୍.ଏ.): ଗତ ୪୦ ଘଣ୍ଟାରୁ ଅଧିକ ସମୟ ଧରି ଲଗାଣ ବର୍ଷା ଯୋଗୁ ରାୟଗଡ଼ାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ସବୁଠୁ...

ଯବାନଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ
ମାଲକାନଗିରି, ୨୩ା୬ (ସ୍ବ.ପ୍ର.)-ସୀମାନ୍ତରେ ପୁଣି ଲାଲବାହିନୀ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ସେମାନେ ଜଣେ ଯବାନଙ୍କ ଗଳାକାଟି ହତ୍ୟା କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲା ମିରତୁରରେ...

ଜଙ୍ଗଲ ଜମି ପଟ୍ଟା ଯୋଗାଇବାରେ ପ୍ରଶାସନ ବିଫଳ, ପଟ୍ଟା ପ୍ରଦାନ ପାଇଁ ଗ୍ରାମବାସୀଙ୍କ ଦାବି
ମାଲକାନଗିରି, ୩ା୭(ଡି.ଏନ୍.ଏ.): ଦୀଘବର୍ଷ ଧରି ମାଲକାନଗିରି ଜିଲାରେ ବସବାସ କରି ଆସୁଥିବା ଅନୁସୂଚିତ ଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାରେ ପ୍ରଶାସନ କାଳ ବିଳମ୍ବ କରୁଥିବାରୁ...

ଅତ୍ୟାଧୁନିକ ହେବ ଓଡ଼ିଶା ବିଧାନସଭା
ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଓଡ଼ିଶା ବିଧାନସଭା ହେବ ଭାରତର ସବୁଠାରୁ ଅତ୍ୟାଧୁନିକ ବିଧାନସଭା। ଏଥିପାଇଁ ୪୦୦ କୋଟି ଟଙ୍କା ବ୍ୟୟ ହେବ। ଏନେଇ ସମସ୍ତ ପ୍ରୟାସ ଆରମ୍ଭ ହୋଇଛି...