ଲଗାଣ ବର୍ଷାରେ ସ୍ଥିତି ବେହାଲ: ଖାଲୁଆ ଅଞ୍ଚଳ ଜଳମଗ୍ନ

ଭଦ୍ରକ ଅଫିସ, ୨୫।୧୦ – ଦୀପାବଳି ପୂର୍ବରୁ ଲଘୁଚାପଜନିତ ବର୍ଷାରେ ଭଦ୍ରକ ସହର ଅବସ୍ଥା ବେହାଲ ହୋଇଛି। ସହରର ଖାଲୁଆ ଅଞ୍ଚଳରେ ପାଣି ଜମିରହି ସ୍ଥିତି ସଙ୍ଗିନ କରିଛି। ବର୍ଷା ବୁଧବାରଠାରୁ ଆରମ୍ଭ ହୋଇ ଗୁରୁବାର ଦିନତମାମ ଲାଗିରହିଥିଲା। ଦୁଇଦିନର ଏହି ଲଗାଣ ବର୍ଷା କାରଣରୁ ପୌରାଞ୍ଚଳର ବିଭିନ୍ନ ୱାର୍ଡ ଜଳମଗ୍ନ। ବିଶେଷ କରି ପୌରାଞ୍ଚଳର ୫ ଓ ୮ ନଂ. ୱାର୍ଡ, କୁଅଁାସ, ବନ୍ତଛକ, ଅପର୍ତ୍ତିବିନ୍ଧା ନୂଆକଲୋନୀ, ବନ୍ତଛକ ଏଲ୍‌ଆଇସି ପଛପାଖ, ଚରମ୍ପା ଆଦି ଅଞ୍ଚଳରେ ବର୍ଷାପାଣି ନିଷ୍କାସିତ ହୋଇପାରୁ ନ ଥିବା ଜଣାପଡ଼ିଛି। ଚରମ୍ପା ଅଞ୍ଚଳର ୫ ନଂ ୱାର୍ଡର ଅଧିକାଂଶ ଅଞ୍ଚଳରେ ଡ୍ରେନ ନ ଥିବା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ୱାର୍ଡର ବହୁସଂଖ୍ୟକ ଲୋକଙ୍କ ଘରେ ବର୍ଷାଜଳ ପ୍ରବେଶ କରିଛି। ୱାର୍ଡର ବିଭିନ୍ନ ସ୍ଥାନରେ ୨ ଫୁଟ ଉଚ୍ଚର ବର୍ଷାଜଳ ଜମି ରହିଛି। ସେହିପରି ତ୍ରୁଟିପୂର୍ଣ୍ଣ ଡ୍ରେନ୍‌ ନିର୍ମାଣ ଯୋଗୁ ଜିଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ କୋର୍ଟ ପରିସର, ଭଦ୍ରକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପାଣି ଜମି ରହିଛି। ସହରର ମୁଖ୍ୟସ୍ଥଳ କୁହାଯାଉଥିବା ବନ୍ତ-ଅପର୍ତ୍ତିବିନ୍ଧା ଛକ ରାସ୍ତାରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଲହଡ଼ି ଭାଙ୍ଗିଥିଲା। ପୌରପାଳିକା ପକ୍ଷରୁ ଚନ୍ଦନବଜାର, ଲୁଣିଆମହଲା, ୧୩ ନଂ. ୱାର୍ଡ, ଟ୍ରେଜେରିପାଖ, ଉପର ବାଗୁରାଇ, ପ୍ରଫୁଲ୍ଲନଗର, ଚରମ୍ପା ବାସୁଳିପଦା ଆଦିବାସୀ କଲୋନୀ, ଏଲ୍‌ଆଇସି ଅଫିସ୍‌ ପାଖ ଆଦି ଅଞ୍ଚଳରେ ଜେସିବି ଲଗାଇ ଜମି ରହିଥିବା ବର୍ଷାପାଣିକୁ ନିଷ୍କାସନ ବ୍ୟବସ୍ଥା କରାଯାଇଛି।
ତେବେ ଜିଲା ସାରା ଏଭଳି ବର୍ଷା ଲାଗି ରହିଥିବା ଜଣାପଡ଼ିଛି। ଜିଲାର ବିଭିନ୍ନ ବ୍ଲକରେ ହୋଇଥିବା ବର୍ଷା ରେକର୍ଡ ଅନୁଯାୟୀ ଭଦ୍ରକରେ ୩୫ ମିଲିମିଟର, ଭଣ୍ଡାରିପୋଖରୀରେ ୪୫, ବାସୁଦେବପୁରରେ ୨୭, ବନ୍ତରେ ୪୫.୩, ଚାନ୍ଦବାଲିରେ ୭୩.୭, ଧାମନଗରରେ ୮୨ ଓ ତିହିଡ଼ିରେ ୩୫ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି।


All Right Reserved By Dharitri.Com

ଆରମ୍ଭ ହେଲା ଧରପଗଡ଼: ରାୟଗଡ଼ାରେ କାଠ ବୋଝେଇ ଟ୍ରକ୍‌କୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା

ରାୟଗଡ଼ା ଅଫିସ,୩।୧: ମାର୍ଚ୍ଚ ୧ରୁ ମୋଟର ଯାନ ଆଇନ କଡ଼ାକଡ଼ି ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ। ଏ ନେଇ ଗାଡ଼ିର ଆବଶ୍ୟକ...

ଘରୋଇକରଣ ପ୍ରୀତି

ଦକ୍ଷିଣ ଓଡ଼ିଶାର ବୃହତ୍ତମ ସହର ବ୍ରହ୍ମପୁର ପୌରସଂସ୍ଥାକୁ ୧୫୨ ବର୍ଷ ପୂରିଛି। ୧୦ ବର୍ଷ ତଳୁ ସରକାରଙ୍କ ପକ୍ଷରୁ ମହାନଗର ନିଗମ ମାନ୍ୟତା ମିଳିଛି। ତେଣୁ...

ଲଗାଣ ବର୍ଷା: ଭାଙ୍ଗିଲା ଘରର କାନ୍ଥ, ପରିବାର ବାସହରା

ରଘୁନାଥପୁର, ୨୭। ୯ (ଡି.ଏନ.ଏ.):  ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗିଗଲା ଚାଳ ଛପର ମାଟି ଘରର କାନ୍ଥ। ପରିବାର ଲୋକେ ଭୋଗୁଛନ୍ତି ହୀନସ୍ତା। ଏପରି...

ଖଣ୍ଡପଡ଼ା ସବ୍‌ ଜେଲରୁ ବିଚାରାଧୀନ କଏଦୀ ଫେରାର

ନୟାଗଡ଼ ଅଫିସ, ୩।୮: ନୟାଗଡ଼ ଜିଲା ଖଣ୍ଡପଡ଼ା ସବ୍‌ ଜେଲରୁ ଶନିବାର ପୂର୍ବାହ୍ନରେ ଜଣେ ବିଚାରାଧୀନ କଏଦୀ ଚମ୍ପଟ୍‌ ମାରିଛନ୍ତି। ସେ ହେଲେ ଫତେଗଡ଼ ଥାନା...

ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ଆହତ

ପୁରୀ ଅଫିସ,୧୮।୧୦: ପୁରୀ- ଭୁବନେଶ୍ବର ଜାତୀୟ ରାଜପଥ ପିପିଲି ବାଇପାସ୍‌ ରାସ୍ତା ତରାକାଜ ଓଭରବ୍ରିଜ ପାର୍ଶ୍ୱରେ ଗୁରୁବାର ବିଳମ୍ବିତ ରାତିରେ ଏନ୍‌କାଉଣ୍ଟର ହୋଇଛି। ପୋଲିସ ଗୁଳିରେ...

ତୁଳସୀଙ୍କ ହାତ ଧରିବାକୁ ବାହାରିଲେ ଶ୍ରୀବଳଦେବ ଜୀଉ

ବାସୁଦେବପୁର, ୭।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ନିକଟସ୍ଥ ଗୁଡ଼ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀଉ ତୁଳସୀ ଦେବୀଙ୍କ ହାତ ଧରିବେ। ବଳଦେବ...

ମହାନଦୀ ମଝିପଠାରେ ହାତୀପଲ, ଦେଖିବା ଲାଗି ଜମୁଛି ଲୋକଙ୍କ ଭିଡ଼

ନରାଜ,୧୭ା୯(ଡି.ଏନ.ଏ)- ମୁଣ୍ଡଳି ନିକଟସ୍ଥ ମହାନଦୀ ପଠାରେ ସୋମବାର ବିଳମ୍ବିତ ରାତିରେ ଏକ ହାତୀପଲ ଆସି ଅଟକି ଯାଇଥିବା ଦେଖାଯାଇଛି। ଏହି ହାତୀପଲରେ ୧୧ଗୋଟି ହାତୀ ଥିବାବେଳେ...

ସାପ କାମୁଡାରେ ନାବାଳିକାଙ୍କ ମୃତ୍ୟୁ

କାଲିମେଳା,୨୬।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଗମ୍ଫାକୋଣ୍ଡା ପଞ୍ଚାୟତ ଏମ୍‌ଭି-୧୦୫ ଗ୍ରାମରେ ଗୁରୁବାର ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଉକ୍ତ...

Leave a comment

Your email address will not be published. Required fields are marked *