Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌: ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ସାତ୍ତ୍ୱିକ-ଚିରାଗ

ପ୍ୟାରିସ, ୨୫।୧୦ (ପି.ଟି.)- ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି ଏଠାରେ ଚାଲିଥିବା ୭ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଫ୍ରେଞ୍ଚ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଡବଲ୍ସରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନିକଟରେ ଥାଇଲାଣ୍ଡ ଓପନ୍‌ ଜିତିଥିବା ସାତ୍ତ୍ୱିକ-ଚିରାଗ ଯୋଡ଼ି ୨୧-୧୮, ୧୮-୨୧, ୨୧-୧୩ ଗେମ୍‌ରେ ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ ମହମ୍ମଦ ଏହଶାନ ଓ ହେଣ୍ଡ୍ରା ସେଥିଓ୍ବାନ ଯୋଡ଼ିଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିଭଳି ଦୁଇ ମହିଳା ଷ୍ଟାର୍‌ ଖେଳାଳି ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲ ମଧ୍ୟ ଅନ୍ତିମ-୮ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ମହିଳା ସିଙ୍ଗଲ୍ସ ପ୍ରି-କ୍ୱାର୍ଟର ଫାଇନାଲରେ ବିଶ୍ୱ ଚାମ୍ପିୟନ ସିନ୍ଧୁ ୨୧-୧୦, ୨୧-୧୩ ସିଧାସଳଖ ଗେମ୍‌ରେ ସିଙ୍ଗାପୁରର ୟେଓ ଜିଆ ମିନ୍‌ଙ୍କୁ ମାତ୍‌ ଦେଇଛନ୍ତି। ସିନ୍ଧୁ ନିକଟରେ ଚାଇନା, କୋରିଆ ଓ ଡେନମାର୍କ ଓପନ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ତେଣୁ ସେ ଏଠାରେ ସଫଳ ହେବା ଲକ୍ଷ୍ୟରେ ରହିଛନ୍ତି। ସେହିଭଳି ୮ମ ସିଡ୍‌ ସାଇନା୨୧-୧୦, ୨୧-୧୧ ଗେମ୍‌ରେ ଡେନମାର୍କର ଲିନେ ହୋଜମାର୍କ ଜାଏର୍ସଫେଲ୍ଡଟ୍‌ଙ୍କୁ ହରାଇଛନ୍ତି।


All Right Reserved By Dharitri.Com

Posted inଖେଳ View All

ଝୁହାଇ, ଚାଇନା ଓପନ୍‌ ଖେଳିବେ ମୁରେ

ଲଣ୍ଡନ, ୧୨ା୮ (ଏଏଫ୍‌ପି)-ଆସନ୍ତା ମାସରେ ଝୁହାଇ ଚାମ୍ପିୟନଶିପ୍‌ ଏବଂ ଚାଇନା ଓପନ୍‌ରେ ଖେଳିବେ ବ୍ରିଟିଶ ଟେନିସ ଖେଳାଳି ଆଣ୍ଡି ମୁରେ। ୭ ମାସ ପୂର୍ବେ ବିଶ୍ୱର...

ବାଥ୍‌ ରୁମ୍‌ରେ ଥିଲେ, ଭାରତର ୫ଟି ଉଇକେଟ୍‌ ଯିବାପରେ ପଡିଆକୁ ଆସି ୧୭୫ ରନ୍‌ର ବିସ୍ଫୋରକ ଇନିଂଶ ଖେଳିଥିଲେ ମହାନ ଖେଳାଳି

ଭାରତୀୟ କ୍ରିକେଟ ଦଳର ମହାନ ଅଲରାଉଣ୍ଡର କପିଳ ଦେବଙ୍କ ଆଜି ୬୧ତମ ଜନ୍ମଦିବସ। ୧୯୫୯ ମସିହା ଆଜିର ଦିନରେ ସେ ଚଣ୍ଡୀଗଡରରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ...

ୟୁଏସ୍‌ ଓପନ: ସେମିରୁ ସୌରଭ ବାଦ୍‌

ଫୁଲର୍ଟନ(ଆମେରିକା),୧୪।୭(ପିଟି)- ଚଳିତ ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ଅନ୍ତିମ ଭାରତୀୟ ଖେଳାଳି ଭାବେ ସୌରଭ ବର୍ମା ପୁରୁଷ ସିଙ୍ଗଲ୍ସ ବର୍ଗର...

ସର୍ଜରୀରୁ ପ୍ରତ୍ୟାବର୍ତ୍ତନ ପରେ ମୁରେଙ୍କ ଶ୍ରେଷ୍ଠ ପ୍ରଦର୍ଶନ

ବେଜିଂ, ୧।୧୦ (ଏଏଫ୍‌ପି)- ବ୍ରିଟେନ ଟେନିସ ଷ୍ଟାର୍‌ ଆଣ୍ଡି ମୁରେ ସର୍ଜରୀରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଚାଇନା ଓପନ୍‌ର...

ବିଶ୍ୱ ଚାମ୍ପିୟନଶିପ୍‌: ୪୦୦ମି. ହର୍ଡଲ୍ସ ସେମିରୁ ବାଦ୍‌ ପଡିଲେ ଜବିର

ଦୋହା, ୨୯।୯(ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିନରେ ଦୂତୀ ଚାନ୍ଦଙ୍କ ପରେ ଅନ୍ୟତମ ଭାରତୀୟ ଆଥଲେଟ ଏମ୍‌ପି ଜବିର ମଧ୍ୟ ବାଦ୍‌ ପଡିଛନ୍ତି। ଶନିବାର ଖେଳାଯାଇଥିବା...

ଦିନେ କୋହଲିଙ୍କୁ ବିବାହ କରିବାକୁ ଚାହୁଁଥିଲେ, ଏବେ ସଚିନଙ୍କ ପୁଅକୁ କରୁଛନ୍ତି ଡେଟ୍‌

ଦିନେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିବାହ ପସ୍ତାବ ଦେଇଥିବା ଇଂଲଣ୍ଡ ମହିଳା କ୍ରିକେଟ ଖେଳାଳି ଡାନିଏଲ୍‌ ଓ୍ବାଟ୍‌ ଏବେ ସଚିନ ତେନ୍ଦୁଲକରଙ୍କ...

ଲାମ୍ପାର୍ଡ ଚେଲ୍‌ସିର ମୁଖ୍ୟ କୋଚ୍‌

ଲାମ୍ପାର୍ଡ, ୫ା୭ (ଏଏଫ୍‌ପି)-ଫ୍ରାଙ୍କ୍‌ ଲାମ୍ପାର୍ଡ ଗୁରୁବାର ଚେଲ୍‌ସି ଫୁଟ୍‌ବଲ କ୍ଲବର ମୁଖ୍ୟକୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। କ୍ଲବ ସହିତ ସେ ୩ ବର୍ଷିଆ ଚୁକ୍ତି କରିଛନ୍ତି।...

ହାରିଗଲା ଭାରତ, ଫଶିଲା ପାକିସ୍ତାନ

ବର୍ମିଂହାମ, ୧।୭:ଚଳିତ ଆଇସିସି ବିଶ୍ୱକପରେ ଫେଭରାଇଟ ବିବେଚିତ ହେଉଥିବା ବିରାଟ କୋହଲିଙ୍କ ଭାରତୀୟ ଦଳ ପ୍ରଥମ ପରାଜୟବରଣ କରିଛି। ରବିବାର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୩୮ତମ...

Leave a comment

Your email address will not be published. Required fields are marked *